Posted inଜାତୀୟ

ଆଧାର-ଭୋଟର କାର୍ଡ ଲିଙ୍କ୍‌ ଶୁଣାଣି ଆଜି

ନୂଆଦିଲ୍ଲୀ,୨୫ା୭: ଆଧାର ସହ ଭୋଟର ପରିଚୟପତ୍ରର ସଂଯୋଗ ପାଇଁ ଉଦ୍ଦିଷ୍ଟ ଆଇନକୁ ସୁପ୍ରିମକୋର୍ଟରେ କଂଗ୍ରେସ ପକ୍ଷରୁ ଚ୍ୟାଲେଞ୍ଜ କରାଯାଇଛି। ବିରୋଧୀ ଦଳର ଯୁକ୍ତି ହେଲା, ଆଧାର-ଭୋଟର କାର୍ଡ ସଂଯୋଗୀକରଣ ନେଇ ଅତି ତରବରିଆ ଭାବେ ବିନା କୌଣସି ବିତର୍କରେ ପାର୍ଲାମେଣ୍ଟରେ ଆଇନ ଗୃହୀତ କରାଯାଇଛି। ଏହାଦ୍ୱାରା ବହୁ ସଂଖ୍ୟକ ଭୋଟର ମତଦାନ ଅଧିକାରରୁ ବଞ୍ଚତ୍ତ ହେବେ। ଏହି ଆଇନକୁ ଅସାମ୍ବିଧାନିକ ତଥା ନାଗରିକଙ୍କ ପ୍ରିଭେସି (ବ୍ୟକ୍ତିଗତ ଅନ୍ତରଙ୍ଗ ତଥ୍ୟ) ଓ ସମାନତା ଅଧିକାର ଉଲ୍ଲଂଘନକାରୀ ଭାବେ ଅଭିହିତ କରି ରଦ୍ଦ ପାଇଁ କଂଗ୍ରେସ ନେତା ରଣଦୀପ ସୂର୍ଯ୍ୟଓ୍ବୋଲା ନିଜ ପିଟିଶନରେ ଦାବି କରିଛନ୍ତି। ସର୍ବୋଚ୍ଚ ଅଦାଲତ ସୋମବାର ଏହାର ଶୁଣାଣି କରିବେ।

ପ୍ରଥମେ ଆଧାର ସହ ନିର୍ବାଚନୀ ତଥ୍ୟ ସଂଯୋଗୀକରଣ ପ୍ରକଳ୍ପକୁ ନିର୍ବାଚନ କମିଶନ (ଇସି) ନିର୍ବାଚନୀ ସଂସ୍କାର ପ୍ରକ୍ରିୟାର ଏକ ଅଂଶବିଶେଷ ଭାବେ ଆରମ୍ଭ କରିଥିଲେ। ଭୋଟର ତାଲିକାରେ ଜାଲିଆତି ରୋକି ତ୍ରୁଟିମୁକ୍ତ କରିବା ଏବଂ ଜଣେ ଭୋଟର ବିଭିନ୍ନ ରାଜ୍ୟରେ ଯେଭଳି ମତଦାନ କରିପାରିବେନାହିଁ ତାହାକୁ ରୋକିବା ଏହାର ଉଦ୍ଦେଶ୍ୟ ବୋଲି ସେତେବେଳେ ଇସିଙ୍କ ପକ୍ଷରୁ କୁହାଯାଇଥିଲା। ପାର୍ଲାମେଣ୍ଟର ଶୀତ ଅଧିବେଶନ ବେଳେ ୨୦୨୧ ଡିସେମ୍ବର ୨୦ରେ କେନ୍ଦ୍ର ସରକାର ନିର୍ବାଚନ ଆଇନ (ସଂଶୋଧନ), ୨୦୨୧ ବିଲ୍‌କୁ ଲୋକ ସଭାରେ ଉପସ୍ଥାପନ କରିଥିଲେ।

ଆଇନମନ୍ତ୍ରୀ କିରେନ୍‌ ରିଜିଜୁଙ୍କ ପକ୍ଷରୁ ଆଗତ ଉକ୍ତ ବିଧେୟକକୁ ବିଜେଡି ସମେତ କଂଗ୍ରେସ, ଡିଏମ୍‌କେ, ଏନ୍‌ସିପି, ଟିଏମ୍‌ସି, ଓ୍ବାଇଏସ୍‌ଆର୍‌ସିପି, ବିଏସ୍‌ପି, ଶିବସେନା ପ୍ରମୁଖ ବିରୋଧୀ ଦଳଗୁଡ଼ିକ ବିରୋଧ କରିଥିଲେ। ତେବେ ରିଜିଜୁ ଏହାକୁ ନିର୍ବାଚନ ସଂସ୍କାର ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଦର୍ଶାଇ ଭୋଟର ପରିଚୟପତ୍ର ସହ ଆଧାର ବାଧ୍ୟତାମୂଳକ ନୁହେଁ ବୋଲି କହିଥିଲେ। ରାଜ୍ୟ ସଭାରେ ବିଲ୍‌ ଉପରେ ବିତର୍କ ବେଳେ ଟିଏମ୍‌ସି ସଦସ୍ୟ ଡେରେକ୍‌ ଓ’ବ୍ରାଏନ୍‌ ଅଧ୍ୟକ୍ଷଙ୍କ ଆଡ଼କୁ ରୁଲ୍‌ ବୁକ୍‌ ଫିଙ୍ଗି ଗୃହରୁ ନିଲମ୍ବିତ ହୋଇଥିଲେ।

ଉକ୍ତ ବିଲ୍‌କୁ ଧ୍ୱନିମତରେ ମାତ୍ର ୨୪ ମିନିଟ ମଧ୍ୟରେ ଉଭୟ ଗୃହରେ ଯେପରି ଭାବେ ଗୃହୀତ କରାଯାଇଥିଲା, ତାକୁ ନେଇ ସବୁ ବିରୋଧୀ ଦଳ ପ୍ରଶ୍ନ ଉଠାଇଥିଲେ। ଏନେଇ କଂଗ୍ରେସ ଏମ୍‌ପି ଶଶୀ ଥରୁର କହିଛନ୍ତି, ନାଗରିକତ୍ୱ ନୁହେଁ, ବରଂ ବାସିନ୍ଦା ପ୍ରମାଣପତ୍ର ଭାବେ ଆଧାର ଅଣାଯାଇଥିଲା। କିନ୍ତୁ ସରକାରଙ୍କ ଏହି ଆଇନ ଯୋଗୁ ଜଣେ ଅଣନାଗରିକ ମଧ୍ୟ ମତଦାନ ଅଧିକାର ପାଇପାରିବେ। ସୁପ୍ରିମକୋର୍ଟରେ ରଣଦୀପ ସୂର୍ଯ୍ୟଓ୍ବୋଲାଙ୍କ ପିଟିଶନର ଶୁଣାଣି ସୋମବାର କରାଯିବ। ଜଷ୍ଟିସ୍‌ ଡି.ଓ୍ବାଇ. ଚନ୍ଦ୍ରଚୂଡ଼ ଏବଂ ଏ.ଏସ୍‌. ବୋପାନ୍ନାଙ୍କ ଖଣ୍ଡପୀଠ ଏହାର ବିଚାର କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ମହିଳା କ୍ରିକେଟରଙ୍କ ପାଇଁ ଖୁସି ଖବର: ଅଢେଇଗୁଣା ମ୍ୟାଚ୍ ଫି’ ବଢ଼ାଇଲା BCCI

ମୁମ୍ବାଇ,୨୨ା୧୨: ଦେଶର ମହିଳା କ୍ରିକେଟରଙ୍କ ପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଏକ ବଡ଼ ଉପହାର ଦେଇଛି। ସୋମବାର, ଡିସେମ୍ବର ୨୨ ତାରିଖରେ ଅନୁଷ୍ଠିତ...

ସ୍ପୋର୍ଟ୍ସ କ୍ୟାପିଟାଲରୁ ଟ୍ରେନ୍ ଟଏଲଟ୍: ଓଡ଼ିଶା ଖେଳାଳିଙ୍କ କଦର୍ଯ୍ୟ ଯାତ୍ରାକୁ ନେଇ ସାରା ଦେଶରେ ହଇଚଇ

ଭୁବନେଶ୍ୱର,୨୨।୧୨: ଓଡ଼ିଶାର କ୍ରୀଡ଼ା ଭବିଷ୍ୟତ କୁହାଯାଉଥିବା ଯୁବ କୁସ୍ତି ପ୍ରତିଭାମାନଙ୍କ ଅପମାନଜନକ ଯାତ୍ରାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଉତ୍ତରପ୍ରଦେଶର...

ସୃଷ୍ଟି ହେଲା ୨୪ ନୂଆ NAC , ୫ ମ୍ୟୁନିସିପାଲିଟି: ଯୋଡି ହେବ ଏସବୁ ଅଞ୍ଚଳ

ଭୁବନେଶ୍ୱର,୨୨।୧୨: ୨୪ ନୂଆ NAC ଓ ୫ ମ୍ୟୁନିସିପାଲିଟି ନେଇ ସୋମବାର ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଛି। ୧୪ ଜିଲାରେ ୨୪ ନୂଆ NAC ନେଇ...

ମୋହନ ସରକାରଙ୍କ ଅମଳରେ ପଛେଇଗଲା ଓଡ଼ିଶା, ବେକାରୀ ବୃଦ୍ଧି: ବିଜେଡିର ସାଂଘାତିକ ଅଭିଯୋଗ

ଭୁବନେଶ୍ୱର,୨୨।୧୨: ଓଡ଼ିଶାରେ ଶାସନ କରୁଥିବା ଭାଜପା ସରକାରଙ୍କୁ ଅର୍ଥନୈତିକ ବିଫଳତା ପ୍ରସଙ୍ଗରେ ଘେରିଛି ବିରୋଧୀ ବିଜୁ ଜନତା ଦଳ (ବିଜେଡି)। ରାଜ୍ୟର ଅଭିବୃଦ୍ଧି ହାର କମିବା...

ଭାରତ-ବାଂଲାଦେଶ ସମ୍ପର୍କରେ ତିକ୍ତତା: ଭାରତୀୟଙ୍କ ପାଇଁ ଭିସା ସେବା ବନ୍ଦ କଲା ବାଂଲାଦେଶ

ନୂଆଦିଲ୍ଲୀ/ଢାକା,୨୨।୧୨: ଭାରତ ଏବଂ ବାଂଲାଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କରେ ବଡ଼ ଧରଣର ଅବନତି ଘଟିଛି। ଗୋଟିଏ ପଟେ ଭାରତ ଚଟ୍ଟଗ୍ରାମରେ ଭିସା ସେବା ସ୍ଥଗିତ ରଖିଥିବା...

ହାଇଦ୍ରାବାଦରୁ ଫେରିଲେ ମୁଖ୍ୟମନ୍ତ୍ରୀ, ଚିଠି ଏପରି କହିଲେ ଧର୍ମେନ୍ଦ୍ର

ଭୁବନେଶ୍ୱର,୨୨।୧୨: ଓଡ଼ିଶା ରାଜ୍ୟ ପଛୁଆ ବର୍ଗ କମିଶନ (OSCBC) ର ପୁନର୍ଗଠନ ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବ୍ୟକ୍ତିଗତ...

ଓଡ଼ିଶା ହେବ ପୁଞ୍ଜିନିବେଶ ହବ୍, ନିଯୁକ୍ତି ପାଇବେ…

ଭୁବନେଶ୍ବର,୨୨।୧୨:  ଓଡ଼ିଶା ହେବ ପୁଞ୍ଜିନିବେଶ ହବ୍ । ଫାର୍ମା ଓ ଡିଫେନ୍ସ ସହ ବୈଠକ ହୋଇଥିବା ବେଳେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ...

ହୃଦୟ ବିଦାରକ… ଝିଅ ଖୋଲିଦେଲା ଗୁମର, ପୁରୁଷ ବନ୍ଧୁଙ୍କ ସହ ମିଶି ସ୍ବାମୀଙ୍କୁ ହତ୍ୟା ପରେ ଗ୍ରାଇଣ୍ଡିଂ କରିଦେଲେ ସ୍ତ୍ରୀ

ନୂଆଦିଲ୍ଲୀ,୨୨।୧୨: ଉତ୍ତର ପ୍ରଦେଶର ସମ୍ଭାଲ ଜିଲାର ଚନ୍ଦୌସି ଥାନା ଅଞ୍ଚଳରୁ ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ସାମ୍ନାକୁ ଆସିଛି । ଜଣେ ମହିଳା ତାଙ୍କ ପ୍ରେମିକ ଏବଂ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri