୧୩.୧୦ କୋଟି ଶ୍ରମିକଙ୍କ ପାଇଁ ଆଧାର ସିଡିଂ

ଭୁବନେଶ୍ୱର,୨୮।୧୦(ଅନୁରାଧା ମହାରଣା): ଚଳିତ ବର୍ଷର ପ୍ରଥମାର୍ଦ୍ଧରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଆଇନ ୨୦୦୫ (ମହାତ୍ମା ଗାନ୍ଧୀ ନରେଗା)ର ଅଧୀନରେ ଗ୍ରାମୀଣ ନିଯୁକ୍ତି ୧୬% ହ୍ରାସ ପାଇଥିବା କେତେକ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିବାବେଳେ ଏନେଇ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟୀକରଣ ରଖାଯାଇଛି। ୨୦୦୬-୦୭ ଆର୍ଥିକ ବର୍ଷରୁ ୨୦୧୩-୧୪ ଆର୍ଥିକ ବର୍ଷ ମଧ୍ୟରେ ମୋଟ ବ୍ୟକ୍ତି ଦିବସ ୧୬୬୦ କୋଟି ଥିବା ବେଳେ ୨୦୧୪-୧୫ ଆର୍ଥିକ ବର୍ଷରୁ ୨୦୨୪-୨୫ ଆର୍ଥିକ ବର୍ଷ ମଧ୍ୟରେ ମୋଟ ବ୍ୟକ୍ତି ଦିବସ ୨୯୨୩ କୋଟି ରହିଛି। ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ତଥ୍ୟାନୁସାରେ, ଶନିବାର ସୁଦ୍ଧା ୧୩.୧୦ କୋଟି ସକ୍ରିୟ ଶ୍ରମିକଙ୍କ ପାଇଁ ଆଧାର ସିଡିଂ କରାଯାଇଛି, ଯାହା କି ମୋଟ ସକ୍ରିୟ ଶ୍ରମିକ (୧୩.୧୮ କୋଟି)ର ୯୯.୩% ଅଟେ। ତେବେ ମନ୍ତ୍ରଣାଳୟର ସୂଚନାନୁସାରେ ଅଯୋଗ୍ୟ କର୍ମଚାରୀଙ୍କ କ୍ଷେତ୍ରରେ, ଯେଉଁମାନଙ୍କର ଏବିପିଏସ ଏବେ ବି ବିଚାରାଧୀନ ଅଛି, ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ସମସ୍ତ ବ୍ୟାଙ୍କକୁ ଏନଆରଇଜିଏସ ହିତାଧିକାରୀଙ୍କ ଆଧାର ନମ୍ବରକୁ ଏନପିସିଆଇ ମ୍ୟାପରେ ଠିକ ସମୟରେ ଯୋଡ଼ିବା ସୁନିଶ୍ଚିତକୁ ସଚେତନ କରିବାକୁ ଅନୁରୋଧ କରାଯାଇଛି। ତେବେ ମହାତ୍ମା ଗାନ୍ଧୀ ଏନଆରଇଜିଏସ ଅଧୀନରେ ଜବ କାର୍ଡ ଯାଞ୍ଚ ଏକ ନିରନ୍ତର ପ୍ରକ୍ରିୟା। ମିଳିଥିବା ତଥ୍ୟନୁସାରେ, ୨୦୨୩-୨୪ ଆର୍ଥିକ ବର୍ଷରେ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ଦ୍ୱାରା ଡିଲିଟ ହୋଇଥିବା ଜବ କାର୍ଡ ସଂଖ୍ୟା ୧୦୨.୨୦ ଲକ୍ଷ ଥିବା ବେଳେ ଚଳିତ ଆର୍ଥିକ ବର୍ଷ ୨୦୨୪-୨୫ରେ ୨୬.୧୦.୨୪ ସୁଦ୍ଧା ଏହା ୩୨.୨୮ ଲକ୍ଷ ରହିଛି। ଏଥିରୁ ଏହା ସ୍ପଷ୍ଟ ଯେ ଆନ୍ଧ୍ରପ୍ରଦେଶରେ ୨୦୨୪ ଏପ୍ରିଲରୁ ସେପ୍ଟେମ୍ବର ମଧ୍ୟରେ ସମୁଦାୟ ୩.୪୩ ଲକ୍ଷ ନୂତନ ଶ୍ରମିକ ଯୋଡ଼ି ହୋଇଥିବା ବେଳେ ୨.୮୫ ଲକ୍ଷ ଶ୍ରମିକଙ୍କୁ ଛଟେଇ କରାଯାଇ ୫୮ ହଜାର ଶ୍ରମିକ ଯୋଡ଼ି ହୋଇଛନ୍ତି।
ଅନ୍ୟପଟେ ଜାନୁଆରୀ ପହିଲାରୁ ବାଧ୍ୟତାମୂଳକ କରାଯାଇଥିବା ସମସ୍ତ କାର୍ଯ୍ୟ (ବ୍ୟକ୍ତିଗତ ହିତାଧିକାରୀ କାର୍ଯ୍ୟବ୍ୟତୀତ) ପାଇଁ ଏନଏମଏମଏସ ଆପ ମାଧ୍ୟମରେ ଗୋଟିଏ ଦିନରେ ଶ୍ରମିକମାନଙ୍କର ଜିଓ-ଟ୍ୟାଗ, ଦୁଇଟି ଟାଇମ ଷ୍ଟାମ୍ପ ଫଟୋ ସହିତ ରିୟଲ ଟାଇମ ଉପସ୍ଥାନ ସଂଗ୍ରହ କରିବା ଅନ୍ତର୍ଭୁକ୍ତ। ଯାହାକୁ ୧ ଜାନୁୟାରୀ ୨୦୨୩ ଠାରୁ ବାଧ୍ୟତାମୂଳକ କରାଯାଇଛି। ୨୦୨୪-୨୫ ଆର୍ଥିକ ବର୍ଷରେ ୨୦.୩୫ ଲକ୍ଷ କାର୍ଯ୍ୟସ୍ଥଳୀ (୯୫.୬୬%) ପାଇଁ ଉପସ୍ଥାନ ସଂଗ୍ରହ କରାଯାଇ ପୋର୍ଟାଲରେ ଅପଲୋଡ କରାଯାଇଛି। ୨୦୧୩-୧୪ ଆର୍ଥିକ ବର୍ଷରେ ବଜେଟ ଆବଣ୍ଟନ କେବଳ ବିଇ ପର୍ଯ୍ୟାୟରେ ୩୩,୦୦୦ କୋଟି ଟଙ୍କା ଥିଲା, ଯାହା ଚଳିତ ଆର୍ଥିକ ବର୍ଷ ୨୦୨୪-୨୫ ରେ ୮୬,୦୦୦ କୋଟି ଟଙ୍କା, ଯାହା ଆରମ୍ଭ ପରଠାରୁ ସର୍ବାଧିକ। ଏହାବ୍ୟତୀତ ୨୦୨୪-୨୫ ଆର୍ଥିକ ବର୍ଷରେ ସର୍ବନିମ୍ନ ହାରାହାରି ବେତନ ହାର ୭% ବୃଦ୍ଧି ପାଇଛି। ମହାତ୍ମା ଗାନ୍ଧୀ ଏନଆରଇଜିଏସ କାର୍ଯ୍ୟକାରୀ କରିବା ପାଇଁ ମନ୍ତ୍ରଣାଳୟ ଅର୍ଥ ମନ୍ତ୍ରଣାଳୟଠାରୁ ଅତିରିକ୍ତ ପାଣ୍ଠି ମାଗିଛି। ୧୫ ଦିନର ନିର୍ଦ୍ଧାରିତ ଅବଧି ମଧ୍ୟରେ (ବିଳମ୍ବ ପାଇଁ କୌଣସି କ୍ଷତିପୂରଣ ବିନା) ଶ୍ରମିକଙ୍କ ମଜୁରି ପ୍ରଦାନ କରାଯାଏ ନାହିଁ ବୋଲି କହିବା ଠିକ ନୁହେଁ ବୋଲି ବିଭାଗ ଦର୍ଶାଇଛି। ବର୍ତମାନ ୯୭% ଫଣ୍ଡ ଟ୍ରାନ୍ସଫର ଅର୍ଡର (ଏଫଟିଓ) ଠିକ ସମୟରେ ସୃଷ୍ଟି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟ ବାୟୁସେନାର ଟ୍ରେନି ବିମାନ ଦୁର୍ଘଟଣାଗ୍ରସ୍ତ

ପ୍ରୟାଗରାଜ,୨୧।୧: ଜାନୁଆରୀ ୨୧, ୨୦୨୬ ରେ, ପ୍ରୟାଗରାଜରେ ଏକ ସେନା ତାଲିମ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବିମାନଟି ହଠାତ ଖସି ପଡ଼ି ସହର ମଧ୍ୟଭାଗରେ ଥିବା...

ପଞ୍ଚାୟତିରାଜ ମନ୍ତ୍ରୀଙ୍କ ବଡ଼ ସୂଚନା: ୨୦୨୭ ସୁଦ୍ଧା ୧୫୦ ଜନସଂଖ୍ୟା ଥିବା ଗାଁକୁ ହେବ…

ଭୁବନେଶ୍ୱର,୨୧ା୧: ୨୦୨୭ ସୁଦ୍ଧା ରାଜ୍ୟର ୧୫୦ ଜନସଂଖ୍ୟା ଥିବା ଗାଁକୁ ରାସ୍ତା ହେବ। ଏନେଇ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ ସୂଚନା ଦେଇଛନ୍ତି। ଆସନ୍ତା...

ଯାଉଥିବା ବେଳେ କୂଅରେ ପଡିଲେ ୩ ହାତୀ

ଦେବଗଡ଼,୨୦ା୧(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ବନାଞ୍ଚଳ ରେଙ୍ଗାଳବେଡ଼ା ଫରେଷ୍ଟ ସେକ୍ସନ ଟିଙ୍କବୀର ବିଟ୍‌ହାଉସ୍‌ ଅନ୍ତର୍ଗତ ବରନାଳି ଗ୍ରାମର ଏକ କୂଅରୁ ମଙ୍ଗଳବାର ୩ଟି...

ଆମ ଟିମ ନ୍ୟୁଜିଲାଣ୍ଡ ଠାରୁ ଅଧିକ ମଜଭୁତ, ଟି ୨୦ ସିରିଜ ଜିତିବ, ଜାଣନ୍ତୁ କାହାର ବୟାନ ହେଉଛି ଭାଇରାଲ

ନୂଆଦିଲ୍ଲୀ,୨୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ ବୁଧବାର ନାଗପୁରରେ ଖେଳାଯିବାକୁ ଯାଉଛି। ଏହି ମ୍ୟାଚକୁ ନେଇ...

ବାଲିପାଟଣାରେ ଗଡ଼ିଲା ମୁଣ୍ଡ

ଭୁବନେଶ୍ୱର,୨୧।୧: ଭୁବନେଶ୍ୱର ଉପକଣ୍ଠସ୍ଥ ବାଲିପାଟଣା ଭାପୁର ନାଥସାହିରେ ବୁଧବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସାମାନ୍ୟ ବଚସାରୁ ଜଣେ ଯୁବକଙ୍କୁ ଗାଁର ଅନ୍ୟ ଜଣେ...

ଦୁନିଆର ସବୁଠୁ ବିପଦପୂର୍ଣ୍ଣ ରାସ୍ତା, ଯାତାୟାତ ସମୟରେ କିଛିକ୍ଷଣ ପାଇଁ ଅଟକି ଯାଏ ନିଃଶ୍ୱାସ

ବିଶ୍ୱର ଅନେକ ରାସ୍ତା ଅତ୍ୟନ୍ତ ବିପଦପୂର୍ଣ୍ଣ। ଗାଡ଼ି ଚଳାଇବା ସମୟରେ ସାମାନ୍ୟ ଭୁଲ ଜୀବନ ନେଇପାରେ। ତେଣୁ ଧର୍ଯ୍ୟର ସହିତ ଗାଡ଼ି ଚଳାଇବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।...

ଶସ୍ତାରେ ମିଳିବ ଘର? ବଜେଟରେ ହେବ ବଡ଼ ଘୋଷଣା!

ନୂଆଦିଲ୍ଲୀ,୨୧।୧: ମଧ୍ୟବିତ୍ତ ବର୍ଗର ଲୋକଙ୍କ ପାଇଁ, ଘର ପାଇବା ଏବେ ବି ସ୍ୱପ୍ନ ସାକାର ହେବା ପରି ମନେହୁଏ। ଘରର ମୂଲ୍ୟ ଆକାଶଛୁଆଁ ହେଉଛି, ଏବଂ...

IPL 2026: ହେଲା ବଡ଼ ଘୋଷଣା! ଏହି ୧୮ ପଡ଼ିଆରେ ଖେଳାଯିବ IPL ମ୍ୟାଚ, ରହିଛି ଗୋଟିଏ ବିବାଦୀୟ ଗ୍ରାଉଣ୍ଡ

ନୂଆଦିଲ୍ଲୀ,୨୧।୧: ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୬ ସମ୍ପର୍କରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଏହି ସିଜିନରେ ମ୍ୟାଚ ଖେଳାଯିବ ବୋଲି ସ୍ଥାନ ଘୋଷଣା କରାଯାଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri