ଆଧାର ସହ ଜଡ଼ିତ ନିୟମରେ ବଡ ପରିବର୍ତ୍ତନ; ଏବେ ପ୍ରତି ୧୦ ବର୍ଷରେ କରିବାକୁ ହେବ ଅପ୍‌ଡେଟ୍‌

ନୂଆଦିଲ୍ଲୀ,୧୦।୧୧: ଆଧାରକାର୍ଡକୁ ନେଇ ଜାରି ହେଲା ନୂଆ ନିର୍ଦ୍ଦେଶନାମା। ଦଶ ବର୍ଷ ପୂର୍ବେ ଯେଉଁମାନେ ଆଧାର କାର୍ଡ ପାଇଥିଲେ ଏବଂ ଏହାକୁ କେବେବି ଅପଡେଟ କରିନାହାନ୍ତି ସେମାନଙ୍କ ପାଇଁ ସରକାର ଏହି ନିର୍ଦ୍ଦେଶନାମା ଜାରି କରିଛନ୍ତି। ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟର ବିଜ୍ଞପ୍ତି ଅନୁଯାୟୀ ଯଦି କୌଣସି ବ୍ୟକ୍ତି ଗତ ୧୦ ବର୍ଷ ମଧ୍ୟରେ ଆଧାର କାର୍ଡରେ ତାଙ୍କ ନାମ କିମ୍ବା ଠିକଣା ଅପଡେଟ୍‌ କରିନାହାନ୍ତି, ତେବେ ବର୍ତ୍ତମାନ ସେମାନଙ୍କ ପାଇଁ ତାହା ବାଧ୍ୟତାମୂଳକ ହୋଇଛି। ଏଥିପାଇଁ ଆପଣଙ୍କୁ ପରିଚୟ ପତ୍ର ଏବଂ ଠିକଣା ପ୍ରୁଫ ପ୍ରଦାନ କରିବାକୁ ପଡିବ ।

ଯେଉଁ ଆଧାର ଧାରକମାନେ ଦଶ ବର୍ଷ କିମ୍ବା ତା’ଠାରୁ ଅଧିକ ପୂର୍ବରୁ ଆଧାର କାର୍ଡ ପାଇଥିଲେ ଏବଂ ଏହା ପରେ କେବେ ମଧ୍ୟ ଅପଡେଟ କରିନଥିଲେ ସେମାନଙ୍କୁ ୟୁନିକ ଆଇଡେଣ୍ଟିଫିକେଶନ ଅଥରିଟି ଅଫ୍‌ ଇଣ୍ଡିଆ (UIDAI) ମଧ୍ୟ ଲୋକଙ୍କୁ ସେମାନଙ୍କର ଡକ୍ୟୁମେଣ୍ଟ ଏବଂ ଆବଶ୍ୟକୀୟ ବିବରଣୀ ଅପଡେଟ କରିବାକୁ ଅନୁରୋଧ କରିଥିଲା । ଏବେ UIDAI ସ୍ପଷ୍ଟ କରିଛି ଯେ ଏହା କରିବା ବାଧ୍ୟତାମୂଳକ ନୁହେଁ କିନ୍ତୁ ସରକାର ବର୍ତ୍ତମାନ ଏହାକୁ ଆବଶ୍ୟକ କରିଛନ୍ତି। ଏହାର ମୂଳ ଉଦ୍ଦେଶ୍ୟ ହେଉଛି ଆଧାର ଡାଟାବେସରେ ଆଧାର କାର୍ଡଧାରୀଙ୍କ ସୂଚନାର ସଠିକତା ନିଶ୍ଚିତ କରିବା।

କେଉଁଠାରେ ଅପ୍‌ଡେଟ୍‌ କରିବେ?

ଆଧାର ଅନ୍‌ଲାଇନ୍‌ ଏବଂ ଅଫଲାଇନରେ ଅପଡେଟ ହୋଇପାରିବ। ଅନ୍‌ଲାଇନ୍‌ରେ ଆଧାର ଅପଡେଟ କରିବାକୁ, ଆପଣ https://myaadhaar.uidai.gov.in/ ପୋର୍ଟାଲ ଯାଇ ନିଜେ ଅପଡେଟ କରିପାରିବେ। ଅଫଲାଇନରେ ଅପଡେଟ କରିବାକୁ ଚାହୁଁଥିଲେ ଆପଣଙ୍କୁ ନିକଟସ୍ଥ ଆଧାର କେନ୍ଦ୍ରକୁ ଯିବାକୁ ପଡିବ। କିନ୍ତୁ ସେଠାରେ ଆପଣଙ୍କୁ ସେବା ଚାର୍ଜ ଦେବାକୁ ପଡିବ।

ଅନ୍‌ଲାଇନ୍‌ରେ ଆଧାର କାର୍ଡ କିପରି ଅପଡେଟ କରିବେ?

-ସର୍ବପ୍ରଥମେ ମୋ ଆଧାର ପୋର୍ଟାଲ(https://myaadhaar.uidai.gov.in/)କୁ ଯାଆନ୍ତୁ
-ଆଧାର ନମ୍ବର, କ୍ୟାପଚା ଏବଂ ଓଟିପି ଦେଇ ଲଗ ଇନ କରନ୍ତୁ। ଏହା ପରେ ସେବା ଡ୍ୟାସବୋର୍ଡ ଆପଣଙ୍କ ସାମ୍ନାରେ ଖୋଲିବ।
-ଆପଣ ଡକ୍ୟୁମେଣ୍ଟ ଅପଡେଟ୍‌ର ଶେଷ ଅପ୍ସନ ଉପରେ କ୍ଲିକ କରନ୍ତୁ ।
ପରେ ଆପଣଙ୍କୁ ଆପଣଙ୍କର ସୂଚନା ଯାଞ୍ଚ କରିବାକୁ ପଡିବ ଏବଂ ପ୍ରଦତ୍ତ ବିକଳ୍ପଗୁଡିକରୁ ଆପଣଙ୍କୁ ପରିଚୟ ପ୍ରମାଣ ପାଇଁ ଗୋଟିଏ ଡକ୍ୟୁମେଣ୍ଟ ଏବଂ ଠିକଣା ପ୍ରୁଫ ପାଇଁ ଗୋଟିଏ ଡକ୍ୟୁମେଣ୍ଟ ଅପଡେଟ କରିବାକୁ ପଡିବ।
-ପରିଚୟ ପ୍ରମାଣ ଏବଂ ଠିକଣା ପ୍ରୁଫ ମ୍ୟାଚ ପରେ ଡକ୍ୟୁମେଣ୍ଟ ଗ୍ରହଣ କରାଯିବ। ଏଥିପାଇଁ ଆପଣଙ୍କୁ ସେବା ଚାର୍ଜ ଦେବାକୁ ପଡିବ। ଆଧାର ଅଦ୍ୟତନ ଅନୁରୋଧ ଗ୍ରହଣ ହେବା ପରେ, ଆପଣ ୧୪-ଅଙ୍କ ବିଶିଷ୍ଟ ସେବା ଅନୁରୋଧ ନମ୍ବର ପାଇବେ ।

 

ଆଧାର କାର୍ଡ ହେଉଛି ଭାରତ ନାଗରିକଙ୍କୁ ଭାରତ ସରକାର ଦେଇଥିବା ଏକ ପରିଚୟ ପତ୍ର। ଆଧାର କାର୍ଡ ହେଉଛି UIDAI ଦ୍ୱାରା ଜାରି କରାଯାଇଥିବା ୧୨ ଅଙ୍କ ବିଶିଷ୍ଟ ଅନନ୍ୟ ସଂଖ୍ୟା। ଏଥିରେ ଜଣଙ୍କର ନାମ, ଜନ୍ମ ତାରିଖ, ଆଧାର ନମ୍ବର, ଫଟୋ ଏବଂ ବାୟୋମେଟ୍ରିକ ତଥ୍ୟ ଭଳି ସମସ୍ତ ସୂଚନା ରହିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri