ଆଧାର ସହ ଜଡ଼ିତ ନିୟମରେ ବଡ ପରିବର୍ତ୍ତନ; ଏବେ ପ୍ରତି ୧୦ ବର୍ଷରେ କରିବାକୁ ହେବ ଅପ୍‌ଡେଟ୍‌

ନୂଆଦିଲ୍ଲୀ,୧୦।୧୧: ଆଧାରକାର୍ଡକୁ ନେଇ ଜାରି ହେଲା ନୂଆ ନିର୍ଦ୍ଦେଶନାମା। ଦଶ ବର୍ଷ ପୂର୍ବେ ଯେଉଁମାନେ ଆଧାର କାର୍ଡ ପାଇଥିଲେ ଏବଂ ଏହାକୁ କେବେବି ଅପଡେଟ କରିନାହାନ୍ତି ସେମାନଙ୍କ ପାଇଁ ସରକାର ଏହି ନିର୍ଦ୍ଦେଶନାମା ଜାରି କରିଛନ୍ତି। ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟର ବିଜ୍ଞପ୍ତି ଅନୁଯାୟୀ ଯଦି କୌଣସି ବ୍ୟକ୍ତି ଗତ ୧୦ ବର୍ଷ ମଧ୍ୟରେ ଆଧାର କାର୍ଡରେ ତାଙ୍କ ନାମ କିମ୍ବା ଠିକଣା ଅପଡେଟ୍‌ କରିନାହାନ୍ତି, ତେବେ ବର୍ତ୍ତମାନ ସେମାନଙ୍କ ପାଇଁ ତାହା ବାଧ୍ୟତାମୂଳକ ହୋଇଛି। ଏଥିପାଇଁ ଆପଣଙ୍କୁ ପରିଚୟ ପତ୍ର ଏବଂ ଠିକଣା ପ୍ରୁଫ ପ୍ରଦାନ କରିବାକୁ ପଡିବ ।

ଯେଉଁ ଆଧାର ଧାରକମାନେ ଦଶ ବର୍ଷ କିମ୍ବା ତା’ଠାରୁ ଅଧିକ ପୂର୍ବରୁ ଆଧାର କାର୍ଡ ପାଇଥିଲେ ଏବଂ ଏହା ପରେ କେବେ ମଧ୍ୟ ଅପଡେଟ କରିନଥିଲେ ସେମାନଙ୍କୁ ୟୁନିକ ଆଇଡେଣ୍ଟିଫିକେଶନ ଅଥରିଟି ଅଫ୍‌ ଇଣ୍ଡିଆ (UIDAI) ମଧ୍ୟ ଲୋକଙ୍କୁ ସେମାନଙ୍କର ଡକ୍ୟୁମେଣ୍ଟ ଏବଂ ଆବଶ୍ୟକୀୟ ବିବରଣୀ ଅପଡେଟ କରିବାକୁ ଅନୁରୋଧ କରିଥିଲା । ଏବେ UIDAI ସ୍ପଷ୍ଟ କରିଛି ଯେ ଏହା କରିବା ବାଧ୍ୟତାମୂଳକ ନୁହେଁ କିନ୍ତୁ ସରକାର ବର୍ତ୍ତମାନ ଏହାକୁ ଆବଶ୍ୟକ କରିଛନ୍ତି। ଏହାର ମୂଳ ଉଦ୍ଦେଶ୍ୟ ହେଉଛି ଆଧାର ଡାଟାବେସରେ ଆଧାର କାର୍ଡଧାରୀଙ୍କ ସୂଚନାର ସଠିକତା ନିଶ୍ଚିତ କରିବା।

କେଉଁଠାରେ ଅପ୍‌ଡେଟ୍‌ କରିବେ?

ଆଧାର ଅନ୍‌ଲାଇନ୍‌ ଏବଂ ଅଫଲାଇନରେ ଅପଡେଟ ହୋଇପାରିବ। ଅନ୍‌ଲାଇନ୍‌ରେ ଆଧାର ଅପଡେଟ କରିବାକୁ, ଆପଣ https://myaadhaar.uidai.gov.in/ ପୋର୍ଟାଲ ଯାଇ ନିଜେ ଅପଡେଟ କରିପାରିବେ। ଅଫଲାଇନରେ ଅପଡେଟ କରିବାକୁ ଚାହୁଁଥିଲେ ଆପଣଙ୍କୁ ନିକଟସ୍ଥ ଆଧାର କେନ୍ଦ୍ରକୁ ଯିବାକୁ ପଡିବ। କିନ୍ତୁ ସେଠାରେ ଆପଣଙ୍କୁ ସେବା ଚାର୍ଜ ଦେବାକୁ ପଡିବ।

ଅନ୍‌ଲାଇନ୍‌ରେ ଆଧାର କାର୍ଡ କିପରି ଅପଡେଟ କରିବେ?

-ସର୍ବପ୍ରଥମେ ମୋ ଆଧାର ପୋର୍ଟାଲ(https://myaadhaar.uidai.gov.in/)କୁ ଯାଆନ୍ତୁ
-ଆଧାର ନମ୍ବର, କ୍ୟାପଚା ଏବଂ ଓଟିପି ଦେଇ ଲଗ ଇନ କରନ୍ତୁ। ଏହା ପରେ ସେବା ଡ୍ୟାସବୋର୍ଡ ଆପଣଙ୍କ ସାମ୍ନାରେ ଖୋଲିବ।
-ଆପଣ ଡକ୍ୟୁମେଣ୍ଟ ଅପଡେଟ୍‌ର ଶେଷ ଅପ୍ସନ ଉପରେ କ୍ଲିକ କରନ୍ତୁ ।
ପରେ ଆପଣଙ୍କୁ ଆପଣଙ୍କର ସୂଚନା ଯାଞ୍ଚ କରିବାକୁ ପଡିବ ଏବଂ ପ୍ରଦତ୍ତ ବିକଳ୍ପଗୁଡିକରୁ ଆପଣଙ୍କୁ ପରିଚୟ ପ୍ରମାଣ ପାଇଁ ଗୋଟିଏ ଡକ୍ୟୁମେଣ୍ଟ ଏବଂ ଠିକଣା ପ୍ରୁଫ ପାଇଁ ଗୋଟିଏ ଡକ୍ୟୁମେଣ୍ଟ ଅପଡେଟ କରିବାକୁ ପଡିବ।
-ପରିଚୟ ପ୍ରମାଣ ଏବଂ ଠିକଣା ପ୍ରୁଫ ମ୍ୟାଚ ପରେ ଡକ୍ୟୁମେଣ୍ଟ ଗ୍ରହଣ କରାଯିବ। ଏଥିପାଇଁ ଆପଣଙ୍କୁ ସେବା ଚାର୍ଜ ଦେବାକୁ ପଡିବ। ଆଧାର ଅଦ୍ୟତନ ଅନୁରୋଧ ଗ୍ରହଣ ହେବା ପରେ, ଆପଣ ୧୪-ଅଙ୍କ ବିଶିଷ୍ଟ ସେବା ଅନୁରୋଧ ନମ୍ବର ପାଇବେ ।

 

ଆଧାର କାର୍ଡ ହେଉଛି ଭାରତ ନାଗରିକଙ୍କୁ ଭାରତ ସରକାର ଦେଇଥିବା ଏକ ପରିଚୟ ପତ୍ର। ଆଧାର କାର୍ଡ ହେଉଛି UIDAI ଦ୍ୱାରା ଜାରି କରାଯାଇଥିବା ୧୨ ଅଙ୍କ ବିଶିଷ୍ଟ ଅନନ୍ୟ ସଂଖ୍ୟା। ଏଥିରେ ଜଣଙ୍କର ନାମ, ଜନ୍ମ ତାରିଖ, ଆଧାର ନମ୍ବର, ଫଟୋ ଏବଂ ବାୟୋମେଟ୍ରିକ ତଥ୍ୟ ଭଳି ସମସ୍ତ ସୂଚନା ରହିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଖଣ୍ଡଗିରିରେ ‘ସଲିଟେୟାର’ ପ୍ରକଳ୍ପର ଅନାବରଣ

ଭୁବନେଶ୍ୱର,୨୭।୪: ରାଜ୍ୟର ପ୍ରମୁଖ ଘରୋଇ ସଂସ୍ଥା ତଥା ହର୍ଷପ୍ରିୟା ଗ୍ରୁପ୍‌ ଏବଂ ନୀଳାଚଳ ହୋମ୍ସର ମିଳିତ ସହଯୋଗରେ ଗଠିତ ଯୌଥ ଉଦ୍ୟୋଗ ହର୍ଷପ୍ରିୟା ନୀଳାଚଳ ଗ୍ରୁପ୍‌ର...

ହିନ୍ଦୀର ବ୍ୟବହାର ଉପରେ ଗୁରୁତ୍ୱାରୋପ

ଭୁବନେଶ୍ୱର,୨୭।୪: ନାଲ୍‌କୋ ଅଧ୍ୟକ୍ଷତାରେ ଆୟୋଜିତ ଭୁବନେଶ୍ୱର ନଗର ରାଜଭାଷା କାର୍ଯ୍ୟାନ୍ବୟନ ସମିତି ବା ନରାକାସ୍‌ (ଉପକ୍ରମ)ର ୧୯ତମ ଷାଣ୍ମାସିକ ବୈଠକ ନାଲ୍‌କୋ କର୍ପୋରେଟ କାର୍ଯ୍ୟାଳୟଠାରେ ଶୁକ୍ରବାର...

ଦିନିକିଆ କେୟାର କନେକ୍ଟ କର୍ମଶାଳା

ଭୁବନେଶ୍ୱର,୨୭।୪: କେୟାର ହସ୍ପିଟାଲ ଭୁବନେଶ୍ୱର ପକ୍ଷରୁ ଶୁକ୍ରବାର ସ୍ନାୟୁରୋଗ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ଦିନିକିଆ କେୟାର କନେକ୍ଟ କର୍ମଶାଳାର ଆୟୋଜନ କରାଯାଇଥିଲା। ଏପରିକି...

ଚାନ୍ଦି ଭଣ୍ଡାରରେ ଅକ୍ଷୟତୃତୀୟା ମହୋତ୍ସବ

ଭୁବନେଶ୍ୱର,୨୭ା୪: ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଚାନ୍ଦି ଭଣ୍ଡାର ପକ୍ଷରୁ ଅକ୍ଷୟ ତୃତୀୟା ମହୋତ୍ସବ ପାଳନ କରାଯାଉଛି। ଚାନ୍ଦି ଭଣ୍ଡାରର ଏକ୍ସକ୍ଲୁସିଭ ଆଉଟ୍‌ଲେଟ ଶହୀଦନଗରଠାରେ...

ଉତ୍କଳରେ ନ୍ୟୁକ୍ଲିୟର୍‌ ମେଡିସିନ୍‌ ଅପଡେଟ୍‌ ସମ୍ମିଳନୀ

ଭୁବନେଶ୍ୱର,୨୭।୪(ଅନୁରାଧା ମହାରଣା): ଭୁବନେଶ୍ବର ନୀଳାଦ୍ରିବିହାରସ୍ଥିତ ସୁପର ମଲ୍ଟିସ୍ପେଶାଲିଟି ଉତ୍କଳ ହସ୍ପିଟାଲର ପରିସରରେ ‘ଉତ୍କଳ ନ୍ୟୁକ୍ଲିୟର୍‌ ମେଡିସିନ୍‌ ଅପଡେଟ୍‌-୨୦୨୪’ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି କର୍ମଶାଳାରେ ପ୍ରାରମ୍ଭିକ ଉଦବୋଧନ...

ଜେଇଇ ମେନ୍‌ରେ ବେଦାନ୍ତୁର ବାଜିମାତ୍‌

ଭୁବନେଶ୍ୱର,୨୭।୪: ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବେଦାନ୍ତୁ ଯୁଗ୍ମ ପ୍ରବେଶିକା ପରୀକ୍ଷା ବା ଜେଇଇ (ମେନ୍‌)-୨୦୨୪ ଫଳାଫଳରେ ବାଜିମାତ୍‌ କରିଛି। ଏପରିକି ଏହାର ୧୬୯୮ଜଣ ଛାତ୍ରୀଛାତ୍ରୀ...

ସୁରଟ ଗ୍ରାହକ ଜିତିଲେ ଇ-ସ୍କୁଟର

ଭୁବନେଶ୍ୱର,୨୭।୪: ରାଜ୍ୟର ପ୍ରମୁଖ ଘରୋଇ ସଂସ୍ଥା ତଥା ଅଗ୍ରଣୀ ମସଲା ବ୍ରାଣ୍ଡ୍‌ ‘ରୁଚି’ (ରୁଚି ଫୁଡ୍‌ଲାଇନ)ର ଲୋକପ୍ରିୟ ଯୋଜନା ‘ଫେଷ୍ଟିଭାଲ ବୋନାଞ୍ଜା ଅଫର’ ଜରିଆରେ ସୁରଟର ଭାଗ୍ୟଶାଳୀ...

ପିଏଫ୍‌ପିଡିଏଲ୍‌ ସହ ଏଚ୍‌ଡିଏଫ୍‌ସି ଲାଇଫ୍‌ର ବୁଝାମଣା

ଭୁବନେଶ୍ୱର,୨୭।୪: ଏଚ୍‌ଡିଏଫ୍‌ସି ଲାଇଫ୍‌ ଏବଂ ପିୟରଲେସ୍‌ ଫାଇନାନ୍ସସିଆଲ ପ୍ରଡକ୍ଟସ ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌ (ପିଏଫ୍‌ପିଡିଏଲ୍‌) ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣା ନିକଟରେ ହୋଇଯାଇଛି। ଏପରିକି ଉଭୟ କମ୍ପାନୀଙ୍କ ମଧ୍ୟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri