Posted inଫୁରସତ

ଡ୍ୟାନ୍ସ କରୁଥିଲେ ଯୁବତୀ, ପଛରେ ଛୁଆକୁ ଧରି ଠିଆ ହୋଇଥିଲେ ମହିଳା, ଘଟିଲା ଏମିତି…

ଆଜିକାଲି ଲୋକମାନେ ସୋସିଆଲ ମିଡିଆରେ ଭାଇରାଲ ହେବା ପାଇଁ ଯେକୌଣସିସ୍ତରକୁ ଚାଲିଯିବାକୁ ପ୍ରସ୍ତୁତ ଅଛନ୍ତି। ଅନେକ ଥର ଲୋକମାନେ ଏପରି ଅଜବ ସ୍ଥାନରେ ଡ୍ୟାନ୍ସ କରୁଥିବା ଦେଖିବାକୁ ମିଳିଥାଏ। ତାଙ୍କ ଆଗରେ ଏବଂ ପଛରେ କ’ଣ ଘଟୁଛି ତାହା ମଧ୍ୟ ଦେଖନ୍ତି ନାହିଁ। ଏସବୁ କଥା କିନ୍ତୁ କ୍ୟାମେରାରେ କଏଦ ହୋଇଥାଏ। ଯାହାକୁ ପରେ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଥାନ୍ତି।

@ mikku_0_1 ନାମକ ଏକ ଇନ୍‌ଷ୍ଟାଗ୍ରାମ ପେଜ୍‌ରେ ଭିଡିଓଟି ପୋଷ୍ଟ କରାଯାଇଛି। ଏଥିରେ ଜଣେ ଯୁବତୀ ହରିୟାଣୀ ଗୀତରେ ଡ୍ୟାନ୍ସ କରୁଛନ୍ତି। ସପନା ଚୌଧୁରୀଙ୍କର ଏକ ପ୍ରସିଦ୍ଧ ଗୀତ ‘ଗଜବାନ ପାନି ଲେ ଚଲି ସଙ୍ଗ୍‌’ରେ ଡ୍ୟାନ୍ସ କରୁଥିଲେ। କିନ୍ତୁ ଯୁବତୀଙ୍କ ପଛରେ ଯାହା ଘଟିଲା ଦେଖିଲେ ଆଶ୍ଚର୍ଯ୍ୟ ହେବେ।

 

ଭିଡିଓରୁ ଜଣାପଡୁଛି କିଛି ବିବାହ ସମାରୋହ କିମ୍ବା ଅନ୍ୟାନ୍ୟ ଘରୋଇ ସମାରୋହ ଚାଲିଛି। ପିଲା ଏବଂ ବୟସ୍କମାନେ ପାଖରେ ବସିଥିବାର ଦେଖାଯାଏ। ଯୁବତୀ ଜଣକ ସାମ୍ନାରେ ଡ୍ୟାନ୍ସ କରୁଥିବା ବେଳେ ଜଣେ ମହିଳା ତାଙ୍କ କୋଳରେ ଏକ ଛୋଟ ପିଲା ଧରି ତାଙ୍କ ପଛରେ ଠିଆ ହୋଇଛନ୍ତି। ହଠାତ୍‌ ଜଣେ ପୁରୁଷ ସେଠାକୁ ଆସି ମହିଳାଙ୍କୁ କୋଳରେ ନେବାକୁ ଚେଷ୍ଟା କରୁଥିଲେ। ଏହି ଦୁର୍ଘଟଣାରେ ସମୟରେ ମହିଳା ଏବଂ ଶିଶୁର ମୁଣ୍ଡ ଚେୟାରରେ ପିଟି ହୋଇଗଲା। ସେଠାରେ ଉପସ୍ଥିତ ଥିବା ବ୍ୟକ୍ତି ଧକ୍କା ଦେଇ ଅଟକାଇ ଦେଲେ। ନଚେତ୍‌ ପିଲାଟି ତେଲ କଡ଼େଇରେ ପଡ଼ିବାର ସମ୍ଭାନା ଥିଲା। ଏହା ପରେ ପୁରୁଷ ଜଣକ ମହିଳାଙ୍କୁ ନିଜ କୋଳରେ ଉଠାଇ ସେଠାରୁ ସେଠାରୁ ନେଇଗଲେ।

ଏହି ଭିଡିଓକୁ ୫୧ ଲକ୍ଷ ଭ୍ୟୁ ମିଳିଛି। କିନ୍ତୁ ଭିଡିଓ ଏତେ ଅଦ୍ଭୁତ ଯେ, ଟ୍ରୋଲ୍‌ ହେବା ଭୟରେ ଭିଡିଓ ପୋଷ୍ଟ କରିଥିବା ୟୁଜର ତାଙ୍କ କମେଣ୍ଟ ସେକ୍ସନକୁ ବନ୍ଦ କରିଦେଇଛନ୍ତି। ଏହି ଯୁବତୀଙ୍କ ଇନ୍‌ଷ୍ଟାଗ୍ରାମରୁ ସ୍ପଷ୍ଟ ଯେ,ସେ ରୋହତକର ବାସିନ୍ଦା। ତାଙ୍କର ୨ ଲକ୍ଷରୁ ଅଧିକ ଫଲୋଅର୍ସ ଅଛନ୍ତି ଏବଂ ଅନେକ ସମୟରେ ସୋସିଆଲ ମିଡିଆରେ ତାଙ୍କ ଡ୍ୟାନ୍ସ ଭିଡିଓ ପୋଷ୍ଟ କରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ବରରେ ପହଞ୍ଚିଲେ ମୁଖ୍ୟ ନିର୍ବାଚନ କମିଶନର, ପୁରୀରେ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରି କୋଣାର୍କ ଯିବେ

ଭୁବନେଶ୍ବର,୨୭/୧୨: ଭାରତର ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ୩ ଦିନିଆ ଓଡ଼ିଶା ଗସ୍ତ ରହିଥିବା ବେଳେ ସେ ଭୁବନେଶ୍ବରରେ ଆସି ପହଞ୍ଚିଛନ୍ତି । ଆଜି ପୁରୀରେ...

କ୍ରିକେଟ୍‌ ଖେଳୁଥିଲେ ଚଳଚ୍ଚିତ୍ର ନିର୍ଦ୍ଦେଶକ, ହଠାତ୍‌ ଟଳିପଡ଼ିଲେ: ଆଉ ତା’ପରେ…

ଟିଟିଲାଗଡ଼,୨୮ା୧୨(ଶରତ ମିଶ୍ର):ଟିଟିଲାଗଡ଼ ଖେଳପଡିଆରେ ଶୁକ୍ରବାର କ୍ରିକେଟ୍‌ ଖେଳୁଥିବା ଜଣେ ଚଳଚ୍ଚିତ୍ର ନିର୍ଦ୍ଦେଶକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବଲାଙ୍ଗୀର ଜିଲା ଟିଟିଲାଗଡ଼ ଥାନା ଅଧୀନ ହାଇସ୍କୁଲପଡା...

୪ ଦିନ ପରେ ବଢ଼ିବ ତାପମାତ୍ରା: କୋରାପୁଟ ସବୁଠୁ ଥଣ୍ଡା

ଭୁବନେଶ୍ୱର,୨୭ା୧୨(ବନ୍ଦନା ସେଠୀ):ରାଜ୍ୟରେ ଲଗାତର ଭାବେ ଥଣ୍ଡାର ପ୍ରକୋପ ଜାରି ରହିଛି। ଏହା ସାଙ୍ଗକୁ ବିଭିନ୍ନ ଜିଲାରେ ଘନ କୁହୁଡି ଯାତାୟାତରେ ସମସ୍ୟା ଉପୁଜାଉଛି। ରାଜ୍ୟରେ ମୁଖ୍ୟତଃ...

ବ୍ରେକ ଫେଲ୍ ହୋଇ ଟ୍ରକ ଦୁର୍ଘଟଣା, ୧୬ ନଂ ଜାତୀୟ ରାଜପଥରେ ଗାଡି ଚଳାଚଳ ବାଧାପ୍ରାପ୍ତ

ଭଦ୍ରକ, ୨୭/୧୨(ସନାତନ ରାଉତ): ୧୬ ନଂ ଜାତୀୟ ରାଜପଥର ଧାମରା ବ୍ରିଜ ତଳେ ରାସ୍ତାରେ ଟ୍ରକ ଦୁର୍ଘଟଣା ହୋଇଛି । ଫଳରେ ଏକ ଦୁର୍ଘଟଣା ଗ୍ରସ୍ତ ଟ୍ରକ...

ଦୋକାନରେ ଶୋଇଥବା ବେଳେ ଲାଗିଗଲା ନିଆଁ, ଦୋକାନୀ ଜୀବନ୍ତଦଗ୍ଧ

ପାଟକୁରା ୨୭/୧୨(ରବୀନ୍ଦ୍ର ନାଥ ବାରିକ ): କେନ୍ଦ୍ରାପଡା ଜିଲା ଗରଦପୁର ବ୍ଳକ ଅଧୀନ କଳାବୁଦା ବାରୁଣୀ ବଜାରରେ ଶନିବାର ଏକ ଦୁଃଖଦ ଘଟଣା ଘିଟିଛି ।...

ଭାଷଣ ଦେଉଥିଲେ ଭାଜପା ଏମ୍‌ପି. ଆକ୍ରମଣ କଲା ମହୁମାଛି: ଆଉ ତା’ପରେ…

ଲକ୍ଷ୍ନୌ,୨୭।୧୨: ଉତ୍ତର ପ୍ରଦେଶର ଦେଓରିଆର ରବିନ୍ଦ୍ର କିଶୋର ଶାହି ଷ୍ଟାଡିୟମରେ ସଂସଦୀୟ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହେଉଥିଲା। କ୍ରୀଡା ମହୋତ୍ସବର ଶେଷ ପର୍ଯ୍ୟାୟ ଶେଷ ହୋଇଥିଲା।...

ପୋଲକୁ ଧକ୍କା ଦେଇ ଓଲଟିଲା ଟୁରିଷ୍ଟ ଗାଡ଼ି, ୭ଜଣ ଆହତ

ସମ୍ବଲପୁର: ରେଢ଼ାଖୋଲ ରାସ୍ତାରେ ସଡ଼କ ଦୁର୍ଘଟଣା । ଭୁବନେଶ୍ୱରରୁ ସମ୍ବଲପୁର ଯିବା ବେଳେ ଦୁର୍ଘଟଣା ଘଟିଥିବା ସୂଚନା ରହିଛି । ପୋଲକୁ ଧକ୍କା ଦେଇ ଓଲଟିପଡିଲା...

୫୨୦ ନମ୍ବର ଜାତୀୟ ରାଜପଥରେ ଦୁଇ ଟ୍ରକ ମୁହାଁମୁହିଁ ଧକ୍କା , ୨ ଡ୍ରାଇଭରଙ୍କ ମୃତ୍ୟୁ

ବଣାଇଁ, ୨୭|୧୨(ପ୍ରଦୀପ ତ୍ରିପାଠୀ )-: କୋଇଡାରେ ସଡ଼କ ଦୁର୍ଘଟଣା । ମୁହାଁମୁହିଁ ଧକ୍କା ହେଲା ଦୁଇ ଟ୍ରକ । ଭୟଙ୍କର ଦୁର୍ଘଟଣାରେ ୨ ଡ୍ରାଇଭରଙ୍କ ମୃତ୍ୟୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri