Posted inଜାତୀୟ

ଏକକାଳୀନ ୧୫ ମହାପୁରୁଷଙ୍କ ଚିତ୍ର ଆଙ୍କିଲେ ଯୁବତୀ

ଲକ୍ଷ୍ନୌ, ୨୯।୧୦: କଳା ଈଶ୍ୱରଙ୍କ ପ୍ରଦତ୍ତ ଏଭଳି ଏକ ଉପହାର, ଯାହାର କୌଣସି ତୁଳନା ନାହିଁ। କେତେଜଣ ବ୍ୟକ୍ତି ନିଜ ଅନନ୍ୟ ପ୍ରତିଭା ମାଧ୍ୟମରେ ଲୋକଙ୍କ ପ୍ରିୟଭାଜନ ହୋଇଥାନ୍ତି ତ ଆଉ କେହି ବହୁ ସମ୍ମାନ ହାତେଇଥାନ୍ତି। ଉତ୍ତର ପ୍ରଦେଶ ବୁଡାନରେ ଥିବା ବିଜୟ ନଗର ଗ୍ରାମର ନୂର ଜାହାନ୍‌ ନିଜର ଅନନ୍ୟ କଳା ପ୍ରତିଭା ପାଇଁ ସାରା ଦେଶରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ପିଲାଟି ଦିନରୁ ଚିତ୍ରାଙ୍କନ ପ୍ରତି ରୁଚି ରଖୁଥିବା ନୂର ଏକକାଳୀନ ୧୫ ସ୍ବାଧୀନତା ସଂଗ୍ରାମୀଙ୍କ ଚିତ୍ର ଆଙ୍କି ଏବେ ପ୍ରଶଂସାର ପାତ୍ର ହୋଇଛନ୍ତି। ଜଣେ ଚିତ୍ରକର ଭଳି ରଙ୍ଗ ତୂଳୀ କିମ୍ବା ପେନ୍‌ସିଲ୍‌ ମୁନରେ ନୁହେଁ ବରଂ କଲମରେ ଚିତ୍ର ଆଙ୍କୁଥିବା ଦେଖିବାକୁ ମିଳିଛି।
ନୂର ଚିତ୍ର ଆଙ୍କୁଥିବାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ବହୁଳ ପ୍ରସାର ହେବାରେ ଲାଗିଛି। ୯ ଖଣ୍ଡ କାଠକୁ ଯୋଡ଼ି ସେ ପ୍ରଥମେ ଏକ ଫ୍ରେମ୍‌ ତିଆରି କରୁଛନ୍ତି। ଉକ୍ତ ଫ୍ରେମ୍‌ରେ ତିଆରି ହେଉଥିବା ୧୫ଟି କୋଠରିରେ ସେ ୧୫ ଟି କଲମ ବାନ୍ଧୁଛନ୍ତି। ଏହାପରେ ହ୍ବାଇଟ୍‌ ବୋର୍ଡ ଭଳି ରଖାଯାଇଥିବା ଡ୍ରଇଂ ପେପରରେ ଗୋଟିଏ ହାତରେ ସେହି କଲମ ଖଞ୍ଜାଯାଇଥିବା ସେହି ଫ୍ରେମ୍‌କୁ ଧରି ଚିତ୍ର ଆଙ୍କୁଥିବାର ଭଇରାଲ ଭିଡିଓରେ ଦେଖାଯାଇଛି। ବିନା ବିରତିରେ କିଛି ସମୟ ଭିତରେ ନୂର ଏକକାଳୀନ ମହାତ୍ମା ଗାନ୍ଧୀ, ଭଗତ ସିଂ, ସୁଭାସ ଚନ୍ଦ୍ର ବୋଷ, ଡା. ରାଜେନ୍ଦ୍ର ପ୍ରସାଦ, ଡା. ବି.ଆର୍‌. ଆମ୍ବେଦକରଙ୍କ ଭଳି ୧୫ ଜଣ ମହାପୁରୁଷଙ୍କ ଚିତ୍ର ଆଙ୍କିଛନ୍ତି। ମହିନ୍ଦ୍ରା ଗ୍ରୁପ୍‌ର ଚେୟାରମ୍ୟାନ୍‌ ଆନନ୍ଦ ମହିନ୍ଦ୍ରା ବହୁଳ ପ୍ରସାରିତ ଏହି ଭିଡିଓଟିକୁ ସୋସିଆଲ ମିଡିଆରେ ଶେୟାର କରି ନୂରଙ୍କ ଏହି ନିଆରା ପ୍ରତିଭାକୁ ଚମତ୍କାର ବୋଲି କହିଛନ୍ତି। ସୋସିଆଲ ମିଡିଆ ୟୁଜର୍ସ ମଧ୍ୟ ଭିଡିଓକୁ ଦେଖି ନୂରଙ୍କୁ ପ୍ରଶଂସା କରିବାରେ କୌଣସି ମଉକା ଛାଡ଼ିନାହାନ୍ତି। ପିଲାବେଳୁ ଚିତ୍ରାଙ୍କନ ପ୍ରତି ନୂରଙ୍କର ବିଶେଷ ଆଗ୍ରହ ଥିବାବେଳେ ଏହା ଜରିଆରେ ସେ ଦେଶ ପାଇଁ ଗୌରବ ଆଣିବାକୁ ଚାହୁଁଥିବା ଭିଡିଓରେ ଜନୈକ ବ୍ୟକ୍ତି କରୁଥିବା ଶୁଣାଯାଇଛି। ଆନନ୍ଦ ମହିନ୍ଦ୍ରା ନୂରଙ୍କୁ ସମସ୍ତ ପ୍ରକାର ଆର୍ଥତ୍କ ସହଯୋଗ ଯୋଗାଇଦେବେ ବୋଲି ମଧ୍ୟ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

ବନ୍ତରେ କାଳବୈଶାଖୀର ତାଣ୍ଡବ; ଉଜୁଡ଼ିଲା ଫସଲ, ମୁଣ୍ଡରେ ହାତଦେଲେ ଚାଷୀ

ବନ୍ତ,୮।୪(କିଶୋର କୁମାର ସେଠୀ ): ଗତ ମଙ୍ଗଳବାର ଦିନ କାଳବୈଶାଖୀ ପ୍ରଭାବରେରେ ଭଦ୍ରକ ଜିଲା ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ବ୍ୟାପକ ପନି ପରିବା ଏବଂ ଡାଲି…

ଇରାନକୁ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ଦେଶ ଉପରେ ଲାଗିବ ୫୦% ଟାରିଫ, ଯୁଦ୍ଧବିରତି ପରେ ଟ୍ରମ୍ପଙ୍କ ଘୋଷଣା

ଓ୍ବାଶିଂଟନ୍‌,୮।୪:  ଯୁଦ୍ଧବିରତି ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି । ସେ ଦୃଢ଼ତାର ସହିତ କହିଛନ୍ତି ଯେ ଇରାନରେ ନେତୃତ୍ୱର ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri