ଯୁବତୀଙ୍କୁ ଏସିଡ୍‌ ମାଡ଼: ଅଭିଯୁକ୍ତ ଅଟକ

ଭୁବନେଶ୍ୱର,୧୩ା୮(ବ୍ୟୁରୋ):ରାଜଧାନୀରେ ଜଣେ ଯୁବତୀଙ୍କ ଉପରକୁ ଏସିଡ୍‌ ମାଡ଼ କରାଯାଇଛି। ଏଥିରେ ଯୁବତୀଙ୍କ ମୁହଁର ବାମ ପାର୍ଶ୍ୱ ପୋଡ଼ି ଯାଇଛି। ଏସିଡ୍‌ ମାଡ଼ କରିଥିବା ଯୁବକ ହେଉଛନ୍ତି ନିମାପଡ଼ା ଅଞ୍ଚଳର ପପୁ ରାଉତ। ୨ବର୍ଷ ତଳେ ନୋଟାରୀ ପବ୍ଲିକ୍‌ଙ୍କ ନିକଟରେ ପପୁ ଉକ୍ତ ଯୁବତୀଙ୍କୁ ବିବାହ କରିଥିବା ଜଣାପଡ଼ିଛି। ପୀଡ଼ିତା ପପୁଙ୍କ ବିରୋଧରେ ଧଉଳି ଥାନାରେ ଅଭିଯୋଗ କରିବା ପରେ ପୋଲିସ ଏକ ମାମଲା (ନଂ.୧୨୧/୨୦୨୧) ରୁଜୁ କରି ଅଭିଯୁକ୍ତ ପପୁଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଥିବା ଜଣାପଡ଼ିଛି। ଏସିଡ୍‌ ମାଡ କରାଯାଇଥିବା ନେଇ ପୀଡ଼ିତା ଏତଲାରେ ଉଲ୍ଲେଖ କରିଥିବାବେଳେ ଏହା ଏସିଡ୍‌ ନୁହେଁ, ଅନ୍ୟ କୌଣସି ରାସାୟନିକ ପଦାର୍ଥ ତାଙ୍କ ଦେହରେ ପକାଯାଇଥିବା ପୋଲିସ ସନ୍ଦେହ କରୁଛି। ତଦନ୍ତ ଜାରି ରହିଥିବାରୁ ପୋଲିସ ଅଧିକ କିଛି ସୂଚନା ଦେବାକୁ ମନା କରିଦେଇଛି।
ମିଳିଥିବା ସୂଚନା ଅନୁସାରେ ପପୁଙ୍କ ଘର ପୁରୀ ଜିଲା ନିମାପଡ଼ାରେ ହୋଇଥିବାବେଳେ ସେ ପିପିଲିର ଜଣେ ଯୁବତୀଙ୍କୁ ଭଲ ପାଉଥିଲେ। ପରେ ଉଭୟେ ୨୦୧୯ରେ ନୋଟାରୀଙ୍କ ନିକଟରେ ବିବାହ କରିଥିଲେ। ବିବାହ ପରେ ସେମାନେ ଏକତ୍ର ନ ରହି ନିଜ ନିଜ ଘରେ ରହୁଥିଲେ। ହେଲେ ନୋଟାରୀରେ ବିବାହ କରିଥିବାରୁ ଯୁବତୀ ଜଣକ ପପୁଙ୍କ ସାଙ୍ଗରେ ରହିବାକୁ ସବୁବେଳେ ଜିଦ୍‌ ଧରୁଥିଲେ। ହେଲେ ପପୁ କିଛି ନା କିଛି ବାହାନା ଦେଖାଇ ଦିନ ଗଡ଼େଇ ଚାଲିଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଅଧିକାଂଶ ସମୟରେ ଝଗଡ଼ା ମଧ୍ୟ ଲାଗୁଥିଲା। ବୁଧବାର ପପୁ ଉକ୍ତ ଯୁବତୀଙ୍କୁ ଧଉଳି ନିକଟକୁ ଡକାଇଥିଲେ। ଯୁବତୀ ଜଣକ ସେଠାରେ ପହଞ୍ଚତ୍ବା ପରେ ଉଭୟେ ବସି କଥା ହୋଇଥିଲେ। ଏହି ସମୟରେ କୌଣସି କାରଣକୁ ନେଇ ପପୁ ନୋଟାରୀ ନିକଟରେ କରିଥିବା ବିବାହର ସମସ୍ତ କାଗଜପତ୍ରକୁ ପୋଡ଼ିବାକୁ ଚେଷ୍ଟା କରିଥିଲେ। ଏହାକୁ ଯୁବତୀ ବିରୋଧ କରିବାରୁ ପପୁ ରାଗିଯାଇ ନିଜ ସାଥିରେ ଆଣିଥିବା ଏସିଡ୍‌ ଯୁବତୀଙ୍କ ମୁହଁକୁ ଫୋପାଡ଼ି ସେଠାରୁ ଫେରାର ହୋଇଯାଇଥିଲେ। ଯୁବତୀ ଜଣଙ୍କ କଷ୍ଟରେ ଛଟପଟ ହୋଇ ଚିତ୍କାର କରିବାରୁ ସ୍ଥାନୀୟ ଲୋକେ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri