ପାଟଣା,୨୫ା୧(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ସାହାରପଡ଼ା ବ୍ଲକ ବରବେଡ଼ା ଆମ୍ବ ବାଗାନ ନିକଟ ଗଡ଼ିଆରୁ ରବିବାର ସାହାରପଡ଼ା ଫାଣ୍ଡି ପୋଲିସ ଜଣେ ୨୧ ବର୍ଷୀୟ ଯୁବକଙ୍କ ମୃତଦେହ ଜବତ କରିଛି। ମୃତକ ଜଣକ ହେଉଛନ୍ତି ଉକ୍ତ ଫାଣ୍ଡି ଗଣ୍ଡ ବେଡ଼ା ପଞ୍ଚାୟତ ଅନ୍ତର୍ଗତ ଲକ୍ଷ୍ମୀପଶି ଗ୍ରାମର କିଶୋର ମୁଣ୍ଡାଙ୍କ ପୁଅ ଚନ୍ଦନ।
ମିଳିଥିବା ସୂଚନାନୁଯାୟୀ, ଶନିବାର ଚନ୍ଦନ ବାଇକ୍ ଯୋଗେ ଚାତରପାଣିକୁ ଟୁସୁ ଯାତ୍ରା ଦେଖାଇବାକୁ ଯାଇ ରାତିରେ ଲକ୍ଷ୍ମୀପଶିକୁ ଫେରୁଥିବା ବେଳେ ବରବେଢ଼ା ସ୍କୁଲ ନିକଟରେ ଅଜଣା ଗାଡ଼ି ଧକ୍କା ଦେଇଚାଲି ଯାଇଥିଲା। ଯାହାଫଳରେ ଚନ୍ଦନ ବାଇକ୍ ସହିତ ପୋଖରୀ ଭିତରେ ପଡ଼ି ପଡ଼ିଯାଇଥିଲେ। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ରବିବାର ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେବା ପରେ ସାହାରପଡ଼ା ଫାଣ୍ଡି ଅଧିକାରୀ ପାର୍ଥ ଓରାମ ପହଞ୍ଚି ମୃତଦେହ ଉଦ୍ଧାର କରି ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ କରାଇ ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛନ୍ତି।

