ବନ୍ୟାଜଳରେ ସାଇକେଲ ସହ ଭାସିଗଲେ ଯୁବକ

କେନ୍ଦ୍ରାପଡ଼ା ଅଫିସ, ୨୬।୮: ବ୍ରାହ୍ମଣୀରେ ଆସିଥିବା ବନ୍ୟାରେ ଭାସିଯାଇ ଯୁବକଙ୍କ ମୃତ୍ୟୁ ଘଟିଛି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଥାନା ଅଞ୍ଚଳରେ। ମୃତକ ହେଲେ ମଣ୍ଡପଡା ଗ୍ରାମର ସୁନୀଲ ସାହୁ(୨୧) ।
ସୂଚନାଯୋଗ୍ୟ, ମଧ୍ୟାହ୍ନରେ ସୁନୀଲ ସଉଦା ଆଣିବାକୁ ବଜାର ଯାଉଥିଲେ । ମାତ୍ର ଗାଁ ରାସ୍ତା ବନ୍ୟାରେ ସୁଅ ମୁହଁରେ ସାଇକେଲ ସହ ପଡ଼ି ଯାଇଥିଲେ ସୁନୀଲ। ଗାଁ ଲୋକେ ବହୁ ଖୋଜାଖୋଜି କରିଥିଲେ । ପରେ ତଣ୍ଡି ବୁଦା ପାଖରୁ ତାଙ୍କୁ ଉଦ୍ଧାର କରି ପଟ୍ଟାମୁଣ୍ଡାଇ ଉପଖଣ୍ଡ ଚିକିତ୍ସାଳୟକୁ ଆଣିଥିଲେ । ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।