ବର୍ଷକ ପରେ ରସିଦ ମିଳିଲା

ଉମରକୋଟ,୧୬ା୪(ସ୍ବ.ପ୍ର.): ବନ ବିଭାଗ ଅଧିକାରୀ ଟଙ୍କା ନେଉଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହାକୁ ନେଇ ବିଭାଗୀୟ ଅଧିକାରୀଙ୍କ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ।
ଉମରକୋଟ ବନାଞ୍ଚଳ ସିଂସାରି ବିଟ୍‌ ଅଧିନରେ ଦନ୍ଦୀବେଡା ଗ୍ରାମର ଜଣେ ବ୍ୟକ୍ତିିଙ୍କ କୁଡ଼ିଆ ଘର କାନ୍ଥକୁ ଲାଗି ଏକ ଗଛ ରହିଥିଲା । ବର୍ଷା ପବନରେ ତାହା ଘର ଉପରେ ପଡିଯିବା ଭୟ ଥିବାରୁ ସେ ଉକ୍ତ ଗଛ କାଟି ଦେଇଥିଲେ। କାଠ ସବୁ ନିଜେ କରିଥିବା ଇଟା ଭାଟିରେ ବ୍ୟବହାର କରିଥିଲେ। ଏହି ଖବର କାର୍ଯ୍ୟରତ ବନପାଳ କାମାକ୍ଷା ପ୍ରସାଦ ସ୍ବାଇଁ ଜାଣିବା ପରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ସିଂସାରି କାର୍ଯ୍ୟାଳୟକୁ ଡକାଇ କେସ ବାବଦକୁ ୩୦୦୦ ଟଙ୍କା ପୈଠ କରିବାକୁ କହିଥିଲେ । ଉକ୍ତ ଭିଡିଓରେ ବ୍ୟକ୍ତି ଜଣକ ଅଧିକାରୀଙ୍କ ସମ୍ମୁଖରେ ଅନେକ ନେହୁରା ହେବା ପରେ ବନପାଳ ସ୍ବାଇଁ ୨୦୦୦ଟଙ୍କାରେ ରାଜି ହେବାରୁ ବ୍ୟକ୍ତି ଜଣକ ତାହା ଦେଇଥିଲେ। ଟଙ୍କା ନେବା ସମୟର ସମସ୍ତ ବର୍ତ୍ତାଳାପ ଓ ବାର୍ତ୍ତାର ଭିଡିଓ ସାମାଜିକ ଗଣ ମାଧ୍ୟମରେ ଘୁରି ବୁଲୁଛି। ଘଟଣାକୁ ନେଇ ଜିଲା ବନାଞ୍ଚଳ ଅଧିକାରୀଙ୍କୁ ପଚାରିବାରୁ ଏ ବିଷୟରେ ସେ ଜାଣିନାହାନ୍ତି, ଉମରକୋଟ ରେଞ୍ଜରଙ୍କ ସହ କଥା ହେବାକୁ କହିଥିଲେ। ରେଞ୍ଜର ଅସିତ କୁମାର ସାହୁଙ୍କୁ ପଚାରିବାରୁ ସେ କହିଥିଲେ ଜଣେ ଫରେଷ୍ଟର କୋଡ଼ିଏ ହଜାର ଯାଏ ଫାଇନ ଆଦାୟ କରିବା କ୍ଷମତା ରହିଛି ବୋଲି କହିଥିଲେ। ତେଣୁ ସେ ଟଙ୍କା ଆଦାୟ କରିଛନ୍ତି । ଏହି ଭିଡିଓଟି ଏକ ବର୍ଷ ତଳର। ବନପାଳ ସ୍ବାଇଁଙ୍କୁ ବଦନାମ କରିବାକୁ ଏହି ଭଳି ପ୍ରୟାସ କରାଯାଉଛି ବୋଲି ରେଞ୍ଜର ସୂଚନା ଦେଇଥିଲେ। ଅନ୍ୟପଟେ ଏକ ବର୍ଷ ପରେ ଭିଡିଓ ଭାଇରାଲ ହେବା ଦେଖି ବନପାଳ ସ୍ବାଇଁ ଓ କିଛି ଅନୁଗତ କର୍ମଚାରୀ ଗତ ୨ ତାରଖରେ ୨୦୦୦ ଟଙ୍କାର ଏକ ରସିଦ କାଟିଥିଲେ। କିଛିଦିନ ପରେ ରାତି ଅଧରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ରସିଦ ଦେଇ ଆସିଥିଲେ। ଘଟଣାଟି ପଦାକୁ ଆସିବାରୁ ଅଧିକାରୀମାନେ ଚଳିତ ମାସରେ ରସିଦ କାଟିଥିବା ଜଣାପଡିଛି। ଅନ୍ୟପଟେ ବନ ବିଭାଗର ନିୟମ ଅନୁଯାୟୀ ଯେ କୌଣସି ଅପରାଧିକ ମାମଲା ହେଲେ ପ୍ରଥମେ ଅଫେନ୍ସ ରେଜିଷ୍ଟରରେ ଲେଖା ଯାଇଥାଏ ଓ ପରେ ସେହି ମାମଲାରେ ରସିଦ କଟା ଯାଇଥାଏ। ଉକ୍ତ କେସରେ ନିୟମକୁ ପାଳନ କରାଯାଇ ନାହିଁ। ଯାହା ଫଳରେ ରସିଦ କଟାଯାଇଥିବା ବିଷୟ ରେଞ୍ଜର ମଧ୍ୟ ଜାଣି ନାହାନ୍ତି। ଅପରପକ୍ଷେ ଏ ନେଇ ବନପାଳ ସ୍ବାଇଁଙ୍କୁ ପଚାରିବାରୁ ଗାର୍ଡ ଜଣଙ୍କ ମୋତେ ଟଙ୍କା ଦେଇନଥିଲେ, କିଛିଦିନ ତଳେ ଦେଲେ। ତେଣୁ ଏବେ ରସିଦ କଟାଯାଇଛି ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ଟୋକୀମରା ପର୍ବ ପାଇଁ ହାଟରେ ଜନସମୁଦ୍ର: ବିପଦପୂର୍ଣ୍ଣ ସ୍ଥାନରେ ଚାଲିଛି କିଣାବିକା, ପ୍ରଶାସନିକ ଅବହେଳାକୁ…

ଥୁଆମୂଳ ରାମପୁର,୨୪।୧୨(ଦୁର୍ଗା କୀର୍ତ୍ତି): ସ୍ଥାନୀୟ ଅଞ୍ଚଳର ଆଦିବାସୀମାନଙ୍କ ପାରମ୍ପରିକ ମୁଖ୍ୟ ପର୍ବ “ଟୋକୀମରା”ପାଇଁ ଆଜି କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ସ୍ଥିତ ବିଦେଶୀ...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri