ବର୍ଷକ ପରେ ରସିଦ ମିଳିଲା

ଉମରକୋଟ,୧୬ା୪(ସ୍ବ.ପ୍ର.): ବନ ବିଭାଗ ଅଧିକାରୀ ଟଙ୍କା ନେଉଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହାକୁ ନେଇ ବିଭାଗୀୟ ଅଧିକାରୀଙ୍କ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ।
ଉମରକୋଟ ବନାଞ୍ଚଳ ସିଂସାରି ବିଟ୍‌ ଅଧିନରେ ଦନ୍ଦୀବେଡା ଗ୍ରାମର ଜଣେ ବ୍ୟକ୍ତିିଙ୍କ କୁଡ଼ିଆ ଘର କାନ୍ଥକୁ ଲାଗି ଏକ ଗଛ ରହିଥିଲା । ବର୍ଷା ପବନରେ ତାହା ଘର ଉପରେ ପଡିଯିବା ଭୟ ଥିବାରୁ ସେ ଉକ୍ତ ଗଛ କାଟି ଦେଇଥିଲେ। କାଠ ସବୁ ନିଜେ କରିଥିବା ଇଟା ଭାଟିରେ ବ୍ୟବହାର କରିଥିଲେ। ଏହି ଖବର କାର୍ଯ୍ୟରତ ବନପାଳ କାମାକ୍ଷା ପ୍ରସାଦ ସ୍ବାଇଁ ଜାଣିବା ପରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ସିଂସାରି କାର୍ଯ୍ୟାଳୟକୁ ଡକାଇ କେସ ବାବଦକୁ ୩୦୦୦ ଟଙ୍କା ପୈଠ କରିବାକୁ କହିଥିଲେ । ଉକ୍ତ ଭିଡିଓରେ ବ୍ୟକ୍ତି ଜଣକ ଅଧିକାରୀଙ୍କ ସମ୍ମୁଖରେ ଅନେକ ନେହୁରା ହେବା ପରେ ବନପାଳ ସ୍ବାଇଁ ୨୦୦୦ଟଙ୍କାରେ ରାଜି ହେବାରୁ ବ୍ୟକ୍ତି ଜଣକ ତାହା ଦେଇଥିଲେ। ଟଙ୍କା ନେବା ସମୟର ସମସ୍ତ ବର୍ତ୍ତାଳାପ ଓ ବାର୍ତ୍ତାର ଭିଡିଓ ସାମାଜିକ ଗଣ ମାଧ୍ୟମରେ ଘୁରି ବୁଲୁଛି। ଘଟଣାକୁ ନେଇ ଜିଲା ବନାଞ୍ଚଳ ଅଧିକାରୀଙ୍କୁ ପଚାରିବାରୁ ଏ ବିଷୟରେ ସେ ଜାଣିନାହାନ୍ତି, ଉମରକୋଟ ରେଞ୍ଜରଙ୍କ ସହ କଥା ହେବାକୁ କହିଥିଲେ। ରେଞ୍ଜର ଅସିତ କୁମାର ସାହୁଙ୍କୁ ପଚାରିବାରୁ ସେ କହିଥିଲେ ଜଣେ ଫରେଷ୍ଟର କୋଡ଼ିଏ ହଜାର ଯାଏ ଫାଇନ ଆଦାୟ କରିବା କ୍ଷମତା ରହିଛି ବୋଲି କହିଥିଲେ। ତେଣୁ ସେ ଟଙ୍କା ଆଦାୟ କରିଛନ୍ତି । ଏହି ଭିଡିଓଟି ଏକ ବର୍ଷ ତଳର। ବନପାଳ ସ୍ବାଇଁଙ୍କୁ ବଦନାମ କରିବାକୁ ଏହି ଭଳି ପ୍ରୟାସ କରାଯାଉଛି ବୋଲି ରେଞ୍ଜର ସୂଚନା ଦେଇଥିଲେ। ଅନ୍ୟପଟେ ଏକ ବର୍ଷ ପରେ ଭିଡିଓ ଭାଇରାଲ ହେବା ଦେଖି ବନପାଳ ସ୍ବାଇଁ ଓ କିଛି ଅନୁଗତ କର୍ମଚାରୀ ଗତ ୨ ତାରଖରେ ୨୦୦୦ ଟଙ୍କାର ଏକ ରସିଦ କାଟିଥିଲେ। କିଛିଦିନ ପରେ ରାତି ଅଧରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ରସିଦ ଦେଇ ଆସିଥିଲେ। ଘଟଣାଟି ପଦାକୁ ଆସିବାରୁ ଅଧିକାରୀମାନେ ଚଳିତ ମାସରେ ରସିଦ କାଟିଥିବା ଜଣାପଡିଛି। ଅନ୍ୟପଟେ ବନ ବିଭାଗର ନିୟମ ଅନୁଯାୟୀ ଯେ କୌଣସି ଅପରାଧିକ ମାମଲା ହେଲେ ପ୍ରଥମେ ଅଫେନ୍ସ ରେଜିଷ୍ଟରରେ ଲେଖା ଯାଇଥାଏ ଓ ପରେ ସେହି ମାମଲାରେ ରସିଦ କଟା ଯାଇଥାଏ। ଉକ୍ତ କେସରେ ନିୟମକୁ ପାଳନ କରାଯାଇ ନାହିଁ। ଯାହା ଫଳରେ ରସିଦ କଟାଯାଇଥିବା ବିଷୟ ରେଞ୍ଜର ମଧ୍ୟ ଜାଣି ନାହାନ୍ତି। ଅପରପକ୍ଷେ ଏ ନେଇ ବନପାଳ ସ୍ବାଇଁଙ୍କୁ ପଚାରିବାରୁ ଗାର୍ଡ ଜଣଙ୍କ ମୋତେ ଟଙ୍କା ଦେଇନଥିଲେ, କିଛିଦିନ ତଳେ ଦେଲେ। ତେଣୁ ଏବେ ରସିଦ କଟାଯାଇଛି ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?