ଦେଢ଼ବର୍ଷ ବିତିଲାଣି ମିଳିନି ଆବାସ ଯୋଜନାର ବୋନସ ଟଙ୍କା

ଜୟପୁର, ୩୦।୬ (ନି.ପ୍ର.): ଜୟପୁର ବ୍ଲକ ଅନ୍ତର୍ଗତ ରଣ୍ଡାପାଲ୍ଲି ପଞ୍ଚାୟତ ରାମଗଡ କଲୋନୀର ୨୨ଜଣ ହିତାଧିକାରୀ ଆବାସ ଯୋଜନାର ବୋନସ ଟଙ୍କା ଦେବାକୁ ଦାବି କରି ବୁଧବାର ଉପଜିଲାପାଳଙ୍କ ଦ୍ୱାରସ୍ଥ ହୋଇଥିଲେ। ଏନେଇ ଏକ ଦାବିପତ୍ର ଉପ ଜିଲାପାଳଙ୍କ ଅନୁପସ୍ଥିତିରେ ଆସିଷ୍ଟାଣ୍ଟ କଲେକ୍ଟର ଜ୍ୟୋତିରାଣୀ ରଥଙ୍କୁ ପ୍ରଦାନ କରିଥିଲେ। ଦାବିପତ୍ରରେ ଉଲ୍ଲେଖ ରହିଛି ଯେ, ରାମଗଡ କଲୋନୀର ଆମେ ୨୨ ଜଣ ହିତାଧିକାରୀ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ତିଆରି କରିଥିଲୁ। ସରକାରଙ୍କ ନିୟମ ଅନୁଯାଇ ୩ ମାସ ମଧ୍ୟରେ ଘର କାମ ସମ୍ପୂର୍ଣ୍ଣ କଲେ ସରକାରଙ୍କ ପକ୍ଷରୁ ବୋନସ ଟଙ୍କା ଜମା ଖାତାରେ ପ୍ରଦାନ କରାଯିବ। ଆମେ ହିତାଧିକାରୀମାନେ ଘର କାମ ସରକାରଙ୍କ ଧାର୍ଯ୍ୟ ସମୟ ମଧ୍ୟରେ ଶେଷ କରିଛୁ। ମାତ୍ର ଏଯାଏ ଆମକୁ ବେନସ ଟଙ୍କା ମିଳିନାହିଁ। ଏଥିପାଇଁ ଦେଢବର୍ଷ ହେଲା ବ୍ଲକ ଅଫିସ ଦୌଡିଦୌଡି ଥକି ପଡିଲୁଣି ବୋଲି ଦାବିପତ୍ରରେ ଉଲ୍ଲେଖ ରହିଛି। ସାମାଜିକ କର୍ମୀ ବି.ହରି ରାଓଙ୍କ ନେତ୍‌ୃତ୍ୱରେ ହିତାଧିକାରୀ ଜଗବନ୍ଧୁ ମୁଦୁଲି, ଗୁରୁବାରୀ ମୁଦୁଲି, ଲକ୍ଷ୍ମଣ ମୁଦୁଲି, ମୁକ୍ତା ମୁଦୁଲିଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବାର ପ୍ରତିବାଦ : ପ୍ରତିଶ୍ରୁତି ପରେ ଆନ୍ଦୋଳନ ସ୍ଥଗିତ ରଖିଲେ ୫ଟି ପଞ୍ଚାୟତର ଲୋକେ

କୋରାପୁଟ/ଅନକାଡେଲି,୨୧।୧୧(ସ୍ବ.ପ୍ର.): କୋରାପୁଟ ଜିଲା ଅନ୍ତର୍ଗତ ଲମତାପୁଟ ବ୍ଲକର ମାଛକୁଣ୍ଡ ଜଳବିଦ୍ୟୁତ ପ୍ରକଳ୍ପର ପେରିଫେରି ଅଞ୍ଚଳରେ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟାବସ୍ଥା ନେଇ ସଂପୃକ୍ତ ୫ଟି ପଞ୍ଚାୟତର ଲୋକେ ବୁଧବାର...

ଆଳୁ, ପିଆଜ ଦର ବୃଦ୍ଧି କରୁଛନ୍ତି ଅସାଧୁ ବ୍ୟବସାୟୀ, ପ୍ରଶାସନର ଚଢ଼ାଉ

ଜୟପୁର,୨୫।୩(ଡି.ଏନ୍‌.ଏ.): ରାଜ୍ୟର ସମସ୍ତ ଜିଲାରେ ଲକ୍‌ଡାଉନ୍‌ ନେଇ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି। ଏହାର ସୁଯୋଗ ନେଇ କିଛି ଅସାଧୁ ବ୍ୟବସାୟୀ ଅତ୍ୟାବଶ୍ୟକୀୟ ସାମଗ୍ରୀର ଦର...

ବଜ୍ରପାତରେ ଯୁବକ ଗୁରୁତର

ନାରାୟଣପାଟଣା, ୭।୧୦(ଡି.ଏନ୍‌.ଏ.)-କୋରାପୁଟ ଜିଲା ନାରାୟଣପାଟଣା ବ୍ଲକରେ ସୋମବାର ବଜ୍ରପାତରେ ଜଣେ ଗୁରୁତର ହୋଇଛନ୍ତି। ସେ ହେଲେ କୁମ୍ଭାରୀ ଗାଁର ଚିତ୍ତରଞ୍ଜନ ଗୁରୁ(୩୫)। ଚିତ୍ତରଞ୍ଜନ ମାଛ ଧରିବାକୁ...

ଶ୍ରମିକ ଦିବସକୁ ପ୍ରତିବାଦ ଦିବସ ପାଳିଲେ ସାମ୍ବାଦିକ

କୋରାପୁଟ,୧।୫(ସ୍ବ.ପ୍ର.): ଓଡ଼ିଶା ସାମ୍ବାଦିକ ୟୁନିୟନ ଆହ୍ବାନ କ୍ରମେ ସୋମବାର ଶ୍ରମିକ ଦିବସକୁ ପ୍ରତିବାଦ ଦିବସ ରୂପେ କୋରାପୁଟ ଜିଲା ସାମ୍ବାଦିକ ସଂଘ ପାଳନ କରିଛି ।...

ପାଠପଢ଼ା ପାଇଁ ଜୀବନ ବାଜି

ଦଶମନ୍ତପୁର,୨୦।୮(ଡି.ଏନ୍‌.ଏ.): ଆଜି ବି ଏମିତି ପଞ୍ଚାୟତ ଏବଂ ଦୁର୍ଗମ ଗ୍ରାମାଞ୍ଚଳ ରହିଛି ଯେଉଁଠିକୁ ରାସ୍ତାଟିଏ ନାହିଁ। ଫଳରେ ଲୋକେ ନାହିଁ ନ ଥିବା ଅସୁବିଧା ଭୋଗୁଛନ୍ତି।...

ବାଇକ୍‌ ଚୋରି ଗ୍ୟାଙ୍ଗର ପର୍ଦ୍ଦାଫାଶ: ୨ ଗିରଫ, ୬ ଗାଡି ଜବତ

କୋରାପୁଟ,୧୬।୫(ସ୍ବପ୍ର ): କୋରାପୁଟ ସହରରୁ ୨ ଜଣିଆ ଆନ୍ତଃଜିଲା ଚୋରି ବାଇକ୍‌ ରାକେଟ୍‌ର ପର୍ଦ୍ଦାଫାଶ କରିଛି କୋରାପୁଟ ପୋଲିସ। ଅଭିଯୁକ୍ତଙ୍କୁ ବାନ୍ଧି କୋର୍ଟ ଚାଲାଣ କରିଛି...

କୋଟିଆରେ ଆନ୍ଧ୍ର ଆଧାର କ୍ୟାମ୍ପ

କୋଟିଆ ସୀମା ବିବାଦ ଅଦାଲତରେ ବିଚାରାଧୀନ ରହିଛି। ହେଲେ ଅନୁପ୍ରବେଶ ବନ୍ଦ ହେଉ ନାହିଁ। ଆନ୍ଧ୍ର ପକ୍ଷରୁ କେତେବେଳେ ଓଡ଼ିଶା ସୀମାନ୍ତ ଗ୍ରାମରେ ପ୍ରବେଶ କରି...

କୋରାପୁଟ ଗସ୍ତରେ ୫ଟି ସଚିବ

ଜୟପୁର,୨୩।୪(ଡି.ଏନ.ଏ.): ରାଜ୍ୟରେ କରୋନା ଭାଇରସ୍‌ ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଏଥିପାଇଁ ରାଜ୍ୟ ସରକାର ତତ୍ପରତା ଦେଖାଇବା ସହ ବିଭିନ୍ନ ସତର୍କତାମୂଳକ ପଦକ୍ଷେପ...

Advertisement
Archives

Model This Week