ଦେଢ଼ବର୍ଷ ବିତିଲାଣି ମିଳିନି ଆବାସ ଯୋଜନାର ବୋନସ ଟଙ୍କା

ଜୟପୁର, ୩୦।୬ (ନି.ପ୍ର.): ଜୟପୁର ବ୍ଲକ ଅନ୍ତର୍ଗତ ରଣ୍ଡାପାଲ୍ଲି ପଞ୍ଚାୟତ ରାମଗଡ କଲୋନୀର ୨୨ଜଣ ହିତାଧିକାରୀ ଆବାସ ଯୋଜନାର ବୋନସ ଟଙ୍କା ଦେବାକୁ ଦାବି କରି ବୁଧବାର ଉପଜିଲାପାଳଙ୍କ ଦ୍ୱାରସ୍ଥ ହୋଇଥିଲେ। ଏନେଇ ଏକ ଦାବିପତ୍ର ଉପ ଜିଲାପାଳଙ୍କ ଅନୁପସ୍ଥିତିରେ ଆସିଷ୍ଟାଣ୍ଟ କଲେକ୍ଟର ଜ୍ୟୋତିରାଣୀ ରଥଙ୍କୁ ପ୍ରଦାନ କରିଥିଲେ। ଦାବିପତ୍ରରେ ଉଲ୍ଲେଖ ରହିଛି ଯେ, ରାମଗଡ କଲୋନୀର ଆମେ ୨୨ ଜଣ ହିତାଧିକାରୀ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ତିଆରି କରିଥିଲୁ। ସରକାରଙ୍କ ନିୟମ ଅନୁଯାଇ ୩ ମାସ ମଧ୍ୟରେ ଘର କାମ ସମ୍ପୂର୍ଣ୍ଣ କଲେ ସରକାରଙ୍କ ପକ୍ଷରୁ ବୋନସ ଟଙ୍କା ଜମା ଖାତାରେ ପ୍ରଦାନ କରାଯିବ। ଆମେ ହିତାଧିକାରୀମାନେ ଘର କାମ ସରକାରଙ୍କ ଧାର୍ଯ୍ୟ ସମୟ ମଧ୍ୟରେ ଶେଷ କରିଛୁ। ମାତ୍ର ଏଯାଏ ଆମକୁ ବେନସ ଟଙ୍କା ମିଳିନାହିଁ। ଏଥିପାଇଁ ଦେଢବର୍ଷ ହେଲା ବ୍ଲକ ଅଫିସ ଦୌଡିଦୌଡି ଥକି ପଡିଲୁଣି ବୋଲି ଦାବିପତ୍ରରେ ଉଲ୍ଲେଖ ରହିଛି। ସାମାଜିକ କର୍ମୀ ବି.ହରି ରାଓଙ୍କ ନେତ୍‌ୃତ୍ୱରେ ହିତାଧିକାରୀ ଜଗବନ୍ଧୁ ମୁଦୁଲି, ଗୁରୁବାରୀ ମୁଦୁଲି, ଲକ୍ଷ୍ମଣ ମୁଦୁଲି, ମୁକ୍ତା ମୁଦୁଲିଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାତ୍ୟା ଅର୍ଣ୍ଣବ ପ୍ରଭାବ: ପରିସ୍ଥିତିର ସମୀକ୍ଷା କରିବେ ବିଧାୟକ

କୋରାପୁଟ, ୨୪।୯ (ଅମିତାଭ ବେହେରା): ବାତ୍ୟା ଅର୍ଣ୍ଣବ ପ୍ରଭାବରେ କୋରାପୁଟ ଜିଲାରେ ଜାରି ରହିଛି ବର୍ଷା। ବୁଧବାର ସକାଳ ୮ଟାରୁ ଗୁରୁବାର ସକାଳ ୮ଟା ପର୍ଯ୍ୟନ୍ତ ୨୪…

ଓଡ଼ିଆରେ ପ୍ରେସକ୍ରିପସନ ଲେଖି ଚର୍ଚ୍ଚାରେ ଡାକ୍ତର ଶିବ ପ୍ରସାଦ, ସୋସିଆଲ ମିଡିଆରେ ପ୍ରଶଂସା

କୁନ୍ଦୁରା/କୋରାପୁଟ,୨୩।୯(ସନ୍ତୋଷ ପ୍ରହରାଜ/ଅମିତାଭ ବେହେରା): କୋରାପୁଟ ଜିଲା କୁନ୍ଦୁରା ବ୍ଲକ ସଦର ମହକୁମାରେ ଜନ୍ମ ଗ୍ରହଣ କରିଥିବା ଡାକ୍ତର ଶିବ ପ୍ରସାଦ ସେନାପତି ଓଡ଼ିଆରେ ପ୍ରେସକ୍ରିପସନ ଲେଖି ଚର୍ଚ୍ଚାକୁ…

କୋରାପୁଟରେ ପ୍ରବଳ ବର୍ଷା ସମ୍ଭାବନା, ଅଧିକାରୀଙ୍କୁ ମୁଖ୍ୟାଳୟ ନଛାଡ଼ିବା ନିର୍ଦ୍ଦେଶ

କୋରାପୁଟ, ୨୧/୯( ଅମିତାଭ ବେହେରା ): ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇ ଏହା ଅବପାତର ରୂପ ନେବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ସତର୍କ…

ମୋବାଇଲ ଝାମ୍ପି ଫେରାର ବେଳେ ଦୁର୍ଘଟଣା, ୨ ଯୁବକଙ୍କୁ କାବୁ କଲେ ସ୍ଥାନୀୟ ଲୋକେ

ଜୟପୁର,୨୧।୯(ପବନ ପାଣିଗ୍ରାହୀ): ଦିନ ଦଶଟା ବେଳେ ପଞ୍ଚାନନ ମନ୍ଦିର ଛକରୁ ମହିଳା ଶ୍ରମିକଙ୍କ ମୋବାଇଲ ଛଡାଇ ଫେରାର ହେଉଥିଲେ । ହେଲେ ସେହି ସମୟରେ ଏକ ସଡ଼କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?