ପୁଣି ବିଧାନସଭା ନିକଟରେ ଆତ୍ମାହୁତି ଉଦ୍ୟମ

ଭୁବନେଶ୍ୱର, ୨୮।୧୧(ବ୍ୟୁରୋ): ପୁଣି ବିଧାନସଭା ନିକଟରେ ଆତ୍ମାହୁତି ଉଦ୍ୟମ ହୋଇଛି। ଜଗତ୍‌ସିଂହପୁର ଜିଲା କୁଜଙ୍ଗ ଅଞ୍ଚଳର ମା’ ସୁଲୋଚନା ଦାସ ଓ ପୁଅ ସୁବ୍ରୋତ ଦାସ ବିଧାନସଭା ପଛପଟ ଇଡକଲ ରାସ୍ତାରେ ଶନିବାର କିରୋସିନ ଢ଼ାଳି ଆତ୍ମାହୁତି ଉଦ୍ୟମ କରିଛନ୍ତି। ଉଭୟଙ୍କୁ ସୁରକ୍ଷାକର୍ମୀ ଉଦ୍ଧାର କରିଛନ୍ତି। ପୁଅ ହତ୍ୟାର ନ୍ୟାୟ ନ ପାଇ ଦୁହେଁ ଆତ୍ମାହୁତି ଉଦ୍ୟମ କରୁଥିବା ଜଣାପଡ଼ିଛି। ବର୍ଷେତଳେ ପୁଅ ଅମୃତ ଦାସଙ୍କୁ ହତ୍ୟା କରାଯାଇଥିବା ମା’ ଅଭିଯୋଗ କରିଛନ୍ତି।
ବର୍ଷେତଳେ ପୁଅ ଅମୃତ ଦାସଙ୍କୁ ହତ୍ୟା କରାଯାଇଥିଲା। ତେବେ ଏକ ବର୍ଷ ବିତି ଯାଇଥିଲେ ସୁଦ୍ଧା ଏଯାଏ ପୁଅକୁ ନ୍ୟାୟ ମିଳିନାହିଁ। ତେଣୁ ଆତ୍ମାହୁତି ଭଳି ଚରମ ନିଷ୍ପତ୍ତି ଆପଣାଇଥିବା ମା’ପୁଅ କହିଛନ୍ତି।