ଗୋଟିଏ ଗାଁ ୩ ନାଁରେ ପରିଚିତ

ପାରଳାଖେମୁଣ୍ଡି,୨୯ା୩(ଗିରିଧାରୀ ପରିଛା): ଗ୍ରାମ ଗୋଟିଏ ମାତ୍ର ନାମ ତିନୋଟି। ଏଥିରେ ଦୁଇ ରାଜ୍ୟର ତିନି ଜିଲା ପ୍ରଶାସନ ଉପସ୍ଥିତ ଜାହିର କରୁଛନ୍ତି। ପ୍ରାୟ ୫୦ରୁ ଊର୍ଦ୍ଧ୍ୱ ପରିବାର ରହୁଥିବା ଏହି ଗ୍ରାମ ଉପରେ ଆନ୍ଧ୍ର ଦୃଷ୍ଟି ପକାଇ ଅକ୍ତିଆର କରିବାରେ ଲାଗିଛି। ପ୍ରଶାସନର ଆନ୍ତରିକତା ଅଭାବରୁ ଏହି ଗ୍ରାମରେ ଆନ୍ଧ୍ରର ପ୍ରଭାବ ବେଶି। ଏହି ଗ୍ରାମ ହେଉଛି ଗଜପତି ଜିଲା ରାୟଗଡ଼ ବ୍ଲକ ଗଙ୍ଗାବାଡ ପଞ୍ଚାୟତର ଗୁଡିଖୁଡି। ଗୋଟିଏ ଗ୍ରାମ ତିନି ନାମରେ ପରିଚିତ। ଗଜପତି ତଥା ଓଡ଼ିଶା ରାଜ୍ୟ ଅନୁଯାୟୀ ଏହା ଗୁଡିଖୁଡି। ଆନ୍ଧ୍ର ଏହି ଗ୍ରାମର ନାମକରଣ ଗୁଡିଖୋଳା ବୋଲି କହୁଥିବା ବେଳେ ଗଞ୍ଜାମ ଜିଲା ପ୍ରଶାସନ ଏହି ଗ୍ରାମକୁ ଜିଲାର ବୋଲି ଉଲ୍ଲେଖ କରିଛି। ଗ୍ରାମର ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହିତାଧିକାରୀ ସବିତା ଶବରଙ୍କ ବାସଗୃହର କାନ୍ଥରେ ଲାଗିଥିବା ଫଳକରେ ଏହା ପାତ୍ରପୁର ବ୍ଲକ ବୁରାତାଲ ପଞ୍ଚାୟତର ଅବନ୍ଦିଆ ଗ୍ରାମ। ଏହା ଆର୍ଥିକ ବର୍ଷ ୨୦୨୧-୨୦୨୨ରେ ନିର୍ମିତ ହୋଇଥିବା ଫଳକରେ ଉଲ୍ଲେଖ ରହିଛି।
ଏହି ଗ୍ରାମକୁ ନେଇ ଉଭୟ ଓଡ଼ିଶା ଏବଂ ଆନ୍ଧ୍ର ମଧ୍ୟରେ ଟଣାଓଟରା ଚାଲିଥିବା ବେଳେ ଏଥିରେ ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ବୁରାତାଲ ପଞ୍ଚାୟତରେ ରହିଥିବା ଉଲ୍ଲେଖ ରହିଛି। ଗଜପତି ଜିଲା ପ୍ରଶାସନ ପକ୍ଷରୁ ରାୟଗଡ଼ ବ୍ଲକ ଗଙ୍ଗାବାଡ ପଞ୍ଚାୟତରେ ଗୁଡ଼ିଖୁଡ଼ି ଗ୍ରାମ ରହିଥିବା ଉଲ୍ଲେଖ କରାଯାଇଛି। ଏଠାରେ ଥିବା ଅଙ୍ଗନଓ୍ବାଡି କେନ୍ଦ୍ରରେ ଗଜପତି ଜିଲା ଅନ୍ତର୍ଗତ ବୋଲି ଉଲ୍ଲେଖ ରହିଛି। ଗ୍ରାମର ବହୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗୃହରେ ଆନ୍ଧ୍ରର ବୋଲି ଉଲ୍ଲେଖ ରହିଛି। ଏପରିସ୍ଥଳେ ଉକ୍ତ ଗଁାଟି କେଉଁ ରାଜ୍ୟ ଓ ଜିଲାରେ ରହିଛି ତାହା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଗଜପତି ଜିଲା ପ୍ରଶାସନ ତଥା ରାଜସ୍ବ ବିଭାଗର ଖାମଖିଆଲି ମନୋବୃତ୍ତି ଯୋଗୁ ଓଡ଼ିଶାର ଏହି ଗ୍ରାମ ଆନ୍ଧ୍ରର ଅକ୍ତିଆରକୁ ଚାଲିଯାଉଥିବା ଅଭିଯୋଗ ହେଉଛି। ବିଦ୍ୟୁତ୍‌ ସେବାଠାରୁ ଆରମ୍ଭ କରି ଆବାସିକ ଯୋଜନା, ସ୍ବାସ୍ଥ୍ୟସେବା ଆଦି ଗ୍ରାମବାସୀଙ୍କୁ ଆନ୍ଧ୍ର ସରକାର ଯୋଗାଉଛନ୍ତି। ଏପରିକି ଆଧାର କାର୍ଡ, ରାଶନ କାର୍ଡ, ଭୋଟର କାର୍ଡ ମଧ୍ୟ ଗ୍ରାମବାସୀଙ୍କୁ ଆନ୍ଧ୍ର ପ୍ରଦାନ କରିଛି। ଓଡ଼ିଶା ସରକାରଙ୍କ ପକ୍ଷରୁ ମଧ୍ୟ ଆଧାର କାର୍ଡ, ରାଶନ କାର୍ଡ, ଭୋଟର କାର୍ଡ ଗ୍ରାମବାସୀଙ୍କୁ ପ୍ରଦାନ କରାଯାଇଛି। ଏହି ଗ୍ରାମର ପ୍ରାୟତଃ ପରିବାର ନିକଟରେ ଉଭୟ ରାଜ୍ୟର ବିଭିନ୍ନ କାର୍ଡ ରହିଛି। ଆନ୍ଧ୍ର ଓ ଓଡ଼ିଶା ସରକାର ତଥା ପ୍ରଶାସନ ଆସି ଏଠାରେ ସୁବିଧା ଦେଉଛନ୍ତି, ତା’ର ଲାଭ ଉଠାଉଛନ୍ତି ଉକ୍ତ ଗ୍ରାମବାସୀ। ଗଙ୍ଗାବାଡ଼ ପଞ୍ଚାୟତର ଏହା ଗୋଟିଏ ଗ୍ରାମ ନୁହେଁ ଅନେକ ଗ୍ରାମରେ ଏପରି ପରିସ୍ଥିତି ରହିଛି। ଶାସନ ଓ ରାଜସ୍ବ ବିଭାଗ ପୁନଃ ସର୍ଭେ ବା ଡିମାର୍କେଶନ କରି ସୀମାନ୍ତ ଗ୍ରାମାଞ୍ଚଳକୁ ଚିହ୍ନଟ କରି ଆବଶ୍ୟକ ସେବା ଯୋଗାଇଦେଲେ ଆନ୍ଧ୍ର ପ୍ରଦେଶ ପ୍ରଲୋଭନ ଦେଖାଇ ଗ୍ରାମବାସୀଙ୍କୁ ନିଜ ଆଡକୁ ଟାଣିବାରେ ସକ୍ଷମ ହେବ ନାହିଁ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମନ୍ତ୍ରୀଙ୍କ ବଡ଼ ଘୋଷଣା: ହଟିବ ଡିଜେଲ ଚାଳିତ ଆମ୍‌ ବସ

ଭୁବନେଶ୍ୱର,୨୧।୧: ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର ବୁଧବାର ଏକ ବଡ଼ ଘୋଷଣା କରିଛନ୍ତି। ଡିଜେଲ ଚାଳିତ ‘ଆମ୍‌ ବସ୍‌’...

ହ୍ବାଟ୍ସ ଆପ୍‌ରେ ନ୍ୟୁଡ୍‌ ଭିଡିଓ କଲ୍‌ କରି କରୁଥିଲେ ବ୍ଲାକମେଲ୍‌: ଜଣାପଡ଼ିବା ପରେ ଘଟିଲା…

କଟକ,୨୧ା୧(କାର୍ତ୍ତିକ ସାହୁ):ଜଣେ ୭୨ ବର୍ଷୀୟ ବରିଷ୍ଠ ନାଗରିକଙ୍କୁ ପ୍ରଥମେ ହ୍ବାଟ୍ସ ଆପ୍‌ରେ ନ୍ୟୁଡ୍‌ ଭିଡିଓ କଲେ। ପରେ ଉକ୍ତ ଭିଡିଓ କଲିଂର ରେକର୍ଡିଂ କରି ତାହା...

ଆଗେଇବ ରେଳ ଓଭରବ୍ରିଜ୍‌ ନିର୍ମାଣ କାର୍ଯ୍ୟ

ଭୁବନେଶ୍ୱର,୨୧ା୧: ରାଜ୍ୟର ରାସ୍ତା ସଂଯୋଗକୁ ମଜଭୁତ କରିବାରେ ରେଲଓ୍ବେ ଓଭରବ୍ରିଜ୍‌ (ଆର୍‌ଓବି) ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥାଏ। ରେଲଓ୍ବେ ଲେଭଲକ୍ରସିଂକୁ ଆର୍‌ଓବିରେ ପରିବର୍ତ୍ତନ କରିବା ଦ୍ୱାରା ଯାନ...

ଭାରତୀୟ ବାୟୁସେନାର ଟ୍ରେନି ବିମାନ ଦୁର୍ଘଟଣାଗ୍ରସ୍ତ

ପ୍ରୟାଗରାଜ,୨୧।୧: ଜାନୁଆରୀ ୨୧, ୨୦୨୬ ରେ, ପ୍ରୟାଗରାଜରେ ଏକ ସେନା ତାଲିମ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବିମାନଟି ହଠାତ ଖସି ପଡ଼ି ସହର ମଧ୍ୟଭାଗରେ ଥିବା...

ପଞ୍ଚାୟତିରାଜ ମନ୍ତ୍ରୀଙ୍କ ବଡ଼ ସୂଚନା: ୨୦୨୭ ସୁଦ୍ଧା ୧୫୦ ଜନସଂଖ୍ୟା ଥିବା ଗାଁକୁ ହେବ…

ଭୁବନେଶ୍ୱର,୨୧ା୧: ୨୦୨୭ ସୁଦ୍ଧା ରାଜ୍ୟର ୧୫୦ ଜନସଂଖ୍ୟା ଥିବା ଗାଁକୁ ରାସ୍ତା ହେବ। ଏନେଇ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ ସୂଚନା ଦେଇଛନ୍ତି। ଆସନ୍ତା...

ଯାଉଥିବା ବେଳେ କୂଅରେ ପଡିଲେ ୩ ହାତୀ

ଦେବଗଡ଼,୨୦ା୧(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ବନାଞ୍ଚଳ ରେଙ୍ଗାଳବେଡ଼ା ଫରେଷ୍ଟ ସେକ୍ସନ ଟିଙ୍କବୀର ବିଟ୍‌ହାଉସ୍‌ ଅନ୍ତର୍ଗତ ବରନାଳି ଗ୍ରାମର ଏକ କୂଅରୁ ମଙ୍ଗଳବାର ୩ଟି...

ଆମ ଟିମ ନ୍ୟୁଜିଲାଣ୍ଡ ଠାରୁ ଅଧିକ ମଜଭୁତ, ଟି ୨୦ ସିରିଜ ଜିତିବ, ଜାଣନ୍ତୁ କାହାର ବୟାନ ହେଉଛି ଭାଇରାଲ

ନୂଆଦିଲ୍ଲୀ,୨୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ ବୁଧବାର ନାଗପୁରରେ ଖେଳାଯିବାକୁ ଯାଉଛି। ଏହି ମ୍ୟାଚକୁ ନେଇ...

ବାଲିପାଟଣାରେ ଗଡ଼ିଲା ମୁଣ୍ଡ

ଭୁବନେଶ୍ୱର,୨୧।୧: ଭୁବନେଶ୍ୱର ଉପକଣ୍ଠସ୍ଥ ବାଲିପାଟଣା ଭାପୁର ନାଥସାହିରେ ବୁଧବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସାମାନ୍ୟ ବଚସାରୁ ଜଣେ ଯୁବକଙ୍କୁ ଗାଁର ଅନ୍ୟ ଜଣେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri