ଗୋଟିଏ ଗାଁ ୩ ନାଁରେ ପରିଚିତ

ପାରଳାଖେମୁଣ୍ଡି,୨୯ା୩(ଗିରିଧାରୀ ପରିଛା): ଗ୍ରାମ ଗୋଟିଏ ମାତ୍ର ନାମ ତିନୋଟି। ଏଥିରେ ଦୁଇ ରାଜ୍ୟର ତିନି ଜିଲା ପ୍ରଶାସନ ଉପସ୍ଥିତ ଜାହିର କରୁଛନ୍ତି। ପ୍ରାୟ ୫୦ରୁ ଊର୍ଦ୍ଧ୍ୱ ପରିବାର ରହୁଥିବା ଏହି ଗ୍ରାମ ଉପରେ ଆନ୍ଧ୍ର ଦୃଷ୍ଟି ପକାଇ ଅକ୍ତିଆର କରିବାରେ ଲାଗିଛି। ପ୍ରଶାସନର ଆନ୍ତରିକତା ଅଭାବରୁ ଏହି ଗ୍ରାମରେ ଆନ୍ଧ୍ରର ପ୍ରଭାବ ବେଶି। ଏହି ଗ୍ରାମ ହେଉଛି ଗଜପତି ଜିଲା ରାୟଗଡ଼ ବ୍ଲକ ଗଙ୍ଗାବାଡ ପଞ୍ଚାୟତର ଗୁଡିଖୁଡି। ଗୋଟିଏ ଗ୍ରାମ ତିନି ନାମରେ ପରିଚିତ। ଗଜପତି ତଥା ଓଡ଼ିଶା ରାଜ୍ୟ ଅନୁଯାୟୀ ଏହା ଗୁଡିଖୁଡି। ଆନ୍ଧ୍ର ଏହି ଗ୍ରାମର ନାମକରଣ ଗୁଡିଖୋଳା ବୋଲି କହୁଥିବା ବେଳେ ଗଞ୍ଜାମ ଜିଲା ପ୍ରଶାସନ ଏହି ଗ୍ରାମକୁ ଜିଲାର ବୋଲି ଉଲ୍ଲେଖ କରିଛି। ଗ୍ରାମର ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହିତାଧିକାରୀ ସବିତା ଶବରଙ୍କ ବାସଗୃହର କାନ୍ଥରେ ଲାଗିଥିବା ଫଳକରେ ଏହା ପାତ୍ରପୁର ବ୍ଲକ ବୁରାତାଲ ପଞ୍ଚାୟତର ଅବନ୍ଦିଆ ଗ୍ରାମ। ଏହା ଆର୍ଥିକ ବର୍ଷ ୨୦୨୧-୨୦୨୨ରେ ନିର୍ମିତ ହୋଇଥିବା ଫଳକରେ ଉଲ୍ଲେଖ ରହିଛି।
ଏହି ଗ୍ରାମକୁ ନେଇ ଉଭୟ ଓଡ଼ିଶା ଏବଂ ଆନ୍ଧ୍ର ମଧ୍ୟରେ ଟଣାଓଟରା ଚାଲିଥିବା ବେଳେ ଏଥିରେ ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ବୁରାତାଲ ପଞ୍ଚାୟତରେ ରହିଥିବା ଉଲ୍ଲେଖ ରହିଛି। ଗଜପତି ଜିଲା ପ୍ରଶାସନ ପକ୍ଷରୁ ରାୟଗଡ଼ ବ୍ଲକ ଗଙ୍ଗାବାଡ ପଞ୍ଚାୟତରେ ଗୁଡ଼ିଖୁଡ଼ି ଗ୍ରାମ ରହିଥିବା ଉଲ୍ଲେଖ କରାଯାଇଛି। ଏଠାରେ ଥିବା ଅଙ୍ଗନଓ୍ବାଡି କେନ୍ଦ୍ରରେ ଗଜପତି ଜିଲା ଅନ୍ତର୍ଗତ ବୋଲି ଉଲ୍ଲେଖ ରହିଛି। ଗ୍ରାମର ବହୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗୃହରେ ଆନ୍ଧ୍ରର ବୋଲି ଉଲ୍ଲେଖ ରହିଛି। ଏପରିସ୍ଥଳେ ଉକ୍ତ ଗଁାଟି କେଉଁ ରାଜ୍ୟ ଓ ଜିଲାରେ ରହିଛି ତାହା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଗଜପତି ଜିଲା ପ୍ରଶାସନ ତଥା ରାଜସ୍ବ ବିଭାଗର ଖାମଖିଆଲି ମନୋବୃତ୍ତି ଯୋଗୁ ଓଡ଼ିଶାର ଏହି ଗ୍ରାମ ଆନ୍ଧ୍ରର ଅକ୍ତିଆରକୁ ଚାଲିଯାଉଥିବା ଅଭିଯୋଗ ହେଉଛି। ବିଦ୍ୟୁତ୍‌ ସେବାଠାରୁ ଆରମ୍ଭ କରି ଆବାସିକ ଯୋଜନା, ସ୍ବାସ୍ଥ୍ୟସେବା ଆଦି ଗ୍ରାମବାସୀଙ୍କୁ ଆନ୍ଧ୍ର ସରକାର ଯୋଗାଉଛନ୍ତି। ଏପରିକି ଆଧାର କାର୍ଡ, ରାଶନ କାର୍ଡ, ଭୋଟର କାର୍ଡ ମଧ୍ୟ ଗ୍ରାମବାସୀଙ୍କୁ ଆନ୍ଧ୍ର ପ୍ରଦାନ କରିଛି। ଓଡ଼ିଶା ସରକାରଙ୍କ ପକ୍ଷରୁ ମଧ୍ୟ ଆଧାର କାର୍ଡ, ରାଶନ କାର୍ଡ, ଭୋଟର କାର୍ଡ ଗ୍ରାମବାସୀଙ୍କୁ ପ୍ରଦାନ କରାଯାଇଛି। ଏହି ଗ୍ରାମର ପ୍ରାୟତଃ ପରିବାର ନିକଟରେ ଉଭୟ ରାଜ୍ୟର ବିଭିନ୍ନ କାର୍ଡ ରହିଛି। ଆନ୍ଧ୍ର ଓ ଓଡ଼ିଶା ସରକାର ତଥା ପ୍ରଶାସନ ଆସି ଏଠାରେ ସୁବିଧା ଦେଉଛନ୍ତି, ତା’ର ଲାଭ ଉଠାଉଛନ୍ତି ଉକ୍ତ ଗ୍ରାମବାସୀ। ଗଙ୍ଗାବାଡ଼ ପଞ୍ଚାୟତର ଏହା ଗୋଟିଏ ଗ୍ରାମ ନୁହେଁ ଅନେକ ଗ୍ରାମରେ ଏପରି ପରିସ୍ଥିତି ରହିଛି। ଶାସନ ଓ ରାଜସ୍ବ ବିଭାଗ ପୁନଃ ସର୍ଭେ ବା ଡିମାର୍କେଶନ କରି ସୀମାନ୍ତ ଗ୍ରାମାଞ୍ଚଳକୁ ଚିହ୍ନଟ କରି ଆବଶ୍ୟକ ସେବା ଯୋଗାଇଦେଲେ ଆନ୍ଧ୍ର ପ୍ରଦେଶ ପ୍ରଲୋଭନ ଦେଖାଇ ଗ୍ରାମବାସୀଙ୍କୁ ନିଜ ଆଡକୁ ଟାଣିବାରେ ସକ୍ଷମ ହେବ ନାହିଁ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମଇଁଷି ଚରାଇବାକୁ ଯାଇ ଆଉ ଫେରିଲେନି: କେନାଲରୁ ନିଖୋଜ ବୃଦ୍ଧଙ୍କ ମୃତଦେହ ଉଦ୍ଧାର, ଗାଁରେ ଶୋକର ଛାୟା

ଦିଗପହଣ୍ଡି, ୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପ୍ରଥମ ଢେପାଗୁଡ଼ା ଗ୍ରାମର ରଘୁ ମଲ୍ଲିକ (୬୩) ନାମକ ଜଣେ ବୃଦ୍ଧଙ୍କ ମୃତଦେହ କେନାଲ ପାଣିରୁ…

ଫ୍ଲାଇଦୁବାଇ ବିମାନରେ ଆକ୍ରମଣ: ନିଜେ ଆହାତ ହୋଇ ମଧ୍ୟ ବଞ୍ଚାଇଲେ ୧୮୦ ଯାତ୍ରୀଙ୍କ ଜୀବନ, କିଏ ଏହି ପାଇଲଟ୍?

ନୂଆଦିଲ୍ଲୀ,୩୦ା୯: ଦୁବାଇରୁ ତେଲ ଅଭିଭ ଯାଉଥିବା ଫ୍ଲାଇଦୁବାଇର FZ1073 ବିମାନରେ ବୁଧବାର ଘଟିଥିବା ଘଟଣାକୁ ନେଇ ଭାରତୀୟ ପାଇଲଟ୍ ସ୍ମିତ ମଚ୍ଛରଙ୍କ ନାଁ ଚର୍ଚ୍ଚାରେ ରହିଛି। ରିପୋର୍ଟ…

ଦିଗପହଣ୍ଡି ଗଞ୍ଜେଇ ଚୋରା ଚାଲାଣ ଘଟଣା: ଗିରଫ ହେଲେ ଅଭିଯୁକ୍ତ ୨ ଭାଇ, କାରବାର ପଛର ଗୁମର ଖୋଲିଲା…

ଦିଗପହଣ୍ଡି, ୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ପୋଲିସ ଗଞ୍ଜେଇ ଚୋରା ଚାଲାଣ ମାମଲାରେ ଏକ ବଡ଼ ସଫଳତା ହାସଲ କରିଛି। ଗଞ୍ଜେଇ କାରବାର…

ଗିଲ୍‌ଙ୍କ ଦ୍ୱିଶତକ, ରୋହିତଙ୍କ ଶତକ: ୱେଷ୍ଟଇଣ୍ଡିଜକୁ ଧୂଳି ଚଟାଇଲା ଭାରତ

ଗୁଆହାଟୀ,୩୦ା୯: ଶୁବମନ ଗିଲଙ୍କ ଦ୍ୱିଶତକ ଏବଂ ରୋହିତ ଶର୍ମାଙ୍କ ଧମାକାଦାର ଶତକ ବଳରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତ ୮ ୱିକେଟ୍‌ରେ ବଡ଼ ବିଜୟ ହାସଲ…

ସ୍ୱାମୀ-ବର୍ଷକର ପୁଅ ଆଖି ଆଗରେ ଚାଲିଗଲା ମା’ର ଜୀବନ! ବାଲି ବୋଝେଇ ଟ୍ରାକ୍ଟର ଧକ୍କାରେ ମହିଳାଙ୍କ ମୃତ୍ୟୁ,ଅପରାହ୍ନରୁ ଅଟକିଛି…

କୋକସରା, ୩୦ା୯(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥ କୋକସରା ଥାନା ମୋଟେର ନିକଟରେ ବୁଧବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଲି…

ଖେଳୁ ଖେଳୁ ହଠାତ୍ ପଡ଼ିଆ ମଝିରେ ନାଚିଲେ ହିଟମ୍ୟାନ, ଭିଡିଓ ଦେଖିଲେ….

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ‘ହିଟମ୍ୟାନ୍’ ରୋହିତ ଶର୍ମାଙ୍କ ବ୍ୟାଟ୍‌ରୁ ଦେଖିବାକୁ ମିଳିଛି ଧମାକାଦାର ଶତକ । ୪୦୬ ରନ୍‌ର ବିଶାଳ ଲକ୍ଷ୍ୟ ପିଛା କରୁଥିବା…

ଶିକ୍ଷା ବିଭାଗର ସମନ୍ୱୟ ଅଭାବ: ଷାଣ୍ମାସିକ ପରୀକ୍ଷା ବେଳେ ଜିଲାସ୍ତରୀୟ କ୍ରୀଡ଼ା, ପରୀକ୍ଷାରୁ ବଞ୍ଚିତ ହେଲେ ଛାତ୍ରଛାତ୍ରୀ

ଅମରପାଲି, ୩୦ା୯(ପୀତାମ୍ବର ସାହୁ): ସରକାର ଶିକ୍ଷାକୁ ସାର୍ବଜନୀନ ଓ ବାଧ୍ୟତାମୂଳକ କରିଥିବା ବେଳେ ଶିକ୍ଷା ବିଭାଗରେ ସମନ୍ୱୟର ଅଭାବକୁ ନେଇ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକରେ ଗମ୍ଭୀର…

ବିମାନକୁ କ୍ରାଶ କରିବାକୁ….ବଡ଼ ବୟାନ ଦେଲେ ପ୍ରଧାନମନ୍ତ୍ରୀ, ବିଶ୍ବରେ ହଇଚଇ!

ଦୁବାଇରୁ ଇସ୍ରାଏଲ ଯାଉଥିବା ଏକ ଫ୍ଲାଇଦୁବାଇ ବିମାନରେ ହୋଇଥିବା ଅଘଟଣକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ । ବିମାନ ଇସ୍ରାଏଲ ନିକଟରେ ପହଞ୍ଚିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?