ବିକାଶର ଶିକାର

ଭାରତ ପୂର୍ବରୁ ଅନେକଥର ଆତଙ୍କବାଦର ଶିକାର ହୋଇଛି, ଏବେ ମଧ୍ୟ ହେଉଛି। ପୁଲୁଓ୍ବାମା ବିରାଟକାୟ ଥିବାବେଳେ ତା’ପରେ ବହୁ ଛୋଟବଡ଼ ଆକ୍ରମଣ ହୋଇଛି, ଯେଉଁଥିରେ ମୃତ ସୈନିକମାନଙ୍କ ଦେହାବଶେଷ ଘରେ ପହଞ୍ଚିବା ପୂର୍ବରୁ ରାଜନେତାମାନେ ପହଞ୍ଚି ଆର୍ଥିକ ସାହାଯ୍ୟ କରିପାରୁଛନ୍ତି। କିନ୍ତୁ ଭାରତ ସରକାର ପାଇଁ ଏହି ଦେଶର ନାଗରିକଙ୍କ ଜୀବନର କୌଣସି ମୂଲ୍ୟ ଅଛି ବୋଲି ହୁଏତ ଚିନ୍ତା କରାଯାଏ ନାହିଁ। ଅକ୍ଟୋବର ୭ରୁ ଇସ୍ରାଏଲ୍‌ରୁ ଅପହରଣ ହୋଇଥିବା ୨୪୦ ନାଗରିକଙ୍କୁ ମୁକ୍ତ କରିବା ପାଇଁ ସେଠାକାର ସରକାର ହମାସ ବିରୋଧରେ ଏକ ଅନ୍ଧାଧୁନିଆ ଯୁଦ୍ଧ ଆରମ୍ଭ କରିଦେଇଛି। ବିଶ୍ୱର ବିଭିନ୍ନ ଦେଶରେ ଇସ୍ରାଏଲ୍‌ ବିରୋଧରେ ପ୍ରତିବାଦ ହେଉଥିବା ସତ୍ତ୍ୱେ ଅନ୍ତର୍ଜାତୀୟ ଚାପକୁ ବେଖାତିର କରି ସେଠାକାର ନେତୃତ୍ୱ କେବଳ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ପାଖରେ ସୀମିତ ରହିନାହିଁ। ଶତ୍ରୁକୁ ସାମ୍ନା କରିବା ସକାଶେ ଇସ୍ରାଏଲ୍‌ର ମେଣ୍ଟ ସରକାର ସହିତ ବିରୋଧୀ ଦଳ ମଧ୍ୟ ତତ୍‌କ୍ଷଣାତ୍‌ ମିଶିଯାଇ ଏକ ସ୍ବରରେ ଯୁଦ୍ଧକୁ ସାମ୍ନା କରିବା ପାଇଁ ଏକଜୁଟ ହୋଇଛନ୍ତି। ଇସ୍ରାଏଲ୍‌ ଭଳି ଅଧିକାଂଶ ଦେଶ ସେମାନଙ୍କ ନାଗରିକଙ୍କ ଜୀବନ ସବୁଠାରୁ ମୂଲ୍ୟବାନ ବୋଲି ବାରମ୍ବାର ପ୍ରମାଣ କରିଆସିଛନ୍ତି।
୨୪ ନଭେମ୍ବର ସକାଳୁ ଆରମ୍ଭ ହୋଇଥିବା ଯୁଦ୍ଧବିରତି ଚାରିଦିନ ପାଇଁ କାର୍ଯ୍ୟକାରୀ ରହିବ। ଏହି ସମୟରେ ପଣବନ୍ଦୀମାନଙ୍କୁ ଉଭୟ ପଟ ହସ୍ତାନ୍ତର କରୁଥିବାର ଖବର ମିଳୁଛି। ହମାସ ଭଳି ଉଗ୍ରପନ୍ଥୀ ସଙ୍ଗଠନ ଏହି ଯୁଦ୍ଧବିରତି ପାଇଁ ରାଜି ହେବା ପଛରେ ଗାଜା ନାଗରିକଙ୍କ ଚାପ ପ୍ରଭାବଶାଳୀ ହୋଇଥାଇପାରେ। ଇସ୍ରାଏଲ ଆକ୍ରମଣରେ ଗାଜାର ସ୍ଥିତି ଅତ୍ୟନ୍ତ ଜଟିଳ ହୋଇଯାଉଥିବା ଭଳି ମନେହେଉଛି। ଏହା ସ୍ବୀକାର କରିବାକୁ ହେବ ଯେ, ଉଭୟ ଇସ୍ରାଏଲ ଓ ହମାସ ଆଜିର ସ୍ଥିତି ସକାଶେ ଦାୟୀ। କେହି ନିରୀହ ନୁହନ୍ତି। କିନ୍ତୁ ଇସ୍ରାଏଲ ଯେଉଁଭଳି ଭାବେ ତା’ର ନାଗରିକଙ୍କୁ ବଞ୍ଚାଇ ଆଣିବା ପାଇଁ ଏକାଗ୍ରତା ରଖି ଯୁଦ୍ଧ କରୁଛି, ତାହା ମଧ୍ୟ ପ୍ରଶଂସନୀୟ। ଯେକୌଣସି ଦେଶର ସରକାର ତାହାର ନାଗରିକଙ୍କ ପାଇଁ ଏଭଳି ଶକ୍ତି ପ୍ରଦର୍ଶନ କରିବା କଥା। ତେବେ ଭାରତ ଭଳି ରାଷ୍ଟ୍ରରେ ତତ୍‌କ୍ଷଣାତ୍‌ ଭିନ୍ନ ମତ ପ୍ରକାଶ ପାଇଥାଆନ୍ତା। ନାଗରିକଙ୍କୁ ବଞ୍ଚାଇବା ପରିବର୍ତ୍ତେ ଆମ ସରକାର ସେହି ନାଗରିକଙ୍କୁ ଦୋଷ ଦେବାରେ ଲାଗିଥାଆନ୍ତେ। ଏହାର ଅର୍ଥ ନୁହେଁ ଯେ, ନାଗରିକ ସବୁବେଳେ ଠିକ୍‌ କରିଥାଏ। ଉଦାହରଣ ସୂରୂପ, କାତାରରେ ଭାରତୀୟ ନୌସେନାର ଅବସରପ୍ରାପ୍ତ କେତେକ ଅଧିକାରୀ ଇସ୍ରାଏଲକୁ ସାହାଯ୍ୟ କରିବା ପାଇଁ ଗୁପ୍ତଚରୀ କାର୍ଯ୍ୟରେ ଲିପ୍ତ ରହିଥିବା ଯୋଗୁ ସେହି ଦେଶରେ ଗିରଫ ହୋଇ ମୃତ୍ୟୁଦଣ୍ଡର ଶିକାର ହେବାକୁ ଯାଉଛନ୍ତି। ନୌସେନାର ସେହି ପୂର୍ବତନ ଅଧିକାରୀମାନେ କାତାର ସରକାରଙ୍କ ବିରୋଧୀ ବୋଲି ଭାବି ହେଉନାହିଁ। କିନ୍ତୁ ଅବସର ପରେ ଅଧିତ୍କ ଅର୍ଥ ଲୋଭରେ ସେମାନେ ବିଦେଶ ଯାଇ କେଉଁ ପ୍ରକାର କାର୍ଯ୍ୟରେ ଲିପ୍ତ ରହୁଛନ୍ତି, ତାହା ବୁଝିବା ସହଜ ନୁହେଁ। ତତ୍‌ସହିତ ଏହା ମଧ୍ୟ ମାନିବାକୁ ହେବ ଯେ, ଭାରତୀୟମାନେ ବିଦେଶ ଯାଇ ଅନେକ ବେଆଇନ କାର୍ଯ୍ୟରେ ଜାଣିଶୁଣି ଜଡ଼ିତ ହୁଅନ୍ତି, ଯାହାଫଳରେ ସମଗ୍ର ଦେଶକୁ ଲଜ୍ଜିତ ହେବାକୁ ପଡ଼ିଥାଏ। ତେଣୁ ସବୁ ନାଗରିକଙ୍କ ପାଇଁ ଯୁଦ୍ଧ କରିହେବ ବୋଲି ଭାବିବା ଅନୁଚିତ।
ଅନ୍ୟପକ୍ଷରେ ଭାରତବର୍ଷରେ ସାଧାରଣ ନାଗରିକଙ୍କ ଜୀବନକୁ ସରକାର ବେଖାତିର କରିଆସୁଥିବାର ଦୃଷ୍ଟାନ୍ତ ଚାରିବାହାକୁ ଦେଖିଲେ ମିଳିଥାଏ। ଭାରତ ଭଳି ଦେଶରେ ରାଜନୀତିଠାରୁ ଆରମ୍ଭ କରି ରାସ୍ତା ଦୁର୍ଘଟଣା ପର୍ଯ୍ୟନ୍ତ ସବୁ ସମୟରେ ନାଗରିକ ଅବହେଳା ଯୋଗୁ ମରୁଛନ୍ତି। ରାଜନୀତିରେ ସଫଳତା ପାଇବା ପାଇଁ ନେତାମାନେ ନାଗରିକଙ୍କ ଜୀବନ ନେଇଯାଉଛନ୍ତି। ନାଗରିକତ୍ୱ ପ୍ରମାଣ କରିବା ସକାଶେ ନୀତି ସୃଷ୍ଟି କରୁଛନ୍ତି। ଏଥିରୁ ବୁଝାପଡ଼େ ଯେ ଆମ ଦେଶରେ ଆମେ ମାତୃଭୂମି ବୋଲି ଯାହା କହୁଛୁ ତାହା କେବଳ ଗୋଡ଼ି, ବାଲି ସହ କଙ୍କ୍ରିଟ ଘରଦ୍ୱାର ଓ ଅନ୍ୟ ଭିତ୍ତିଭୂମିରେ ସୀମିତ ରହିଯାଉଛି। ଭାରତର ବ୍ୟବସ୍ଥା ଭୁଲିଯାଉଛି ଯେ, ସବୁ କାର୍ଯ୍ୟର ଗୋଟିଏ ମାତ୍ର ଲକ୍ଷ୍ୟ ରହିବା କଥା। ସେହି ଲକ୍ଷ୍ୟଟି ସର୍ବନିମ୍ନ ସ୍ତରରେ ଥିବା ଦୁର୍ବଳ ନାଗରିକଙ୍କୁ ସଶକ୍ତ କରିବା। ଏହି ଲକ୍ଷ୍ୟରୁ ଭୁଲିଯାଇ, ବିଭିନ୍ନ ଆଳ ଦର୍ଶାଇ, ଭାରତର ନାଗରିକ ହୋଇଯାଉଛି ସବୁ ବିକାଶର ଏକମାତ୍ର ଶିକାର।

ଆମ ଦେଶରେ ଆମେ ମାତୃଭୂମି ବୋଲି ଯାହା କହୁଛୁ ତାହା କେବଳ ଗୋଡ଼ି, ବାଲି ସହ କଙ୍କ୍ରିଟ ଘରଦ୍ୱାର ଓ ଅନ୍ୟ ଭିତ୍ତିଭୂମିରେ ସୀମିତ ରହିଯାଉଛି।
ଭାରତର ବ୍ୟବସ୍ଥା ଭୁଲିଯାଉଛି ଯେ, ସବୁ କାର୍ଯ୍ୟର ଗୋଟିଏ ମାତ୍ର ଲକ୍ଷ୍ୟ ରହିବା କଥା। ସେହି ଲକ୍ଷ୍ୟଟି ସର୍ବନିମ୍ନ ସ୍ତରରେ ଥିବା ଦୁର୍ବଳ ନାଗରିକଙ୍କୁ ସଶକ୍ତ କରିବା। ଏହି ଲକ୍ଷ୍ୟରୁ ଭୁଲିଯାଇ, ବିଭିନ୍ନ ଆଳ ଦର୍ଶାଇ, ଭାରତର ନାଗରିକ ହୋଇଯାଉଛି ସବୁ ବିକାଶର ଏକମାତ୍ର ଶିକାର।


Enter your email to get our daily news in your inbox.

All Right Reserved By Dharitri.Com

ଦରମା ଦେଇପାରୁନି ଆମେରିକା

ଶ୍ବର ବିକଶିତ ଦେଶ ଆମେରିକାରେ ଅଚଳାବସ୍ଥା। ୧୪ ଲକ୍ଷରୁ ଅଧିକ ଫେଡେରାଲ କର୍ମଚାରୀଙ୍କୁ ବେତନ ନ ମିଳବା , ୪୧ ଲକ୍ଷ ନିମ୍ନ ଆୟକାରୀ ଆମେରିକୀୟଙ୍କ...

ମାନବାଧିକାର, ଆମର ଦୈନନ୍ଦିନ ଆବଶ୍ୟକତା

ଆଜି ସାରା ବିଶ୍ୱରେ ଅନ୍ତର୍ଜାତୀୟ ମାନବାଧିକାର ଦିବସ ପାଳନ ହେଉଛି । ଚଳିତ ବର୍ଷ ଜାତିସଂଘ ତରଫରୁ ଏହି ଦିବସ ପାଇଁ ସ୍ଲୋଗାନ ରହିଛି ”ମାନବାଧିକାର,...

ଗାନ୍ଧୀ ବିଭାଜନକାରୀ

ଭାରତ ୨୦୪୭ ସୁଦ୍ଧା ବିକଶିତ ହେବ ବୋଲି କେନ୍ଦ୍ର ସରକାର ବାରମ୍ବାର ଦୋହରାଉଛନ୍ତି। ବିକଶିତ ଦେଶ ଗଢ଼ିବାର ସ୍ବପ୍ନ ଦେଖାଯିବା ନିଶ୍ଚିତ ଭାବେ ସ୍ବାଗତଯୋଗ୍ୟ। କିନ୍ତୁ...

ଏଇ ଭାରତରେ

ଉତ୍ତରପ୍ରଦେଶର ଧୀରଜ ବର୍ମା ଟିଭି ଶୋ’ ଦେଖି ଷ୍ଟ୍ରବେରି ଚାଷ ଆରମ୍ଭକରି ଜଣେ ସଫଳ ଚାଷୀ ହୋଇପାରିଛନ୍ତି। ସେ ବିନା ମାଟି ଅର୍ଥାତ୍‌ କେବଳ ପାଣି...

ଜୀବନ୍ତ ଗ୍ରହର ଜୀବନ ରହସ୍ୟ

ପୃଥିବୀକୁ ମିଶେଇ ଆଠଟା ଗ୍ରହ, ପ୍ଲୁଟୋକୁ ମିଶେଇ ୫ଟା ବାମନଗ୍ରହ, ଚନ୍ଦ୍ରକୁ ମିଶେଇ ଶହ ଶହ ଉପଗ୍ରହ, ଗ୍ରହାଣୁପୁଞ୍ଜ, ଅଗଣିତ ଛୋଟବଡ଼ ପିଣ୍ଡ ଏବଂ ବିଶାଳକାୟ...

ଶିଶୁ ଅନୁକୂଳ ପାଠାଗାର

ଜାତୀୟ ଶିକ୍ଷାନୀତିି ୨୦୨୦ରେ ଏବଂ ଜାତୀୟ ପାଠ୍ୟ ଖସଡ଼ା ୨୦୨୨ରେ ପ୍ରାକ୍‌-ପ୍ରାଥମିକ ଶିକ୍ଷାରେ ଇମରଜେଣ୍ଟ ଲିଟେରାସି ବା ଅଙ୍କୁରିତ ସାକ୍ଷରତା, ଇମରଜେଣ୍ଟ ରିଡିଂ ବା ଅଙ୍କୁରିତ...

ନେହେରୁ ନୁହେଁ, ଭବିଷ୍ୟତକୁ ଦେଖ

‘ବନ୍ଦେ ମାତରମ୍‌’ ଭାରତର ଜାତୀୟ ଗୀତ ଭାବେ ଜଣାଶୁଣା। ବଙ୍କିମ ଚନ୍ଦ୍ର ଚାଟାର୍ଜୀଙ୍କ ଦ୍ୱାରା ଏହା ରଚିତ ହୋଇଥିଲା। ୧୮୭୫ ନଭେମ୍ବର ୭ରେ ପ୍ରଥମେ ‘ବଙ୍ଗଦର୍ଶନ’...

ଏଇ ଭାରତରେ

ବାହାରେ କିମ୍ବା ଘରେ ଅଦରକାରୀ ଜିନିଷ ଠୁଳ ହୋଇ ରହିବା ପ୍ରଦୂଷଣର କାରଣ ପାଲଟୁଛି। ପ୍ରଦୂଷଣ ହ୍ରାସ କରିବା ସକାଶେ ରିସାଇକ୍ଲିଂ ପଦ୍ଧତିରେ ଏଗୁଡ଼ିକର ପୁନଃ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri