ବିକାଶର ଶିକାର

ଭାରତ ପୂର୍ବରୁ ଅନେକଥର ଆତଙ୍କବାଦର ଶିକାର ହୋଇଛି, ଏବେ ମଧ୍ୟ ହେଉଛି। ପୁଲୁଓ୍ବାମା ବିରାଟକାୟ ଥିବାବେଳେ ତା’ପରେ ବହୁ ଛୋଟବଡ଼ ଆକ୍ରମଣ ହୋଇଛି, ଯେଉଁଥିରେ ମୃତ ସୈନିକମାନଙ୍କ ଦେହାବଶେଷ ଘରେ ପହଞ୍ଚିବା ପୂର୍ବରୁ ରାଜନେତାମାନେ ପହଞ୍ଚି ଆର୍ଥିକ ସାହାଯ୍ୟ କରିପାରୁଛନ୍ତି। କିନ୍ତୁ ଭାରତ ସରକାର ପାଇଁ ଏହି ଦେଶର ନାଗରିକଙ୍କ ଜୀବନର କୌଣସି ମୂଲ୍ୟ ଅଛି ବୋଲି ହୁଏତ ଚିନ୍ତା କରାଯାଏ ନାହିଁ। ଅକ୍ଟୋବର ୭ରୁ ଇସ୍ରାଏଲ୍‌ରୁ ଅପହରଣ ହୋଇଥିବା ୨୪୦ ନାଗରିକଙ୍କୁ ମୁକ୍ତ କରିବା ପାଇଁ ସେଠାକାର ସରକାର ହମାସ ବିରୋଧରେ ଏକ ଅନ୍ଧାଧୁନିଆ ଯୁଦ୍ଧ ଆରମ୍ଭ କରିଦେଇଛି। ବିଶ୍ୱର ବିଭିନ୍ନ ଦେଶରେ ଇସ୍ରାଏଲ୍‌ ବିରୋଧରେ ପ୍ରତିବାଦ ହେଉଥିବା ସତ୍ତ୍ୱେ ଅନ୍ତର୍ଜାତୀୟ ଚାପକୁ ବେଖାତିର କରି ସେଠାକାର ନେତୃତ୍ୱ କେବଳ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ପାଖରେ ସୀମିତ ରହିନାହିଁ। ଶତ୍ରୁକୁ ସାମ୍ନା କରିବା ସକାଶେ ଇସ୍ରାଏଲ୍‌ର ମେଣ୍ଟ ସରକାର ସହିତ ବିରୋଧୀ ଦଳ ମଧ୍ୟ ତତ୍‌କ୍ଷଣାତ୍‌ ମିଶିଯାଇ ଏକ ସ୍ବରରେ ଯୁଦ୍ଧକୁ ସାମ୍ନା କରିବା ପାଇଁ ଏକଜୁଟ ହୋଇଛନ୍ତି। ଇସ୍ରାଏଲ୍‌ ଭଳି ଅଧିକାଂଶ ଦେଶ ସେମାନଙ୍କ ନାଗରିକଙ୍କ ଜୀବନ ସବୁଠାରୁ ମୂଲ୍ୟବାନ ବୋଲି ବାରମ୍ବାର ପ୍ରମାଣ କରିଆସିଛନ୍ତି।
୨୪ ନଭେମ୍ବର ସକାଳୁ ଆରମ୍ଭ ହୋଇଥିବା ଯୁଦ୍ଧବିରତି ଚାରିଦିନ ପାଇଁ କାର୍ଯ୍ୟକାରୀ ରହିବ। ଏହି ସମୟରେ ପଣବନ୍ଦୀମାନଙ୍କୁ ଉଭୟ ପଟ ହସ୍ତାନ୍ତର କରୁଥିବାର ଖବର ମିଳୁଛି। ହମାସ ଭଳି ଉଗ୍ରପନ୍ଥୀ ସଙ୍ଗଠନ ଏହି ଯୁଦ୍ଧବିରତି ପାଇଁ ରାଜି ହେବା ପଛରେ ଗାଜା ନାଗରିକଙ୍କ ଚାପ ପ୍ରଭାବଶାଳୀ ହୋଇଥାଇପାରେ। ଇସ୍ରାଏଲ ଆକ୍ରମଣରେ ଗାଜାର ସ୍ଥିତି ଅତ୍ୟନ୍ତ ଜଟିଳ ହୋଇଯାଉଥିବା ଭଳି ମନେହେଉଛି। ଏହା ସ୍ବୀକାର କରିବାକୁ ହେବ ଯେ, ଉଭୟ ଇସ୍ରାଏଲ ଓ ହମାସ ଆଜିର ସ୍ଥିତି ସକାଶେ ଦାୟୀ। କେହି ନିରୀହ ନୁହନ୍ତି। କିନ୍ତୁ ଇସ୍ରାଏଲ ଯେଉଁଭଳି ଭାବେ ତା’ର ନାଗରିକଙ୍କୁ ବଞ୍ଚାଇ ଆଣିବା ପାଇଁ ଏକାଗ୍ରତା ରଖି ଯୁଦ୍ଧ କରୁଛି, ତାହା ମଧ୍ୟ ପ୍ରଶଂସନୀୟ। ଯେକୌଣସି ଦେଶର ସରକାର ତାହାର ନାଗରିକଙ୍କ ପାଇଁ ଏଭଳି ଶକ୍ତି ପ୍ରଦର୍ଶନ କରିବା କଥା। ତେବେ ଭାରତ ଭଳି ରାଷ୍ଟ୍ରରେ ତତ୍‌କ୍ଷଣାତ୍‌ ଭିନ୍ନ ମତ ପ୍ରକାଶ ପାଇଥାଆନ୍ତା। ନାଗରିକଙ୍କୁ ବଞ୍ଚାଇବା ପରିବର୍ତ୍ତେ ଆମ ସରକାର ସେହି ନାଗରିକଙ୍କୁ ଦୋଷ ଦେବାରେ ଲାଗିଥାଆନ୍ତେ। ଏହାର ଅର୍ଥ ନୁହେଁ ଯେ, ନାଗରିକ ସବୁବେଳେ ଠିକ୍‌ କରିଥାଏ। ଉଦାହରଣ ସୂରୂପ, କାତାରରେ ଭାରତୀୟ ନୌସେନାର ଅବସରପ୍ରାପ୍ତ କେତେକ ଅଧିକାରୀ ଇସ୍ରାଏଲକୁ ସାହାଯ୍ୟ କରିବା ପାଇଁ ଗୁପ୍ତଚରୀ କାର୍ଯ୍ୟରେ ଲିପ୍ତ ରହିଥିବା ଯୋଗୁ ସେହି ଦେଶରେ ଗିରଫ ହୋଇ ମୃତ୍ୟୁଦଣ୍ଡର ଶିକାର ହେବାକୁ ଯାଉଛନ୍ତି। ନୌସେନାର ସେହି ପୂର୍ବତନ ଅଧିକାରୀମାନେ କାତାର ସରକାରଙ୍କ ବିରୋଧୀ ବୋଲି ଭାବି ହେଉନାହିଁ। କିନ୍ତୁ ଅବସର ପରେ ଅଧିତ୍କ ଅର୍ଥ ଲୋଭରେ ସେମାନେ ବିଦେଶ ଯାଇ କେଉଁ ପ୍ରକାର କାର୍ଯ୍ୟରେ ଲିପ୍ତ ରହୁଛନ୍ତି, ତାହା ବୁଝିବା ସହଜ ନୁହେଁ। ତତ୍‌ସହିତ ଏହା ମଧ୍ୟ ମାନିବାକୁ ହେବ ଯେ, ଭାରତୀୟମାନେ ବିଦେଶ ଯାଇ ଅନେକ ବେଆଇନ କାର୍ଯ୍ୟରେ ଜାଣିଶୁଣି ଜଡ଼ିତ ହୁଅନ୍ତି, ଯାହାଫଳରେ ସମଗ୍ର ଦେଶକୁ ଲଜ୍ଜିତ ହେବାକୁ ପଡ଼ିଥାଏ। ତେଣୁ ସବୁ ନାଗରିକଙ୍କ ପାଇଁ ଯୁଦ୍ଧ କରିହେବ ବୋଲି ଭାବିବା ଅନୁଚିତ।
ଅନ୍ୟପକ୍ଷରେ ଭାରତବର୍ଷରେ ସାଧାରଣ ନାଗରିକଙ୍କ ଜୀବନକୁ ସରକାର ବେଖାତିର କରିଆସୁଥିବାର ଦୃଷ୍ଟାନ୍ତ ଚାରିବାହାକୁ ଦେଖିଲେ ମିଳିଥାଏ। ଭାରତ ଭଳି ଦେଶରେ ରାଜନୀତିଠାରୁ ଆରମ୍ଭ କରି ରାସ୍ତା ଦୁର୍ଘଟଣା ପର୍ଯ୍ୟନ୍ତ ସବୁ ସମୟରେ ନାଗରିକ ଅବହେଳା ଯୋଗୁ ମରୁଛନ୍ତି। ରାଜନୀତିରେ ସଫଳତା ପାଇବା ପାଇଁ ନେତାମାନେ ନାଗରିକଙ୍କ ଜୀବନ ନେଇଯାଉଛନ୍ତି। ନାଗରିକତ୍ୱ ପ୍ରମାଣ କରିବା ସକାଶେ ନୀତି ସୃଷ୍ଟି କରୁଛନ୍ତି। ଏଥିରୁ ବୁଝାପଡ଼େ ଯେ ଆମ ଦେଶରେ ଆମେ ମାତୃଭୂମି ବୋଲି ଯାହା କହୁଛୁ ତାହା କେବଳ ଗୋଡ଼ି, ବାଲି ସହ କଙ୍କ୍ରିଟ ଘରଦ୍ୱାର ଓ ଅନ୍ୟ ଭିତ୍ତିଭୂମିରେ ସୀମିତ ରହିଯାଉଛି। ଭାରତର ବ୍ୟବସ୍ଥା ଭୁଲିଯାଉଛି ଯେ, ସବୁ କାର୍ଯ୍ୟର ଗୋଟିଏ ମାତ୍ର ଲକ୍ଷ୍ୟ ରହିବା କଥା। ସେହି ଲକ୍ଷ୍ୟଟି ସର୍ବନିମ୍ନ ସ୍ତରରେ ଥିବା ଦୁର୍ବଳ ନାଗରିକଙ୍କୁ ସଶକ୍ତ କରିବା। ଏହି ଲକ୍ଷ୍ୟରୁ ଭୁଲିଯାଇ, ବିଭିନ୍ନ ଆଳ ଦର୍ଶାଇ, ଭାରତର ନାଗରିକ ହୋଇଯାଉଛି ସବୁ ବିକାଶର ଏକମାତ୍ର ଶିକାର।

ଆମ ଦେଶରେ ଆମେ ମାତୃଭୂମି ବୋଲି ଯାହା କହୁଛୁ ତାହା କେବଳ ଗୋଡ଼ି, ବାଲି ସହ କଙ୍କ୍ରିଟ ଘରଦ୍ୱାର ଓ ଅନ୍ୟ ଭିତ୍ତିଭୂମିରେ ସୀମିତ ରହିଯାଉଛି।
ଭାରତର ବ୍ୟବସ୍ଥା ଭୁଲିଯାଉଛି ଯେ, ସବୁ କାର୍ଯ୍ୟର ଗୋଟିଏ ମାତ୍ର ଲକ୍ଷ୍ୟ ରହିବା କଥା। ସେହି ଲକ୍ଷ୍ୟଟି ସର୍ବନିମ୍ନ ସ୍ତରରେ ଥିବା ଦୁର୍ବଳ ନାଗରିକଙ୍କୁ ସଶକ୍ତ କରିବା। ଏହି ଲକ୍ଷ୍ୟରୁ ଭୁଲିଯାଇ, ବିଭିନ୍ନ ଆଳ ଦର୍ଶାଇ, ଭାରତର ନାଗରିକ ହୋଇଯାଉଛି ସବୁ ବିକାଶର ଏକମାତ୍ର ଶିକାର।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ ମହାରାଷ୍ଟ୍ରର ମରାଠାଓ୍ବାଡା ଓ ଖଣ୍ଡେଶ ଅଞ୍ଚଳରେ ଜଳାଶୟ ଓ…

ବିଲ୍‌ ଗେଟ୍ସଙ୍କ କୃତ୍ରିମ ବର୍ଷା

ବିଲ୍‌ ଗେଟ୍ସଙ୍କ କୃତ୍ରିମ ବର୍ଷା’ ଶୀର୍ଷକ ଏକ ଭାଇରାଲ ରିଲ୍‌ କିଛିଦିନ ହେଲା ଭାରତୀୟଙ୍କ ହ୍ବାଟ୍ସଆପ୍‌ରେ ଆଲୋଡ଼ନ ସୃଷ୍ଟି କରିଥିଲା ଓ ଏହି ଅସମୟ ବର୍ଷାରେ ବାହାରକୁ…

ଗରିବ କିଏ

ସଂସାରରେ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ବହୁତ ଧନ ସମ୍ପତ୍ତିର ଅଧିକାରୀ ତ ହୋଇଥାନ୍ତି; କିନ୍ତୁ ସେମାନଙ୍କର ଆଚରଣ ଭିକାରିର ଆଚରଣ ସହିତ ପ୍ରାୟ ସମାନ…

ଅନ୍ତର୍ଜାତୀୟ ବ୍ୟବସ୍ଥାରେ ଅସଙ୍ଗତି

ନିକଟରେ କାନାଡ଼ାର ପ୍ରଧାନମନ୍ତ୍ରୀ ମାର୍କ କାର୍ନି ତାଙ୍କ ଭାଷଣରେ ନିୟମ ଆଧାରିତ ଅନ୍ତର୍ଜାତୀୟ ବ୍ୟବସ୍ଥାକୁ ‘ଛଳନାତ୍ମକ’ ବା ଅବାସ୍ତବ ବୋଲି ବର୍ଣ୍ଣନା କରିଥିଲେ। ଏହି ମନ୍ତବ୍ୟ ଗ୍ଲୋବାଲ…

ଅହିଂସା ଓ ଅସ୍ପୃଶ୍ୟତା

ଅହିଂସାକୁ ହିନ୍ଦୁଧର୍ମରେ ଶ୍ରେଷ୍ଠ ସଦାଚାର ବା ଗୁଣ ବୋଲି ବିବେଚନା କରାଯାଏ। ଏହା ସଦାଚାରୀ ସନ୍ନ୍ୟାସୀ, ଦୟାଶୀଳ ଋଷି ତଥା ଶ୍ରେଷ୍ଠ ନୈତିକ ଜୀବନର ଭାବମୂର୍ତ୍ତିକୁ ପରିପ୍ରକାଶକରେ।…

ଏମିତି ଥିଲା ଗାଁ

ଭାରତର ଆତ୍ମା ହେଉଛି ଗାଁ। ସଭ୍ୟତା, ସଂସ୍କୃତି, ପରମ୍ପରା, ସାମାଜିକ ବନ୍ଧନ ଓ ସଦାଚାରର ପ୍ରାଣକେନ୍ଦ୍ର ଯେଉଁଠି ଗୋଟିଏ ଘରେ ସୋରିଷ ଫୁଟିଲେ ସମ୍ପୂର୍ଣ୍ଣ ଗାଁକୁ ବାସିଥାଏ।…

କୃଷି ରପ୍ତାନିର ନୂତନ ଆଶା

ରାଜ୍ୟର କୃଷିବିକାଶ ଓ କୃଷକମାନଙ୍କ ଆୟବୃଦ୍ଧି ପାଇଁ କୃଷି-ରପ୍ତାନି ଏକ ପ୍ରମୁଖ ମାର୍ଗ। କୃଷି-ରପ୍ତାନି ପାଇଁ ପାରମ୍ପରିକ ଜୈବିକ କୃଷି ଓ ଅତ୍ୟାଧୁନିକ କୃଷି ଅଧିକ ସୁଯୋଗ…

ଲକ୍ଷ୍ୟହୀନ ଯୁଦ୍ଧ

ଇରାନ୍‌ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ପରେ ମଧ୍ୟପ୍ରାଚ୍ୟରେ ସୃଷ୍ଟି ହୋଇଥିବା ଯୁଦ୍ଧ ୨୩ ମାର୍ଚ୍ଚରେ ଭିନ୍ନ ମୋଡ଼ରେ ପହଞ୍ଚିଥିଲା। ଏହିଦିନ ଆମେରିକା ରାଷ୍ଟ୍ରପତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri