Posted inଖେଳ

ଚର୍ଚ୍ଚାରେ ଭେଟେରାନ୍‌ ପ୍ଲେୟର

ଅଭିଜ୍ଞତାର କିଛି ବିକଳ୍ପ ନ ଥାଏ। ଚଳିତ ଇଣ୍ଡିଆନ୍‌ ପ୍ରିମିୟର୍‌ ଲିଗ୍‌ ଅଧାଅଧି ଶେଷ ହେବାକୁ ବସିଥିବା ବେଳେ କିଛି ଅଭିଜ୍ଞ ଖେଳାଳିଙ୍କ ପ୍ରଦର୍ଶନ ଏହାକୁ ଠିକ୍‌ ପ୍ରମାଣିତ କରିଛି। ଏହି ଲିଗ୍‌ରେ ସାଧାରଣତଃ ଯୁବ ଖେଳାଳିଙ୍କଠାରୁ ପ୍ରଭାବୀ ପ୍ରଦର୍ଶନ ଦେଖିବାକୁ ମିଳିଥାଏ। ଚଳିତ ବର୍ଷର ଆଇପିଏଲରେ ଦେଖିବାକୁ ମିଳିଛି ଏକ ବ୍ୟତିକ୍ରମ। ଯଶସ୍ବୀ ଜୟସ୍ବାଲ, ଋତୁରାଜ ଗାଏକ୍ୱାଡ, ଅର୍ଶଦୀପ ସିଂ, ରିଙ୍କୁ ସିଂଙ୍କ ପରି ଯୁବ ଖେଳାଳି ନିଃସନ୍ଦେହ ଚମତ୍କାର ପ୍ରଦର୍ଶନ କରିଛନ୍ତି। ତେବେ ଏମିତି ଅନେକ ଖେଳାଳି ଯେଉଁମାନେ ଟିମ୍‌ ଇଣ୍ଡିଆର ରାଡାରରୁ ବେଶ୍‌ ଦୂରରେ ସେମାନେ ନିଜ ପ୍ରଦର୍ଶନ ଜରିଆରେ ଚହଳ ସୃଷ୍ଟି କରିଛନ୍ତି। ଅଜିଙ୍କ୍ୟ ରାହାନେ, ଇଶାନ୍ତ ଶର୍ମା, ଶିଖର ଧାଓ୍ବନ, ମୋହିତ ଶର୍ମା, ସନ୍ଦୀପ ଶର୍ମା, ପୀୟୂଷ ଚାଓ୍ବଲା ଓ ଅମିତ ମିଶ୍ରଙ୍କ ପରି ଖେଳାଳି ଏହି ତାଲିକାରେ ଅଛନ୍ତି। ରାହାନେ ନିଜ ପ୍ରଦର୍ଶନ ଆଧାରରେ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଦଳକୁ ଫେରିଥିବା ବେଳେ ଅନ୍ୟମାନେ ମଧ୍ୟ ଦଳକୁ ପ୍ରତ୍ୟାବର୍ତ୍ତନ କରିପାରନ୍ତି। ଏମିତି ଖେଳାଳିଙ୍କ ଉପରେ ଏକ ଆଲେଖ୍ୟ…..
ଅଜିଙ୍କ୍ୟ ରାହାନେ: ଭାରତୀୟ ଦଳର ଅଧିନାୟକ ରହି ସାରିଥିବା ରାହାନେଙ୍କ କ୍ୟାରିୟରର ଟର୍ନିଂ ପଏଣ୍ଟ ରହିଛି ଆଇପିଏଲ୍‌ ୨୦୨୩। ଚଳିତ ଆଇପିଏଲ୍‌ରେ ସେ ୧୯୦ରୁ ଅଧିକ ଷ୍ଟ୍ରାଇକ ରେଟ୍‌ରେ ରନ୍‌ ସଂଗ୍ରହ କରିଥିବା ବେଳେ ତାଙ୍କ ଫିଲ୍ଡିଂ ଦକ୍ଷତାରେ ସେ ସମସ୍ତଙ୍କ ହୃଦୟ ଜିତିବାରେ ସଫଳ ହୋଇଛନ୍ତି। ୮ ମ୍ୟାଚରୁ ୨ଟି ଅର୍ଦ୍ଧଶତକ ସହିତ ରାହାନେ ୨୨୪ ରନ୍‌ ସ୍କୋର କରିଛନ୍ତି। ରାହାନେ ଯଦି ଟୁର୍ନାମେଣ୍ଟ ଶେଷଯାଏ ସମାନ ଫର୍ମ ବଜାୟ ରଖନ୍ତି ତେବେ ଭାରତର ସୀମିତ ଓଭର ଦଳ ତଥା ଆଗାମୀ ଦିନିକିଆ ବିଶ୍ୱକପରେ ସେ ପ୍ରତ୍ୟାବର୍ତ୍ତନ କରିପାରନ୍ତି।
ଇଶାନ୍ତ ଶର୍ମା: ଭାରତୀୟ ଦଳର ପୂର୍ବତନ ଷ୍ଟ୍ରାଇକ୍‌ ବୋଲର ରହିଥିବା ଇଶାନ୍ତ ଶର୍ମା ବର୍ତ୍ତମାନ ଭାରତୀୟ ଚୟନକର୍ତ୍ତାଙ୍କ ରାଡାରରୁ ବାହାରେ। ୩୭ ବର୍ଷୀୟ ଇଶାନ୍ତ ଦୀର୍ଘ ବର୍ଷ ଧରି ଭାରତୀୟ ଦଳର ଅଂଶ ନଥିବା ଇଶାନ୍ତ ନିଜ ଆଇପିଏଲ ପ୍ରତ୍ୟାବର୍ତ୍ତନରେ ସମସ୍ତଙ୍କୁ ପ୍ରଭାବିତ କରିଛନ୍ତି। ୪ ମ୍ୟାଚ୍‌ ଖେଳି ସାରିଥିବା ଇଶାନ୍ତଙ୍କ ଇକୋନୋମି ରେଟ୍‌ ୬.୫୦ ରହିଥିବା ବେଳେ ସେ ନେଇଛନ୍ତି ୬ ଉଇକେଟ। ଚଳିତ ସିଜନର ୪ ମ୍ୟାଚରୁ ଇଶାନ୍ତ ୨ ଥର ପ୍ଲେୟର ଅଫ୍‌ ଦ ମ୍ୟାଚ୍‌ ମଧ୍ୟ ହୋଇଛନ୍ତି।
ଶିଖର ଧାଓ୍ବନ: ଏକଦା ସୀମିତ ଓଭର ଭାରତୀୟ ଦଳର ଅଧିନାୟକ ରହିଥିବା ଶିଖର ଧାଓ୍ବନଙ୍କୁ ଟିମ୍‌ ମ୍ୟାନେଜମେଣ୍ଟ ପକ୍ଷରୁ ଦଳରୁ ବାଦ ଦିଆଯାଇଥିଲା। ୩୬ ବର୍ଷ ବୟସରେ ବି ଧାଓ୍ବନ ବେଶ୍‌ ଚମତ୍କାର ବ୍ୟାଟିଂ କରୁଛନ୍ତି। ଚଳିତ ସିଜନରେ ୭ ମ୍ୟାଚ୍‌ରୁ ୧୫୦ ଷ୍ଟ୍ରାଇକରେଟ୍‌ ସହିତ ସେ ୨୯୨ ରନ୍‌ କରିଛନ୍ତି। ଏହା ସହିତ ତାଙ୍କର ଆଭରେଜ ୫୮ ରହିଛି।
ମୋହିତ ଶର୍ମା: ଚେନ୍ନାଇ ସୁପର କିଙ୍ଗ୍ସରୁ ନିଜର ଆଇପିଏଲ କ୍ୟାରିୟର ଆରମ୍ଭ କରିଥିଲେ ମୋହିତ ଶର୍ମା। ପର୍ପଲ କ୍ୟାପ୍‌ ହାସଲ କରିବା ସହିତ ମୋହିତ ଭାରତୀୟ ଦଳରୁ ଡାକରା ପାଇଥିଲେ। ଏହାପରେ ଖରାପ ଫର୍ମ କାରଣରୁ ଭାରତୀୟ ଦଳରୁ ବାଦ୍‌ ପଡିଥିବା ବେଳେ ଆଇପିଏଲରେ ମଧ୍ୟ କୌଣସି ଦଳ ତାଙ୍କୁ କିଣି ନ ଥିଲେ। ୨୦୨୨ ସିଜନରେ ଗୁଜରାଟ ଟାଇଟନ୍ସରେ ନେଟ୍‌ ବୋଲର ଭାବରେ ଯୋଗ ଦେଇଥିଲେ ମୋହିତ। ଚଳିତ ସିଜନରେ ୟଶ ଦୟାଲଙ୍କ ସ୍ଥାନରେ ଖେଳିବା ପରେ ମୋହିତ ସମସ୍ତଙ୍କୁ ପ୍ରଭାବିତ କରିଛନ୍ତି। ୬ ମ୍ୟାଚ୍‌ରୁ ସେ ୮ ଉଇକେଟ ନେଇଥିବା ବେଳେ ତାଙ୍କର ଇକୋନୋମି ୬.୯୪ ରହିଛି।
ସନ୍ଦୀପ ଶର୍ମା: ବଲ୍‌ ସୁଇଙ୍ଗ କରିବାରେ ଭୁବନେଶ୍ୱର କୁମାରଙ୍କ ବିକଳ୍ପ ଭାବେ ସନ୍ଦୀପ ଶର୍ମାଙ୍କୁ ବିବେଚନା କରାଯାଏ। ତେବେ ପେସ୍‌ର ଅଭାବ କାରଣରୁ ସନ୍ଦୀପ କଦାପି ଭାରତୀୟ ଦଳରେ ସ୍ଥାନ ପାଇବାରେ ସମର୍ଥ ହୋଇ ନ ଥିଲେ। ଚଳିତ ସିଜନରେ ସନ୍ଦୀପଙ୍କୁ କୌଣସି ଫ୍ରାଞ୍ଚାଇଜ୍‌ ମଧ୍ୟ କିଣି ନ ଥିଲେ। ତେବେ ପ୍ରସିଦ୍ଧ କ୍ରିଷ୍ଣା ଆହତ ହୋଇ ବାଦ୍‌ ପଡ଼ିବାରୁ ବିକଳ୍ପ ଖେଳାଳି ଭାବେ ସନ୍ଦୀପଙ୍କୁ ସାମିଲ କରାଯାଇଥିଲା। ଏହାପରେ ନିଜ ସୁଇଙ୍ଗ୍‌ ସହିତ ଡେଥ୍‌ ଓଭର ବୋଲିଂରେ ସମସ୍ତଙ୍କୁ ପ୍ରଭାବିତ କରିଛନ୍ତି। ଭାରତୀୟ ଦଳରେ ସେ ଭୁବନେଶ୍ୱର କୁମାରଙ୍କ ବିକଳ୍ପ ସାବ୍ୟସ୍ତ ହୋଇପାରନ୍ତି।
ଅମିତ୍‌ ମିଶ୍ର: ଚଳିତ ଆଇପିଏଲ୍‌ର ସବୁଠାରୁ ବୟସ୍କ ଖେଳାଳି ହେଉଛନ୍ତି ଅମିତ୍‌ ମିଶ୍ର। ୪୨ ବର୍ଷ ବୟସରେ ତାଙ୍କର ଭାରତୀୟ ଦଳକୁ ଫେରିବାର ସମ୍ଭାବନା ନାହିଁ। ଚଳିତ ସିଜନରେ ୬ ମ୍ୟାଚ୍‌ରୁ ୬ ଉଇକେଟ ନେଇଥିବା ବେଳେ ତାଙ୍କର ଇକୋନୋମି ୭.୫୦ ରହିଛି।
ପୀୟୂଷ ଚାଓ୍ବଲା: ୩୪ ବର୍ଷ ବୟସ୍କ ପୀୟୂଷ ଚାଓ୍ବଲା ମୁମ୍ବାଇର ସବୁଠାରୁ ସଫଳତମ ବୋଲର ରହିଛନ୍ତି। ୩୪ ବର୍ଷ ବୟସ୍କ ଚାଓ୍ବଲା ୯ ମ୍ୟାଚରୁ ୧୫ ଉଇକେଟ ନେଇ ପର୍ପଲ କ୍ୟାପ୍‌ ତାଲିକାର ଚତୁର୍ଥ ସ୍ଥାନରେ ରହିଛନ୍ତି। ଏହି ପ୍ରଦର୍ଶନ ଜରିଆରେ ସେ ଭାରତୀୟ ଦଳକୁ ପ୍ରତ୍ୟାବର୍ତ୍ତନ କରିପାରନ୍ତି।
ପ୍ରସ୍ତୁତି: ସରୋଜ କୁମାର ଜେନା


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri