ବଲାଙ୍ଗିର,୧୭।୧୧(ସୁନିଲ କୁମାର ମହାନ୍ତି): ବଲାଙ୍ଗିର ସମ୍ବଲପୁର ରୋଡ଼ ଛତାମଖନା ଗ୍ରାମ ନିକଟ ୨୬ନମ୍ବର ଜାତୀୟ ରାଜପଥ ରାସ୍ତାକଡରେ ଥିବା ଏକ ପୋଖରୀକୁ ଭାରସାମ୍ୟ ହରାଇ ଏକ ମାଲ ବୋଝେଇ ଟ୍ରକ ପାଣି ଭିତରେ ପଶି ଯାଇଛି l
ସୂଚନା ଅନୁଯାୟୀ, ବରଗଡ଼ରୁ ଏକ ମାଲ ବୋଝେଇ ଟ୍ରକ ବିସ୍କୁଟ ଧରି ବଲାଙ୍ଗିରକୁ ଆସୁଥିଲା। ଭୋର ପାଞ୍ଚଟାବେଳେ ଟ୍ରକ ଡ୍ରାଇଭର ଭାରସାମ୍ୟ ହରାଇ ୨୬ନମ୍ବର ଜାତୀୟ ରାଜପଥ ରାସ୍ତାକଡ଼ରେ ଥିବା ଏକ ପୋଖରୀ ଭିରକୁ ପଶି ଯାଇଥିଲା l ଟ୍ରକରେ ଥିବା ଡ୍ରାଇଭର ଓ ଅନ୍ୟମାନେ ଆହତ ହେଇଥିବାବେଳେ ସେମାନେ ଏକ ବଡ ଦୂର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଥିବା ଜଣାପଡିଛି l ଏବେ ଟ୍ରକଟି ପୋଖରୀ ପାଣିରେ ଭାସୁଥିବା ଦେଖାଯାଇଛି l ଖବର ପାଇ ବଲାଙ୍ଗିର ପୁଇଁନ୍ତଲା ପୋଲିସ ପହଞ୍ଚି ପୋଖରୀ ଭିତରୁ ଗାଡ଼ିକୁ ଉଦ୍ଧାର କରିବା ପାଇଁ ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ କରିଛନ୍ତି l ପୋଖରୀ ଭିତରକୁ ପଶିଯାଇଥିବା ଟ୍ରକ ଦୁର୍ଘଟଣାକୁ ନେଇ ତଦନ୍ତ କରୁଥିବା ପୋଲିସ ପକ୍ଷରୁ କୁହାଯାଇଛି l
Dharitri – Odisha’s No.1 Odia Daily


