ଦାରିଙ୍ଗବାଡି, ୪।୮ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡିଠାରେ ଥିବା ଏସବିଆଇର ଏଟିଏମରୁ ଅଚଳ ୫ ଶହ ଟଙ୍କିଆ ନୋଟ ବାହାରୁଥିବା ଅଭିଯୋଗ ହୋଇଛି। ଗୋଟିଏ କି ୨ଟି ନୁହଁ ୭ଟି ଫଟା ୫ ଶହ ଟଙ୍କିଆ ନୋଟ ବାହାରିବା ପରେ ସିମନବାଡି ଅଞ୍ଚଳରେ ଏଟିଏମରୁ ଟଙ୍କା ଉଠାଣ ପାଇଁ ଲୋକଙ୍କ ମନରେ ଭୟ ଦେଖାଯାଇଛି । ଏଭଳି ଘଟଣା କିରିକୁଟି ପଞ୍ଚାୟତ ବାଇମାଲା ଗ୍ରାମର ମଶା ଦିଗାଲଙ୍କ କ୍ଷେତ୍ରରେ। ସେ ଏନେଇ ମଙ୍ଗଳବାର ବ୍ୟାଙ୍କ ରେ ଅଭିଯୋଗ କରିବେ ବୋଲି କହିଛନ୍ତି । ପ୍ରକାଶ ଯେ ସନ୍ଧ୍ୟା ସମୟରେ ମଶା ସିମନବାଡି ବଜାର ଉପରେ ଥିବା ଏକମାତ୍ର ଏଟିଏମରୁ ୫ ହଜାର ଟଙ୍କା ଉଠାଇଥିଲେ। ତେବେ ମାତ୍ର ୩ ଟି ନୋଟ ଭଲ ରହିଥିବା ବେଳେ ବଳକା ୭ ଟି ୫ ଶହ ଟଙ୍କିଆ ନୋଟ ଫଟା ହୋଇଥିବା ବେଳେ ତାହାରି ଉପରେ ଧଳା ପେଚ ପକାଯାଇଥିବା ମଶା କହିଛନ୍ତି । ବ୍ୟାଙ୍କ ଭଳି ବିଶ୍ୱାସ ରହିଥିବା ସଂସ୍ଥାରେ କିଏ ଓ କାହିଁକି ଅଚଳ ନୋଟ ଗୁଡିକ ଏଟିଏମରେ ଭର୍ତ୍ତି କରିଛନ୍ତି , ତା’ର ତଦନ୍ତ ପାଇଁ ସେ ଦାବି କରିବା ସହ ଏହାର ତଦନ୍ତ କରାଯାଉ ବୋଲି ସେ ଦାବି କରିଛନ୍ତି । ବିଳମ୍ବିତ ରାତି ହୋଇଥିବାରୁ ସେ ଏନେଇ କାହାରି ନିକଟରେ ଅଭିଯୋଗ କରି ନଥିବା କହିଛନ୍ତି ।

