କୋଣାର୍କ: ଜ୍ୟୋତିର୍ବିଜ୍ଞାନର ଏକ ମାନମନ୍ଦିର

କୋଣାର୍କରେ ନଦୀର ସଙ୍ଗମସ୍ଥଳରେ ଏକ ଗଣ୍ଡ ଥିଲା। ଏହି ଗଣ୍ଡର ନାମ ପଦ୍ମକେଶର ଗଣ୍ଡ। ପଦ୍ମକେଶର ଗଣ୍ଡରେ ପଦ୍ମକେଶର ମନ୍ଦିରର ନିର୍ମାତା ଥିଲେ ଗଙ୍ଗବଂଶର ଗଜପତି ଲାଙ୍ଗୁଳା ନରସିଂହ ଦେବ। ପଦ୍ମକେଶର ମନ୍ଦିର ନିର୍ମାଣ ସମୟଠାରୁ ଭାରତର ବିଭିନ୍ନ ସାମ୍ରାଜ୍ୟରେ ଚହଳ ସୃଷ୍ଟି କରିଥିଲା। ନିର୍ମାଣ ପରେ ବିଶ୍ୱସ୍ତରରେ ବିସ୍ମୟ ସୃଷ୍ଟି କରିଥିଲା ଏହାର କାରୁକାର୍ଯ୍ୟ। ସ୍ଥାପତ୍ୟ ଓ ଭାସ୍କର୍ଯ୍ୟର ଶୀର୍ଷ ସ୍ତର ଛୁଇଁଥିଲା। ପଦ୍ମକେଶର ମନ୍ଦିରର ଶ୍ରେଷ୍ଠ କଳାକୃତି ପ୍ରତି ଏକ ଅହେତୁକ ଆକର୍ଷଣ ସୃଷ୍ଟି ହୋଇଥିଲା। ଅବୁଲ ଫାଜଲ ତାଙ୍କର ଆଇନ-ଇ-ଆକବରୀର ଦ୍ୱିତୀୟ ଭାଗରେ ‘କୋଣାର୍କ ମନ୍ଦିର’ ଶବ୍ଦ ବ୍ୟବହାର କରିବା ପରେ ଶ୍ରୀପଦ୍ମକେଶର ଶବ୍ଦ ପଛକୁ ଚାଲିଗଲା। ମନ୍ଦିରଟି ‘କୋଣାର୍କ ମନ୍ଦିର’ ଭାବରେ ପ୍ରଚାରିତ ହେଲା। ଅବୁଲ ଫାଜଲଙ୍କ ବହିକୁ ଅନୁବାଦ କରିଛନ୍ତି ଏଚ୍‌. ଏସ୍‌. ଜାରେଟ (H.S. Jarrett)। ପ୍ରକାଶ କରିଛନ୍ତି ୧୯୧୦ ମସିହାରେ ବେଙ୍ଗଲଏସାଇଟିକ୍‌ ସୋସାଇଟି। ଅବୁଲ ଫାଜଲ ଯାହା ଦେଖିଥିଲେ ତାହା ହିଁ ବର୍ଣ୍ଣନା କରିଥିଲେ।
ଅବୁଲ ଫାଜଲଙ୍କର ଆଇନ-ଇ-ଆକବରୀର ଇଂରାଜୀ ଅନୁବାଦ ହେବା ପୂର୍ବରୁ ଷ୍ଟାଲିଂଙ୍କ ବହି ୧୮୨୫ ମସିହାରେ ପ୍ରକାଶ ପାଇଥିଲା। ସେ ୧୮୨୪ ମସିହାରେ କୋଣାର୍କ ମନ୍ଦିରର କିଛି ଅଂଶ ବିମାନରେ ବୁଲି ଦେଖିବା ପରେ ଇତିହାସ ଲେଖିଥିଲେ। ତାହା ମଧ୍ୟ କେତେକ ମାତ୍ରାରେ ଅନ୍ଧ ବ୍ୟକ୍ତିଟିଏ ହାତୀ ଦେଖିଲା ପରେ ବର୍ଣ୍ଣନା କରୁଥିବା ଭଳି ମନେହୁଏ। ତା’ପରେ କୋଣାର୍କ ଉପରେ ଲେଖିଲେ ଜେମ୍‌ସ ଫର୍ଗୁସନ ୧୮୩୯ ମସିହାରେ। ସେ Picturesdue Illustrations of the Architecture of Hindustan ଓ Eastern and Indian Architecture ଦୁଇଟି ବହିରେ କୋଣାର୍କକୁ ସ୍ଥାନ ଦେଲେ। ଏହାପରେ ଡବ୍ଲ୍ୟୁ. ଡବ୍ଲ୍ୟୁ. ହଣ୍ଟର ଲେଖିଲେ ଓରିଶା, ଭାଗ-୧ରେ ୧୮୭୨ ମସିହାରେ। ୧୮୮୦ ମସିହାରେ ରାଜେନ୍ଦ୍ର ଲାଲ ମିତ୍ର-ଦି ଆଣ୍ଟିକ୍ୱିଟିଜ୍‌ ଅଫ୍‌ ଓରିଶା ପୁସ୍ତକରେ ଆଲୋଚନା କରିଥିଲେ। ଏମାନେ ସମସ୍ତେ କୋଣାର୍କ ମନ୍ଦିରକୁ ନେଇ ସ୍ବତନ୍ତ୍ର ପୁସ୍ତକ ଲେଖି ନ ଥିଲେ। ପ୍ରସଙ୍ଗ କ୍ରମରେ ନିଜ ପୁସ୍ତକରେ ମନ୍ଦିର କଥାକୁ ସ୍ଥାନ ଦେଇଥିଲେ। ଏହି ଧାରା ଆଗକୁ ଆଗକୁ ଗତି କରିଥିଲା। ଏମ୍‌.ଏମ୍‌. ଗାଙ୍ଗୁଲି (ଓରିଶା ଆଣ୍ଡ ହର ରିମେନ୍ସ, ଆର.ଡି. ବାନାର୍ଜୀ (ହିଷ୍ଟ୍ରି ଅଫ୍‌ ଓରିଶା), ଏନ୍‌.କେ. ସାହୁ (ହିଷ୍ଟ୍ରି ଅଫ୍‌ ଓରିଶା) ପ୍ରଭୃତି ସେହି ଧାରାରେ କୋଣାର୍କ ମନ୍ଦିରକୁ ଆଲୋଚନା କରିଥିଲେ।
ଶ୍ରୀ ବିଶନ୍‌ ସ୍ବରୂପ ମହାଶୟ ୧୯୧୦ ମସିହାରେ କୋଣାର୍କ ମନ୍ଦିରକୁ ନେଇ ସ୍ବତନ୍ତ୍ର ପୁସ୍ତକ ଲେଖିଥିଲେ। ତାଙ୍କ ପୁସ୍ତକର ନାମ ଥିଲା -କୋଣାର୍କ, ଦି ବ୍ଲାକ୍‌ ପାଗୋଡା ଅଫ୍‌ ଓରିଶା। ଏହି ପୁସ୍ତକ ପ୍ରକାଶ ପାଇବା ପରେ କୋଣାର୍କ ମନ୍ଦିର ପରିଚିତ ହେଲା ପାଠୁଆ ଲୋକଙ୍କ ପାଖରେ ବ୍ଲାକ୍‌ ପାଗୋଡା ଭାବରେ। ଏତବେଳକୁ ଶ୍ରୀପଦ୍ମକେଶର ମନ୍ଦିର ଶବ୍ଦ ଲୋକଲୋଚନରୁ ଦୂରେଇ ଗଲାଣି। ୧୯୧୯ ମସିହାରେ ପଣ୍ଡିତ କୃପାସିନ୍ଧୁ ମିଶ୍ର ଓଡ଼ିଆରେ କୋଣାର୍କ ମନ୍ଦିରକୁ ନେଇ କୋଣାର୍କ ଇତିହାସ ଲେଖିବା ପରେ ଶ୍ରୀପଦ୍ମକେଶର ମନ୍ଦିର ଶବ୍ଦ ଚର୍ଚ୍ଚା ପରିସରକୁ ଆସିଲା। ସେହିବର୍ଷ ପରେ ପରେ କୋଣାର୍କ ମନ୍ଦିରକୁ ନେଇ ସ୍ବତନ୍ତ୍ର ଶୀର୍ଷକରେ ପୁସ୍ତକ ଲେଖାଯିବାର ଦେଖାଯାଏ। ନିର୍ମଳ କୁମାର ବୋଷ କୋଣାର୍କ ଉପରେ ଏକ ମନୋଗ୍ରାଫ ଲେଖିଲେ ବଙ୍ଗଳା ଭାଷାରେ ୧୯୩୨ ମସିହାରେ। ଏହାପରେ ୧୯୫୬ ମସିହାରେ ସୁଧାଂଶୁ ଚୌଧୁରୀ ଆଲବମ୍‌ ଅଫ୍‌ ଫଟୋଗ୍ରାଫ୍‌ସ ଫ୍ରମ୍‌ କୋଣାର୍କ ପ୍ରକାଶ କଲେ। ଶ୍ରୀ କନଓ୍ବରଲାଲ ‘ଦି ମିରାକିଲ୍‌ ଅଫ୍‌ କୋଣାର୍କ’ ଲେଖିଲେ। ତାହା ୧୯୬୭ ମସିହାରେ ଦିଲ୍ଲୀରୁ ପ୍ରକାଶିତ ହୋଇଥିଲା। ଷ୍ଟଲିଂଙ୍କ ପୁସ୍ତକ ୧୮୨୫ରେ ପ୍ରକାଶିତ ହେବା ପରେ ୧୪୬ ବର୍ଷ ଧରି ୧୯୭୧ ମସିହା ପର୍ଯ୍ୟନ୍ତ ପ୍ରାୟ ୨୮ ଖଣ୍ଡ ପୁସ୍ତକ ପ୍ରକାଶିତ ହୋଇଥିବାର ତଥ୍ୟ ଆମେ ଅନୁସନ୍ଧାନ କାଳରେ ଜାଣିବାକୁ ପାଇଲୁ। ତା’ରି ମଧ୍ୟରେ ଦେବଳା ମିତ୍ରଙ୍କ ‘କୋଣାର୍କ’ ପୁସ୍ତକ ମଧ୍ୟ ଅନ୍ତର୍ଭୁକ୍ତ।
ବିଭିନ୍ନ ପୁସ୍ତକରେ ପ୍ରଥମରୁ ମନ୍ଦିରର ନିର୍ମାଣ ଶୈଳୀ ଆଲୋଚିତ ହୋଇଥିବାବେଳେ ପରେ ଇତିହାସ ତା’ ସହିତ ଯୋଗ ହୋଇଛି। ପଣ୍ଡିତ କୃପାସିନ୍ଧୁ ମିଶ୍ର ନିଜେ ଗଁାକୁ ଗଁା ବୁଲି ଗଭୀର ଅଧ୍ୟୟନ ଓ ଅନୁସନ୍ଧାନ କରି ହଜିଯାଉଥିବା ଐତିହ୍ୟକୁ ଇତିହାସର ଉପାଦାନ ଭାବରେ ଗ୍ରହଣ କରି କୋଣାର୍କ ମନ୍ଦିର ଇତିହାସର ଅନେକ ନୂତନ ଦିଗ ଚିନ୍ତା କରିବା ଲାଗି ମାର୍ଗ ପ୍ରସ୍ତୁତ କରିଦେଲେ।
କୋଣାର୍କ ମନ୍ଦିରର ପ୍ରତ୍ନତତ୍ତ୍ୱକୁ ଗ୍ରହଣ କରି ପ୍ରାୟ ସବୁ ବାହାରିଆ ଲେଖକ ନିଜ ନିଜ ଦୃଷ୍ଟିକୋଣରୁ କୋଣାର୍କ ମନ୍ଦିରର ଇତିହାସ ଲେଖିଛନ୍ତି। କାହାକୁ ‘ବ୍ଲାକ୍‌ ପାଗୋଡ଼ା’ ଦିଶିଛି ତ କାହାକୁ ମିରାକିଲ୍‌, କିନ୍ତୁ ତୀର୍ଥକ୍ଷେତ୍ର ଦୃଷ୍ଟିରୁ କେହି ତା’ର ମାନବିକ ଦୃଷ୍ଟିକୋଣକୁ ବିଚାର କଲାପରି ମନେହୁଏ ନାହିଁ। ଭାରତୀୟ ଜ୍ୟୋତିଷ ବିଜ୍ଞାନର ଫଳିତ ହେଉ କି ଗଣିତ, କେଉଁ ବିଜ୍ଞାନର ବି ତୁଳନାତ୍ମକ ସମୀକରଣ ଠିକ୍‌ ଢଙ୍ଗରେ କଲାପରି ଦୃଷ୍ଟିଗୋଚର ହୁଏ ନାହିଁ। ଫଳରେ କୋଣାର୍କ ମନ୍ଦିର ଯେ ଭାରତୀୟ ବିଜ୍ଞାନର ଭିତ୍ତିିଭୂମି ଉପରେ ଗଢ଼ି ଉଠିଥିବା ‘ମାନମନ୍ଦିର’, ତାହା ଆଲୋଚନାର ଆଢ଼ୁଆଳରେ ରହିଗଲା।

ଡ. ସୁରେନ୍ଦ୍ର କୁମାର ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

ତେଲ ଟ୍ୟାଙ୍କର ଜବତ, ଡ୍ରାଇଭର କୋର୍ଟ ଚାଲାଣ

ଚଣ୍ଡିଖୋଲ,୧୯ା୮(ଡି.ଏନ୍‌.ଏ.)- ୫ନଂ କ ଜାତୀୟ ରାଜପଥର ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ କଟିକଟା ଛକ ନିକଟରେ ଶନିବାର ଏକ ଡ୍ରାଇଭର ତେଲ ବିକ୍ରି କରୁଥିବା ଅଭିଯୋଗରେ ପୋଲିସ...

ଚିଙ୍ଗୁଡି ପ୍ରୋସେସିଂରେ ପ୍ଲାଣ୍ଟରେ ଗ୍ୟାସ ଲିକ୍‌ ଘଟଣା: ଆହତଙ୍କୁ ଭେଟିଲେ ଶ୍ରମମନ୍ତ୍ରୀ, ଫରେନ୍‌ସିକ୍‌ ଟିମ୍‌ର ଯାଞ୍ଚ

ବାଲେଶ୍ୱର ଅଫିସ/ବାହାନଗା,୧୪।୧୧(ଡି.ଏନ.ଏ.): ବାଲେଶ୍ୱର ଜିଲା ଖନ୍ତାପଡ଼ା ଥାନା ଅଧୀନ ଫାଲ୍‌କନ କମ୍ପାନୀର ଚିଙ୍ଗୁଡି ପ୍ରୋସେସିଂରେ ପ୍ଲାଣ୍ଟରେ ବୁଧବାର ରାତିରେ କ୍ଲୋରିନ୍‌ ଗ୍ୟାସ୍‌ ଲିକ୍‌ ଯୋଗୁ ଶତାଧିକ...

କାମ କରୁନି ସୋଲାର ପ୍ରକଳ୍ପ

କେନ୍ଦୁଝର, ୫ା୧୧(ସ୍ବ.ପ୍ର.)-କେନ୍ଦୁଝର ଜିଲାର ଗ୍ରାମାଞ୍ଚଳରେ ପାନୀୟ ଜଳ ସମସ୍ୟା ଯୋଗୁ ଲୋକ ମାନେ ବହୁ ଅସୁବିଧା ଭୋଗୁଛନ୍ତି। ଏଭଳି ଜିଲା ମୁଖ୍ୟାଳୟ ତଥା ଆଖପାଖ ଗ୍ରାମରେ...

ଭାଲୁତଇଲାରେ ଯୁବକଙ୍କୁ କଚାଡ଼ି ମାରିଲା ହାତୀ

ଛେଣ୍ଡିପଦା,୨୫।୪(ସ୍ବ.ପ୍ର): ଅନୁଗୋଳ ଜିଲାର ଛେଣ୍ଡିପଦା ବନାଞ୍ଚଳର କଣଲୋଇ ସଂରକ୍ଷିତ ଜଙ୍ଗଲ ନିକଟସ୍ଥ ଭାଲୁତଇଲାରେ ଶନିବାର ହାତୀ ଆକ୍ରମଣରେ ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ...

ଖଇରପୁଟ ବିଡିଓଙ୍କ ବଦଳି ନେଇ ତାତିଲେ ଲୋକ ପ୍ରତିନିଧି: ବ୍ଲକ କାର୍ଯ୍ୟାଳୟରେ ପକାଇଲେ ତାଲା

ମାଲକାନଗିର/ଖଇରପୁଟ, ୧୮ା୧୨(ଡି.,ଏନ୍‌.ଏ.): ମାଲକାନଗିରି ଜିଲା ଖଇରପୁଟ ବ୍ଲକ କାର୍ଯ୍ୟାାଳୟକୁ ବୁଧବାର ବହୁ ସଂଖ୍ୟାରେ ଆଦିବାସୀ ମହିଳାପୁରୁଷ ଘେରାଉ କରି ବିଡିଓ ବିଶ୍ୱଜିତ ବର୍ମନଙ୍କ ବଦଳି ଦାବି...

କଟକ ମାଟିରେ ଫେଣ୍ଟା କାରିଗରର ଭାବନା: ପରମ୍ପରାକୁ ଭୁଲି ମୂର୍ତ୍ତି ଭାଙ୍ଗିବ କିଏ…

କଟକ ଅଫିସ୍‌, ୨୦।୯ : କଟକ ମାଟିରେ ଫେଣ୍ଟି ହୋଇଥାଏ କାରିଗରର ଭାବନା। ଭାଗମାପ ନୁହେଁ, ଭାବରେ ମା’ଙ୍କ ମୂର୍ତ୍ତି ତିଆରି କରାଯାଏ। ଯେତିକି ପୁରୁଣା...

ଲକଡାଉନକୁ ଫୁ, ଗଁାରେ ଏକାଠି ଚାଲିଛି ତାସ୍‌ ଖେଳ

ନିରାକରାପୁର,୩।୪(ଡି.ଏନ.ଏ.)- କରୋନା ମୁକାବିଲା ଲାଗି ସାରା ଦେଶରେ ଲକ୍‌ଡାଉନ୍‌ ଚାଲିଥିବାବେଳେ ନିରାକାରପୁର ଅଞ୍ଚଳରେ କେତେଜଣ ଲୋକ ଏହାକୁ ବେଖାତିର କରୁଥିବାର ଦେଖିବାକୁ ମିଳିଛି। ଲକଡାଉନର ଅର୍ଥ...

ଲାଞ୍ଚ ନେଇ କନିଷ୍ଠ କିରାଣି ଗିରଫ

କଟକ ଅଫିସ,୧୩।୩: ୫ ହଜାର ଟଙ୍କା ଲାଞ୍ଚ ନେବାବେଳେ କଟକ କାଜିବଜାରସ୍ଥିତ ଭକ୍ତମଧୁ ବିଦ୍ୟାପୀଠର କନିଷ୍ଠ କିରାଣି ନାରାୟଣ ସାହୁଙ୍କୁ ଗୁରୁବାର ଭିଜିଲାନ୍ସ ବିଭାଗ ଗିରଫ...

Advertisement


Archives

Model This Week

Why Dharitri