କୋଣାର୍କ: ଜ୍ୟୋତିର୍ବିଜ୍ଞାନର ଏକ ମାନମନ୍ଦିର

କୋଣାର୍କରେ ନଦୀର ସଙ୍ଗମସ୍ଥଳରେ ଏକ ଗଣ୍ଡ ଥିଲା। ଏହି ଗଣ୍ଡର ନାମ ପଦ୍ମକେଶର ଗଣ୍ଡ। ପଦ୍ମକେଶର ଗଣ୍ଡରେ ପଦ୍ମକେଶର ମନ୍ଦିରର ନିର୍ମାତା ଥିଲେ ଗଙ୍ଗବଂଶର ଗଜପତି ଲାଙ୍ଗୁଳା ନରସିଂହ ଦେବ। ପଦ୍ମକେଶର ମନ୍ଦିର ନିର୍ମାଣ ସମୟଠାରୁ ଭାରତର ବିଭିନ୍ନ ସାମ୍ରାଜ୍ୟରେ ଚହଳ ସୃଷ୍ଟି କରିଥିଲା। ନିର୍ମାଣ ପରେ ବିଶ୍ୱସ୍ତରରେ ବିସ୍ମୟ ସୃଷ୍ଟି କରିଥିଲା ଏହାର କାରୁକାର୍ଯ୍ୟ। ସ୍ଥାପତ୍ୟ ଓ ଭାସ୍କର୍ଯ୍ୟର ଶୀର୍ଷ ସ୍ତର ଛୁଇଁଥିଲା। ପଦ୍ମକେଶର ମନ୍ଦିରର ଶ୍ରେଷ୍ଠ କଳାକୃତି ପ୍ରତି ଏକ ଅହେତୁକ ଆକର୍ଷଣ ସୃଷ୍ଟି ହୋଇଥିଲା। ଅବୁଲ ଫାଜଲ ତାଙ୍କର ଆଇନ-ଇ-ଆକବରୀର ଦ୍ୱିତୀୟ ଭାଗରେ ‘କୋଣାର୍କ ମନ୍ଦିର’ ଶବ୍ଦ ବ୍ୟବହାର କରିବା ପରେ ଶ୍ରୀପଦ୍ମକେଶର ଶବ୍ଦ ପଛକୁ ଚାଲିଗଲା। ମନ୍ଦିରଟି ‘କୋଣାର୍କ ମନ୍ଦିର’ ଭାବରେ ପ୍ରଚାରିତ ହେଲା। ଅବୁଲ ଫାଜଲଙ୍କ ବହିକୁ ଅନୁବାଦ କରିଛନ୍ତି ଏଚ୍‌. ଏସ୍‌. ଜାରେଟ (H.S. Jarrett)। ପ୍ରକାଶ କରିଛନ୍ତି ୧୯୧୦ ମସିହାରେ ବେଙ୍ଗଲଏସାଇଟିକ୍‌ ସୋସାଇଟି। ଅବୁଲ ଫାଜଲ ଯାହା ଦେଖିଥିଲେ ତାହା ହିଁ ବର୍ଣ୍ଣନା କରିଥିଲେ।
ଅବୁଲ ଫାଜଲଙ୍କର ଆଇନ-ଇ-ଆକବରୀର ଇଂରାଜୀ ଅନୁବାଦ ହେବା ପୂର୍ବରୁ ଷ୍ଟାଲିଂଙ୍କ ବହି ୧୮୨୫ ମସିହାରେ ପ୍ରକାଶ ପାଇଥିଲା। ସେ ୧୮୨୪ ମସିହାରେ କୋଣାର୍କ ମନ୍ଦିରର କିଛି ଅଂଶ ବିମାନରେ ବୁଲି ଦେଖିବା ପରେ ଇତିହାସ ଲେଖିଥିଲେ। ତାହା ମଧ୍ୟ କେତେକ ମାତ୍ରାରେ ଅନ୍ଧ ବ୍ୟକ୍ତିଟିଏ ହାତୀ ଦେଖିଲା ପରେ ବର୍ଣ୍ଣନା କରୁଥିବା ଭଳି ମନେହୁଏ। ତା’ପରେ କୋଣାର୍କ ଉପରେ ଲେଖିଲେ ଜେମ୍‌ସ ଫର୍ଗୁସନ ୧୮୩୯ ମସିହାରେ। ସେ Picturesdue Illustrations of the Architecture of Hindustan ଓ Eastern and Indian Architecture ଦୁଇଟି ବହିରେ କୋଣାର୍କକୁ ସ୍ଥାନ ଦେଲେ। ଏହାପରେ ଡବ୍ଲ୍ୟୁ. ଡବ୍ଲ୍ୟୁ. ହଣ୍ଟର ଲେଖିଲେ ଓରିଶା, ଭାଗ-୧ରେ ୧୮୭୨ ମସିହାରେ। ୧୮୮୦ ମସିହାରେ ରାଜେନ୍ଦ୍ର ଲାଲ ମିତ୍ର-ଦି ଆଣ୍ଟିକ୍ୱିଟିଜ୍‌ ଅଫ୍‌ ଓରିଶା ପୁସ୍ତକରେ ଆଲୋଚନା କରିଥିଲେ। ଏମାନେ ସମସ୍ତେ କୋଣାର୍କ ମନ୍ଦିରକୁ ନେଇ ସ୍ବତନ୍ତ୍ର ପୁସ୍ତକ ଲେଖି ନ ଥିଲେ। ପ୍ରସଙ୍ଗ କ୍ରମରେ ନିଜ ପୁସ୍ତକରେ ମନ୍ଦିର କଥାକୁ ସ୍ଥାନ ଦେଇଥିଲେ। ଏହି ଧାରା ଆଗକୁ ଆଗକୁ ଗତି କରିଥିଲା। ଏମ୍‌.ଏମ୍‌. ଗାଙ୍ଗୁଲି (ଓରିଶା ଆଣ୍ଡ ହର ରିମେନ୍ସ, ଆର.ଡି. ବାନାର୍ଜୀ (ହିଷ୍ଟ୍ରି ଅଫ୍‌ ଓରିଶା), ଏନ୍‌.କେ. ସାହୁ (ହିଷ୍ଟ୍ରି ଅଫ୍‌ ଓରିଶା) ପ୍ରଭୃତି ସେହି ଧାରାରେ କୋଣାର୍କ ମନ୍ଦିରକୁ ଆଲୋଚନା କରିଥିଲେ।
ଶ୍ରୀ ବିଶନ୍‌ ସ୍ବରୂପ ମହାଶୟ ୧୯୧୦ ମସିହାରେ କୋଣାର୍କ ମନ୍ଦିରକୁ ନେଇ ସ୍ବତନ୍ତ୍ର ପୁସ୍ତକ ଲେଖିଥିଲେ। ତାଙ୍କ ପୁସ୍ତକର ନାମ ଥିଲା -କୋଣାର୍କ, ଦି ବ୍ଲାକ୍‌ ପାଗୋଡା ଅଫ୍‌ ଓରିଶା। ଏହି ପୁସ୍ତକ ପ୍ରକାଶ ପାଇବା ପରେ କୋଣାର୍କ ମନ୍ଦିର ପରିଚିତ ହେଲା ପାଠୁଆ ଲୋକଙ୍କ ପାଖରେ ବ୍ଲାକ୍‌ ପାଗୋଡା ଭାବରେ। ଏତବେଳକୁ ଶ୍ରୀପଦ୍ମକେଶର ମନ୍ଦିର ଶବ୍ଦ ଲୋକଲୋଚନରୁ ଦୂରେଇ ଗଲାଣି। ୧୯୧୯ ମସିହାରେ ପଣ୍ଡିତ କୃପାସିନ୍ଧୁ ମିଶ୍ର ଓଡ଼ିଆରେ କୋଣାର୍କ ମନ୍ଦିରକୁ ନେଇ କୋଣାର୍କ ଇତିହାସ ଲେଖିବା ପରେ ଶ୍ରୀପଦ୍ମକେଶର ମନ୍ଦିର ଶବ୍ଦ ଚର୍ଚ୍ଚା ପରିସରକୁ ଆସିଲା। ସେହିବର୍ଷ ପରେ ପରେ କୋଣାର୍କ ମନ୍ଦିରକୁ ନେଇ ସ୍ବତନ୍ତ୍ର ଶୀର୍ଷକରେ ପୁସ୍ତକ ଲେଖାଯିବାର ଦେଖାଯାଏ। ନିର୍ମଳ କୁମାର ବୋଷ କୋଣାର୍କ ଉପରେ ଏକ ମନୋଗ୍ରାଫ ଲେଖିଲେ ବଙ୍ଗଳା ଭାଷାରେ ୧୯୩୨ ମସିହାରେ। ଏହାପରେ ୧୯୫୬ ମସିହାରେ ସୁଧାଂଶୁ ଚୌଧୁରୀ ଆଲବମ୍‌ ଅଫ୍‌ ଫଟୋଗ୍ରାଫ୍‌ସ ଫ୍ରମ୍‌ କୋଣାର୍କ ପ୍ରକାଶ କଲେ। ଶ୍ରୀ କନଓ୍ବରଲାଲ ‘ଦି ମିରାକିଲ୍‌ ଅଫ୍‌ କୋଣାର୍କ’ ଲେଖିଲେ। ତାହା ୧୯୬୭ ମସିହାରେ ଦିଲ୍ଲୀରୁ ପ୍ରକାଶିତ ହୋଇଥିଲା। ଷ୍ଟଲିଂଙ୍କ ପୁସ୍ତକ ୧୮୨୫ରେ ପ୍ରକାଶିତ ହେବା ପରେ ୧୪୬ ବର୍ଷ ଧରି ୧୯୭୧ ମସିହା ପର୍ଯ୍ୟନ୍ତ ପ୍ରାୟ ୨୮ ଖଣ୍ଡ ପୁସ୍ତକ ପ୍ରକାଶିତ ହୋଇଥିବାର ତଥ୍ୟ ଆମେ ଅନୁସନ୍ଧାନ କାଳରେ ଜାଣିବାକୁ ପାଇଲୁ। ତା’ରି ମଧ୍ୟରେ ଦେବଳା ମିତ୍ରଙ୍କ ‘କୋଣାର୍କ’ ପୁସ୍ତକ ମଧ୍ୟ ଅନ୍ତର୍ଭୁକ୍ତ।
ବିଭିନ୍ନ ପୁସ୍ତକରେ ପ୍ରଥମରୁ ମନ୍ଦିରର ନିର୍ମାଣ ଶୈଳୀ ଆଲୋଚିତ ହୋଇଥିବାବେଳେ ପରେ ଇତିହାସ ତା’ ସହିତ ଯୋଗ ହୋଇଛି। ପଣ୍ଡିତ କୃପାସିନ୍ଧୁ ମିଶ୍ର ନିଜେ ଗଁାକୁ ଗଁା ବୁଲି ଗଭୀର ଅଧ୍ୟୟନ ଓ ଅନୁସନ୍ଧାନ କରି ହଜିଯାଉଥିବା ଐତିହ୍ୟକୁ ଇତିହାସର ଉପାଦାନ ଭାବରେ ଗ୍ରହଣ କରି କୋଣାର୍କ ମନ୍ଦିର ଇତିହାସର ଅନେକ ନୂତନ ଦିଗ ଚିନ୍ତା କରିବା ଲାଗି ମାର୍ଗ ପ୍ରସ୍ତୁତ କରିଦେଲେ।
କୋଣାର୍କ ମନ୍ଦିରର ପ୍ରତ୍ନତତ୍ତ୍ୱକୁ ଗ୍ରହଣ କରି ପ୍ରାୟ ସବୁ ବାହାରିଆ ଲେଖକ ନିଜ ନିଜ ଦୃଷ୍ଟିକୋଣରୁ କୋଣାର୍କ ମନ୍ଦିରର ଇତିହାସ ଲେଖିଛନ୍ତି। କାହାକୁ ‘ବ୍ଲାକ୍‌ ପାଗୋଡ଼ା’ ଦିଶିଛି ତ କାହାକୁ ମିରାକିଲ୍‌, କିନ୍ତୁ ତୀର୍ଥକ୍ଷେତ୍ର ଦୃଷ୍ଟିରୁ କେହି ତା’ର ମାନବିକ ଦୃଷ୍ଟିକୋଣକୁ ବିଚାର କଲାପରି ମନେହୁଏ ନାହିଁ। ଭାରତୀୟ ଜ୍ୟୋତିଷ ବିଜ୍ଞାନର ଫଳିତ ହେଉ କି ଗଣିତ, କେଉଁ ବିଜ୍ଞାନର ବି ତୁଳନାତ୍ମକ ସମୀକରଣ ଠିକ୍‌ ଢଙ୍ଗରେ କଲାପରି ଦୃଷ୍ଟିଗୋଚର ହୁଏ ନାହିଁ। ଫଳରେ କୋଣାର୍କ ମନ୍ଦିର ଯେ ଭାରତୀୟ ବିଜ୍ଞାନର ଭିତ୍ତିିଭୂମି ଉପରେ ଗଢ଼ି ଉଠିଥିବା ‘ମାନମନ୍ଦିର’, ତାହା ଆଲୋଚନାର ଆଢ଼ୁଆଳରେ ରହିଗଲା।

ଡ. ସୁରେନ୍ଦ୍ର କୁମାର ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

Delhi Accident: ରିଲ ନିଶାରେ ଦୌଡାଇଲେ ସ୍କର୍ପିଓ, ଚାଲିଗଲା ବାଇକ ଚାଳକଙ୍କ ଜୀବନ, ନ୍ୟାୟ ପାଇଁ ଗୁହାରି କରୁଛନ୍ତି ମାଆ

ନୂଆଦିଲ୍ଲୀ,୧୭।୨: ଦିଲ୍ଲୀର ଦ୍ୱାରକା ଦକ୍ଷିଣ ପୋଲିସ ଷ୍ଟେଶନ ଅଞ୍ଚଳରେ ଫେବୃଆରୀ ୩,୨୦୨୬ ରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଥିଲା, ଯାହା ଫଳରେ ଜଣେ ଯୁବକଙ୍କ ମୃତ୍ୟୁ…

ଧରିତ୍ରୀର ପ୍ରଭାବ, ଅଚଳ ପାନୀୟଜଳ ପ୍ରକଳ୍ପ କାର୍ଯ୍ୟକ୍ଷମ ପାଇଁ ପ୍ରଶାସନିକ ତତ୍ପରତା         

ଦିଗପହଣ୍ଡି,୧୭ା୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବ ଟିକରପଡ଼ା ପଞ୍ଚାୟତ ଫାସିବନ୍ଧ ଗ୍ରାମରେ ଗତ ୨୦୧୯-୨୦ ଆର୍ଥିକ ବର୍ଷରେ ବସୁଧା ଯୋଜନାରେ ପ୍ରାୟ ୮୦…

ଏସ୍‌ସିବିରେ ଡ୍ୟୁଟି ସମୟରେ ଶୋଉଛନ୍ତି କର୍ମଚାରୀ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ

କଟକ,୧୭।୨ (ଶିଳ୍ପା ପ୍ରିୟଦର୍ଶିନୀ): ଏସ୍‌ସିବି ମେଡିକାଲରେ ଦିନକୁ ଦିନ ଅବ୍ୟବସ୍ଥା ବଢ଼ିବାରେ ଲାଗିଛି । ରୋଗୀଙ୍କୁ ସୁବିଧା ଯୋଗାଇବା ପାଇଁ ବ୍ୟାଟେରି ଗାଡି ରହିଛି । ହେଲେ…

ଦାରିଙ୍ଗବାଡିରେ ମହମ୍ମଦ ମୋକିମ, ନୂଆ ଦଳ ଗଠନ ପୂର୍ବରୁ ସହଯୋଗ ଲୋଡିଲେ

ଦାରିଙ୍ଗବାଡି,୧୭।୨ (ଅରୁଣ ସାହୁ ):କନ୍ଧମାଳ ଜିଲା ଦାରିଙ୍ଗବାଡି ଗସ୍ତରେ ସୋମବାଇ କଟକ ପୂର୍ବତନ ବିଧାୟକ ମହମ୍ମଦ ମୋକିମ । ଏତେ ଲୋକ ପ୍ରିୟ ଯେ ତାଙ୍କୁ ଭେଟିବାକୁ…

ଆସିଲାଣି ବର୍ଷା, ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ, କାକରରେ ଭିଜିବ ଓଡ଼ିଶା

ନୂଆଦିଲ୍ଲୀ,୧୭।୨: ଦେଶର ଅଧିକାଂଶ ସ୍ଥାନରେ ପାଗ ନିରନ୍ତର ପରିବର୍ତ୍ତନ ହେଉଛି। ଫେବୃଆରୀ ମାସ ମାର୍ଚ୍ଚ ମାସ ପରି ଅନୁଭବ ହେବା ଆରମ୍ଭ କରିଛି। ତାପମାତ୍ରାରେ ନିରନ୍ତର ବୃଦ୍ଧି…

ଚାଷୀ, ମହିଳା, ଶିଶୁ ଏବଂ ଓଡ଼ିଆ ଅସ୍ମିତା ପାଇଁ ଜୋରଦାର ଲଢ଼ାଯିବ: ନବୀନ

ଭୁବନେଶ୍ୱର,୧୭।୨(ସୁନିତ୍‌ ମିଶ୍ର): ବିଧାନସଭାର ବଜେଟ ଅଧିବେଶନ ମଙ୍ଗଳବାରଠାରୁ ଆରମ୍ଭ ହୋଇ ୨ଟି ପର୍ଯ୍ୟାୟରେ ଚାଲିବ। ରାଜ୍ୟ ସରକାର ଏହି ଅଧିବେଶନରେ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ଗୃହରେ…

ତିନି ଦିନିଆ ଗସ୍ତରେ ଭାରତ ପହଞ୍ଚିଲେ ଫ୍ରାନ୍ସ ରାଷ୍ଟ୍ରପତି; ଆଜି ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ମାକ୍ରନ କରିବେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା

ନୂଆଦିଲ୍ଲୀ,୧୭।୨: ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ଆଜି (ଫେବୃଆରୀ ୧୭) ଅର୍ଥାତ୍‌ ମଙ୍ଗଳବାର ସକାଳେ ତିନି ଦିନିଆ ଗସ୍ତ ପାଇଁ ଭାରତ ଆସିଛନ୍ତି। ଦାୟିତ୍ୱ ଗ୍ରହଣ କରିବା…

ପୋଲିସ ଫାଣ୍ଡି ନିକଟରୁ ସୁନା ଚେନ୍ ଲୁଟିନେଲେ ଲୁଟେରା, ପୋଲିସକୁ ଖୋଲା ଚାଲେଞ୍ଜ!

ଧର୍ମଶାଳା,୧୭।୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଜାରକା ପୋଲିସ ବିଟ୍ ହାଉସ ନିକଟରୁ ଜଣେ ବ୍ୟକ୍ତିଙ୍କ ବେକରୁ ସୁନା ଚେନ୍ ଝାମ୍ପିନେଲେ ଦୁର୍ବୃତ୍ତ । ଏକ ବାଇକରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri