ଏମିତି କାମ କଲେ ଦିବ୍ୟାଙ୍ଗ ଶିକ୍ଷକ, ଛୁଟୁଛି ପ୍ରଶଂସାର ସୁଅ

ଗଞ୍ଜାମ,୧୮ା୪(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ନିପଟ ମଫସଲ ତାରିଣୀ ପଲ୍ଲୀ ଗ୍ରାମରେ ରୁହନ୍ତି ଶିକ୍ଷକ ରବୀନ୍ଦ୍ର ସେଠୀ ଓ ତାଙ୍କ ପରିବାର। ରବୀନ୍ଦ୍ର ଜଣେ ଦିବ୍ୟାଙ୍ଗ ହୋଇଥିଲେ ମଧ୍ୟ ୧୯ଥର ରକ୍ତ ଦାନକରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିବା ସହ ଚର୍ଚ୍ଚାରେ ଅଛନ୍ତି। ଗତ ବ୍ରହ୍ମପୁର ବଡ଼ ମେଡିକାଲରେ ଜଣେ ରୋଗୀ ଜୀବନ ସହ ସଂଗ୍ରାମ କରୁଥିବା ବେଳେ ରକ୍ତର ନିହାତି ଆବଶ୍ୟକ ଥିଲା। କୌଣସି ସୂତ୍ରରୁ ଖବର ପାଇ ରବୀନ୍ଦ୍ର ନିଜେ ବ୍ରହ୍ମପୁର ରକ୍ତ ଭଣ୍ଡାର କେନ୍ଦ୍ର ଯାଇ ରକ୍ତଦାନ କରି ଆଉ ଏକ ମାନବିକତାର ଉଦାହରଣ ସୃଷ୍ଟି କରିଛନ୍ତି। ରବୀନ୍ଦ୍ରଙ୍କ ଏହିଭଳି ମହାନ କାର୍ଯ୍ୟ ପାଇଁ ବିଭିନ୍ନ ଦିଗରୁ ଶୁଭେଚ୍ଛାର ସୁଅ ଛୁଟିଛି। ରବୀନ୍ଦ୍ର ବର୍ତମାନ ବଡ଼ ଚକଟା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଭାବେ କାର୍ଯ୍ୟରତ ଅଛନ୍ତି। ରବୀନ୍ଦ୍ରଙ୍କ ପରିବାର କହିଲେ ବାପା ମା ଓ ସ୍ତ୍ରୀଙ୍କ ସମେତ ଦୁଇ ପୁଅ ଓ ଗୋଟିଏ ଝିଅ ଅଛନ୍ତି।

Dharitri – Odisha’s No.1 Odia Daily