୨ ବିଦ୍ୟାଳୟରେ ପାଳିକରି ହିନ୍ଦୀ ପଢ଼ାଉଛନ୍ତି ଜଣେ ଶିକ୍ଷକ

ଭୁବନେଶ୍ୱର,୯।୯(ଅନୁରାଧା ମହାରଣା): ରାଜ୍ୟର ସରକାରୀ ବିଦ୍ୟାଳୟଗୁଡ଼ିକରେ ଗୁଣାତ୍ମକ ଶିକ୍ଷାଦାନ ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ଯୋଜନା କରାଯାଉଛି। ବିଦ୍ୟାଳୟ ରୂପାନ୍ତରୀକରଣରେ ଆଖିବୁଜା ଅର୍ଥ ଖର୍ଚ୍ଚ ହେଉଛି। ହେଲେ ଖୋଦ୍‌ ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ଅଧିକାଂଶ ବିଦ୍ୟାଳୟରେ ଶିକ୍ଷକ ଓ ଅଣଶିକ୍ଷକ ପଦବୀ ଖାଲି ପଡ଼ୁଥିବାରୁ ପାଠପଢ଼ାରେ ଗୁରୁତର ବ୍ୟାଘାତ ସୃଷ୍ଟି ହେଉଛି। ଭୁବନେଶ୍ୱର ୟୁନିଟ-୯ ସରକାରୀ ଉଚ୍ଚ ବିଦ୍ୟାଳୟ ଓ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଆବଶ୍ୟକ ଶିକ୍ଷକ ନ ଥିବାବେଳେ ଜଣେ ମାତ୍ର ହିନ୍ଦୀ ଶିକ୍ଷକ ଉଭୟ ବିଦ୍ୟାଳୟରେ ପାଳିକରି ପଢ଼ାଉଛନ୍ତି। ସପ୍ତାହର ୩ଦିନ ଗୋଟିଏ ବିଦ୍ୟାଳୟରେ ଏବଂ ଅନ୍ୟ ୩ଦିନ ଆଉ ଗୋଟିଏ ବିଦ୍ୟାଳୟରେ ହିନ୍ଦୀ ପଢ଼ାଉଥିବା ଜଣାପଡିଛି। ଚଳିତବର୍ଷ ୟୁନିଟ-୯ ଉଚ୍ଚ ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ୭୫୦ରୁ ଅଧିକ ଛାତ୍ରୀଛାତ୍ର ପାଠ ପଢ଼ୁଥିବାବେଳେ ବାଳିକା ଉଚ୍ଚ ବିଦ୍ୟାଳୟରେ ଷଷ୍ଠରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରାୟ ୪୦୦ ଛାତ୍ରୀ ଅଛନ୍ତି। ବାଳିକା ଉଚ୍ଚ ବିଦ୍ୟାଳୟରେ ହିନ୍ଦୀ ଶିକ୍ଷକଙ୍କ ସମେତ ୧୭ଜଣ ଶିକ୍ଷକ କାର୍ଯ୍ୟ କରୁଛନ୍ତି। ବାଳକ ବିଦ୍ୟାଳୟରେ ୨୦୨୦ରେ ୨୯ଜଣ ଶିକ୍ଷକଶିକ୍ଷୟିତ୍ରୀ ଥିବାବେଳେ ବର୍ତ୍ତମାନ ଏହି ସଂଖ୍ୟା ୧୭କୁ ଖସିଆସିଛି। ବର୍ତ୍ତମାନର ସ୍ଥିତିକୁ ଦେଖିଲେ ଆହୁରି ୧୮ ଶିକ୍ଷକଙ୍କ ଆବଶ୍ୟକତା ରହିଛି। ଅନ୍ୟାନ୍ୟ ବିଷୟରେ ଜଣେ ଦୁଇଜଣ ଶିକ୍ଷକ ରହିଥିବାବେଳେ କ୍ରୀଡା ଓ ହିନ୍ଦୀ ଶିକ୍ଷକ ପଦ ଖାଲିପଡିଛି। ଏନେଇ ବିଦ୍ୟାଳୟ ପରିଚାଳନା କମିଟି ପକ୍ଷରୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ବାରମ୍ବାର ଚିଠି ଲେଖାଯିବା ପରେ ଅସ୍ଥାୟୀ ଭାବେ ବାଳିକା ଉଚ୍ଚ ବିଦ୍ୟାଳୟର ହିନ୍ଦୀ ଶିକ୍ଷକଙ୍କୁ ଉଭୟ ବିଦ୍ୟାଳୟରେ ହିନ୍ଦୀ ପାଠପଢ଼ା ଦାୟିତ୍ୱ ଦିଆଯାଇଛି। ଦୀର୍ଘଦିନ ଧରି ଏହି ପଦବୀ ଖାଲିପଡ଼ିବା ପରେ ଏକ ମାସ ହେବ ଏହି ହିନ୍ଦୀ ଶିକ୍ଷକଙ୍କୁ ନିଯୁକ୍ତ କରାଯାଇଛି। ଅକ୍ଟୋବର ପ୍ରଥମ ସପ୍ତାହରୁ ଦଶମ ପିଲାଙ୍କ ଷାଣ୍ମାସିକ ପରୀକ୍ଷା ଆରମ୍ଭ ହେବାକୁଥିବାବେଳେ ପାଠ୍ୟକ୍ରମ ସାରିବାକୁ ମାସେରୁ କମ୍‌ ସମୟ ରହିଛି। ଉଭୟ ବିଦ୍ୟାଳୟର ୧୫ଟି ଶ୍ରେଣୀରେ ଜଣେ ହିନ୍ଦୀ ଶିକ୍ଷକ ପାଠ ପଢ଼ାଇବା ଦ୍ୱାରା ପିଲାମାନେ ଗୁଣାମତ୍କ ଶିକ୍ଷାରୁ ବଞ୍ଚତ୍ତ ହେଉଥିବା ୟୁନିଟ୍‌-୯ ବାଳିକା ଉଚ୍ଚ ବିଦ୍ୟାଳୟର କେତେଜଣ ଛାତ୍ରୀ କହିଛନ୍ତି। ସେହିପରି ସରକାରୀ ଉଚ୍ଚ ବିଦ୍ୟାଳୟରେ ଦୀର୍ଘଦିନ ଧରି ହିନ୍ଦୀ ଶିକ୍ଷକଙ୍କ ବିନା ପିଲାମାନେ ପାଠପଢ଼ୁଥିବାବେଳେ ଏବେ ପାଳିରେ ଜଣେ ଶିକ୍ଷକ ପାଠପଢ଼ାଇବାକୁ ଆସୁଥିଲେ ମଧ୍ୟ ସମସ୍ୟାରେ ବିଶେଷ ପରିବର୍ତ୍ତନ ଆସି ନ ଥିବା ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରୀଛାତ୍ର ଓ ଅଭିଭାବକ କହିଛନ୍ତି। ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସୂର୍ଯ୍ୟନାରାୟଣ ଦାଶଙ୍କ କହିବାନୁସାରେ, ହିନ୍ଦୀ ଶିକ୍ଷକ ନିଯୁକ୍ତି ନେଇ ବାରମ୍ବାର ପତ୍ର ଲେଖାଯାଉଥିବାବେଳେ ଶିକ୍ଷକ ପଦବୀ ପୂରଣର ସ୍ଥାୟୀ ସମାଧାନ କରାଯାଉନାହିଁ। ବିଦ୍ୟାଳୟରୁ ପୂର୍ବରୁ କେତେଜଣ ଶିକ୍ଷକଙ୍କୁ ଅନ୍ୟ ବିଦ୍ୟାଳୟକୁ ପଠାଯାଇଛି। ସେମାନଙ୍କୁ ତୁରନ୍ତ ଫେରାଇଆଣିବା କିମ୍ବା ନୂଆ ଶିକ୍ଷକ ନିଯୁକ୍ତି ପାଇଁ ବିଦ୍ୟାଳୟ ପକ୍ଷରୁ ବାରମ୍ବାର ପତ୍ର ଲେଖାଯାଉଥିଲେ ମଧ୍ୟ ସୁଫଳ ମିଳିନାହିଁ। ସପ୍ତାହର ୩ଦିନରେ ଏତେ ସଂଖ୍ୟକ ପିଲାଙ୍କୁ ପାଳିରେ ଆସୁଥିବା ହିନ୍ଦୀ ଶିକ୍ଷକ ଉପଯୁକ୍ତ ଶିକ୍ଷା ପ୍ରଦାନ କରିବା ସହଜ ନୁହେଁ। ପୁଣି ହିନ୍ଦୀ ପରୀକ୍ଷା ଖାତାଦେଖା ମଧ୍ୟ ତାଙ୍କ ପାଇଁ କଷ୍ଟକର ହୋଇପଡିବ।


Enter your email to get our daily news in your inbox.

All Right Reserved By Dharitri.Com

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri