ଶିଷ୍ୟ ବିନା ଶିକ୍ଷକ ଅସ୍ତିତ୍ୱହୀନ

‘ଗୁରୁଙ୍କୁ ନ ମଣିବ ନର, ଗୁରୁ ଯେ ସାକ୍ଷାତ୍‌ ଈଶ୍ୱର’। ଶିକ୍ଷକ ସମାଜ ଉଦ୍ଦେଶ୍ୟରେ ଉଲ୍ଲେଖଥିବା ଏହି ଆପ୍ତବାକ୍ୟ ହିଁ ସେମାନଙ୍କ ଦାୟିତ୍ୱ, କର୍ତ୍ତବ୍ୟ ଏବଂ ସ୍ଥାନକୁ ସମାଜରେ ପ୍ରତିପାଦିତ କରେ। ଅଜ୍ଞାନରୂପକ ଅନ୍ଧାରରୁ ଜ୍ଞାନର ଆଲୋକ ମାର୍ଗ ଦେଖାଇଥିବା ଗୁରୁଙ୍କ ପାଇଁ ଭାରତୀୟ ସଂସ୍କୃତି, ପରମ୍ପରା, ଶାସ୍ତ୍ରରେ ରହିଛି ସ୍ବତନ୍ତ୍ର ସ୍ଥାନ। ତାଙ୍କୁ ଈଶ୍ୱରଙ୍କ ସହ କରାଯାଇଛି ତୁଳନା। ହେଲେ ପରିବର୍ତ୍ତିତ ସମୟରେ ପୂଜ୍ୟପୂଜାର ଏହି ପରମ୍ପରା ଦୋହଲିବା ଆରମ୍ଭ କଲାଣି। ଏଭଳି ମହନୀୟ ସମ୍ପର୍କରେ ଲାଗୁଛି କଳାଦାଗ, ଯାହା ପାଲଟୁଛି ଖବରର ଶିରୋନାମା। ପୂର୍ବତନ ରାଷ୍ଟ୍ରପତି ଡ. ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍‌ଙ୍କ ଜୟନ୍ତୀ ଉପଲକ୍ଷେ ସାରା ଦେଶରେ ସେପ୍ଟେମ୍ବର ୫କୁ ଗୁରୁଦିବସ ଭାବେ ପାଳନ କରାଯାଉଥିବାବେଳେ ଗୁରୁ-ଶିଷ୍ୟର ମହନୀୟ ପରମ୍ପରାକୁ ଉଜ୍ଜୀବିତ କରିବା ପାଇଁ ଆସିଛି ଅବସର। ଏହି ଉପଲକ୍ଷେ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ଗୁରୁଙ୍କ ମତକୁ ନେଇ ଏହି ଉପସ୍ଥାପନା….
ଛାତ୍ରୀଛାତ୍ରଙ୍କୁ ବାଦ୍‌ଦେଲେ ଗୁରୁ ମୂଲ୍ୟହୀନ
ଛାତ୍ରୀଛାତ୍ର ଶିକ୍ଷା ଗ୍ରହଣ କରି ଯେତେ ଉପରକୁ ଯିବେ, ସେହି ଅନୁଷ୍ଠାନ ଓ ସେହି ଗୁରୁଙ୍କ ମର୍ଯ୍ୟାଦା ସେତିକି ବୃଦ୍ଧି ପାଇବ। ଯେମିତି ପାଣି ବିନା ମାଛର ଜୀବନ ମୂଲ୍ୟହୀନ ଠିକ୍‌ ସେହିପରି ଶିଷ୍ୟ ବିନା ଗୁରୁ। ଗୁରୁ-ଶିଷ୍ୟ ଯେତେ ନିକଟତର ସେଠାରେ ଛାତ୍ର ସେତେ ସଫଳ। ଏହି ସମ୍ପର୍କ ଅତୁଟ ରହିଲେ ସମାଜର ମଙ୍ଗଳ ସାଧିତ ହେବ।
-ଡ. ସୁରେଶ ମିଶ୍ର, ଅଧ୍ୟକ୍ଷ, ଇ-ଟେକ୍‌ ଆବାସିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ
ସମ୍ପର୍କ ପାଠପଢ଼ାରେ ସୀମିତ ନ ରହୁ
ମା’ବାପା ସନ୍ତାନଙ୍କୁ ଜନ୍ମ ଦିଅନ୍ତି ସତ, ହେଲେ କିଭଳି ସମାଜରେ ଆଦର୍ଶ ହୋଇପାରିବ ସେ କଥା ଶିଖାଇଥାନ୍ତି ଗୁରୁ। କହିବାକୁ ଗଲେ ଶିକ୍ଷକ ହେଉଛନ୍ତି ମଣିଷ ଗଢ଼ା କାରଖାନା। ତେଣୁ ଏହି ମହନୀୟ ସମ୍ପର୍କ କେବଳ ପାଠପଢ଼ା ମଧ୍ୟରେ ସୀମିତ ରହିବା ଅନୁଚିତ। ଏହା ବ୍ୟାପକ ହେବା ମଧ୍ୟ ସେତିକି ଜରୁରୀ।
-ପ୍ରଫେସର ଡ.ଶ୍ରୀନିବାସ ସେଠୀ, କମ୍ପ୍ୟୁଟର ବିଭାଗ ମୁଖ୍ୟ, ଆଇଜିଆଇଟି
ଗୁରୁ ବି ଏକଦା ଶିଷ୍ୟ ଥିଲେ
ଶିଷ୍ୟ ହିଁ ଗୁରୁଙ୍କ ମର୍ଯ୍ୟାଦା ବୃଦ୍ଧି କରିଥାଆନ୍ତି। ଜଣେ ବ୍ୟକ୍ତି ଯେଉଁ ବିଭାଗରେ ଦକ୍ଷ ହୁଅନ୍ତୁ ନା କାହିଁକି, ସେ ଗୁରୁଙ୍କୁ ଭୁଲିଯିବା ଅନୁଚିତ। ଏକଥା ବି ଶିକ୍ଷକ ମନେ ରଖିବା ଉଚିତ ଯେ, ସେ ବି ଏକଦା ଶିଷ୍ୟ ଥିଲେ। ଏବର ଶିଷ୍ୟ ଭବିଷ୍ୟତରେ ଗୁରୁ ହେବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନ ପାରେ।
-ଶ୍ରୀରାମ କୁମାର ରାଉତ, ପ୍ରଧାନ ଶିକ୍ଷକ, କାନପୁରା ପଞ୍ଚାୟତିରାଜ ହାଇସ୍କୁଲ
ମାର୍ଗଦର୍ଶନରେ ଆନନ୍ଦ ମିଳେ
ଭାରତୀୟ ସାମାଜିକ ବ୍ୟବସ୍ଥାରେ ଗୁରୁଙ୍କ ସ୍ଥାନ ସର୍ବଦା ଉଚ୍ଚରେ। ଶିଷ୍ୟଙ୍କୁ ଭଲ ଦିଗ ଦେଖାଇବା, ଚରିତ୍ର ଗଠନ କରିବା ଗୁରୁଙ୍କ ପାଇଁ ବଡ ଆହ୍ବାନ। ଗୁରୁଦିବସରେ କେବଳ ଗୁରୁ ପୂଜା ପାଇ ନ ଥାନ୍ତି, ଶିଷ୍ୟଙ୍କ ମାର୍ଗଦର୍ଶନ ମଧ୍ୟ କରିଥାଆନ୍ତି। ଏଥିରେ ଯେଉଁ ଆନନ୍ଦ ମିଳେ, ତାହାକୁ ଭାଷାରେ ବର୍ଣ୍ଣନା କରିହେବନାହିଁ।
-ଚିତ୍ତରଞ୍ଜନ ଦାଶ, ଅଧ୍ୟକ୍ଷ, ମଠକରଗୋଳା କଲେଜ

ରିପୋର୍ଟ: ସୁଧୀର ପରିଡ଼ା, କାମାକ୍ଷାନଗର


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାମୀଙ୍କୁ ଛାଡ଼ି ପ୍ରେମିକଙ୍କ ସହ ଫେରାର ହୋଇଯାଇଥିଲେ, ପ୍ରତାରଣା ପରେ ଫେରିଲେ…ତା’ ପରେ ଯାହା ହେଲା ଜାଣିଲେ…

ଇନ୍ଦୌର,୧୬।୧୨: ମଧ୍ୟପ୍ରଦେଶର ଇନ୍ଦୌରର ଚନ୍ଦନନଗର ଥାନା ଅଞ୍ଚଳରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଜଣେ ମହିଳା ପ୍ରେମର ଫାଶରେ ପଡ଼ି ନିଜ ସ୍ବାମୀଙ୍କୁ...

ଚାଷୀଙ୍କ ଖରିଫ ଧାନ ସଂଗ୍ରହ: ଦିଗପହଣ୍ଡିରେ ପ୍ରସ୍ତୁତି ବୈଠକ 

ଦିଗପହଣ୍ଡି,୧୬|୧୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ତହସିଲ କାର୍ଯ୍ୟାଳୟ ସଭାଗୃହ ପରିସରରେ  ଚାଷୀଙ୍କ ଅମଳ ଧାନ ସଂଗ୍ରହ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ମଙ୍ଗଳବାର...

ବେଆଇନ ଭାବେ କରୁଥିଲେ ଧାନ ଚୋରା ଚାଲାଣ, ମାଡ଼ି ବସିଲା ରିଷିଡ଼ା ପୋଲିସ

ରିଷିଡା,୧୬।୧୨(ସୁଶାନ୍ତ ମଲ୍ଲିକ): କର୍ଲାମୁଣ୍ଡା ବ୍ଲକ ଅବୁଜବାହାଲ ଗ୍ରାମର ଜନୈକ ବ୍ୟବସାୟୀ ନିଜ ପିକଅପ୍‌ ୪୦୭ ଗାଡ଼ିରେ ବେଆଇନ ଭାବେ ଧାନ ନେଉଥିବା ବେଳେ ରିଷିଡ଼ା ପୋଲିସ...

ଏପଟେ ଚାଲିଥିଲା IPL ନିଲାମ; ସେପଟେ ପ୍ରଥମ ଭାରତୀୟ ଭାବେ ଦ୍ୱିଶତକ ମାରିଲେ ୧୭ ବର୍ଷୀୟ ବ୍ୟାଟର

ନୂଆଦିଲ୍ଲୀ,୧୬।୧୨: ଭାରତୀୟ କ୍ରିକେଟ୍ ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ିଛନ୍ତି ୧୭ ବର୍ଷୀୟ ବାମହାତୀ ବ୍ୟାଟ୍ସମ୍ୟାନ୍ ଅଭିଜ୍ଞାନ କୁଣ୍ଡୁ। ସେ ଏସିଆ କପ୍ ୨୦୨୫ ରେ...

ଦିଗପହଣ୍ଡିରେ ଜନବସତିକୁ ମାଡ଼ି ଆସୁଛନ୍ତି ହାତୀପଲ,ରାତିରେ ପଡିଯାଉଛି ତାଟି କବାଟ; ଫସଲ…

ଦିଗପହଣ୍ଡି,୧୬ା୧୨(ଅଶେଷ ନାଥ ମିଶ୍ର): ସାନଖେମୁଣ୍ଡି ବ୍ଲକ ନୂଆଗଡ, ପଳାସପୁର, ଲୁଣିନାଠୀ, ଇନ୍ଦିରା ଆବାସ କଲୋନୀ ଆଦି ଗ୍ରାମଗୁଡିକରେ ଗତ କିଛିଦିନ ହେଲା ହାତୀ ଉପଦ୍ରବ ଯୋଗୁ...

ଗୁଜରାଟରେ ‘ରୋଲିଂ ପେପର’ ଉପରେ କଟକଣା: ନିଶା ସେବନ ରୋକିବା ପାଇଁ ସରକାରଙ୍କ ବଡ଼ ପଦକ୍ଷେପ

ନୂଆଦିଲ୍ଲୀ,୧୬।୧୨: ଯୁବପିଢ଼ିଙ୍କ ମଧ୍ୟରେ ବଢୁଥିବା ନିଶା ସେବନକୁ ରୋକିବା ଉଦ୍ଦେଶ୍ୟରେ ଗୁଜରାଟ ସରକାର ମଙ୍ଗଳବାର ରାଜ୍ୟରେ ‘ରୋଲିଂ ପେପର’, ‘ସ୍ମୋକିଂ କୋନ୍’, ପ୍ୟାକେଜ୍ଡ ରୋଲିଂ କିଟ୍...

୬ ବଲ୍‌ରେ ମାରିଥିଲେ ୬ ଛକା, ଏବେ ୧୦ ଗୁଣା ଅଧିକ ଟଙ୍କା ଦେଇ କିଣିଲା KKR, ମିଳିଲା ଏତିକି…

ଅବୁଧାବୀ,୧୬।୧୨: ଆଇପିଏଲ୍‌ ୨୦୨୬ର ମିନି ନୀଲାମୀରେ ଭାରତୀୟ ଯୁବ ଖେଳାଳିମାନଙ୍କ ଉପରେ ଟଙ୍କା ବର୍ଷା ହୋଇଛି। ଏଥର ଅନେକ ଯୁବ ଖେଳାଳି ଉପରେ ଫ୍ରାଞ୍ଚାଇଜିଗୁଡ଼ିକ ବଡ଼...

କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର: ଚିକିତ୍ସା ଅବହେଳାରୁ ନବଜାତ ଶିଶୁପୁତ୍ର, ପ୍ରସୂତି ମହିଳାଙ୍କ ମୃତ୍ୟୁ

କେସିଙ୍ଗା,୧୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଚିକିତ୍ସା ଅବହେଳାରୁ ଏକ ନବଜାତ ଶିଶୁପୁତ୍ର ସହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri