ଶିଷ୍ୟ ବିନା ଶିକ୍ଷକ ଅସ୍ତିତ୍ୱହୀନ

‘ଗୁରୁଙ୍କୁ ନ ମଣିବ ନର, ଗୁରୁ ଯେ ସାକ୍ଷାତ୍‌ ଈଶ୍ୱର’। ଶିକ୍ଷକ ସମାଜ ଉଦ୍ଦେଶ୍ୟରେ ଉଲ୍ଲେଖଥିବା ଏହି ଆପ୍ତବାକ୍ୟ ହିଁ ସେମାନଙ୍କ ଦାୟିତ୍ୱ, କର୍ତ୍ତବ୍ୟ ଏବଂ ସ୍ଥାନକୁ ସମାଜରେ ପ୍ରତିପାଦିତ କରେ। ଅଜ୍ଞାନରୂପକ ଅନ୍ଧାରରୁ ଜ୍ଞାନର ଆଲୋକ ମାର୍ଗ ଦେଖାଇଥିବା ଗୁରୁଙ୍କ ପାଇଁ ଭାରତୀୟ ସଂସ୍କୃତି, ପରମ୍ପରା, ଶାସ୍ତ୍ରରେ ରହିଛି ସ୍ବତନ୍ତ୍ର ସ୍ଥାନ। ତାଙ୍କୁ ଈଶ୍ୱରଙ୍କ ସହ କରାଯାଇଛି ତୁଳନା। ହେଲେ ପରିବର୍ତ୍ତିତ ସମୟରେ ପୂଜ୍ୟପୂଜାର ଏହି ପରମ୍ପରା ଦୋହଲିବା ଆରମ୍ଭ କଲାଣି। ଏଭଳି ମହନୀୟ ସମ୍ପର୍କରେ ଲାଗୁଛି କଳାଦାଗ, ଯାହା ପାଲଟୁଛି ଖବରର ଶିରୋନାମା। ପୂର୍ବତନ ରାଷ୍ଟ୍ରପତି ଡ. ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍‌ଙ୍କ ଜୟନ୍ତୀ ଉପଲକ୍ଷେ ସାରା ଦେଶରେ ସେପ୍ଟେମ୍ବର ୫କୁ ଗୁରୁଦିବସ ଭାବେ ପାଳନ କରାଯାଉଥିବାବେଳେ ଗୁରୁ-ଶିଷ୍ୟର ମହନୀୟ ପରମ୍ପରାକୁ ଉଜ୍ଜୀବିତ କରିବା ପାଇଁ ଆସିଛି ଅବସର। ଏହି ଉପଲକ୍ଷେ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ଗୁରୁଙ୍କ ମତକୁ ନେଇ ଏହି ଉପସ୍ଥାପନା….
ଛାତ୍ରୀଛାତ୍ରଙ୍କୁ ବାଦ୍‌ଦେଲେ ଗୁରୁ ମୂଲ୍ୟହୀନ
ଛାତ୍ରୀଛାତ୍ର ଶିକ୍ଷା ଗ୍ରହଣ କରି ଯେତେ ଉପରକୁ ଯିବେ, ସେହି ଅନୁଷ୍ଠାନ ଓ ସେହି ଗୁରୁଙ୍କ ମର୍ଯ୍ୟାଦା ସେତିକି ବୃଦ୍ଧି ପାଇବ। ଯେମିତି ପାଣି ବିନା ମାଛର ଜୀବନ ମୂଲ୍ୟହୀନ ଠିକ୍‌ ସେହିପରି ଶିଷ୍ୟ ବିନା ଗୁରୁ। ଗୁରୁ-ଶିଷ୍ୟ ଯେତେ ନିକଟତର ସେଠାରେ ଛାତ୍ର ସେତେ ସଫଳ। ଏହି ସମ୍ପର୍କ ଅତୁଟ ରହିଲେ ସମାଜର ମଙ୍ଗଳ ସାଧିତ ହେବ।
-ଡ. ସୁରେଶ ମିଶ୍ର, ଅଧ୍ୟକ୍ଷ, ଇ-ଟେକ୍‌ ଆବାସିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ
ସମ୍ପର୍କ ପାଠପଢ଼ାରେ ସୀମିତ ନ ରହୁ
ମା’ବାପା ସନ୍ତାନଙ୍କୁ ଜନ୍ମ ଦିଅନ୍ତି ସତ, ହେଲେ କିଭଳି ସମାଜରେ ଆଦର୍ଶ ହୋଇପାରିବ ସେ କଥା ଶିଖାଇଥାନ୍ତି ଗୁରୁ। କହିବାକୁ ଗଲେ ଶିକ୍ଷକ ହେଉଛନ୍ତି ମଣିଷ ଗଢ଼ା କାରଖାନା। ତେଣୁ ଏହି ମହନୀୟ ସମ୍ପର୍କ କେବଳ ପାଠପଢ଼ା ମଧ୍ୟରେ ସୀମିତ ରହିବା ଅନୁଚିତ। ଏହା ବ୍ୟାପକ ହେବା ମଧ୍ୟ ସେତିକି ଜରୁରୀ।
-ପ୍ରଫେସର ଡ.ଶ୍ରୀନିବାସ ସେଠୀ, କମ୍ପ୍ୟୁଟର ବିଭାଗ ମୁଖ୍ୟ, ଆଇଜିଆଇଟି
ଗୁରୁ ବି ଏକଦା ଶିଷ୍ୟ ଥିଲେ
ଶିଷ୍ୟ ହିଁ ଗୁରୁଙ୍କ ମର୍ଯ୍ୟାଦା ବୃଦ୍ଧି କରିଥାଆନ୍ତି। ଜଣେ ବ୍ୟକ୍ତି ଯେଉଁ ବିଭାଗରେ ଦକ୍ଷ ହୁଅନ୍ତୁ ନା କାହିଁକି, ସେ ଗୁରୁଙ୍କୁ ଭୁଲିଯିବା ଅନୁଚିତ। ଏକଥା ବି ଶିକ୍ଷକ ମନେ ରଖିବା ଉଚିତ ଯେ, ସେ ବି ଏକଦା ଶିଷ୍ୟ ଥିଲେ। ଏବର ଶିଷ୍ୟ ଭବିଷ୍ୟତରେ ଗୁରୁ ହେବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନ ପାରେ।
-ଶ୍ରୀରାମ କୁମାର ରାଉତ, ପ୍ରଧାନ ଶିକ୍ଷକ, କାନପୁରା ପଞ୍ଚାୟତିରାଜ ହାଇସ୍କୁଲ
ମାର୍ଗଦର୍ଶନରେ ଆନନ୍ଦ ମିଳେ
ଭାରତୀୟ ସାମାଜିକ ବ୍ୟବସ୍ଥାରେ ଗୁରୁଙ୍କ ସ୍ଥାନ ସର୍ବଦା ଉଚ୍ଚରେ। ଶିଷ୍ୟଙ୍କୁ ଭଲ ଦିଗ ଦେଖାଇବା, ଚରିତ୍ର ଗଠନ କରିବା ଗୁରୁଙ୍କ ପାଇଁ ବଡ ଆହ୍ବାନ। ଗୁରୁଦିବସରେ କେବଳ ଗୁରୁ ପୂଜା ପାଇ ନ ଥାନ୍ତି, ଶିଷ୍ୟଙ୍କ ମାର୍ଗଦର୍ଶନ ମଧ୍ୟ କରିଥାଆନ୍ତି। ଏଥିରେ ଯେଉଁ ଆନନ୍ଦ ମିଳେ, ତାହାକୁ ଭାଷାରେ ବର୍ଣ୍ଣନା କରିହେବନାହିଁ।
-ଚିତ୍ତରଞ୍ଜନ ଦାଶ, ଅଧ୍ୟକ୍ଷ, ମଠକରଗୋଳା କଲେଜ

ରିପୋର୍ଟ: ସୁଧୀର ପରିଡ଼ା, କାମାକ୍ଷାନଗର


Enter your email to get our daily news in your inbox.

All Right Reserved By Dharitri.Com

ପାଣିପାଗର ବିଚିତ୍ର ରୂପ: ସକାଳେ ଘନ କୁହୁଡ଼ି, ଅପରାହ୍ନରେ କୁଆପଥର ମାଡ଼ ସହ କାଳବୈଶାଖୀର ତାଣ୍ଡବ

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏବଂ ସାନଖେମୁଣ୍ଡି ବ୍ଲକ ଅଞ୍ଚଳରେ ଶୁକ୍ରବାର ପାଣିପାଗର ଏକ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି।…

ରାମନବମୀରେ ଭକ୍ତିମୟ ଗଜପତି, ବିଭିନ୍ନ ମନ୍ଦିର ବୁଲି ପ୍ରଭୁଙ୍କ ଆଶୀର୍ବାଦ ନେଲେ ପାରଳା ବିଧାୟକ

ପାରଳାଖେମୁଣ୍ଡି,୨୭।୩(ଗିରିଧାରୀ ପରିଛା): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଜପତି ଜିଲ୍ଲାର ବିଭିନ୍ନ ପ୍ରାନ୍ତରେ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପାରଳାଖେମୁଣ୍ଡି ବିଧାୟକ…

ଦେଶରେ ଲାଗିବ କି ଲକ୍‌ଡାଉନ? ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ମୋଦି କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୭।୩: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କ ସହିତ ଏକ ଭର୍ଚୁଆଲ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକର…

ଗଞ୍ଜାମରେ ହିନ୍ଦୁ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ ଭାଇ ତୋଗଡ଼ିଆଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ଗଞ୍ଜାମ,୨୭।୩(ବିଦ୍ୟାଧର ସାହୁ): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଞ୍ଜାମ ସହରରେ ଅନ୍ତଃରାଷ୍ଟ୍ରୀୟ ହିନ୍ଦୁ ପରିଷଦ ସଂସ୍ଥାପନ ଅଧକ୍ଷ ତଥା ଅଗଣିତ ହିନ୍ଦୁମାନଙ୍କ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ…

ଡୋକରୀଚଞ୍ଚରାରେ ଭାଙ୍ଗିଲା ୫୦ ବର୍ଷର ପରମ୍ପରା: ମନ୍ଦିର ଦ୍ୱାର ବନ୍ଦ, ବାହାରେ ପୂଜା କଲା ପ୍ରଶାସନ

କୋକସରା, ୨୭।୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ତଥା ଧାର୍ମିକ ପୀଠ ଗୁଡହାଣ୍ଡି ଡୋକରୀଚଞ୍ଚରାଠାରେ ଚଳିତ ବର୍ଷ ଶ୍ରୀରାମ ନବମୀ…

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ପ୍ରକାଶ ପାଇଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟର ବାର୍ଷିକ ପରୀକ୍ଷା ଫଳ; ଅଭିଭାବକ-ଶିକ୍ଷକ ସମନ୍ୱୟ ଉପରେ…

ଭଞ୍ଜନଗର,୨୭।୩(ବାବୁଲା ପ୍ରଧାନ)-ଶୁକ୍ରବାର ସମଗ୍ର ଦେଶରେ ଥିବା ବିଭିନ୍ନ କେନ୍ଦ୍ରୀୟ ବିଦ୍ୟାଳୟର ପ୍ରଥମରୁ ନବମ ଏବଂ ଏକାଦଶ ଶ୍ରେଣୀର ବାର୍ଷିକ ପରୀକ୍ଷା ଫଳ ପ୍ରକାଶିତ ହୋଇଛି। ମାଟ୍ରିକ ଏବଂ…

ବେଆଇନ ‘ସାହାରା ନର୍ସିଂହୋମ’କୁ ପୁଣି ସିଲ କଲା ପୋଲିସ: ବିନା ଲାଇସେନ୍ସରେ…

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ମୁଖ୍ୟ ରାସ୍ତାକଡ଼ରେ ଥିବା ‘ସାହାରା ନର୍ସିଂହୋମ’କୁ ଶୁକ୍ରବାର ଅପରାହ୍ନରେ ପୋଲିସ ଓ ପ୍ରଶାସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri