ମହିଳା ସଶକ୍ତୀକରଣର ବଳିଷ୍ଠ ବାହକ

ସୌରଜିତ ପ୍ରଧାନୀ

ସମାଜରେ ଏମିତି କିଛି ଉପାଦାନ ଥାଏ, ଯାହା ସବୁବେଳେ ଅବହେଳିତ ହେବା ଦେଖାଦେଇଛି । ପ୍ରତ୍ୟେକ ସମାଜ, ରାଜ୍ୟ ଓ ରାଷ୍ଟ୍ରରେ ମୌଳିକ ଅଧିକାର ରହିଛି, କିନ୍ତୁ ଏହି ଉପାଦାନଗୁଡ଼ିକର ଅଧିକାର ସମ୍ପର୍କରେ ସଚେତନତାର ଅଭାବ ରହିଛି। ଯଦି ଆମେ ସମାଜରୁ ଏଭଳି ଜିନିଷକୁ ତାଲିକାଭୁକ୍ତ କରିବୁ, ତା’ହେଲେ ମହିଳାମାନେ ଏହି ତାଲିକାରେ ଶୀର୍ଷରେ ରହିବେ। ବାସ୍ତବରେ ପ୍ରତ୍ୟେକ ସମାଜରେ ମହିଳା ହିଁ ସବୁଠାରୁ ଅଧିକ ଗୁରୁତ୍ୱ ବହନ କରିଥାନ୍ତି। ଏହି କଥାକୁ ସମସ୍ତେ ଜାଣିଥିଲେ ମଧ୍ୟ କେହି ମାନିବାକୁ ପ୍ରସ୍ତୁତ ନୁହନ୍ତି। ଫଳରେ ମହିଳାଙ୍କୁ ଯେଉଁ ଗୁରୁତ୍ୱ ଦିଆଯାଉଥିଲା ଆଜିର ସମାଜରେ ତାହା ହ୍ରାସ ପାଇବାରେ ଲାଗିଛି।
ସଶକ୍ତୀକରଣର ପ୍ରକୃତ ପରିଭାଷା ହେଉଛି ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାରେ ଅଂଶଗ୍ରହଣ କରିବା। ମହିଳା ସଶକ୍ତୀକରଣକୁ ନେଇ ଯୁଗ ଯୁଗ ଧରି ଚର୍ଚ୍ଚା ଲାଗି ରହିଛି। ଏହା ସ୍ପଷ୍ଟ ଯେ, ନାରୀବାଦ ଓ ସଶକ୍ତୀକରଣ ମଧ୍ୟରେ ପାର୍ଥକ୍ୟ ରହିଛି। ତେବେ ସାମାଜିକ ପରିବର୍ତ୍ତନ ଆଣିବା ପାଇଁ ଶିକ୍ଷା ଓ ଆର୍ଥିକ ସ୍ବାଧୀନତା ସବୁଠାରୁ ବଳିଷ୍ଠ ବାହକ। କୌଣସି ବ୍ୟକ୍ତିର ଆମତ୍ନିର୍ଭରଶୀଳତା ସୃଷ୍ଟି କରିବା ପାଇଁ ଘର ଭିତରେ ଏବଂ ବାହାରେ ନିୟୁକ୍ତିର ବହୁତ ଭୂମିକା ରହିଛି।
ନିକଟରେ ପ୍ରକାଶିତ ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ବେକ୍ଷଣ ତଥ୍ୟ ଆର୍ଥିକ ସଶକ୍ତୀକରଣ ଏବଂ ସାମାଜିକ ସଶକ୍ତୀକରଣ ମଧ୍ୟରେ ଥିବା ସମ୍ପର୍କ ଦର୍ଶାଯାଇଛି। ରିପୋର୍ଟରେ ଦର୍ଶାଯାଇଛି ଯେ, ସମସ୍ତ ବିବାହିତ ମହିଳାଙ୍କ ମଧ୍ୟରୁ ଯେଉଁ ମହିଳାଙ୍କର ବ୍ୟକ୍ତିଗତ ଆୟ ରହିଛି, ସେମାନଙ୍କ ପରିବାରରେ ନିଷ୍ପତ୍ତି ନେବା ପ୍ରକ୍ରିୟାରେ ସମାନ ମତ ରହିଛି। ଏହା ସୂଚିତ କରେ ଯେ, କର୍ମଜୀବୀ ମହିଳାମାନେ ଏକ ପାରମ୍ପରିକ ଭାରତୀୟ ସମାଜର ସାମାଜିକ ନିୟମକୁ ଚ୍ୟାଲେଞ୍ଜ କରନ୍ତି। ରୋଜଗାର ନ ଥିବା ମହିଳାମାନେ ପରିବାରର ନିଷ୍ପତ୍ତି ନେବା ପାଇଁ ନିଜ ସ୍ବାମୀ କିମ୍ବା ଅନ୍ୟ କାହା ଉପରେ ନିର୍ଭର କରିଥାନ୍ତି।
ଏହା ଦର୍ଶାଉଛି ଯେ, ଆମ ସମାଜରେ ନାରୀ ସଶକ୍ତୀକରଣ କିମ୍ବା ନାରୀ ମୁକ୍ତି ଆଣିବା ପାଇଁ ଏକ ପାରିବାରିକ ଢାଞ୍ଚା ମଧ୍ୟରେ ଜଣେ ମହିଳାଙ୍କ ଆର୍ଥିକ ସ୍ବାଧୀନତା ଏକାନ୍ତ ଆବଶ୍ୟକ। ତେବେ ପରିବାରରେ ମହିଳାଙ୍କ ଦ୍ୱାରା ନିଷ୍ପତ୍ତି ନେବା ବାସ୍ତବରେ ଏକ ଅତ୍ୟଧିକ ଆକଳନ ହୋଇପାରେ। ସେମାନେ ନିଷ୍ପତ୍ତି ନେବାରେ ଭାଗ ନେଇପାରନ୍ତି, କିନ୍ତୁ ଅନ୍ତିମ ନିଷ୍ପତ୍ତି କେବଳ ପୁରୁଷ ସଦସ୍ୟମାନେ ନିଅନ୍ତି। ରିପୋର୍ଟରେ ଏହା ମଧ୍ୟ ସ୍ପଷ୍ଟ କରାଯାଇଛି ଯେ ନିଷ୍ପତ୍ତି ନେବା ପ୍ରକ୍ରିୟା ମହିଳାଙ୍କ ଶିକ୍ଷାଗତ ଯୋଗ୍ୟତା ଉପରେ ନିର୍ଭର କରେ। ସେମାନେ ଗର୍ଭନିରୋଧ, ନିଜ ପାଇଁ ସ୍ବାସ୍ଥ୍ୟସେବା ସୁବିଧା ଏବଂ ବନ୍ଧୁ ଓ ପରିବାର ଲୋକଙ୍କୁ ଭେଟିବା ଭଳି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିରେ ଅଂଶଗ୍ରହଣ କରନ୍ତି। ତଥ୍ୟ କହୁଛି ୧୭% ମହିଳା ଆୟ କରୁଥିଲେ ମଧ୍ୟ ସେମାନଙ୍କର ଶିକ୍ଷାଗତ ଯୋଗ୍ୟତା ନାହିଁ, ସ୍ବାମୀ କେବଳ ସେମାନଙ୍କ ତରଫରୁ ନିଷ୍ପତ୍ତି ନିଅନ୍ତି। ଏହା ସ୍ପଷ୍ଟ ଯେ ନିଷ୍ପତ୍ତି ନେବା ପ୍ରକ୍ରିୟାରେ ଆୟ ଅପେକ୍ଷା ମହିଳାଙ୍କ ଶିକ୍ଷାଗତ ସ୍ତର ଆଗରେ ରହିଛି।
ରିପୋର୍ଟର ଅନ୍ୟ ଏକ ଦିଗ ଦର୍ଶାଉଛି ଯେ, ଉଚ୍ଚଶିକ୍ଷିତ ପୁରୁଷଙ୍କ ସହ ବିବାହ କରିଥିବା ମହିଳାମାନଙ୍କର ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାରେ ଅଧିକ ଅଂଶଗ୍ରହଣ ରହିଛି। ଶିକ୍ଷିତ ପୁରୁଷମାନେ ଅଧିକ ସଚେତନ ଓ ଖୋଲା ମନର ହୋଇଥାନ୍ତି। ଶିକ୍ଷା ସମାଜ, ସାମାଜିକ ମାନଦଣ୍ଡ ଏବଂ ସାମାଜିକ ଗଠନକୁ ବୁଝାଇବାରେ ସହାୟକ ହୋଇଥାଏ। ଏମାନେ ନିଜ ସ୍ତ୍ରୀଙ୍କୁ ନିଜର ଦୃଷ୍ଟିକୋଣ ଓ ମାନସିକତାକୁ ପ୍ରକାଶ କରିବାକୁ ଦେଇଥାନ୍ତି। ଚତୁର୍ଥ ଦୃଶ୍ୟଟି ହେଉଛି ସ୍ବାମୀଙ୍କ ଅପେକ୍ଷା ସ୍ତ୍ରୀ ଅଧିକ ଶିକ୍ଷିତ। ଉଚ୍ଚ ଶିକ୍ଷା ସ୍ତ୍ରୀଙ୍କ ପାଇଁ ପରିବାରର ନିଷ୍ପତ୍ତି ନେବାରେ ଅଧିକ ଭାଗୀଦାରିତା ସୃଷ୍ଟି କରେ ନାହିଁ।
ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ବେକ୍ଷଣର ଫଳାଫଳ ଦର୍ଶାଏ ଯେ ଆନ୍ତଃଗୃହ ନିଷ୍ପତ୍ତି ଗ୍ରହଣରେ ଅଂଶଗ୍ରହଣକୁ ସୁନିଶ୍ଚିତ କରିବାରେ ଶିକ୍ଷା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ମହିଳାମାନେ ରୋଜଗାର କରିବା ଆରମ୍ଭ କଲେ ଏହି ଭାଗୀଦାରି ସାମାନ୍ୟ ବୃଦ୍ଧି ପାଇଥାଏ। କିନ୍ତୁ ଏହା ସେତେବେଳେ ସତ ହୋଇ ନ ଥାଏ ଯେତେବେଳେ ସ୍ତ୍ରୀମାନେ ନିଜ ସ୍ବାମୀଙ୍କଠାରୁ ଅଧିକ ଶିକ୍ଷିତ ହୋଇଥାଆନ୍ତି। ଏହି ଘଟଣାଟିର ଅନ୍ତର୍ନିହିତ ଯୁକ୍ତିୟୁକ୍ତତା ହେଉଛି ଯେ ଶିକ୍ଷା ବିନା ମହିଳାମାନେ ଅଧିକ ଆୟ କରୁଥିଲେ ମଧ୍ୟ ସେମାନଙ୍କ ମତକୁ ପ୍ରୟୋଗ କରିପାରନ୍ତି ନାହିଁ।
ମହିଳାମାନଙ୍କର ନିଜସ୍ବ ଶିକ୍ଷା ସ୍ତର, ରୋଜଗାର, ସେମାନଙ୍କ ସ୍ବାମୀମାନଙ୍କର ଶିକ୍ଷା ସ୍ତର ମହିଳା ସଶକ୍ତୀକରଣ ଏବଂ ଲିଙ୍ଗଗତ ସମାନତା ପାଇଁ ସହାୟକ ବୋଲି ପ୍ରମାଣିତ ହୁଏ। ଆମ ସମାଜରେ ଯେକୌଣସି ମହିଳାଙ୍କ ପାଇଁ ଶିକ୍ଷା ଏକ ନିର୍ଦ୍ଦିଷ୍ଟ ପରିଚୟ ପ୍ରଦାନ କରିଥାଏ। ଆର୍ଥିକ ସ୍ବାଧୀନତା ତଥା ଆର୍ଥିକ ସଶକ୍ତୀକରଣ ସେମାନଙ୍କୁ ଉଭୟ ଶାରୀରିକ ଓ ମାନସିକ ସ୍ତରରେ ସକ୍ଷମ କରିଥାଏ।
ତେଣୁ ଲିଙ୍ଗଗତ ନିରପେକ୍ଷ ସମତାଭିତ୍ତିକ ସମାଜ ଗଠନ ପାଇଁ ମହିଳାମାନଙ୍କ ନିଯୁକ୍ତି ଉପରେ ଗୁରୁତ୍ୱ ଦେବା ଆବଶ୍ୟକ। ଏହାସହ ଅଧିକ ସୁଯୋଗ ସୃଷ୍ଟି ପାଇଁ ନୀତି ପ୍ରସ୍ତୁତ କରିବା ଦରକାର। ଉଭୟ ପୁରୁଷ ଓ ମହିଳାମାନଙ୍କ ପାଇଁ ଉଚ୍ଚ ଶିକ୍ଷା ସୁଯୋଗର ଆବଶ୍ୟକତା ରହିଛି। ଏଣୁ ମହିଳାମାନଙ୍କ ଶିକ୍ଷାଗତ ଯୋଗ୍ୟତା ଓ ଆର୍ଥିକ ସ୍ବାଧୀନତାକୁ ଗୁରୁତ୍ୱ ଦେଲେ ତାହା ସମାଜକୁ ଲିଙ୍ଗଗତ ସମାନତା ଏବଂ ମହିଳା ସଶକ୍ତୀକରଣ ଦିଗରେ ନେଇଯିବ।
ପ୍ଲଟ ନଂ. ୧୩୭, ଜିଲା କେନ୍ଦ୍ର, ଚନ୍ଦ୍ରଶେଖରପୁର, ଭୁବନେଶ୍ୱର
ମୋ-୯୯୬୭୧୦୨୨୬୪


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦିଲ୍ଲୀର କିଡ୍‌ଓ୍ବାଇ ନଗରରେ ଚାଲୁଛି ଏକ ନିଆରା ସ୍କୁଲ। ଏହି ସ୍କୁଲର ଘର ନାହିଁ କି କୌଣସି ସରକାରୀ ପାଠ୍ୟକ୍ରମ ଅନୁଯାୟୀ ଶିକ୍ଷା ଦିଆଯାଉନାହିଁ। ପିଲାମାନେ ଗଛମୂଳେ…

ନେତା ହେବାକୁ ଅନୁକୂଳ ପରିବେଶ

ସଭା ସମିତି, ଜଳଖିଆ ଦୋକାନ, ଚା’ ଦୋକାନ, ପାନ ଦୋକାନ ଆଗରେ ଓ ଘରେ ବସି ସାଙ୍ଗସାଥୀ ସହିତ କଥାହେଲା ବେଳେ ଅନେକ ଶିକ୍ଷିତ ଲୋକ କହିଥା’ନ୍ତି,…

ନୈତିକ ମୂଲ୍ୟବୋଧ ଓ ଧର୍ମ

ଯେତେବେଳେ ଆମେ ଜଣେ କରୁଥିବା କାର୍ଯ୍ୟକୁ ‘ନୈତିକ’ ବୋଲି ବିଚାର କରୁ, ତାକୁ ଭଲ ଲୋକ କହୁ ଓ ଅନୈତିକ କାର୍ଯ୍ୟ କରୁଥିବା ଲୋକକୁ ମନ୍ଦ ଲୋକ…

ପାଖ ବିଦେଶ

ବାଂଲାଦେଶ ଜାତୀୟ ନିର୍ବାଚନରେ ଭୋଟ ହୋଇଥିବା ୨୯୯ ଆସନ ମଧ୍ୟରୁ ବାଂଲାଦେଶ ନ୍ୟାଶନାଲିଷ୍ଟ ପାର୍ଟି(ବିଏନ୍‌ପି) ଏକାକୀ ୨୦୯ ଆସନ ପାଇଥିବା ବେଳେ ସହଯୋଗୀଙ୍କୁ ମିଶାଇଲେ ସଂଖ୍ୟା ୨୧୨…

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri