ଜଟଣୀରେ କଂଗ୍ରେସକୁ ଶକ୍ତ ଝଟ୍‌କା, ଦଳ ଛାଡି ବିଜେଡିରେ ମିଶିଲେ ନେତା ଓ ୩ କାଉନସିଲର

ଜଟଣୀ,୧୨।୪: ଜଟଣୀରେ କଂଗ୍ରେସକୁ ଲାଗିଛି ଶକ୍ତ ଝଟ୍‌କା। ଆଜି ସୁରଙ୍କ ପୁଅ ତଥା ବିଜେଡି ଏମପି ପ୍ରାର୍ଥୀ ମନ୍ମଥ ରାଉତରାୟଙ୍କ ଉପସ୍ଥିତିରେ ଜଟଣୀ ମୁନିସପାଲଟିର ୩ଜଣ କଂଗ୍ରେସ କାଉନସିଲର ଓ ବହୁ କର୍ମୀ ବିଜେଡିରେ ଯୋଗ ଦେଇଛନ୍ତି ।

ସୂଚନା ଅନୁସାରେ, ଆଜି ଶଙ୍ଖ ଭବନରେ ଜଟଣୀ କଂଗ୍ରେସର ବହୁ ନେତା ଓ କର୍ମୀ ବିଧିବଦ୍ଧ ଭାବେ ବିଜେଡିରେ ସାମିଲ ହୋଇଛନ୍ତି । ଖୋର୍ଦ୍ଧା ଜିଲା କଂଗ୍ରେସର ସାଧାରଣ ସମ୍ପାଦକ ପ୍ରମୋଦ ହରିଚନ୍ଦନଙ୍କ ସମେତ ଜଟଣୀ ମୁନିସିପାଲଟିର କଂଗ୍ରେସ କାଉନସିଲର ଇତିଶ୍ରୀ ଦାସ, ଅନୀତା ମହାପାତ୍ର ଓ କୃଷ୍ଣଚନ୍ଦ୍ର ନାୟକ, ମେଣ୍ଢାଶାଳ ସରପଞ୍ଚ କଂଗ୍ରେସ ନେତ୍ରୀ କୌଶଲ୍ୟା ବଳିୟାର ସିଂ ଓ ଅନ୍ୟ କଂଗ୍ରେସ କର୍ମୀମାନେ ବିଜେଡିରେ ଯୋଗ ଦେଇଛନ୍ତି । ଏହି ମିଶ୍ରଣପର୍ବରେ ବିଜେଡି ଏମପି ମାନସ ମଙ୍ଗରାଜ, ଜଟଣୀରୁ ବିଜେଡି ବିଧାୟକ ପ୍ରାର୍ଥୀ ବିଭୂତିଭୂଷଣ ବଳବନ୍ତରାୟ ପ୍ରମୁଖଙ୍କ ସମେତ ସୁରଙ୍କ ସାନପୁଅ ମନ୍ମଥ ଉପସ୍ଥିତ ଥିଲେ ।