ପୁଣି ଜୁଡ଼ିଆ ଘାଟିରେ ଧସିଲା ପଥର

କେନ୍ଦୁଝର,୨୦ା୮(ସ୍ବ.ପ୍ର.): ଲଘୁଚାପ ଜନିତ ବର୍ଷାର ପ୍ରଭାବରେ ସ୍ଥାନୀୟ ଜୁଡ଼ିଆ ଘାଟିରେ ମାଟି ଓ ପଥର ଖସି ରାସ୍ତା ଉପରେ ପଡ଼ିବାରୁ ଜାତୀୟ ରାଜପଥ ୪୯ରେ ଯାତାୟାତ ବ୍ୟାହତ ହୋଇଛି। ସେ ସମୟରେ କୌଣସି ଗାଡ଼ି ଚଳାଚଳ କରୁ ନ ଥିବାରୁ ବଡ଼ ଦୁର୍ଘଟଣା ଟଳିଯାଇଛି। ମାତ୍ର ବାରମ୍ବାର ଏଭଳି ଘଟଣା ଘଟୁଥିବାରୁ ଅସନ୍ତୋଷ ବୃଦ୍ଧି ପାଉଛି। ଏହି ରାସ୍ତାର ରକ୍ଷଣାବେକ୍ଷଣ କରୁଥିବା ମଣ୍ଟେକାର୍ଲୋ ସଂସ୍ଥା ପକ୍ଷରୁ ରାସ୍ତା ସଫେଇ କାମ ଜାରି ରଖି ଯାତାୟାତ ସ୍ବାଭାବିକ କରିବାକୁ ଉଦ୍ୟମ ଚାଲିଛି। କିଛିଦିନ ତଳେ ଏହି ଘାଟି ଏଭଳି ପଥର ଓ ମାଟି ଅତଡ଼ା ଖସି ରାସ୍ତାରେ ପଡ଼ିବାରୁ ଯାତାୟାତ ବ୍ୟାହତ ହୋଇଥିଲା। ପାହାଡ଼ରୁ ପଥର, ମାଟି, ଗଛ ଆଦି ନ ଖସିବା ପାଇଁ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ତାର ଜାଲି ବିଛା ଯାଇଥିଲେ ହେଁ ସେସବୁ ଛିଣ୍ଡି ଯାଉଥିବାରୁ ଯାତାୟାତ କରୁଥିବା ହଜାର ହଜାର ସଂଖ୍ୟାରେ ଟ୍ରକ, ଟ୍ରଲର, ବସ୍‌ ତଥା ଅନ୍ୟାନ୍ୟ ଗାଡ଼ି ଚାଳକ, ଯାତ୍ରୀ ଆଦିଙ୍କ ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ସେହିପରି ଗତ ରବିବାର ଏହି ଏନ୍‌ଏଚର କବିତ୍ରା ନିକଟରେ ରାସ୍ତା ଭୁଶୁଡ଼ି ପଡ଼ିବାରୁ ବଡ଼ ଦୁର୍ଘଟଣା ଟଳି ଯାଇଥିଲେ ହେଁ ଯାତାୟାତ ସ୍ବାଭାବିକ ହୋଇନାହିଁ ା ଏହାକୁ ନେଇ ଉକ୍ତ ଅଞ୍ଚଳର ଲୋକେ ଭୟଭୀତ ହୋଇ ପଡ଼ିଛନ୍ତି।

ମଣ୍ଟେକାର୍ଲୋ ସଂସ୍ଥାର ରକ୍ଷଣାବେକ୍ଷଣ ପରିଚାଳକ ସତ୍ୟରଞ୍ଜନ ରାଉତ କହିଛନ୍ତି, ଜୁଡ଼ିଆ ଘାଟିରୁ ଲଗାଣ ବର୍ଷା ପାଇଁ ଏଭଳି ଅତଡ଼ା ଖସୁଛି। ମାଟି ନରମ ଥିବାରୁ ଖସୁଛି ା ରାସ୍ତା ସଫା କରିବା ସହ ଲୋକଙ୍କ ସୁରକ୍ଷା ପାଇଁ ପରିସ୍ଥିତି ଉପରେ ନଜର ରଖାଯାଉଛି। ସେହିପରି ରାସ୍ତାରେ ହୋଇଥିବା ଖାଲ ବନ୍ଦ କରି ନଜର ରଖାଯାଇଛି। ସୁରକ୍ଷା ଦୃଷ୍ଟି କୋଣରୁ ଗାଡ଼ି ଚଳାଚଳ ଉପରେ କଟକଣା କରାଯାଉଛି। ବର୍ଷକ ପରେ ସଠିକ୍‌ ଭାବରେ ମରାମତି କାମ କରାଯିବ।

ପ୍ରକାଶ ଯେ, ସିଙ୍ଗଡ଼ାଠାରୁ ବିଞ୍ଜବାହାଳ ପର୍ଯ୍ୟନ୍ତ ଦୀର୍ଘ ୧୦୨ କିମି ରାସ୍ତାର ନିର୍ମାଣରେ ପାଖାପାଖି ୬୦୦ କୋଟି ଖର୍ଚ୍ଚ ହୋଇଥିବା ବେଳେ ବର୍ଷେ ନ ପୂରୁଣୁ ରାସ୍ତା ଓ ଘାଟି ଏଭଳି ଅବସ୍ଥାକୁ ନେଇ ଅସନ୍ତୋଷ ଦେଖାଦେଇଛି। ନିମ୍ନମାନର ତଥା ତ୍ରୁଟିପୂର୍ଣ୍ଣ କାମ ପାଇଁ ଏଭଳି ସମସ୍ୟା ଦେଖାଦେଉଛି ବୋଲି ଜିଲା ଓକିଲ ସଂଘର ସଭାପତି ଅଶୋକ ଦାସ କହିଛନ୍ତି। ଏଣୁ ଏହି କାମର ସଠିକ ଯାଞ୍ଚ କରିବା ସହ ଲୋକଙ୍କ ସୁରକ୍ଷା ଦୃଷ୍ଟିକୋଣରୁ ବିହିତ ପଦକ୍ଷେପ ନେବାକୁ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ଇତିହାସ ରଚିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ୨୮ ଡିସେମ୍ବରରେ…

ନୂଆଦିଲ୍ଲୀ, ୨୭।୨୫: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୮ ଡିସେମ୍ବରରେ ଭାରତୀୟ ନୌସେନାର ଏକ ପନଡୁବ୍ବୀରେ ସମୁଦ୍ର ଯାତ୍ରା କରିବେ। ଏହି ଯାତ୍ରା କର୍ନାଟକର କାରବାର...

ଜ୍ୱାଇଁଙ୍କ ଟାଙ୍ଗିଆ ଚୋଟରେ ଚାଲିଗଲା ଶାଶୁଙ୍କ ଜୀବନ

ବାଲିଗୁଡା,୨୭ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅଧୀନ କ.ନୂଆଗାଁ ଥାନା ସିର୍ତିଗୁଡା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିିଛି। ପାରିବାରିକ...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରସ୍ତ ମିଳିବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ବିଶ୍ୱ ରେକର୍ଡ ସୃଷ୍ଟି କଲା ଚାଇନା ଟ୍ରେନ୍‌

ବେଜିଂ,୨୭ା୧୨: ଚାଇନାର ସବୁଠୁ ଦ୍ରୁତଗାମୀ ମାଗଲେଭ୍‌ ଟ୍ରେନ୍‌ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏହି ଟ୍ରେନ୍‌ ମାତ୍ର ୨ ସେକେଣ୍ଡରେ ଘଣ୍ଟାପ୍ରତି ୭୦୦ କି.ମି....

ଯୁବକଙ୍କୁ ଚାପିଦେଲା ଟ୍ରକ୍‌: ଆଉ ତା’ପରେ…

କୋକସରା,୨୭ା୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା କୁସୁମଖୁଣ୍ଟି ନିକଟରେ ଶନିବାର ରାତି ପ୍ରାୟ ୭ଟାରେ ଏକ ଟ୍ରକ୍‌ ଧକ୍କାରେ ଜଣେ...

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ଥାଇଲାଣ୍ଡ-କାମ୍ବୋଡ଼ିଆ ମଧ୍ୟରେ ବଡ଼ ଚୁକ୍ତି: ବନ୍ଦ ହେବ ଯୁଦ୍ଧ

ବ୍ୟାଙ୍କକ୍‌,୨୭ା୧୨: ଥାଇଲାଣ୍ଡ ଏବଂ କାମ୍ବୋଡ଼ିଆ ମଧ୍ୟରେ ସୀମା ବିବାଦକୁ ନେଇ ଗତ କିଛି ସପ୍ତାହ ହେଲା ସଂଘର୍ଷ ଲାଗି ରହିଛି। ଏହାକୁ ବନ୍ଦ କରିବା ପାଇଁ...

ପାରମ୍ପରିକ ‘ଟୋକି ପର୍ବ’ ପାଇଁ  ଚଳଚଞ୍ଚଳ କଳାହାଣ୍ଡି:  ସଜାଗ ଅଛନ୍ତି ପର୍ବ ପାଳନ କମିଟି, ଜାନୀ-ଦିଶାରୀଙ୍କ ନେତୃତ୍ୱରେ…

ଥୁଆମୂଳ ରାମପୁର, ୨୮ା୧୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ଆଦିବାସୀ ଅଞ୍ଚଳରେ ଆସନ୍ତାକାଲି ଅର୍ଥାତ ରବିବାର କନ୍ଧ ସମ୍ପ୍ରଦାୟର ଗଣପର୍ବ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri