ମୁଣ୍ଡବିହୀନ ମୃତ ଶିଶୁ ଜନ୍ମ

ଢେଙ୍କାନାଳ ଅଫିସ,୧୪।୫: ଗର୍ଭସ୍ଥ ସନ୍ତାନ ଯେପରି ସୁରକ୍ଷିତ ଭାବେ ଭୂମିଷ୍ଠ ହେବ ସେଥିଲାଗି ଦିନରାତି ଏକ୍‌ କରି ଦେଇଥିଲେ ଦମ୍ପତି। ଡାକ୍ତର ଯେଉଁଭଳି ପରାମର୍ଶ ଦେଉଥିଲେ, ସେଭଳି ଚିକିତ୍ସା କରାଉଥିଲେ। ଏଥିଲାଗି ସୁନାଗହଣା ବନ୍ଧକ ରଖିବାକୁ ମଧ୍ୟ ପଛେଇ ନ ଥିଲେ। ତେବେ ଗର୍ଭସ୍ଥ ସନ୍ତାନର ଶାରୀରିକ ଗଠନରେ ବିକୃତି ଥିବା ସତ୍ତ୍ୱେ ଅଲ୍‌ଟ୍ରାସାଉଣ୍ଡ ରିପୋର୍ଟ ଠିକ୍‌ ଥିବା କହିଥିଲେ ଡାକ୍ତର। ହେଲେ ଅସ୍ତ୍ରୋପଚାର ମାଧ୍ୟମରେ ହୋଇଥିବା ପ୍ରସବରେ ଜନ୍ମ ହୋଇଥିଲା ମୁଣ୍ଡବିହୀନ ଶିଶୁ। ଘରୋଇ ନର୍ସିଂହୋମ୍‌ ଡାକ୍ତରଙ୍କ ଚରମ ଅବହେଳା ଯୋଗୁ ଏଭଳି ଅଭାବନୀୟ ଘଟଣା ଘଟିଥିବା ଅଭିଯୋଗ କରିଛନ୍ତି ଢେଙ୍କାନାଳ ଜିଲା କାମାକ୍ଷାନଗର ବ୍ଲକ କୋଟଗରା ପଞ୍ଚାୟତ ଯୋଗୀଡ଼ିହ ଗ୍ରାମର ବାବୁନା ପଧାନ ଏବଂ ତାଙ୍କ ସ୍ତ୍ରୀ ସୁମିତ୍ରା। ଏ ସଂକ୍ରାନ୍ତରେ ଶନିବାର ରାତି ୮ଟାରେ ଅଭିଯୁକ୍ତ ଡାକ୍ତର ଖଗେଶ୍ୱର ବେହେରାଙ୍କ ନାମରେ ଟାଉନ ଥାନାରେ ଲିଖିତ ଅଭିଯୋଗ ହୋଇଛି। ପୋଲିସ ନଂ. ୩୨୬/୨୩ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଅନ୍ୟପଟେ ଡାକ୍ତର ଅଭିଯୋଗକୁ ଖଣ୍ଡନ କରିଛନ୍ତି।
ଅଭିଯୋଗ ଅନୁଯାୟୀ, ବାବୁନା ଏବଂ ସୁମିତ୍ରାଙ୍କ ଏକ ୫ ବର୍ଷର ଶିଶୁକନ୍ୟା ଅଛି। ଦ୍ୱିତୀୟ ଗର୍ଭରେ ସୁମିତ୍ରାଙ୍କ ମୃତ ସନ୍ତାନ ଜନ୍ମ ହୋଇଥିଲା। ଏହା ତାଙ୍କର ତୃତୀୟ ଗର୍ଭ ଥିବାବେଳେ ସ୍ତ୍ରୀଙ୍କ ଚିକିତ୍ସାରେ ସାମାନ୍ୟ ଅବହେଳା କରି ନ ଥିଲେ ବାବୁନା। ଗର୍ଭଧାରଣ ପରଠାରୁ ଢେଙ୍କାନାଳ ସହର ଶାସନ ଛକସ୍ଥିତ ଏକ ଘରୋଇ ନର୍ସିଂହୋମ୍‌ର ବରିଷ୍ଠ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଖଗେଶ୍ୱର ବେହେରାଙ୍କ ନିକଟରେ ସୁମିତ୍ରାଙ୍କ ଚିକିତ୍ସା କରାଉଥିଲେ। ୨୦୨୨ ନଭେମ୍ବର ୧୫, ଡିସେମ୍ବର ୨୪ ଏବଂ ୨୦୨୩ ମାର୍ଚ୍ଚ ୨୩ରେ ତିନି ଥର ଅଲ୍‌ଟ୍ରାସାଉଣ୍ଡ କରାଇଥିବାବେଳେ ରିପୋର୍ଟ ଠିକ୍‌ ଥିବା ସମ୍ପୃକ୍ତ ଡାକ୍ତର କହିଥିଲେ। ତେବେ ପ୍ରସବ ଯନ୍ତ୍ରଣା ଆରମ୍ଭ ହେବାରୁ ଡାକ୍ତର ଜଣକ ତାଙ୍କୁ କଟକ ନେଇଯିବାକୁ ପରାମର୍ଶ ଦେଇଥିଲେ। କଟକରେ ଏପ୍ରିଲ ୮ ଏବଂ ୧୦ରେ ସୁମିତ୍ରାଙ୍କ ପୁନର୍ବାର ଅଲଟ୍ରାସାଉଣ୍ଡ ସ୍କାନିଂ ଏବଂ ପଲ୍‌ସ ଡାଇଗ୍ନୋସିସ କରାଯାଇଥିଲା। ତେବେ ଉକ୍ତ ରିପୋର୍ଟରୁ ଗର୍ଭସ୍ଥ ଶିଶୁର ଶାରୀରିକ ଗଠନ ଅସମ୍ପୂର୍ଣ୍ଣ ଥିବା ଜଣାପଡ଼ିଥିଲା। ଇତିମଧ୍ୟରେ ଏପ୍ରିଲ ୧୧ରେ ସୁମିତ୍ରା ମୁଣ୍ଡବିହୀନ ମୃତ ସନ୍ତାନ ଜନ୍ମ ଦେଇଥିଲେ।
ନିଜ ପ୍ରତିକ୍ରିୟାରେ ବାବୁନା କୁହନ୍ତି, ସ୍ତ୍ରୀଙ୍କୁ ଚିକିତ୍ସା କରୁଥିବା ଡାକ୍ତର ସବୁକିଛି ଠିକ୍‌ଠାକ୍‌ ଥିବା କହୁଥିଲେ। ଦିନେ ସାମାନ୍ୟ ପାଣି ଜମିଯାଇଥିବା କହି କଟକ ପଠାଇଦେଇଥିଲେ। କଟକରେ କରାଯାଇଥିବା ଅଲଟ୍ରାସାଉଣ୍ଡ୍‌ ରିପୋର୍ଟରେ ଗର୍ଭସ୍ଥ ଶିଶୁର ମୁଣ୍ଡ ନ ଥିବା ଜଣାପଡ଼ିଥିଲା। କାହା ପାଖରେ ଚିକିତ୍ସା କରାଉଥିଲ ଯେ ଜାଣିପାରିଲ ନାହିଁ ବୋଲି ସେଠାକାର ଡାକ୍ତର ପାଲଟା ପଚାରିଥିଲେ। ସ୍ତ୍ରୀ ସୁମିତ୍ରାଙ୍କ ଅବସ୍ଥା ଗୁରୁତର ଥିବାରୁ ଅସ୍ତ୍ରୋପଚାର କରି ମୃତଶିଶୁକୁ ବାହାର କରାଯାଇଥିଲା। ଏଭଳି ଅବହେଳା କରିଥିବା ଡାକ୍ତରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଲିଖିତ ଭାବେ ଜଣାଇବା ସହ ଶନିବାର ଟାଉନ ଥାନାର ଦ୍ୱାରସ୍ଥ ହୋଇଥିବା ବାବୁନା କହିଛନ୍ତି।
ଅନ୍ୟପଟେ ଡାକ୍ତର ଖଗେଶ୍ୱର ତାଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ଅସ୍ବୀକାର କରିଛନ୍ତି। ସେ କହିଛନ୍ତି, ଦମ୍ପତିଙ୍କୁ ଠିକ୍‌ ସମୟରେ ଠିକ୍‌ ପରାମର୍ଶ ଦେଇ କଟକ ପଠାଇଥିଲେ। ସେମାନେ କଟକରେ କେଉଁ ଡାକ୍ତରଙ୍କୁ ପରାମର୍ଶ କଲେ ଜାଣିନାହାନ୍ତି।
ଏ ସଂକ୍ରାନ୍ତରେ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଅଶୋକ କୁମାର ଦାଶ କୁହନ୍ତି, ଅଭିଯୋଗ ପାଇଛୁ। ଘଟଣାର ତଦନ୍ତ ପାଇଁ ଅତିରିକ୍ତ ଜିଲା ଚିକିତ୍ସାଧିକାରୀ (ମେଡିକାଲ)ଙ୍କୁ ଦାୟିତ୍ୱ ଦିଆଯାଇଛି। ତାଙ୍କଠାରୁ ରିପୋର୍ଟ ମିଳିବା ପରେ ଯାହା ପଦକ୍ଷେପ ନିଆଯିବ। ଟାଉନ ଥାନାଧିକାରୀ ରାଜେନ୍ଦ୍ର ମହାପାତ୍ର କୁହନ୍ତି, ଅଭିଯୋଗ ହୋଇଛି। ଘଟଣାର ତଦନ୍ତ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri