Categories: ଖେଳ

ରୋଜର ଫେଡେରରଙ୍କୁ ଷ୍ଟାଣ୍ଡିଂ ଓଭେଶନ

ଓ୍ବିମ୍ବେଲଡନ୍‌, ୫ା୭(ପି.ଟି.): ଓ୍ବିମ୍ବେଲଡନ୍‌ ଇତିହାସର ସଫଳତମ ଖେଳାଳି ରୋଜର ଫେଡେରରଙ୍କୁ ମିଳିଛି ଷ୍ଟାଣ୍ଡିଂ ଓଭେଶନ। ଅବସର ପରେ ପ୍ରଥମ ଥର ପାଇଁ ମ୍ୟାଚ୍‌ ଦେଖିବାକୁ ଅଲ ଇଂଲଣ୍ଡ ଟେନିସ୍‌ କ୍ଲବରେ ପହଞ୍ଚିଥିଲେ ଫେଡେରର। ସେ ପହଞ୍ଚିବା କ୍ଷଣି ସମସ୍ତ ଦର୍ଶକ ଛିଡା ହୋଇ ଦେଢ ମିନିଟ ଧରି କରତାଳି ଦେଇ ତାଙ୍କୁ ସ୍ବାଗତ କରିଥିଲେ। ଏକ କ୍ରିମ୍‌ କଲର ସୁଟ୍‌ରେ ରହିଥିବା ଫେଡେରର ନିଜ ପତ୍ନୀ ମିର୍କା ଓ ଓ୍ବେଲ୍ସର ରାଜକୁମାରୀ କେଟ୍‌ ମିଡିଲଟନ୍‌ଙ୍କ ମଝିରେ ଛିଡା ହୋଇଥିବା ନଜର ଆସିଥିଲେ। ଏହି ସମ୍ମାନପାଇଁ ଫେଡେରର ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ। ୨୦୨୧ରେ ଶେଷଥର ପାଇଁ ଓ୍ବିମ୍ବେଲଡନ୍‌ ଖେଳିଥିବା ଫେଡେରର କ୍ୱାର୍ଟର ଫାଇନାଲରେ ହୁବର୍ଟ ହୁରକାଜଙ୍କଠାରୁ ହାରିଥିଲେ। ୨୦ ଗ୍ରାଣ୍ଡସ୍ଲାମ ବିଜୟୀ ହୋଇଥିବା ଫେଡେରର ୮ ଥର ଓ୍ବିମ୍ବେଲଡନ୍‌ ବିଜୟୀ ହୋଇଛନ୍ତି। ପୁରୁଷ ଖେଳାଳିଙ୍କ ମଧ୍ୟରେ ଏହା ସର୍ବାଧିକ ହୋଇଥିବା ବେଳେ ମହିଳା ଖେଳାଙ୍କ ମଧ୍ୟରେ ମାର୍ଟିନା ନାଭ୍ରାତିଲୋଭା ୯ ଥର ବିଜୟୀ ହୋଇଛନ୍ତି।

Share