ୟୁକ୍ରେନ୍‌ରେ ଫସିଥିବା ଓଡ଼ିଆଙ୍କ ପାଇଁ ଖୋଲିଲା ସ୍ବତନ୍ତ୍ର ସହାୟତା ସେଲ

ଭୁବନେଶ୍ୱର,୨୫।୨(ବ୍ୟୁରୋ): ୟୁକ୍ରେନ୍‌ରେ ଫସିଥିବା ଓଡ଼ିଆଙ୍କ ପାଇଁ ସ୍ବତନ୍ତ୍ର ସହାୟତା ସେଲ ଖୋଲିଛି। ଦିଲ୍ଲୀ ସ୍ଥିତ ଓଡ଼ିଶା ରେସିଡେଣ୍ଟ କମିଶନରଙ୍କ କାର୍ଯ୍ୟାଳୟରେ ଏହି ସେଲ୍‌ ଖୋଲା ଯାଇଛି। ରେସିଡେଣ୍ଟ କମିଶନର ରବି କାନ୍ତ ସ୍ବତନ୍ତ୍ର ସେଲ ନୋଡାଲ ଅଫିସର ନିଯୁକ୍ତି ପାଇଛନ୍ତି। ଏହି ସେଲ ବିଦେଶ ଓ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ସହ ସମନ୍ବୟ ରଖିବ। ଖୋଲାଯାଇଥିବା ସ୍ବତନ୍ତ୍ର ସେଲ୍‌କୁ ଯୋଗାଯୋଗ ପାଇଁ ହ୍ବାଟ୍ସଆପ ଓ ଲ୍ୟାଣ୍ଡଲାଇନ ଓ ଇ-ମେଲ ଜାରି କରାଯାଇଛି। ଜାରି ହୋଇଥିବା ମୋବାଇଲ ହ୍ବାଟ୍ସଆପ ନମ୍ବର ହେଉଛି ୮୫୨୭୫୮୦୨୪୫। ସେହିପରିି ଲ୍ୟାଣ୍ଡ ଲାଇନ ନମ୍ବର- ୦୧୧-୨୩୦୧୨୭୫୧ ମଧ୍ୟ ଜାରି କରାଯାଇଛି। ଇମେଲ- re.odisha@gmail.com/ resem-or@aic.inରେ ଯୋଗାଯୋଗ କରିବାକୁ ଅନୁରୋଧ କରାଯାଇଛି।