ସ୍ଥିତି ଅନୁଧ୍ୟାନ କଲେ ସ୍ବତନ୍ତ୍ର ପ୍ରତିନିଧି ଦଳ

ପିପିଲି,୬।୯(ସ୍ବ.ପ୍ର./ଡି.ଏନ୍‌.ଏ.): ଭାର୍ଗବୀ ନଦୀରେ ବନ୍ୟାଜଳ ପ୍ରବାହିତ ପରେ କିଛିଦିନ ହେବ ପିପିଲି ବ୍ଲକ ଅନ୍ତର୍ଗତ ଚନ୍ଦ୍ରାଦେଇପୁର ପଞ୍ଚାୟତ ବ୍ରାହ୍ମଣସାହିରେ ନାଲି ପିମ୍ପୁଡ଼ି ଆତଙ୍କ ଦେଖିବାକୁ ମିଳିଛି। ଏଥିଯୋଗୁ ସାଧାରଣ ଲୋକେ ଭୟଭୀତ ହେଉଥିବା ବେଳେ ଜୀବଜନ୍ତୁଙ୍କ ଉପରେ ମଧ୍ୟ ଏହାର ପ୍ରଭାବ ପଡ଼ିଛି। ଏପରି କି ୩ ପରିବାର ନାଲି ପିମ୍ପୁଡି ଭୟରେ ଘର ଛାଡ଼ି ଅନ୍ୟତ୍ର ରହୁଛନ୍ତି। ଏହି ସମସ୍ୟା ନେଇ ବିଧାୟକ ରୁଦ୍ରପ୍ରତାପ ମହାରଥୀ ପୁରୀ ଜିଲା ପ୍ରଶାସନ ଓ ବ୍ଲକ ପ୍ରଶାସନ ସହିତ ଆଲୋଚନା କରିଛନ୍ତି। ଏ ନେଇ ସୋମବାର ପିପିଲି ବିଡିଓ ରଶ୍ମିତା ନାଥଙ୍କ ନେତୃତ୍ୱରେ ଦୁଇଟି ଟିମ୍‌ ପିପି ପେଷ୍ଟ କଣ୍ଟ୍ରୋଲର ଭୁବନେଶ୍ୱର ଓ ପୁରୀ ଜିଲା ମୁଖ୍ୟ କୃଷି ବିଭାଗର ୪ଜଣିଆ ସ୍ବତନ୍ତ୍ର ପ୍ରତିନିଧି ଦଳ ଚନ୍ଦ୍ରାଦେଇପୁର ବ୍ରାହ୍ମଣସାହିରେ ପହଞ୍ଚତ୍ଛନ୍ତି। ବିଡିଓ ନାଥଙ୍କ ସହ ଜିଲା ସହକାରୀ କୃଷି ଅଧିକାରୀ ତଥା ଓୟୁଏଟିର ପ୍ରଫେସର ପୀୟୂଷ ପଲ୍ଲବ ପରିଡା ଓ କେନ୍ଦ୍ର କୃଷି ବୈଜ୍ଞାନିକ ଡ. ସଞ୍ଜୟ କୁମାର ମହାନ୍ତି, ଜିଲା କୃଷି ଅଧିକାରୀ ସୁବାସ ଚନ୍ଦ୍ର ବେହେରା, ପିପିଲି ସହକାରୀ କୃଷି ଅଧିକାରୀ ଜୟଲକ୍ଷ୍ମୀ ସାହୁ ପ୍ରମୁଖ ସେଠାରେ ପହଞ୍ଚତ୍ ସ୍ଥାନୀୟ ଲୋକମାନଙ୍କ ସହିତ ଆଲୋଚନା କରିବା ସହିତ ନାଲି ପିମ୍ପୁଡି ଘଉଡ଼ାଇବା ପାଇଁ ୪ପ୍ରକାର ମିଶ୍ରଣର ଔଷଧକୁ ପିପି ପେଷ୍ଟ କଣ୍ଟ୍ରୋଲର ପକ୍ଷରୁ ଗ୍ରାମର ବିଭିନ୍ନ ସ୍ଥାନରେ ସ୍ପ୍ରେ କରାଯାଇଛି। ଆସିଥିବା ଏହି ୪ଜଣିଆ ଦଳ ସହ ସ୍ଥାନୀୟ ଆଶା, ସ୍ବାସ୍ଥ୍ୟ କର୍ମଚାରୀ, ଜିଆର୍‌ଏସ୍‌ମାନେ ନାଲି ପିମ୍ପୁଡ଼ି ସମସ୍ୟାରୁ କିପରି ଲୋକମାନଙ୍କୁ ସୁରକ୍ଷା ଦିଆଯିବ ସେନେଇ ଉଚ୍ଚ କର୍ତ୍ତୃପକ୍ଷଙ୍କ ସହ ଫୋନ ଯୋଗେ ଆଲୋଚନା କରିଥିଲେ। ପରେ ପୁରୀ ଜିଲା ଭାଜପା ସଭାପତି ଆଶ୍ରିତ ପଟ୍ଟନାୟକ, ୨୪ ନମ୍ବର ଜିଲା ପରିଷଦ ସଭ୍ୟ ଧରଣୀଧର ସାହୁ, ରାଧାମୋହନ, ସରପଞ୍ଚ ସୁରେନ୍ଦ୍ର ବେହେରା, ସଞ୍ଜୟ ସ୍ବାଇଁ, ୱାର୍ଡମେମ୍ବର ରାଜପ୍ରସାଦ ଦାସ, ବିଶ୍ୱଜିତ ଦାଶ, ଆଦିତ୍ୟ ପ୍ରସାଦ ଭୋଳ ପ୍ରମୁଖ ଗ୍ରାମରେ ପହଞ୍ଚତ୍ ଗ୍ରାମବାସୀଙ୍କ ସହ ଆଲୋଚନା କରି ସମସ୍ୟାର ସମାଧାନ ପାଇଁ ପ୍ରଶାସନିକ ଅଧିକାରୀଙ୍କ ସହିତ ବିଚାରବିମର୍ଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ, କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଦେହାନ୍ତ

କଟକ,୧୫ା୨:  ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ରହିଛି । ଗତ…

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri