Categories: ଖେଳ

ସ୍ବତନ୍ତ୍ର ଅର୍ଦ୍ଧଶତକ ପୂର୍ବରୁ ଏହି ପୂର୍ବତନ ଖେଳାଳିଙ୍କ ସହ କଥା ହୋଇଥିଲେ କୋହଲି

ଅହମ୍ମଦାବାଦ୍‌, ୧୫।୩ – ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟି୨୦ ମ୍ୟାଚ୍‌ରେ ଦମ୍‌ଦାର ଅର୍ଦ୍ଧଶତକୀୟ ଇନିଂସ ଖେଳିଛନ୍ତି ଭାରତୀୟ ଅଧିନାୟକ ବିରାଟ କୋହଲି। ଏହି ମ୍ୟାଚ୍‌ ପୂର୍ବରୁ କୋହଲି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗଲୋର (ଆରସିବି)ର ସାଥି ଖେଳାଳି ତଥା ପୂର୍ବତନ ଦକ୍ଷିଣ ଆଫ୍ରିକୀୟ ବ୍ୟାଟ୍ସମ୍ୟାନ ଏବି ଡି’ଭିଲିୟର୍ସଙ୍କ ସହ କଥା ହୋଇଥିଲେ।

ମୋତେ ମୋ ବେସିକ୍‌ ଉପରେ ଧ୍ୟାନ ଦେବାର ଥିଲା। ଏ ସମ୍ପର୍କରେ ଟିମ୍‌ ମ୍ୟାନେଜମେଣ୍ଟ ଓ ଅନୁଷ୍କାଙ୍କ ସହ କଥା ହୋଇଥିଲି। ଆଉ ଏହି ମ୍ୟାଚ୍‌ ପୂର୍ବରୁ କଥା ହୋଇଥିଲି ଏବି ଡି’ ଭିଲିୟର୍ସଙ୍କ ସହ। ସେ ମୋତେ ବଲ ଉପରେ ଶେଷ ପର୍ଯ୍ୟନ୍ତ ନଜର ରଖିବାକୁ ଉପଦେଶ ଦେଇଥିଲେ ବୋଲି ମ୍ୟାଚ୍‌ ପରେ କୋହଲି କହିଛନ୍ତି।

Share