Posted inଫୁରସତ

ଯୁବପିଢ଼ିଙ୍କୁ ପଛରେ ପକାଇଲେ ଏହି ବୃଦ୍ଧା, ୟୁଟ୍ୟୁବ୍‌ରୁ ମିଳିଲା ସିଲଭର ବଟନ

ସୋସିଆଲ ମିଡିଆ ଆଜିକାଲି ଯୁବପିଢ଼ିଙ୍କ ପାଇଁ ବରଦାନ ସାଜିଛି। ଏଥିରୁ ବେଶ୍‌ ଅର୍ଥ ରୋଜଗାର କରୁଛନ୍ତି ଯୁବପିଢ଼ି। ବିଶେଷକରି ୟୁଟ୍ୟୁବ୍‌ରୁ ମୋଟା ଅଙ୍କର ଅର୍ଥ ରୋଜଗାର କରୁଛନ୍ତି। ମାତ୍ର ମହାରାଷ୍ଟ୍ରର ଜଣେ ୭୦ ବର୍ଷୀୟା ବୃଦ୍ଧାଙ୍କ ୟୁଟ୍ୟୁବ ଚ୍ୟାନେଲ ଏବେ ଚର୍ଚ୍ଚାରେ ରହିଛି। ବୃଦ୍ଧା ଜଣଙ୍କ ଘରୋଇ ବ୍ୟଞ୍ଜନ ପ୍ରସ୍ତୁତ କରି ୟୁଟ୍ୟୁବ୍‌ରେ ଅପଲୋଡ୍‌ କରୁଛନ୍ତି। କେବଳ ଲୋକ ତାଙ୍କ ଚ୍ୟାନେଲ ଦେଖୁଛନ୍ତି ତାହା ନୁହେଁ, ଦିନକୁ ଦିନ ସବ୍‌ସ୍କ୍ରାଇବର ମଧ୍ୟ ବୃଦ୍ଧି ପାଉଛନ୍ତି। ଏପରିକି ୟୁଟ୍ୟୁବ୍‌ ପକ୍ଷରୁ ତାଙ୍କୁ ସିଲଭର୍‌ ବଟନ ମଧ୍ୟ ମିଳିଛି।

ମହାରାଷ୍ଟ୍ରର ଏକ ଗ୍ରାମୀଣ ଅଞ୍ଚଳର ୭୦ ବର୍ଷୀୟା ବୃଦ୍ଧା ସୁମନ ଧାମନେ। ନିଜର ରୋଷେଇ ପାଇଁ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ୟୁଟ୍ୟୁବ୍‌ରେ କ’ଣ ହୁଏ ସେ ଜାଣି ନାହାନ୍ତି। ମାତ୍ର ଏଥିରେ ରୋଷେଇ ପୋଷ୍ଟ କରିବା ପରେ ଲୋକଙ୍କ ଆଗ୍ରହ ବଢ଼ିଛି। ତେଣୁ ଲୋକଙ୍କ ଚାହିଦାକୁ ଦେଖି ସେ ରୋଷେଇ ପୋଷ୍ଟ କରୁଛନ୍ତି ବୋଲି ସୁମନ କୁହନ୍ତି।

ସୁମନ ପାରମ୍ପରିକ ସ୍ବାଦିଷ୍ଟ ଖାଦ୍ୟ ଘରେ ପ୍ରସ୍ତୁତ କରିଥାନ୍ତି। ଏଥିସହିତ ମରାଠୀ ବ୍ୟଞ୍ଜନ ତିଆରି କରିଥାନ୍ତି। ସୁମନଙ୍କ ନାତି ୟଶ୍‌ ପାଠକ ଜେଜେ ମା’ଙ୍କ ରୋଷେଇ ଶୈଳୀରେ ବେଶ୍‌ ପ୍ରଭାବିତ ହୋଇଥିଲେ। ତେଣୁ ପ୍ରଥମେ ୟୁଟ୍ୟୁବରେ ଭିଡିଓ ପୋଷ୍ଟ କରିବା ଆଇଡିଆ ସେ ହିଁ ଦେଇଥିଲେ। ପ୍ରଥମେ ପାଓ ଭାଜିରୁ ଆରମ୍ଭ ହୋଇଥିଲା ଜେଜେ ମା’ଙ୍କ ଷ୍ଟାର ଡମ ଯାତ୍ରା। ପରେ କଲରା ଜୁସ୍‌, ମହାରାଷ୍ଟ୍ରୀ ମିଠା, ବାଦାମ ଚଟଣୀ, ଶାଗଭଜା ଆଦି ରୋଷେଇ ବେଶ୍‌ ଲୋକପ୍ରିୟତା ହାସଲ କରିଥିଲା। ତେବେ ଲୋକେ ଆଉ ଜେଜେ ମା’ଙ୍କ ବ୍ୟଞ୍ଜନ ପ୍ରସ୍ତୁତି ଦେଖୁନାହାନ୍ତି ସିଧା ତାଙ୍କ ଘରେ ପହଞ୍ଚି ଖାଦ୍ୟ ନେଉଥିବା କହିଛନ୍ତି ସୁମନ।


Enter your email to get our daily news in your inbox.

All Right Reserved By Dharitri.Com

ରାତିରେ କାଠଗଦାରେ ଚାଲୁଥିଲା ୧୨ ଫୁଟର କିଂ କୋବ୍ରା: ହଠାତ ପଡିଲା ଲୋକଙ୍କ ନଜରରେ…

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗାଁରୁ ୧୨ ଫୁଟ ଲମ୍ବର ଏକ ଅହିରାଜ (କିଙ୍ଗକୋବ୍ରା) ସାପକୁ ବନବିଭାଗ କର୍ମଚାରୀ…

ଜବରଦସ୍ତ Family Pack, କରିବାକୁ ପଡିବନି ଅଲଗା ଅଲଗା ରିଚାର୍ଜ! ଗୋଟିଏ ପ୍ଲାନରେ ସବୁ ଫ୍ରି….

ଆପଣ କ’ଣ ଆପଣଙ୍କ ପରିବାରର ଚାରି ଜଣ ସଦସ୍ୟଙ୍କ ପାଇଁ ପୃଥକ ପୃଥକ ରିଚାର୍ଜ କରୁଛନ୍ତି? ପ୍ରତି ମାସରେ ୧୫୦୦ରୁ ୨୦୦୦ ଟଙ୍କା ଖର୍ଚ୍ଚ କରୁଛନ୍ତି? ପ୍ରତ୍ୟେକ…

ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆକ୍ରମଣ କଲା ଆମେରିକା: ଆକାଶଛୁଆଁ ହେବ କି ପେଟ୍ରୋଲ ଡିଜେଲ…

ତେହରାନ,୭।୪: ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆମେରିକା ଆକ୍ରମଣ କରିଛି। ଏହାରି ମଧ୍ୟରେ କାସନରେ ଏକ ବଡ଼ ରେଲୱେ ବ୍ରିଜକୁ ଉଡ଼ାଇ ଦେଇଛି ଇସ୍ରାଏଲ।…

ପୁଣି ଦୁର୍ଘଟଣା ଘଟାଇଲା ଆମବସ୍‌: ଯାତ୍ରୀଙ୍କ ଉପରେ ଭାଙ୍ଗି ପଡ଼ିଲା କାଚ

ଭୁବନେଶ୍ୱର,୭।୪: ପୁଣି ଦୁର୍ଘଟଣା ଘଟାଇଲା ଆମ ବସ୍‌। ହାଇଓ୍ବାକୁ ପିଟିଲା ପଛରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ଏଭଳି ଘଟଣା ଘଟିଛି ବାରଙ୍ଗ ଥାନା ପଦ୍ମନାଭ ନଗର ଛକ…

ହର୍ମୁଜରେ ଘନେଇଲା ପୁଣି ବଡ଼ ବିପଦ, ଭାରତୀୟ ଜାହାଜକୁ…

ନୂଆଦିଳ୍ଲୀ,୭।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନାର ପ୍ରଭାବ ଏବେ ସାମୁଦ୍ରିକ ବାଣିଜ୍ୟରେ ମଧ୍ୟ ଦୃଶ୍ୟମାନ ହେଉଛି। ଅନେକ ଅଞ୍ଚଳରେ, ଜାହାଜ ପାଇଁ ବୀମା ପାଇବା ମହଙ୍ଗା ହୋଇଯାଇଛି। ସମ୍ୱନ୍ଧିତ…

ବେଶି ଦିନ ତିଷ୍ଠିଲାନି ପ୍ରେମ ବିବାହ: ସ୍ତ୍ରୀଙ୍କୁ ହତ୍ୟା କଲା ପରେ ଝୁଲିପଡିଲେ ସ୍ବାମୀ, ଅଞ୍ଚଳରେ ଚାଞ୍ଚଲ୍ୟ…

ଭଞ୍ଜନଗର,୭।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ସରନୂଆଁପଲ୍ଲୀ ଗ୍ରାମରେ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମ ବିବାହ କରିଥିବା ସ୍ତ୍ରୀଙ୍କୁ ହତ୍ୟା…

ସୀମାରେ ସାପ-କୁମ୍ଭୀର ଛାଡିବ ଭାରତ! ଶୁଣିକି ଛାନିଆ ହେଲା ପାକ୍‌-ବାଂଲାଦେଶ

ନୂଆଦିଲ୍ଲୀ,୭।୪: ଭାରତ-ବାଂଲାଦେଶ ସୀମାରେ ଅବୈଧ ଅନୁପ୍ରବେଶକୁ ରୋକିବା ପାଇଁ ବିଏସଏଫ ଏକ ଅଭିନବ ପଦ୍ଧତି ପ୍ରସ୍ତୁତ କରିଛି। ସୋମବାର ଅଧିକାରୀମାନେ ପ୍ରକାଶ କରିଛନ୍ତି ଯେ ସୀମା ସୁରକ୍ଷା…

ଭାଜପାର ମହାଅଭିଯାନ: ନୂତନ ଭାରତ ଗଠନ କରିବାକୁ ପ୍ରୟାସ

ବନ୍ତ,୭।୪(କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ସରସ୍ବତୀ ବିଦ୍ୟାମନ୍ଦିରଠାରେ ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ନୀତି ଆଦର୍ଶକୁ ପାଥେୟ କରି ଭାଜପା ତରଫରୁ ଏକ ପ୍ରଶିକ୍ଷଣ ଶିବିର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri