ରାଜଧାନୀରେ ଖୋଲିଲା ଶପିଂ ମଲ୍‌: ସର୍ତ୍ତାବଳୀ ଉଲ୍ଲଂଘନ କଲେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୩ା୮(ବ୍ୟୁରୋ): ରାଜଧାନୀରେ ଖୋଲିଲା ଶପିଂ ମଲ୍‌। ରବିବାର ଲକ୍‌ଡାଉନ୍‌ ସତ୍ତ୍ୱେ ପୂର୍ବାହ୍ନରୁ ଅପରାହ୍ନ ୧ଟା ଯାଏ ମଲ୍‌ ଖୋଲିଛି। ପ୍ରଥମ ଦିନରେ ମଲ୍‌ରେ ପୂର୍ବପେକ୍ଷା ଭିଡ଼ କମ୍‌ ରହିଥିଲା। ପ୍ରାୟ ୫ ମାସ ପରେ ମଲ୍ଟି ବ୍ରାଣ୍ଡ ମଲ୍‌ ଖୋଲିବା ପରେ ଗ୍ରାହକମାନେ ମଲ୍‌ଗୁଡ଼ିକୁ ଯାଇ ବିଭିନ୍ନ ସାମଗ୍ରୀ କିଣା କିଣି କରିଥିବା ଦେଖିବାକୁ ମିଳିଥିଲା। ମଲ୍‌କୁ ପ୍ରବେଶ ପୂର୍ବରୁ ଗ୍ରାହକମାନେ ସାମାଜିକ ଦୂରତ୍ୱ ରକ୍ଷା କରି ମଲ୍‌ ସମ୍ମୁଖରେ ବୃତ୍ତ ଚିହ୍ନିତ ସ୍ଥାନରେ ଛିଡ଼ା ହେବା ସହ ହାତକୁ ସାନିଟାଇଜ କରୁଥିଲେ। ମଲ୍‌ ଫାଟକ ନିକଟରେ ସେମାନଙ୍କ ଥର୍ମାଲ ସ୍କ୍ରିନିିଂ କରାଯାଇଥିଲା। ଯେଉଁ ଗ୍ରାହକଙ୍କର ଫ୍ଲୁ ପରି କୌଣସି ପ୍ରକାର ଲକ୍ଷଣ ଦେଖାଦେଇଥିଲା କିମ୍ବା ତାପମାତ୍ରା ଅଧିକ ଥିଲା ସେମାନଙ୍କୁ ମଲ୍‌ ଭିତରକୁ ପ୍ରବେଶ କରିବାକୁ ଅନୁମତି ମିଳି ନ ଥିଲା।
ଦୋକାନ ବଜାର ଏବଂ ଗୋଟିକିଆ ମଲ୍‌ ଖୋଲିବା ପାଇଁ ପୂର୍ବରୁ ବିଏମ୍‌ସି ଅନୁମତି ଦେଇଥିଲା। କିନ୍ତୁ ମଲ୍‌ଟିବ୍ରାଣ୍ଡ ଶପିଂ ମଲ ଖୋଲିବାକୁ ଅନୁମତି ନ ଥିଲା। ତେବେ ଅନୁମତି ପରେ ରବିବାର ୟୁନିଟ୍‌-୨ ମାର୍କେଟ ବିଲ୍‌ଡିଂସ୍ଥିତ ବିଗ୍‌ ବଜାର, ବିଶାଳ ମେଗା ମାର୍ଟ, ଫ୍ୟାଶନ ସିଟି ଆଦି ଅନେକ ମଲ୍‌ କୋଭିଡ୍‌-୧୯ ନିୟମାବଳୀ ଅନୁପାଳନ କରି ଖୋଲିଥିଲା। ତେବେ ରସୁଲଗଡର ଏସ୍‌ପ୍ଲାନେଡ୍‌, ସତ୍ୟନଗରର ଫୋରମ୍‌ ମାର୍ଟ, ଶହୀଦନଗରର ବିଏମ୍‌ସି ଭବାନୀ ମଲ୍‌, ପାଣ୍ଟାଲୁନସ୍‌‌, ସେଣ୍ଟ୍ରାଲ୍‌, ରେଳ ଷ୍ଟେଶନ ନିକଟ ରିଲାଏନ୍ସ ସୁପର, କଳ୍ପନାଛକର ଉକତ୍ଳ ଗାଲେରିୟା, ୟୁନିଟ୍‌-୨ ମାର୍କେଟ ବିଲ୍‌ଡିଂସ୍ଥିତ ବିଏମ୍‌ସି କେଶରୀ ମଲ, ରୁଦ୍ରପୁରସ୍ଥିତ ସିଫୋନି ମଲ୍‌, ନୟାପଲ୍ଲୀର କ୍ରିଷ୍ଣା ପ୍ଲାଜା ଏବଂ ପାତ୍ରପଡ଼ାର ଡିଏନ୍‌ ରେଗାଲିୟା ଆଦି ମଲ୍‌ ଅନୁମତି ପାଇ ନ ଥିବାରୁ ବନ୍ଦ ରହିଥିଲା। କେତେକ ମଲ୍‌ରେ ରାଶନକୁ ଛାଡ଼ି ଅନ୍ୟ ସମସ୍ତ ଷ୍ଟୋର ବନ୍ଦ ରହିଥିଲା। ଯେଉଁମାନଙ୍କର ଅନ୍‌ଲାଇନ୍‌ ବ୍ୟବସ୍ଥା ଥିଲା, ସେମାନେ କେବଳ ଅନ୍‌ଲାଇନ୍‌ ଡେଲିଭରି ପାଇଁ ମଲ୍‌ ଖୋଲିଥିଲେ ମଧ୍ୟ ଗ୍ରାହକଙ୍କୁ ପ୍ରବେଶ ଅନୁମତି ନ ଥିଲା। ଶନିବାର ଶପିଂ ମଲ୍‌ଗୁଡ଼ିକ ପାଇଁ ବିଏମ୍‌ସି ନୂତନ ଏସ୍‌ଓପି ଜାରି କରିବାରୁ ମଲ୍ଟି ବ୍ରାଣ୍ଡ ମଲ୍‌ ଖୋଲିବା ପାଇଁ ବାଟ ଫିଟିଥିଲା। ଏ ନେଇ ବିଏମ୍‌ସି କମିଶନର ପ୍ରେମ୍‌ଚନ୍ଦ୍ର ଚୌଧାରୀ କହିଛନ୍ତି, ରାଜ୍ୟ ସରକାରଙ୍କ ନୂତନ କଟକଣାରେ ଶପିଂ ମଲ୍‌ ବନ୍ଦ ହେବାର ବ୍ୟବସ୍ଥା ନାହିଁ। ଏଥିପାଇଁ ବିଏମ୍‌ସି ଶପିଂ ମଲଗୁଡ଼ିକ ନିମନ୍ତେ ନୂତନ ଏସ୍‌ଓପି ଜାରି କରିଛି। ଯେଉଁ ମଲ୍‌ ଚାହିଁବ ଏସ୍‌ଓପି ଅନୁପାଳନ କରି ଖୋଲିପାରିବ। ଏସ୍‌ଓପି ସର୍ତ୍ତାବଳୀ ଉଲ୍ଲଘଂନ କଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ଲିଙ୍ଗରାଜ ମନ୍ଦିରରେ ଉଠିଲା ମହାଦୀପ: ନିର୍ଦ୍ଧାରିତ ସମୟ ପୂର୍ବରୁ ସମ୍ପନ୍ନ ହେଲା ନୀତିକାନ୍ତି

ଭୁବନେଶ୍ୱର,୧୫।୨: ପବିତ୍ର ମହାଶିବରାତ୍ରି ଅବସରରେ ଭୁବନେଶ୍ୱରର ପ୍ରସିଦ୍ଧ ଶ୍ରୀଲିଙ୍ଗରାଜ ମନ୍ଦିରରେ ମହାପ୍ରଭୁଙ୍କ ମହାଦୀପ ଉଠିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଚଳିତ ବର୍ଷ ପ୍ରଶାସନ ଓ ସେବାୟତଙ୍କ…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ, କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଦେହାନ୍ତ

କଟକ,୧୫ା୨:  ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ରହିଛି । ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri