ରାଜଧାନୀରେ ସିରିଜ୍‌ ଦୁର୍ଘଟଣା

ଭୁବନେଶ୍ୱର,୩ା୩(ବ୍ୟୁରୋ.): ରାଜଧାନୀରେ ଗୁରୁବାର ଘଟିଛି ସିରିଜ୍‌ ଦୁର୍ଘଟଣା। ଜୟଦେବ ବିହାରରୁ ଜାଭିୟର ଛକ ମଧ୍ୟରେ ଏହି ଦୁର୍ଘଟଣା ଘଟିଛି। ଜଣେ ମଦ୍ୟପ କାର୍‌ ଚାଳକ ଏକାଧିକ ଗାଡ଼ିକୁ ଧକ୍କା ଦେଇଥିବାରୁ ୪ ଜଣ ଗୁରୁତର ହୋଇଛନ୍ତି। ସମସ୍ତଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି। ମଦ୍ୟପ କାର୍‌ ଚାଳକଙ୍କୁ ନୟାପଲ୍ଲୀ ପୋଲିସ ଥାନାରେ ଅଟକ ରଖିଛି।