ବାଲେଶ୍ୱରର ଜଣେ ବରିଷ୍ଠ ଶିକ୍ଷାବିତଙ୍କ ପରଲୋକ

ବାଲେଶ୍ବର ଅଫିସ,୧୭।୭: ବାଲେଶର ଜିଲାର ଜଣେ ବରିଷ୍ଠ ଶିକ୍ଷାବିତ ଓ ସତ୍ୟସାଇ ଇଞ୍ଜିନିୟରିଂ କଲେଜର ପରିଚାଳନା ନିର୍ଦ୍ଦେଶକ ତଥା ଯୁବ ନେତା ବେଣୁମାଧବ ପଣ୍ଡାଙ୍କ ପରଲୋକ ଘଟିଛି। ବୁଧବାର ରାତି ପ୍ରାୟ ୧୨ଟାରେ ତାଙ୍କର ହାଇଦ୍ରାବାଦ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଛି। ଗତ କିଛି ଦିନ ତଳେ ବେଣୁମାଧବ କରୋନାରେ ଆକ୍ରାନ୍ତ ହୋଇ ପୁଣି ସୁସ୍ଥ ହୋଇଥିଲେ। ତାଙ୍କର ଆରଟିପିସିଆର ରିପୋର୍ଟ ମଧ୍ୟ ନେଗେଟିଭ ଆସିଥିଲା। ହେଲେ ପରବର୍ତ୍ତୀ ସମୟରେ ତାଙ୍କର ଫୁସ୍‌ଫୁସ ସଂକ୍ରମିତ ହୋଇ ନଷ୍ଟ ହୋଇଯାଇଥିବା ଜଣାପଡ଼ିଥିଲା। ଫଳରେ ତାଙ୍କୁ ଭୁବନେଶ୍ବରରୁ ହାଇଦ୍ରାବାଦକୁ ଏୟାରଲିଫ୍ଟ କରାଯାଇଥିଲା। ତେବେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଗୁରୁବାର ତାଙ୍କ ମୃତଦେହକୁ ବାଲେଶ୍ବର ଅଣାଯିବ। ସୂଚନା ମୁତାବକ ବେଣୁମାଧବ ହେଉଛନ୍ତି ପୂର୍ବତନ ମନ୍ତ୍ରୀ ପଦ୍ମଲୋଚନ ପଣ୍ଡାଙ୍କ ପୁଅ। ବାଲେଶ୍ବରରେ ସମାଜସେବା ତଥା ରାଜନୀତି କ୍ଷେତ୍ରରେ ସେ ନିଜର ଏକ ପରିଚୟ ସୃଷ୍ଟି କରିପାରିଥିଲେ। ଏହା ସହିତ ସେ ବାଲେଶ୍ବରର ବିଭିନ୍ନ ଅନୁଷ୍ଠାନ ସହିତ ମଧ୍ୟ ଜଡ଼ିତ ଥିଲେ। ତାଙ୍କ ବିୟୋଗରେ ବାଲେଶ୍ୱରରେ ଶୋକର ଛାୟା ଖେଳିଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱ ତୀରନ୍ଦାଜୀ ପାରା ସିରିଜ୍‌ ୨୦୨୬: ପାୟଲ ନୂଆ ବିଶ୍ୱବିଜେତା

ବଲାଙ୍ଗୀର,୫।୪(ବୀରେନ୍ଦ୍ର କୁମାର ଝାଙ୍କର): ବିଶ୍ୱ ତୀରନ୍ଦାଜୀ ପାରା ସିରିଜ୍‌ ୨୦୨୬ର ନୂଆ ବିଶ୍ୱ ବିଜେତା ସାଜିଛନ୍ତି ଓଡ଼ିଶା (ବଲାଙ୍ଗୀର)ର ବିସ୍ମୟ ପ୍ରତିଭା ପାୟଲ ନାଗ। ଥାଇଲାଣ୍ଡର ବ୍ୟାଙ୍କକ୍‌ଠାରେ…

ଟ୍ରମ୍ପଙ୍କ ୪୮ ଘଣ୍ଟିଆ ଅଲ୍ଟିମେଟମକୁ ନେଇ ପରିହାସ କଲା ଇରାନ, ଚେତାବନୀ ଦେଇ କହିଲା ନର୍କର ଦ୍ବାର…

ତେହେରାନ,୫।୪: ଇରାନର କେନ୍ଦ୍ରୀୟ ସାମରିକ କମାଣ୍ଡ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ୪୮ ଘଣ୍ଟିଆ ଅଲ୍ଟିମେଟମକୁ ପ୍ରତ୍ୟାଖ୍ୟାନ କରିଛି । ଇରାନ କେବଳ ଟ୍ରମ୍ପଙ୍କ ଧମକକୁ ଅଣଦେଖା…

ନାବାଳିକାଙ୍କ ଫଟୋକୁ ଏଡିଟିଂ କରି ଅଶ୍ଲିଳ ଫଟୋ ଭାଇରାଲ କରିଥିଲା ଯୁବକ, ଅଭିଯୁ୍‌କ୍ତ ଗିରଫ

ଦେବଗଡ,୫।୪(ଶଶାଙ୍କ ଶେଖର ଝାଙ୍କର): ଜଣେ ୧୫ ବର୍ଷିୟା ନାବାଳିକାଙ୍କ ଫଟୋକୁ ଏଡିଟିଂ ମାଧ୍ୟମରେ ବିକୃତ କରି ଅଶ୍ଲିଳ ଫଟୋକୁ ସୋସିଆଲ ମିଡିଆରେ ଭାଇରାଲ କରୁଥିଲା ଯୁବକ ।…

ମହୁଲ ଗୋଟାଉଥିବା ବେଳେ କଚାଡି ଦେଲା ଦନ୍ତା, ଆକ୍ରମଣରେ ୩….

ପରଜଙ୍ଗ୫।୪(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ବନଖଣ୍ଡ ମହାବିରୋଡ ରେଞ୍ଜ ଡିହଡୋଳ ଫରେଷ୍ଟ ସେକ୍ସନ ଅଧିନ କନ୍ତୋର ଓ ବାରିହାପୁର ଗାଁରେ ଦନ୍ତା ଆତଙ୍କ ଦେଖିବାକୁ ମିଳିଛି। ରବିବାର ଭୋର୍…

ସ୍କୁଲ ଚୟନ ଅଧିକାର ଶିକ୍ଷାଧିକାରରେ ନାହିଁ: ହାଇକୋର୍ଟ

ନୂଆଦିଲ୍ଲୀ,୫।୪: ଶିକ୍ଷା ଅଧିକାର ଆଇନ ଅନୁଯାୟୀ ଜଣେ ପିଲାର ଶିକ୍ଷା ଗ୍ରହଣ କରିବାର ଅଧିକାର ରହିଛି, କିନ୍ତୁ ନାମଲେଖା ପାଇଁ ଏକ ନିର୍ଦ୍ଦିଷ୍ଟ ସ୍କୁଲକୁ ଚୟନ କରିବା…

ବିଳମ୍ବିତ ରାତିରେ କୋରାପୁଟରେ ଭୂକମ୍ପ ଝଟ୍‌କା: ଭୟଭୀତ ଅବସ୍ଥାରେ ଘରୁ ବାହାରି ଆସିଲେ ଲୋକେ

କୋରାପୁଟ/ପଟ୍ଟାଙ୍ଗି, ୪।୪(ଅମିତାଭ ବେହେରା/ ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ସମେତ ଆଖପାଖ ଅଞ୍ଚଳରେ ଶନିବାର ମୃଦୁ ଭୂକମ୍ପ ଅନୁଭୂତ ହୋଇଛି।…

ଗୁଜରାଟକୁ ହରାଇ ରାଜସ୍ଥାନର ଦ୍ୱିତୀୟ ବିଜୟ

ଅହମଦାବାଦ,୪ା୪: ଯଶସ୍ୱି ଜୟସ୍ୱାଲ ଓ ଧ୍ରୁବ ଜୁରେଲଙ୍କ ଅର୍ଦ୍ଧଶତକ ପରେ ରବି ବିଷ୍ଣୋଇଙ୍କ ୪ ଉଇକେଟ ସଫଳତା ଯୋଗୁ ରାଜସ୍ଥାନ ରୟାଲ୍ସ ୬ ରନରେ ଗୁଜରାଟ ଟାଇଟନ୍ସକୁ…

ମହେନ୍ଦ୍ରଗିରିରେ ଭୟଙ୍କର ଦୁର୍ଘଟଣା: ଘାଟିରେ ଓଲଟିଲା ପାଣି ଟ୍ୟାଙ୍କର ଟ୍ରାକ୍ଟର, ଚାଲିଗଲା ହେଲ୍‌ପରଙ୍କ ଜୀବନ, ଚାଳକ…

ଗଜପତି, ୪ା୪(ଗିରିଧାରୀ ପରିଛା): ଗଜପତି ଜିଲା ଗାରାବନ୍ଧ ଥାନା ରାୟଗଡ଼ ବ୍ଲକ ଅନ୍ତର୍ଗତ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ମହେନ୍ଦ୍ରଗିରିରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ପାଣି ବୋଝେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri