ଟେମରା, କାଉଡୋଳାରେ ଧାନ ମଣ୍ଡି ଖୋଲିଲା

କୋକସରା, ୨୪।୧୧ (ଡି.ଏନ.ଏ.)
କଳାହାଣ୍ଡି ଜିଲା କୋକସରା ବ୍ଲକ ଆମପାଣି ପ୍ୟାକ୍ସ ଅଧୀନ କାଉଡୋଳା ଓ ଟେମରାରେ ସୋମବାରଠୁୁ ଧାନ ମଣ୍ଡି ଆରମ୍ଭ ହୋଇଛି। କୋକସରା ବ୍ଲକର ୧୪ଟି ମଣ୍ଡି ଓ ଉପମଣ୍ଡିରେ ମଧ୍ୟ ଧାନ କିଣା ପ୍ରକ୍ରିୟା ଆରମ୍ଭ ହୋଇଛି। ଟେମରା ମଣ୍ଡିରେ ଅଞ୍ଚଳ ଚାଷୀଙ୍କ ସମେତ କୋକସରା ସମବାୟ ବ୍ୟାଙ୍କ ଶାଖା ପରିଚାଳକ ବିଶ୍ୱରଞ୍ଜନ ସାହୁ, ସୁପରଭାଇଜର ଇନ୍ଦ୍ରମଣି ଧଙ୍ଗଡ଼ାମାଝି, ପ୍ୟାକ୍ସ ସମ୍ପାଦକ ରଞ୍ଜନ ପାଣିଗ୍ରାହୀ, ଚାଷୀ ସୁଧୀର ପାତ୍ର, ରଜନୀ ପାତ୍ର, ଘନଶ୍ୟାମ ନାଏକ, କ୍ଷିତିଶ ପାତ୍ର, ବିନୋଦ ବିହାରୀ ରାଉତ ପ୍ରମୁଖ ଉପସ୍ଥିତ ଥିଲେ। ସେହିପରି କାଉଡୋଳା ମଣ୍ଡିରେ କାଉଡୋଳା ସରପଞ୍ଚ ଜମ୍ବୁବତୀ ସାହୁ କରୋନା ସଚେତନତା ସହ ମାସ୍କ ବଣ୍ଟନ କରିବା ସହ ଚାଷୀଙ୍କ ପାଇଁ ସମସ୍ତ ବ୍ୟବସ୍ଥା କରିବାକୁ କର୍ମଚାରୀମାନଙ୍କୁ କହିଥିଲେ। ଏହି ଅବସରରେ ଚାଷୀ ବିରଞ୍ଚତ୍ ନାରାୟଣ ପଣ୍ଡା, କମଳାକାନ୍ତ ପଣ୍ଡା, ପ୍ରଦୀପ ସାହୁ, ଶଶାଙ୍କ ପୁରୋହିତଙ୍କ ସମେତ ପ୍ୟାକ୍ସ ସମ୍ପାଦକ ବିକାଶ ପଣ୍ଡା, ଆର୍‌ଏମସି କର୍ମଚାରୀ ରିତ ବାହାଦୂର ଓ ମିଲର ଏଜେଣ୍ଟ ସହ ଶ୍ରମିକମାନେ ଉପସ୍ଥିତ ଥିଲେ ।