Posted inଖେଳ

ଦକ୍ଷିଣ ଆଫ୍ରିକାରେ ଦୁଇଟି ଶତକ ମାରି ର଼୍ୟାଙ୍କିଙ୍ଗରେ ୬୯ଟି ସ୍ଥାନ ଉପରକୁ ଉଠିଲେ ତିଳକ ବର୍ମା, ହାର୍ଦ୍ଦିକ ପାଣ୍ଡ୍ୟା ଏକ ନମ୍ବର

ନୂଆଦିଲ୍ଲୀ,୨୦।୧୧: ଦକ୍ଷିଣ ଆଫ୍ରିକା ଗସ୍ତରେ ଲଗାତାର ଦୁଇଟି ଅପରାଜିତ ଶତକ ହାସଲ କରିଥିବା ଯୁବ ବାମହାତୀ ବ୍ୟାଟର ତିଲକ ବର୍ମା ଟି -୨୦ ମାନ୍ୟତା ତାଲିକାରେ ଝଡ ସୃଷ୍ଟି କରିଛନ୍ତି। ତିଳକ ନିଜ କ୍ୟାରିୟରର ସର୍ବୋଚ୍ଚ ଟି -୨୦ ମାନ୍ୟତା ହାସଲ କରିବା ସହିତ ଭାରତୀୟ ବ୍ୟାଟରମାନଙ୍କ ମଧ୍ୟରେ ସର୍ବୋଚ୍ଚ ତୃତୀୟ ସ୍ଥାନରେ ରହିଛନ୍ତି। ଏହି ୪ ମ୍ୟାଚ୍ ବିଶିଷ୍ଟ ସିରିଜରେ ୨ ଶତକ ମାରି ତିଲକ ୨୮୦ ରନ୍ ସଂଗ୍ରହ କରିଥିଲେ।

ଏହି ପ୍ରଦର୍ଶନ ଆଧାରରେ ସେ ୬୯ ଟି ସ୍ଥାନ ଉପରକୁ ଉଠିଛନ୍ତି। ଏହି ସିରିଜରେ ତିଲକ ପ୍ଲେୟାର ଅଫ୍ ଦି ସିରିଜ୍ ଟାଇଟଲ୍ ମଧ୍ୟ ଜିତିଥିଲେ। ର଼୍ୟାଙ୍କିଙ୍ଗରେ ଏବେ ସେ ଅଧିନାୟକ ସୂର୍ୟ୍ୟକୁମାର ଯାଦବଙ୍କୁ ମଧ୍ୟ ପଛରେ ପକାଇ ଦେଇଛନ୍ତି ଯିଏ ବର୍ତ୍ତମାନ ଚତୁର୍ଥ ସ୍ଥାନକୁ ଖସି ଆସିଛନ୍ତି।

ଏହା ବ୍ୟତୀତ ଷ୍ଟାର ଖେଳାଳି ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ଅଲରାଉଣ୍ଡର ମାନ୍ୟତାରେ ବଡ଼ ଲମ୍ଫ ମାରିଛନ୍ତି। ସେ ବର୍ତ୍ତମାନ ଅଲରାଉଣ୍ଡର ମାନ୍ୟତାରେ ପ୍ରଥମ ସ୍ଥାନରେ ପହଞ୍ଚିଛନ୍ତି। ପାଣ୍ଡ୍ୟା କ୍ରମାଗତ ଭାବେ ଏହି ସିରିଜରେ ସଫଳ ହୋଇଥିଲେ ଏବଂ ଦ୍ୱିତୀୟ ଟି -୨୦ ମ୍ୟାଚରେ ଅପରାଜିତ ୩୯ ରନ୍ ସ୍କୋର କରି ସେ ଭାରତୀୟ ଇନିଂସକୁ ସ୍ଥିର କରିଥିଲେ। ଏହା ବ୍ୟତୀତ ସମ୍ପୂର୍ଣ୍ଣ ସିରିଜରେ ଚମତ୍କାର ବୋଲିଂ କରିଥିଲେ।

ଟି -୨୦ ଅଲରାଉଣ୍ଡର ମାନ୍ୟତାରେ ପାଣ୍ଡ୍ୟା ଦ୍ୱିତୀୟଥର ପାଇଁ ଏକ ନମ୍ବର ହୋଇଛନ୍ତି। ଏହାପୂର୍ବରୁ ସେ ଚଳିତ ବର୍ଷ ଆରମ୍ଭରେ ଆଇସିସି ପୁରୁଷ ଟି -୨୦ ବିଶ୍ୱକପ ପରେ ର଼୍ୟାଙ୍କିଙ୍ଗ ହାସଲ କରିଥିଲେ।

ଏହି ଦୁଇଜଣଙ୍କ ବ୍ୟତୀତ ସଞ୍ଜୁ ସାମସନ, ଅନ୍ୟ ଜଣେ ଖେଳାଳି ଯିଏ କ୍ରମାଗତ ଭାବରେ ଭାରତ ପାଇଁ ଭଲ ପ୍ରଦର୍ଶନ କରିଛନ୍ତି, ସମାନ ସିରିଜରେ ଦୁଇ ଶତକ ସ୍କୋର କରିବା ପରେ ଟି -୨୦ ବ୍ୟାଟ୍ସମ୍ୟାନ୍ ତାଲିକାରେ ୧୭ ସ୍ଥାନ ଉପରକୁ ଉଠି ୨୨ ତମ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ବୋଲିଂ ବିଭାଗରେ ଭାରତୀୟ ଦ୍ରୁତ ବୋଲର ଅର୍ଶଦୀପ ସିଂ କ୍ୟାରିୟରର ଶ୍ରେଷ୍ଠ ନବମ ସ୍ଥାନକୁ ଉନ୍ନୀତ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଧରିତ୍ରୀ ପ୍ରଭାବ: ବାପାଙ୍କ ଦଶାହ କାର୍ଯ୍ୟପାଇଁ  ଝିଅପୁଅ ଗାଁ ଲୋକଙ୍କୁ ଭିକ୍ଷା ମାଗିବା ଘଟଣା, ଅସହାୟ ପରିବାରଙ୍କୁ ମିଳିଲା …

ଦିଗପହଣ୍ଡି,୨୧|୮(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୌଡ଼ଗାଁ ନୂଆସାହିର ଗୋବିନ୍ଦ ମହାରଣା(୪୯)ଙ୍କ ୧୫ ତାରିଖ ବିଳମ୍ବିତ ରାତିରେ ଆକସ୍ମିକ ମୃତ୍ୟୁ ଘଟିଥିଲା। ଗୋବିନ୍ଦଙ୍କ ମୃତ୍ୟୁପରେ…

ଟୁରିଷ୍ଟ ବସ୍‌ରେ ଯାତ୍ରୀ ନେବା ପଡ଼ିଲା ମହଙ୍ଗା

କୋକସରା,୨୧।୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଳକ ବିଜୁ ଏକ୍ସପ୍ରେସ ୱେ ଏବଂ ୨୬ ନମ୍ବର ଜାତୀୟ ରାଜପଥରେ ୧୫ରୁ ଊଦ୍ଦର୍‌ବ ଟୁରିଷ୍ଟ ବସ୍‌ ବେଆଇନ…

ଘରପଟ୍ଟା ପାଇଁ ତହସିଲଦାରଙ୍କ ଦ୍ୱାରସ୍ଥ ହେଲେ ବଳଦିଆଡ଼ିହ ଗ୍ରାମବାସୀ

ଗଞ୍ଜାମ,୨୧ା୮(ବିଦ୍ୟାଧର ସାହୁ): ଗଞ୍ଚାମ ବ୍ଲକ୍‌ ହୁମା ପଞ୍ଚାୟତ ଅନ୍ତର୍ଗତ ବଳଦିଆଡ଼ିହ ଗ୍ରାମର ଗ୍ରାମବାସୀମାନେ ହୁମା ପଞ୍ଚାୟତର ସମିତି ସଭ୍ୟ ଧ୍ରୁବ ଚରଣ ସାହୁଙ୍କ ନେତୃତ୍ୱରେ ଗଞ୍ଜାମ ତହସିଲଦାର…

ପ୍ରଧାନ ଶିକ୍ଷକଙ୍କ ବାଇକରେ ଥିବା ମଦ ବୋତଲ ଭାଇରାଲ: ପ୍ରଧନଶିକ୍ଷକ ନିଲମ୍ବିତ

ପାତ୍ରପୁର,୨୧ା୮(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ତୁରୁବୁଡି ପଞ୍ଚାୟତ ନୂଆଗଡ଼ ପ୍ରାଥମିକ ବିଦ୍ୟାଳୟ ଛାତ୍ରୀଛାତ୍ରଙ୍କୁ ଗତ ଦୁଇ ଦିନ ହେଲା ମଧ୍ୟାହ୍ନ ଭୋଜନ ମିଳୁ…

ଦୁଇଟି ସନ୍ତାନର ବାପା ହେବା ପରେ ଶେଷରେ ପ୍ରେମିକାଙ୍କ ହାତ ଧରିଲେ ଅର୍ଜୁନ ରାମପାଲ, ଛୁଟୁଛି ଶୁଭେଚ୍ଛାର ସୁଅ

ମୁମ୍ବାଇ: ବିବାହ କରି ଚର୍ଚ୍ଚାକୁ ଆସିଛନ୍ତି ଆଉଜଣେ ଅଭିନେତା । ସେ ହେଲେ ବଲିଉଡ ଅଭିନେତା ଅର୍ଜୁନ ରାମପାଲ। ପ୍ରେମିକା ତଥା ସାଉଥ ଆଫ୍ରିକାନ ମଡେଲ ଫ୍ୟାଶନ…

ଅସ୍ତିତ୍ୱ ହରାଉଛି ପ୍ରାକୃତିକ ଜଳ ଉତ୍ସ ସୁନ୍ଦରନାଳ

କୁଆଁରମୁଣ୍ଡା,୨୧ା୮(ମହେନ୍ଦ୍ର କୁମାର ସାହୁ): ସୁନ୍ଦରନାଳ ହେଉଛି କୁଆଁରମୁଣ୍ଡା ବ୍ଲକ ଅଞ୍ଚଳରେ ପ୍ରବାହିତ ଏକ ପ୍ରାକୃତିକ ଜଳ ଉତ୍ସ। ଏହି ଜଳ ଉତ୍ସ କୁମଝରିଆ ପଞ୍ଚାୟତର ପଟୁଆ ବାହାଲ-ତାଲସେରା…

ଭଡା ଘରୁ ମିଳିଲା ପୋଲିସ କର୍ମଚାରୀଙ୍କ ମୃତଦେହ: ୩ ବର୍ଷ ହେଲା…

ଭବାନୀପାଟଣା,୨୧।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହର ପୁରୁଣାପଡାର ଏକ ଭଡା ଘରୁ ଶୁକ୍ରବାର ଜଣେ ଡିଭିଏଫ(ଜିଲା ସ୍ୱେଚ୍ଛାସେବୀ ବାହିନୀ)ପୋଲିସ କର୍ମଚାରୀଙ୍କ ଝୁଲନ୍ତା ମୃତ ଦେହ…

ହୀରାକୁଦରେ ବନ୍ଦ ହେଲା ୮ ଗେଟ୍‌, ୭ ଗେଟ୍‌ରେ ହେଉଛି ବନ୍ୟାଜଳ ନିଷ୍କାସନ

ସମ୍ବଲପୁର,୨୧ା୮(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ କ୍ରମଶଃ ବନ୍ୟାଜଳ ପ୍ରବେଶ ପରିମାଣ ହ୍ରାସ ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଶୁକ୍ରବାର ଜଳଭଣ୍ଡାରର ୨ ପର୍ଯ୍ୟାୟରେ ୮ ସ୍ଲୁଇସ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri