ଜେଲରେ ଯୁବମୋର୍ଚ୍ଚା କାର୍ଯ୍ୟକର୍ତ୍ତାଙ୍କୁ ଭେଟିଲେ ଭାଜପା ବିଧାୟକ ଦଳ ପ୍ରତିନିଧି

ଭୁବନେଶ୍ୱର,୧୮ା୩(ବ୍ୟୁରୋ): ଭାଜପାର ୨୨ ଜଣ ଯୁବମୋର୍ଚ୍ଚା କାଯର୍‌ୟକର୍ତ୍ତା ୧୮ ଦିନ ହେବ ଜେଲରେ ରହିଛନ୍ତି। ଭାଜପା ବିଧାୟକ ଦଳର ଏକ ପ୍ରତିନିଧି ଦଳ ଶୁକ୍ରବାର ଝାରପଡ଼ା ଜେଲରେ ଥିବା ଯୁବମୋର୍ଚ୍ଚା କାଯର୍‌ୟକର୍ତ୍ତାଙ୍କୁ ଭେଟିଛନ୍ତି। କାଯର୍‌ୟକର୍ତ୍ତାମାନେ ଏ ପର୍ଯ୍ୟନ୍ତ ଜେଲରୁ ବାହାରିପାରି ନାହାନ୍ତି। ଦୀର୍ଘ ୨୩ ବର୍ଷର ଶାସନ ପରେ ମଧ୍ୟ ଓଡ଼ିଶାର ଆଇନଶୃଙ୍ଖଳା ବିପର୍ଯ୍ୟୟ ହେବା ବିଜେଡି ସରକାରର ସବୁଠୁ ବଡ଼ ବିଫଳତା ବୋଲି ପ୍ରତିନିଧି ଦଳ ନେତାମାନେ କହିଛନ୍ତି। ଅନ୍ୟାୟ, ଭ୍ରଷ୍ଟାଚାର, ଦୁର୍ନୀତିରେ ଉବୁଟୁବୁ ବିଜେଡି ସରକାର ଯୋଗୁ ଆଜି ରାଜ୍ୟବାସୀ ନିଜକୁ ଅସୁରକ୍ଷିତ ମଣୁଛନ୍ତି। ରାଜ୍ୟବାସୀଙ୍କ ସ୍ବାର୍ଥରେ ଏହାର ପ୍ରତିବାଦ କରୁଥିବା ବିରୋଧୀଙ୍କ ସ୍ବରକୁ ବିଜେଡି ସରକାର ଦମନ କରିବାର ପ୍ରୟାସ ଅତ୍ୟନ୍ତ ଅଗଣତାନ୍ତ୍ରିକ ଓ ଲଜ୍ଜାଜନକ ା ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡର ସତ୍ୟାସତ୍ୟ ଉନ୍ମୋଚନ, ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳାକୁ ବିରୋଧ କରି ଶାନ୍ତିଶୃଙ୍ଖଳା ସହିତ ଆନ୍ଦୋଳନ କରୁଥିବା ୨୨ ଜଣ ଯୁବମୋର୍ଚ୍ଚା କାଯର୍‌ୟକର୍ତ୍ତାଙ୍କୁ ମିଛ ଦଫା ଲଗାଇ ଜେଲରେ ଭର୍ତ୍ତି କରିଦିଆଯାଇଥିବା ନେଇ ଅଭିଯୋଗ କରିଛନ୍ତି। ଏହି ପ୍ରତିନିଧି ଦଳରେ ବିଧାୟକ ନାଉରୀ ନାଏକ, ମୁକେଶ ମହାଲିଙ୍ଗ, ସୁକାନ୍ତ ନାୟକ, ଭବାନୀ ନାଏକ, ନିତ୍ୟାନନ୍ଦ ଗଣ୍ଡ, ନବଚରଣ ମାଝି, ବୁଢ଼ାନ ମୁର୍ମୁ, ସନାତନ ବିଜୁଳି, ଗଣେଶ ରାମ ଖୁଣ୍ଟିଆ, ସୂରଜ ସୂଯର୍‌ୟବଂଶୀ, ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର, ମୁଖପାତ୍ର ଠାକୁର ରଣଜିତ୍‌ ଦାସ, କାଯର୍‌ୟକାରିଣୀ ସଦସ୍ୟ ପବିତ୍ର ଦାଶ, ରବି ବେହେରା, ରଶ୍ମିରଞ୍ଜନ କାନୁନଗୋ, ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ ଓମ୍‌ ପ୍ରକାଶ ମିଶ୍ର, ସମ୍ବଲପୁର ଜିଲା ଯୁବମୋର୍ଚ୍ଚା ସଭାପତି ଅଶ୍ୱିନୀ ମାଝି ପ୍ରମୁଖ ଉପସ୍ଥିତ ଥିଲେ।