Categories: ଖେଳ

ଫାଇନାଲରେ ଦୁଇ ଥର ଭାଙ୍ଗିଲା ଗୋଟିଏ ରେକର୍ଡ

ଦୁବାଇ,୧୪।୧୧: ଟି୨୦ ବିଶ୍ୱକପ୍‌ ଫାଇନାଲରେ ଗୋଟିଏ ରେକର୍ଡ ଦୁଇ ଥର ଭାଙ୍ଗିଛି। ଅଷ୍ଟ୍ରେଲିଆକୁ ପ୍ରଥମ ଟି୨୦ ବିଶ୍ୱକପ୍‌ ଆଣି ଦେଇଥିବା ମିଚେଲ ମାର୍ଶ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ୍‌ରେ ୩୧ ବଲରେ ପୂରଣ କରିଥିଲେ ଅର୍ଦ୍ଧଶତକ। ଏଥିସହ ଟି୨୦ ବିଶ୍ୱକପ୍‌ ଫାଇନାଲରେ ଦ୍ରୁତତମ ଅର୍ଦ୍ଧଶତକ ହାସଲ କରିବାର ରେକର୍ଡ ନିଜ ନାମରେ କରିଛନ୍ତି ମାର୍ଶ।

ପୂର୍ବ ଇନିଂସରେ ଏହି ରେକର୍ଡକୁ ହାତେଇଥିଲେ ନ୍ୟୁଜିଲାଣ୍ଡ ଅଧିନାୟକ କେନ ଓ୍ବିଲିୟମସନ। ସେ ୩୨ ବଲରେ ପୂରଣ କରିଥିଲେ ଅର୍ଦ୍ଧଶତକ। ଫାଇନାଲ ପୂର୍ବରୁ ଶ୍ରୀଲଙ୍କାର କୁମାର ସଙ୍ଗାକାରା (ଭାରତ, ୨୦୧୪ ବିଶ୍ୱକପ୍‌) ଓ ଇଂଲଣ୍ଡର ଜୋ ରୁଟ୍‌ (ଓ୍ବେଷ୍ଟଇଣ୍ଡିଜ, ୨୦୧୬ ବିଶ୍ୱକପ୍‌) ମିଳିତ ଭାବେ ଏହି ରେକର୍ଡର ଅଧିକାରୀ ଥିଲେ। ଦୁହେଁ ୩୩ ବଲରେ ଅର୍ଦ୍ଧଶତକ ପୂରଣ କରିଥିଲେ।

Share