ଓଡ଼ିଆ ବୈଜ୍ଞାନିକଙ୍କ ବିରଳ ଉଦ୍ଭାବନ: ବର୍ଜ୍ୟବସ୍ତୁରୁ ପ୍ରସ୍ତୁତ ହେଉଛି ଜୈବଶକ୍ତି

କଟକ ଅଫିସ,୧୦।୭: ବର୍ଜ୍ୟବସ୍ତୁରୁ ପ୍ରସ୍ତୁତ ହେଉଛି ଜୈବଶକ୍ତି। ଏକସଙ୍ଗେ ସୃଷ୍ଟି ହେଉଛି ବାୟୋ- ଅଏଲ, ବାୟୋ-ଚାର ଓ ପାଇରୋ ଗ୍ୟାସ୍‌। ଗୋଟିଏ ପଦ୍ଧତିରେ ୩ଟି ଜୈବଶକ୍ତି ସୃଷ୍ଟି କରିବାର ବିରଳ ରେକର୍ଡ ରଚିଛି ଗୁଜରାଟସ୍ଥିତ ସର୍ଦ୍ଦାର ପଟେଲ ନବୀକରଣୀୟ ଶକ୍ତି ଗବେଷଣା ଅନୁଷ୍ଠାନ। ଓଡ଼ିଆ ବୈଜ୍ଞାନିକ ଡ. ସଞ୍ଜୀବ କୁମାର କର୍ମୀଙ୍କ ନେତୃତ୍ୱରେ ଉକ୍ତ ଗବେଷଣା ସମ୍ପନ୍ନ ହୋଇଛି। ଏହି ଗବେଷଣା ଆଗାମୀ ଦିନରେ ଭାରତ ପାଇଁ ଏକ ପ୍ରମୁଖ ଶକ୍ତିର ଉତ୍ସ ହେବ ବୋଲି କୁହାଯାଉଛି।
ଯୁବ ବୈଜ୍ଞାନିକ ସଞ୍ଜୀବଙ୍କ ଘର ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଟେଭାପଦର ଗ୍ରାମରେ। ପିତା ବିଶ୍ୱନାଥ କର୍ମୀ ଓ ମା’ କମଳିନୀ କର୍ମୀଙ୍କ ପୁଅ ସଞ୍ଜୀବ ସୋନପୁରରେ ପ୍ରାଥମିକ ଶିକ୍ଷା ଶେଷ କରିଥିଲେ। ମାଡ୍ରାସ ଆଇଆଇଟିରୁ ସେ ପିଏଚ୍‌.ଡି. ହାସଲ କରିଛନ୍ତି। ଜର୍ମାନର ଆଚେନ୍‌ ବିଶ୍ୱବିଦ୍ୟାଳୟ, ନେଦରଲ୍ୟାଣ୍ଡର ଡେଲଫ୍ଟ ବିଶ୍ୱବିଦ୍ୟାଳୟରେ ରିସର୍ଚ୍ଚ ସ୍କଲାର ଭାବେ କାର୍ଯ୍ୟ କରିଛନ୍ତି। ଏହାଛଡ଼ା ସିଙ୍ଗାପୁର, ହଂକଂ ସମେତ ଅନେକ ବିଶ୍ୱବିଦ୍ୟାଳୟରେ କାର୍ଯ୍ୟ କରିଛନ୍ତି। ଏବେ ଗୁଜରାଟର ସର୍ଦ୍ଦାର ପଟେଲ ନବୀକରଣୀୟ ଶକ୍ତି ଗବେଷଣା ଅନୁଷ୍ଠାନରେ ମୁଖ୍ୟ ବୈଜ୍ଞାନିକ ଭାବେ କାର୍ଯ୍ୟ କରୁଛନ୍ତି। ଗୋଟିଏ ପଦ୍ଧତିରେ ୩ଟି ଜୈବଶକ୍ତି ସୃଷ୍ଟି ନେଇ ତାଙ୍କର ଗବେଷଣା ସଫଳ ରୂପ ନେବାକୁ ୩ବର୍ଷ ଲାଗିଥିଲା। ଆଗାମୀ ଦିନରେ ଏହି ପ୍ରକଳ୍ପ ଭାରତ ସରକାରଙ୍କ ନିକଟରେ ଉପସ୍ଥାପନ କରାଯିବ ବୋଲି ସଞ୍ଜୀବ ସୂଚନା ଦେଇଛନ୍ତି।
ସମ୍ପ୍ରତି ସମଗ୍ର ବିଶ୍ୱ ୩ଟି ସମସ୍ୟାରେ ଘାଣ୍ଟି ହେଉଛି। ସେଗୁଡ଼ିକ ହେଲା, ତୈଳ ଦରବୃଦ୍ଧି, ପାଣିପାଗ ପରିବର୍ତ୍ତନ ଓ ବାୟୂ ପ୍ରଦୂଷଣ। ଜୀବାଶ୍ମରୁ ଅନେକ ଶକ୍ତିର ଉତ୍ସ ସୃଷ୍ଟି ହେଉଛି। ଏହି ପରିପ୍ରେକ୍ଷୀରେ ଗୁଜରାଟର ଏହି ଅନୁଷ୍ଠାନ ନୂତନ ଉଦ୍ଭାବନ ପାଇଁ ଅଣ୍ଟା ଭିଡ଼ିଥିଲା। ଇଣ୍ଡିଆନ କାଉନସିଲ ଅଫ ଏଗ୍ରିକଲଚରାଲ ରିସର୍ଚ୍ଚ (ଆଇସିଏଆର୍‌) ଏହି ଗବେଷଣାର ଭାର ବହନ କରିଥିଲା। ଯେଉଁ ନୂତନ ଉଦ୍ଭାବନ ହୋଇଛି ସେ ସମ୍ପର୍କରେ ସଞ୍ଜୀବ କୁହନ୍ତି ଯେ, ବର୍ଜ୍ୟବସ୍ତୁକୁ ଆର୍ଗନ ଓ ନାଇଟ୍ରୋଜେନ ଗ୍ୟାସ ବ୍ୟବହାର ଦ୍ୱାରା ପାଇରୋଲିସିସ କରାଯାଉଛି। ଯେଉଁଥିରୁ ୩ଟି ଜୈବଶକ୍ତି ସୃଷ୍ଟି ହେଉଛି। ଗୋଟିଏ ହେଲା ବାୟୋ ଅଏଲ୍‌। ଯାହା ପେଟ୍ରୋଲ ଓ ଡିଜେଲର ବିକଳ୍ପ ଅଟେ। ଅନ୍ୟ ଗୋଟିଏ ଉତ୍ପାଦନ ହେଉଛି ପାଇରୋ ଗ୍ୟାସ୍‌। ମସଲାଜାତୀୟ ସାମଗ୍ରୀ ଉତ୍ପାଦନ କରୁଥିବା ଶିଳ୍ପଗୁଡ଼ିକରେ ମୁଖ୍ୟତଃ ଏହି ଗ୍ୟାସ ବ୍ୟବହାର କରାଯାଏ। ୩ୟ ଉତ୍ପାଦନ ହେଉଛି ବାୟୋ ଚାର୍‌। କୃଷି କ୍ଷେତ୍ରରେ ମୁଖ୍ୟତଃ ଏହି ଉତ୍ପାଦନ ବହୁଳ ଭାବେ ବ୍ୟବହୃତ ହୁଏ। ଗୋଟିଏ ଘଣ୍ଟାରେ ୧୫ କେଜି ବର୍ଜ୍ୟବସ୍ତୁ ପାଇରୋଲିସିସ୍‌ କରାଯାଉଛି। ଯେଉଁଥିରୁ ପ୍ରାୟ ୪୦ ପ୍ରତିଶତ ବାୟୋ ଅଏଲ, ୨୫ରୁ ୩୦ ପ୍ରତିଶତ ବାୟୋ-ଚାର୍‌ ଓ ୨୦ ପ୍ରତିଶତ ବାୟୋ-ଗ୍ୟାସ ସୃଷ୍ଟି ହେଉଛି। ଆଗାମୀ ଦିନରେ ପାଇରୋଲିସିସ୍‌ ପ୍ରକ୍ରିୟାକୁ ବୃଦ୍ଧି କରାଯିବା ପାଇଁ ପ୍ରଚେଷ୍ଟା ଚାଲିଥିବା ସଞ୍ଜୀବ ସୂଚନା ଦେଇଛନ୍ତି। ଏହି ପ୍ରକ୍ରିୟାକୁ ଆପଣାଇ ଭାରତ ଏକ ଶକ୍ତିଶାଳୀ ରାଷ୍ଟ୍ରରେ ପରିଣତ ହୋଇପାରିବ ବୋଲି ତାଙ୍କ ମତ। ବର୍ଜ୍ୟବସ୍ତୁକୁ ବ୍ୟବହାର କରାଯାଇ ୩ଟି ଜୈବଶକ୍ତି ଉତ୍ପାଦନ ହେବା ପ୍ରଥମ ଘଟଣା ବୋଲି ସେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?