ସ୍ବାଭାବିକ ହେଉନି ବସ୍‌ ସେବା: ୫୮ % ହ୍ରାସ ପାଇଲାଣି ପରିବହନ ଟିକସ

ଭୁବନେଶ୍ୱର,୧୦।୭(ବ୍ୟୁରୋ): ରାଜ୍ୟରେ ଯାତ୍ରୀ ପରିବହନ ସେବା ଏକ ପ୍ରକାର ବିପର୍ଯ୍ୟସ୍ତ ହୋଇପଡିଛି। ଘରୋଇଠାରୁ ଆରମ୍ଭ କରି ସରକାରୀ ବସ୍‌ ସେବା ମଧ୍ୟ ଗୁରୁତର ପ୍ରଭାବିତ ହୋଇଛି। ଫଳରେ ବସ୍‌ ସେବା ସ୍ବାଭାବିକ ହୋଇପାରୁନି। କରୋନା ପ୍ରଭାବରେ ଏହି କ୍ଷେତ୍ର ଏକ ପ୍ରକାର ଭୁଶୁଡ଼ିବା ସ୍ତରକୁ ଚାଲିଯାଇଛି। ଯେଉଁ କେତେକ ରୁଟ୍‌ରେ ବସ୍‌ ଚାଲୁଛି ସେଥିରେ ମଧ୍ୟ ଯାତ୍ରୀ ହେଉ ନ ଥିବାରୁ ମାଲିକମାନେ ବହୁ କ୍ଷତି ସହୁଛନ୍ତି। ବିଭିନ୍ନ ଜିଲାରେ ହେଉଥିବା ଲକ୍‌ଡାଉନ୍‌ ଓ ଶଟ୍‌ଡାଉନ୍‌ ବସ୍‌ ସେବାକୁ ଆହୁରି ବିପର୍ଯ୍ୟୟ ଆଡ଼କୁ ଠେଲି ଦେଇଛି। କେବଳ ବସ୍‌ ସେବା ନୁହେଁ, ପରିବହନ ବିଭାଗକୁ ମିଳୁଥିବା ମୋଟା ଅଙ୍କର ରାଜସ୍ବ ମଧ୍ୟ ଅଧାରୁ ଅଧିକ କମିଗଲାଣି।
ରାଜ୍ୟରେ ପ୍ରାୟ ୨ ହଜାରରୁ ଊର୍ଦ୍ଧ୍ୱ ସରକାରୀ ଓ ଘରୋଇ ବସ୍‌ ଚଳାଚଳ କରୁଛି। ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ(ଓଏସ୍‌ଆର୍‌ଟିସି)ର ୪୦୦ ବସ୍‌ ଥିବା ବେଳେ ୧୪୦୦ ଘରୋଇ ବସ୍‌ ରାଜ୍ୟରେ ଚଳାଚଳ କରୁଥିଲା। ତେବେ କୋଭିଡ୍‌-୧୯ ଶଟ୍‌ଡାଉନ୍‌ ଯୋଗୁ ମାର୍ଚ୍ଚ ୨୨ରୁ ଏହି ବସ୍‌ ସେବା ପ୍ରାୟ ଅଢେଇ ମାସ କାଳ ବନ୍ଦ ରହିଥିଲା। ତେବେ ମେ ପହିଲାରୁ ବସ୍‌ ଚଳାଚଳ କରିବାକୁ ରାଜ୍ୟ ସରକାର ଅନୁମତି ଦେଇଥିଲେ। ସରକାରୀ ଓ ଘରୋଇ ବସ୍‌ ଚଳାଚଳ ଆରମ୍ଭ ହୋଇଥିଲେ ମଧ୍ୟ ତାହା ଆଉ ପୂର୍ବ ସ୍ଥିତିକୁ ଫେରି ପାରୁ ନାହିଁ। ବସ୍‌ରେ ଯାତ୍ରୀ ସେବା ଏକ ପ୍ରକାର ଠପ୍‌ ହୋଇଯାଇଛି। ବସ୍‌ରେ ୨୦ ପ୍ରତିଶତରୁ କମ୍‌ ଯାତ୍ରୀ ଯାତାୟାତ କରୁଛନ୍ତି। ମେ ଓ ଜୁନ୍‌ରେ ଓଏସ୍‌ଆର୍‌ଟିସି ୬୦ ବସ୍‌ ଚଳାଉଥିବା ବେଳେ ଜୁଲାଇରେ ୪୦କୁ ଖସି ଆସିଛି। ସେହିପରି ରାଜ୍ୟରେ ୧୪୦୦ ଘରୋଇ ବସ୍‌ ମଧ୍ୟରୁ ୭୦୦ ବସ୍‌ ଚଳାଚଳ କରୁଥିଲା। ଜୁଲାଇରେ ତାହା ୧୨୪କୁ ଖସିଆସିଛି। ଗଞ୍ଜାମ, ରାଉରକେଲା, କଟକ, କେନ୍ଦୁଝର, ସୁନ୍ଦରଗଡ଼ ଆଦି ଜିଲାରେ ଶଟ୍‌ଡାଉନ ଘୋଷଣା ହେବା ଦ୍ୱାରା ବସ୍‌ ଚଳାଚଳ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି। ଘରୋଇ ବସ୍‌ ମାଲିକମାନଙ୍କର ଅଭିଯୋଗ ଯେ ରାଜ୍ୟ ସରକାର ଶଟ୍‌ଡାଉନ୍‌ରେ ବସ୍‌ ଚଳାଇବାକୁ ଅନୁମତି ଦେଇଥିବା ବେଳେ ରାଜ୍ୟର କେଉଁ ଜିଲାରେ କେତେ ବେଳେ ଶଟ୍‌ଡାଉନ ହେଉଛି ତାହା ଜଣାପଡୁ ନାହିଁ। ସମ୍ପୃକ୍ତ ଜିଲାପାଳ କିମ୍ବା ତହସିଲଦାର ଏ ସମ୍ପର୍କରେ ବସ୍‌ ମାଲିକ ସଂଘକୁ କୌଣସି ସୂଚନା ଦେଉନାହାନ୍ତି। ଫଳରେ ବସ୍‌ଗୁଡିକ ଯାତ୍ରୀମାନଙ୍କୁ ନେଇ ବିଭିନ୍ନ ଜିଲାରେ ଫସି ରହୁଛନ୍ତି। କ୍ଷତିରେ ବସ୍‌ ଚଲାଉଥିବା ମାଲିକମାନେ ଏ ନେଇ ଆହୁରି ଅସୁବିଧାରେ ପଡୁଛନ୍ତ। କରୋନା ଭୟରେ ଯାତ୍ରୀମାନେ ବସ୍‌ରେ ଯିବାକୁ ଭୟ କରୁଥିବା ବେଳେ ଶଟ୍‌ଡାଉନ୍‌ ଯାତ୍ରୀ ସେବାକୁ ଗଭୀର ଭାବେ ପ୍ରଭାବିତ କରିଛି ବୋଲି ସଂଘର ମୁଖପାତ୍ର ଦେବାଶିଷ ନାୟକ କହିଛନ୍ତି।
ଅନ୍ୟ ପକ୍ଷରେ ବସ୍‌ ଚଳାଚଳ ବନ୍ଦ ସାଙ୍ଗକୁ ଯାନବାହନ ଟିକସ ମଧ୍ୟ ଅଧାରୁ ଅଧିକ ଖସିଯାଇଛି। ନୂତନ ଯାନବାହନ ବିକ୍ରି ହ୍ରାସ ପାଇଥିବାରୁ ପଞ୍ଜୀକରଣ ଟିକସ ଠାରୁ ଆରମ୍ଭ କରି ରୋଡ୍‌ ଟ୍ୟାକ୍ସ ଆଦି କମିଯାଇଛି। ସୂଚନା ଅନୁଯାୟୀ ୨୦୨୦ ଏପ୍ରିଲରୁ ଜୁଲାଇ ୯ ତାରିଖ ମଧ୍ୟରେ ପରିବହନ ବିଭାଗକୁ ମିଳିଥିବା ଟିକସ ୫୮ ପ୍ରତିଶତ ହ୍ରାସ ପାଇଛି। ୨୦୧୯ ଏହି ସମୟରେ ଟିକସ ଆଦାୟ ୩୮୬ କୋଟି ଟଙ୍କା ହୋଇଥିବା ବେଳେ ଚଳିତ ବର୍ଷ ମାତ୍ର ୧୫୮ କୋଟି ହୋଇଛି। ଆଗକୁ ପରିସ୍ଥିତି ନ ସୁଧୁରିଲେ ଟିକସ ହାସ ପ୍ରକ୍ରିୟା ଜାରି ରହିବ ବୋଲି ପରିବହନ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?