ଓଡ଼ିଆ ବୈଜ୍ଞାନିକଙ୍କ ବିରଳ ଉଦ୍ଭାବନ: ବର୍ଜ୍ୟବସ୍ତୁରୁ ପ୍ରସ୍ତୁତ ହେଉଛି ଜୈବଶକ୍ତି

କଟକ ଅଫିସ,୧୦।୭: ବର୍ଜ୍ୟବସ୍ତୁରୁ ପ୍ରସ୍ତୁତ ହେଉଛି ଜୈବଶକ୍ତି। ଏକସଙ୍ଗେ ସୃଷ୍ଟି ହେଉଛି ବାୟୋ- ଅଏଲ, ବାୟୋ-ଚାର ଓ ପାଇରୋ ଗ୍ୟାସ୍‌। ଗୋଟିଏ ପଦ୍ଧତିରେ ୩ଟି ଜୈବଶକ୍ତି ସୃଷ୍ଟି କରିବାର ବିରଳ ରେକର୍ଡ ରଚିଛି ଗୁଜରାଟସ୍ଥିତ ସର୍ଦ୍ଦାର ପଟେଲ ନବୀକରଣୀୟ ଶକ୍ତି ଗବେଷଣା ଅନୁଷ୍ଠାନ। ଓଡ଼ିଆ ବୈଜ୍ଞାନିକ ଡ. ସଞ୍ଜୀବ କୁମାର କର୍ମୀଙ୍କ ନେତୃତ୍ୱରେ ଉକ୍ତ ଗବେଷଣା ସମ୍ପନ୍ନ ହୋଇଛି। ଏହି ଗବେଷଣା ଆଗାମୀ ଦିନରେ ଭାରତ ପାଇଁ ଏକ ପ୍ରମୁଖ ଶକ୍ତିର ଉତ୍ସ ହେବ ବୋଲି କୁହାଯାଉଛି।
ଯୁବ ବୈଜ୍ଞାନିକ ସଞ୍ଜୀବଙ୍କ ଘର ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଟେଭାପଦର ଗ୍ରାମରେ। ପିତା ବିଶ୍ୱନାଥ କର୍ମୀ ଓ ମା’ କମଳିନୀ କର୍ମୀଙ୍କ ପୁଅ ସଞ୍ଜୀବ ସୋନପୁରରେ ପ୍ରାଥମିକ ଶିକ୍ଷା ଶେଷ କରିଥିଲେ। ମାଡ୍ରାସ ଆଇଆଇଟିରୁ ସେ ପିଏଚ୍‌.ଡି. ହାସଲ କରିଛନ୍ତି। ଜର୍ମାନର ଆଚେନ୍‌ ବିଶ୍ୱବିଦ୍ୟାଳୟ, ନେଦରଲ୍ୟାଣ୍ଡର ଡେଲଫ୍ଟ ବିଶ୍ୱବିଦ୍ୟାଳୟରେ ରିସର୍ଚ୍ଚ ସ୍କଲାର ଭାବେ କାର୍ଯ୍ୟ କରିଛନ୍ତି। ଏହାଛଡ଼ା ସିଙ୍ଗାପୁର, ହଂକଂ ସମେତ ଅନେକ ବିଶ୍ୱବିଦ୍ୟାଳୟରେ କାର୍ଯ୍ୟ କରିଛନ୍ତି। ଏବେ ଗୁଜରାଟର ସର୍ଦ୍ଦାର ପଟେଲ ନବୀକରଣୀୟ ଶକ୍ତି ଗବେଷଣା ଅନୁଷ୍ଠାନରେ ମୁଖ୍ୟ ବୈଜ୍ଞାନିକ ଭାବେ କାର୍ଯ୍ୟ କରୁଛନ୍ତି। ଗୋଟିଏ ପଦ୍ଧତିରେ ୩ଟି ଜୈବଶକ୍ତି ସୃଷ୍ଟି ନେଇ ତାଙ୍କର ଗବେଷଣା ସଫଳ ରୂପ ନେବାକୁ ୩ବର୍ଷ ଲାଗିଥିଲା। ଆଗାମୀ ଦିନରେ ଏହି ପ୍ରକଳ୍ପ ଭାରତ ସରକାରଙ୍କ ନିକଟରେ ଉପସ୍ଥାପନ କରାଯିବ ବୋଲି ସଞ୍ଜୀବ ସୂଚନା ଦେଇଛନ୍ତି।
ସମ୍ପ୍ରତି ସମଗ୍ର ବିଶ୍ୱ ୩ଟି ସମସ୍ୟାରେ ଘାଣ୍ଟି ହେଉଛି। ସେଗୁଡ଼ିକ ହେଲା, ତୈଳ ଦରବୃଦ୍ଧି, ପାଣିପାଗ ପରିବର୍ତ୍ତନ ଓ ବାୟୂ ପ୍ରଦୂଷଣ। ଜୀବାଶ୍ମରୁ ଅନେକ ଶକ୍ତିର ଉତ୍ସ ସୃଷ୍ଟି ହେଉଛି। ଏହି ପରିପ୍ରେକ୍ଷୀରେ ଗୁଜରାଟର ଏହି ଅନୁଷ୍ଠାନ ନୂତନ ଉଦ୍ଭାବନ ପାଇଁ ଅଣ୍ଟା ଭିଡ଼ିଥିଲା। ଇଣ୍ଡିଆନ କାଉନସିଲ ଅଫ ଏଗ୍ରିକଲଚରାଲ ରିସର୍ଚ୍ଚ (ଆଇସିଏଆର୍‌) ଏହି ଗବେଷଣାର ଭାର ବହନ କରିଥିଲା। ଯେଉଁ ନୂତନ ଉଦ୍ଭାବନ ହୋଇଛି ସେ ସମ୍ପର୍କରେ ସଞ୍ଜୀବ କୁହନ୍ତି ଯେ, ବର୍ଜ୍ୟବସ୍ତୁକୁ ଆର୍ଗନ ଓ ନାଇଟ୍ରୋଜେନ ଗ୍ୟାସ ବ୍ୟବହାର ଦ୍ୱାରା ପାଇରୋଲିସିସ କରାଯାଉଛି। ଯେଉଁଥିରୁ ୩ଟି ଜୈବଶକ୍ତି ସୃଷ୍ଟି ହେଉଛି। ଗୋଟିଏ ହେଲା ବାୟୋ ଅଏଲ୍‌। ଯାହା ପେଟ୍ରୋଲ ଓ ଡିଜେଲର ବିକଳ୍ପ ଅଟେ। ଅନ୍ୟ ଗୋଟିଏ ଉତ୍ପାଦନ ହେଉଛି ପାଇରୋ ଗ୍ୟାସ୍‌। ମସଲାଜାତୀୟ ସାମଗ୍ରୀ ଉତ୍ପାଦନ କରୁଥିବା ଶିଳ୍ପଗୁଡ଼ିକରେ ମୁଖ୍ୟତଃ ଏହି ଗ୍ୟାସ ବ୍ୟବହାର କରାଯାଏ। ୩ୟ ଉତ୍ପାଦନ ହେଉଛି ବାୟୋ ଚାର୍‌। କୃଷି କ୍ଷେତ୍ରରେ ମୁଖ୍ୟତଃ ଏହି ଉତ୍ପାଦନ ବହୁଳ ଭାବେ ବ୍ୟବହୃତ ହୁଏ। ଗୋଟିଏ ଘଣ୍ଟାରେ ୧୫ କେଜି ବର୍ଜ୍ୟବସ୍ତୁ ପାଇରୋଲିସିସ୍‌ କରାଯାଉଛି। ଯେଉଁଥିରୁ ପ୍ରାୟ ୪୦ ପ୍ରତିଶତ ବାୟୋ ଅଏଲ, ୨୫ରୁ ୩୦ ପ୍ରତିଶତ ବାୟୋ-ଚାର୍‌ ଓ ୨୦ ପ୍ରତିଶତ ବାୟୋ-ଗ୍ୟାସ ସୃଷ୍ଟି ହେଉଛି। ଆଗାମୀ ଦିନରେ ପାଇରୋଲିସିସ୍‌ ପ୍ରକ୍ରିୟାକୁ ବୃଦ୍ଧି କରାଯିବା ପାଇଁ ପ୍ରଚେଷ୍ଟା ଚାଲିଥିବା ସଞ୍ଜୀବ ସୂଚନା ଦେଇଛନ୍ତି। ଏହି ପ୍ରକ୍ରିୟାକୁ ଆପଣାଇ ଭାରତ ଏକ ଶକ୍ତିଶାଳୀ ରାଷ୍ଟ୍ରରେ ପରିଣତ ହୋଇପାରିବ ବୋଲି ତାଙ୍କ ମତ। ବର୍ଜ୍ୟବସ୍ତୁକୁ ବ୍ୟବହାର କରାଯାଇ ୩ଟି ଜୈବଶକ୍ତି ଉତ୍ପାଦନ ହେବା ପ୍ରଥମ ଘଟଣା ବୋଲି ସେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri