ବଲାଙ୍ଗୀର ବାଳକଙ୍କ ବିରଳ କୃତିତ୍ୱ

ବଲାଙ୍ଗୀର ଅଫିସ, ୬ା୧: କମ୍ପ୍ୟୁଟର ପ୍ରୋଗ୍ରାମିଂରେ ବିଶ୍ୱସ୍ତରରେ ବିରଳ କୃତିତ୍ୱ ଅର୍ଜନ କରିଛନ୍ତି ବଲାଙ୍ଗୀରର ୭ବର୍ଷର ବାଳକ ଭେଙ୍କଟରମଣ ପଟ୍ଟନାୟକ। ସେ ଅନ୍ୟତମ କନିଷ୍ଠ ଛାତ୍ରଭାବେ ବିଶ୍ୱ ସ୍ବୀକୃତ ମାଇକ୍ରୋସଫ୍ଟ ଟେକ୍ନୋଲୋଜି ଆସୋସିଏଟ୍‌ (ଏମ୍‌ଟିଏ) ପ୍ରୋଗ୍ରାମିଂ ପରୀକ୍ଷାରେ ପ୍ରମାଣପତ୍ର ହାସଲ କରିଛନ୍ତି। ବେଙ୍ଗାଲୁରୁସ୍ଥିତ ଆଡଟେକ୍‌ କମ୍ପାନୀ କୋଡ୍‌ନେଷ୍ଟରେ ଯୋଗଦେଇ ଭେଙ୍କଟରମଣ ଜାଭା, ପାଇଥନ୍‌, ଜାଭାସ୍କ୍ରିପ୍ଟ, ଏଚ୍‌ଟିଏମ୍‌ଏଲ୍‌, ସିଏସ୍‌ଏସ୍‌ ଏବଂ ଡାଟାବେସ୍‌ରେ ମାଇକ୍ରୋସଫ୍ଟରୁ ଏମ୍‌ଟିଏ ପରୀକ୍ଷା ପ୍ରମାଣପତ୍ର ହାସଲ କରିଛନ୍ତି। ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଯୋଗଦେଇଥିବା ଅଧିକାଂଶ ଫୁଲ୍‌ଷ୍ଟାକ୍‌ ଡେଭଲପମେଣ୍ଟ ଛାତ୍ରମାନେ ଇଞ୍ଜିନିୟରିଂ ପାସ୍‌ କିମ୍ବା ଟେକ୍‌ ଗ୍ରେଡ୍‌ ଅଟନ୍ତି। ମାତ୍ର ୭ବର୍ଷର ଭେଙ୍କଟରମଣ ଏହି ଯୋଗ୍ୟତା ହାସଲ କରି ସମସ୍ତଙ୍କୁ ଚମତ୍କୃତ କରିଦେଇଛନ୍ତି ା
ଫୁଲ୍‌ଷ୍ଟାକ୍‌ ଟ୍ରେନିଂ ପ୍ରୋଗ୍ରାମରେ ନାମ ଲେଖାଇବାକୁ ତାଙ୍କ ବାପା ଜୁଲାଇ ୨୦୨୦ରେ କୋଡ୍‌ନେଷ୍ଟ ସିଇଓଙ୍କୁ ଯୋଗାଯୋଗ କରିଥିଲେ। ସେ କୋଡ୍‌ନେଷ୍ଟରୁ ଫୁଲ୍‌ଷ୍ଟାକ୍‌ ଡେଭଲପମେଣ୍ଟ ମଡ୍ୟୁଲ୍‌ର ଜାଭା, ପାଇଥନ୍‌, ଜାଭାସ୍କ୍ରିପ୍ଟ, ଏଚ୍‌ଟିଏମ୍‌ଏଲ୍‌, ସିଏସ୍‌ଏସ୍‌ ଏବଂ ଡାଟାବେସ୍‌ରେ ୬ ମାସ ପାଇଁ ଦିନକୁ ୮ ଘଣ୍ଟା ଲାଗି କଠୋର ତାଲିମ ପାଇଥିଲେ। ଅନ୍ୟ ଛାତ୍ର ଓ ଅଧ୍ୟାପକଙ୍କ ସହ ସେ ଯୋଗାଯୋଗ ସ୍ଥାପନ କରି ସଫଳତାର ସହ ଏହି ଯୋଗ୍ୟତା ହାସଲ କରିଥିଲେ। ଏଭଳି କମ୍ପ୍ୟୁଟର ପ୍ରୋଗ୍ରାମିଂରେ ଯୋଗ୍ୟତା ହାସଲ କରିବାରେ ଭେଙ୍କଟରମଣ ଦେଶର ଖୁବ୍‌ ଅଳ୍ପ ବାଳକଙ୍କ ମଧ୍ୟରେ ଅନ୍ୟତମ ବୋଲି କୁହାଯାଉଛି ା ତାଙ୍କର ଏହି ସଫଳତା ପରେ ତାଙ୍କ ପାଖକୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି ା ବଲାଙ୍ଗୀର ପ୍ୟାଲେସଲାଇନ୍‌ ନିବାସୀ କୁଳଦୀପ ପଟ୍ଟନାୟକ ଓ ଡି. ପ୍ରମିଳା କୁମାରୀଙ୍କ ପୁଅ ଭେଙ୍କଟରମଣ ୨୦୧୯ରୁ ମୋବାଇଲ୍‌ ଆପ୍‌ ଓ କୋଡିଂ ଡେଭଲପମେଣ୍ଟ କ୍ଷେତ୍ରରେ କାମ କରି ବିଳର କୃତିତ୍ୱର ଅଧିକାରୀ ହୋଇଛନ୍ତି। ଏତେ ଛୋଟ ବୟସରୁ କମ୍ପ୍ୟୁଟର ପ୍ରୋଗ୍ରାମିଂରେ ଯୋଗ୍ୟତା ହାସଲ କରି ବଲାଙ୍ଗୀର ଓ ଓଡ଼ିଶା ପାଇଁ ଗୌରବ ଆଣି ଦେଇଥିବା ଭେଙ୍କଟରମଣ ଆଗକୁ ମହାକାଶ ବିଜ୍ଞାନ ଓ ରୋବୋଟିକ୍ସ କ୍ଷେତ୍ରରେ କାମ କରିବାକୁ ଯୋଜନା ରଖିଛନ୍ତି ା କୋଭିଡ୍‌-୧୯ ମହାମାରୀ କାରଣରୁ ସମଗ୍ର ଦେଶ ଲକ୍‌ଡାଉନ୍‌ ଥିବା ସମୟରେ ହ୍ବାଇଟ୍‌ ହାଟ୍‌ ଜୁନିୟର ସିଲିକନ୍‌ ଭ୍ୟାଲି ବିଜେତା ଭେଙ୍କଟରମଣ ଆମେରିକାର କାଲିଫର୍ନିଆ ଯାଇପାରି ନ ଥିଲେ ା ତଥାପି ସେ ଫୁଲ୍‌ଷ୍ଟାକ୍‌ ଡେଭଲପ୍‌ମେଣ୍ଟ ମଡ୍ୟୁଲରେ ନିଜର ଦକ୍ଷତା ପ୍ରମାଣ କରି ଏହି ବିରଳ କୃତିତ୍ୱ ହାସଲ କରିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri