ଜଳବନ୍ଦୀ ସ୍ଥିତିର ମୁକାବିଲା କରିବ ରାପିଡ୍‌ ଆକ୍ସନ୍‌ ଟିମ୍‌

ଭୁବନେଶ୍ୱର, ୩।୭ (ବନ୍ଦନା ସେଠୀ): ଅସରାଏ ବର୍ଷାରେ ଭୁବନେଶ୍ୱରର ବିକାଶ ଉବୁଟୁବୁ ହେଉଛି। ପ୍ରତିବର୍ଷ ଏଭଳି ସମସ୍ୟା ଦେଖାଦେଉଥିଲେ ମଧ୍ୟ ଚେତୁନି ବିଏମ୍‌ସି। ସେଥିପାଇଁ ମୁକୁଳା ଡ୍ରେନ୍‌ରେ ପଡି ଗୋଟେ ପରେ ଗୋଟେ ଅମୂଲ୍ୟ ଜୀବନ ଚାଲିଯାଉଛି। ତେବେ ଗତ କିଛିଦିନ ତଳେ ୟୁନିଟ୍‌-୩ ମସ୍‌ଜିଦ କଲୋନୀ ନାଳରେ ଭାସି ଜଣେ ନାବାଳକର ମୃତ୍ୟୁ ହେବା ପରେ ବିଏମ୍‌ସି ଅଧିକାରୀଙ୍କ ଚେତାପଶିଛି। ବିଭାଗୀୟ ମନ୍ତ୍ରୀଙ୍କ ତନାଘନା ପରେ ବିଏମ୍‌ସି ପକ୍ଷରୁ ସହରର ୩୪ଟି ସମ୍ବେଦନଶୀଳ ସ୍ଥାନ ଓ ୧୨ଟି ବଡବଡ ଜଳବନ୍ଦୀ ସ୍ଥାନ ଚିହ୍ନଟ କରାଯାଇଛି। ଏହି ସମ୍ବେଦନଶୀଳ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଯୋଜନା ହୋଇଥିବାବେଳେ ସେଥିରେ ମନ୍ତ୍ରୀଙ୍କ ମୋହର ବାଜିବାକୁ ବିଏମ୍‌ସି ଅପେକ୍ଷା କରିଛି। ତେବେ ସେ ପର୍ଯ୍ୟନ୍ତ ଜଳବନ୍ଦୀ ସମସ୍ୟାରୁ ମୁକ୍ତି ପାଇବା ପାଇଁ ବିଏମ୍‌ସି ପକ୍ଷରୁ ଏକ ରାପିଡ୍‌ ଆକ୍ସନ୍‌ ଟିମ୍‌ ଗଠନ କରାଯାଇଛି। ଏହି ଟିମ୍‌ ଜଳବନ୍ଦୀ ନେଇ ଖବର ପାଇବା ମାତ୍ରେ ତୁରନ୍ତ ଘଟଣାସ୍ଥଳକୁ ଯାଇ ସମସ୍ୟାର ସମାଧାନ କରୁଛିି। ତେବେ ବିଏମ୍‌ସି ପକ୍ଷରୁ ମାତ୍ର ୧୨ଟି ବଡ ସ୍ଥାନ ଚିହ୍ନଟ ହୋଇଥିବାବେଳେ ସହରରେ ଦୁର୍ଘଟଣା ଆଶଙ୍କା ସୃଷ୍ଟି କରୁଥିବା ଅନେକ ଛୋଟଛୋଟ ଜଳବନ୍ଦୀ ସ୍ଥାନ ରହିଛି। ମାତ୍ର ବିଏମ୍‌ସି ଅଧିକାରୀଙ୍କ ନଜର ସେଠାରେ ପଡିନାହିଁ କିମ୍ବା ମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ତରବରିଆ ଭାବେ ଜଳବନ୍ଦୀ ସ୍ଥାନ ଚିହ୍ନଟ କରି ଏଗୁଡିକୁ ବାଦ୍‌ ଦିଆଯାଇଥିବା କୁହାଯାଉଛି। ବର୍ଷା ସମୟରେ ସହରସାରା ଜଳବନ୍ଦୀ ସ୍ଥିତି ଉପୁଜୁଥିବାବେଳେ ସ୍ବଳ୍ପ ମାନବ ସମ୍ବଳକୁ ନେଇ ଗଠିତ ଏହି ସ୍ବତନ୍ତ୍ର ଟିମ୍‌ ସମସ୍ୟାର ସମାଧାନ କିପରି କରିବ ସେ ନେଇ ଆଶଙ୍କା ପ୍ରକାଶ ପାଇଛି।
ଉତ୍ତର, ଦକ୍ଷିଣ-ପୂର୍ବ ଏବଂ ଦକ୍ଷିଣ-ପଶ୍ଚିମ ୩ଟି ଜୋନ୍‌ ପାଇଁ ଗୋଟିଏ ଲେଖାଏ ଅର୍ଥାତ୍‌ ମୋଟ୍‌ ୩ଟି ରାପିଡ୍‌ ଆକ୍ସନ ଟିମ୍‌ ଗଠନ କରାଯାଇଛି। ପ୍ରତ୍ୟେକ ଟିମ୍‌ରେ ଜଣେ ଲେଖାଏ ଆସିଷ୍ଟାଣ୍ଟ ଇଞ୍ଜିନିୟର, ଆସିଷ୍ଟାଣ୍ଟ ଏକ୍‌ଜିକ୍ୟୁଟିଭ୍‌ ଇଞ୍ଜିନିୟର ରହିଛନ୍ତି। ଏମାନେ ଡ୍ରେନେଜ୍‌ ବିଭାଗର ଏକ୍‌ଜିକ୍ୟୁଟିଭ୍‌ ଇଞ୍ଜିନିୟରଙ୍କ ନିର୍ଦ୍ଦେଶରେ ପରିଚାଳିତ ହେବେ। ସେହିପରି ପ୍ରତ୍ୟେକ ଟିମ୍‌ରେ ୫/୬ଜଣ କର୍ମଚାରୀ ନିୟୋଜିତ ହୋଇଛନ୍ତି। ଜଳବନ୍ଦୀ ସମସ୍ୟାର ମୁକାବିଲା ପାଇଁ ସେମାନଙ୍କୁ କୋଡ଼ି, କୋଦାଳ, ଆବର୍ଜନା ଛଣାଯନ୍ତ୍ରଠାରୁ ଆରମ୍ଭ କରି ଅନ୍ୟାନ୍ୟ ସରଞ୍ଜାମ ଦିଆଯାଇଛି। ଏଥିସହ ସେମାନଙ୍କ ସୁରକ୍ଷା ପାଇଁ ଗ୍ଲୋବ୍‌, ବୁଟ୍‌ ଏବଂ ହେଲ୍‌ମେଟ୍‌ ଆଦି ସାମଗ୍ରୀ ପ୍ରଦାନ କରାଯାଇଛି। ସେହିପରି ଟିମ୍‌କୁ ୨ଟି ଜେସିବି ପ୍ରଦାନ କରାଯାଇଛି ଏବଂ ଆବଶ୍ୟକ ସମୟରେ ଜେସିବି ସଂଖ୍ୟାକୁ ବଢାଯିବ ବୋଲି ସୂଚନା ଦିଆଯାଇଛି। କୌଣସି ସ୍ଥାନରେ ଜଳବନ୍ଦୀ ନେଇ ଟୋଲ୍‌ ଫ୍ରି ନଂ.୧୯୨୯ କିମ୍ବା ଜରୁରିକାଳୀନ ନମ୍ବରରେ କଲ୍‌ ଆସିଲେ ତାହାକୁ ସମ୍ପୃକ୍ତ ଜୋନ୍‌ର ଆସିଷ୍ଟାଣ୍ଟ ଇଞ୍ଜିନିୟରଙ୍କୁ ସୂଚିତ କରାଯିବା ସହ ତୁରନ୍ତ ସେବା ପାଇଁ ପଠାଯାଉଛି। ଏହାବାଦ୍‌ ମୋଟର ପମ୍ପ ବ୍ୟବହାର ସହ ଏଜେନ୍ସିର ଲୋକମାନେ ମଧ୍ୟ ନିୟୋଜିତ ହୋଇଛନ୍ତି। ବର୍ତ୍ତମାନ ଜରୁରିକାଳୀନଭିତ୍ତିରେ ଏସବୁ କାମ ହେଉଥିବାବେଳେ ବର୍ଷା ପରେ ଏନେଇ କେତେ ଖର୍ଚ୍ଚ ହେଲା ତାହାର ହିସାବ କରାଯିବ ବୋଲି ବିଏମ୍‌ସିର ଜଣେ ଅଧିକାରୀ କହିଛନ୍ତି। ତେବେ ନେଡିଗୁଡ କହୁଣିକୁ ବୋହିଯିବା ଭଳି ଜୀବନ ଯିବା ପରେ ଏଭଳି ଯୋଜନାକୁ ନେଇ ବିଏମ୍‌ସିକୁ ସହରବାସୀ ତୀବ୍ର ସମାଲୋଚନା କରୁଛନ୍ତି। ଆବଶ୍ୟକ ସମୟରେ ଏଭଳି ପଦକ୍ଷେପ ନେଇଥିଲେ ଅନେକ ଘଟଣା ଓ ଦୁର୍ଘଟଣାକୁ ଏଡାଇ ଦିଆଯିବା ସହ ବହୁ ଜୀବନ ରକ୍ଷା ପାଇଯାଇଥାନ୍ତା ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri