ସୁସ୍ଥ ଜୀବନ ପାଇଁ ପ୍ରଦୂଷଣ ମୁକ୍ତ ପରିବେଶ ଜରୁରୀ

୧୯୮୪ ଡିସେମ୍ବର ୨ ତାରିଖ ମଧ୍ୟପ୍ରଦେଶର ରାଜଧାନୀ ଭୋପାଳ ସହରର ଏକ ଶୀତୁଆ ବିଲମ୍ବିତ ରାତ୍ରି। ଲୋକମାନେ ଶୋଇଥିଲେ ନିଘୋଡ଼ ନିଦରେ। କିଏ ଜାଣିଥିଲା ଏହା ଭୋପାଳବାସୀଙ୍କ ପାଇଁ ଏକ କାଳରାତ୍ରି ହେବ ବୋଲି! ଏହିଦିନ ମଧ୍ୟରାତ୍ରରେ ସହରରେ ଏକ ରାସାୟନିକ କାରଖାନାରୁ ଅଚାନକ ବିଷାକ୍ତ ଗ୍ୟାସ୍‌ ନିର୍ଗତ ହୋଇ ଏକ ବିରାଟ ଦୁର୍ଘଟଣା ଘଟିଥିଲା। ସେହି କାଳରାତ୍ରିର କଥା ମନେ ପଡ଼ିଲେ ଏବେବି ଲୋମ ଟାଙ୍କୁରି ଉଠେ। ଏଥିରେ ସଙ୍ଗେସଙ୍ଗେ ୨୨୦୦ରୁ ଅଧିକ ଲୋକ ମୃତ୍ୟୁବରଣ କରିଥିଲାବେଳେ ପରବର୍ତ୍ତୀ ଦୁଇ ସପ୍ତାହ ମଧ୍ୟରେ ସମୁଦାୟ ମୃତ୍ୟୁସଂଖ୍ୟା ୧୦,୦୦୦ରୁ ଊର୍ଦ୍ଧ୍ୱ ହୋଇଥିଲା। ଏହି ଗ୍ୟାସ୍‌ ପ୍ରଭାବରେ ହଜାର ହଜାର ପଶୁପକ୍ଷୀ ମଧ୍ୟ ମୃତ୍ୟୁମୁଖରେ ପଡ଼ିଥିଲେ। ଏହା ବିଶ୍ୱର ସବୁଠାରୁ ଭୟାନକ ଶିଳ୍ପ ଦୁର୍ଘଟଣା ମଧ୍ୟରୁ ଅନ୍ୟତମ ଥିଲା। ସରକାର ଏହି ଘଟଣାକୁ ସ୍ମରଣୀୟ କରି ଶିଳ୍ପକ୍ଷେତ୍ରରେ ଘଟୁଥିବା ଦୁର୍ଘଟଣାକୁ ଏଡ଼ାଇବା ନିମନ୍ତେ ସଚେତନତା ସୃଷ୍ଟି କରିବା ପାଇଁ ପ୍ରତି ବର୍ଷ ଡିସେମ୍ବର ୨ ତାରିଖକୁ ‘ଜାତୀୟ ପ୍ରଦୂଷଣ ନିୟନ୍ତ୍ରଣ ଦିବସ’ ରୂପେ ପାଳନ କରୁଛନ୍ତି। ପରିବେଶ ପ୍ରଦୂଷଣ ବିଷୟରେ ସଚେତନତା ସୃଷ୍ଟି କରିବା, ଲୋକ ଏବଂ ଶିଳ୍ପକୁ ପ୍ରଦୂଷଣ ନିୟନ୍ତ୍ରଣ ପଦକ୍ଷେପ ଗ୍ରହଣ କରିବାକୁ ଉତ୍ସାହିତ ପାଇଁ ଏହି ଦିନ ଉତ୍ସର୍ଗୀକୃତ।

ଭାରତରେ ପ୍ରତିବର୍ଷ ବାୟୁ ପ୍ରଦୂଷଣ ହେତୁ ପ୍ରାୟ ୭୦ ଲକ୍ଷ ଲୋକ ମୃତ୍ୟୁବରଣ କରୁଥିବାବେଳେ ଘର ଭିତରର ବାୟୁ ପ୍ରଦୂଷଣ ହେତୁ ୪୦ ଲକ୍ଷ ଲୋକ ପ୍ରାଣ ହରାନ୍ତି। କୁହାଯାଏ ପ୍ରତି ୧୦ ଜଣଙ୍କ ମଧ୍ୟରୁ ୯ ଜଣ ଶୁଦ୍ଧ ବାୟୁ ପାଆନ୍ତି ନାହିଁ। ପ୍ରଦୂଷଣକାରୀ ଫୁସ୍‌ଫୁସ୍‌, ହାର୍ଟ ଏବଂ ମସ୍ତିଷ୍କକୁ କ୍ଷତି ପହଞ୍ଚାଇବା ପାଇଁ ଶ୍ୱାସକ୍ରିୟା ଏବଂ ଅନ୍ୟାନ୍ୟ ପ୍ରତିରକ୍ଷା ପ୍ରତିବନ୍ଧକ ଦେଇ ଯିବା ପାଇଁ ଯଥେଷ୍ଟ।

ବିଶେଷକରି ପ୍ରଦୂଷଣକୁ ରୋକିବା ଏବଂ ପ୍ରକୃତିର ଅପବ୍ୟବହାର କିପରି କରାଯାଉଛି ସେ ସମ୍ବନ୍ଧରେ ସଚେତନତା ସୃଷ୍ଟି କରିବା ଆଜି ଏହି ଦିବସ ପାଳନର ଉଦ୍ଦେଶ୍ୟ ଅଟେ।


Enter your email to get our daily news in your inbox.

All Right Reserved By Dharitri.Com

ଚା’ର ମିଠା ଅନୁଯାୟୀ ଏଠାରେ ପକ୍କା ହୁଏ ବିବାହ, ଚିନିରୁ ହୁଏ ଆଫ୍ରୁଭାଲ, ଜାଣନ୍ତୁ କେଉଁଠି

ଭାରତୀୟଙ୍କ ଦିନଟି ସାଧାରଣତଃ ଚା’କପ୍‌ ସହ ଆରମ୍ଭ ହୁଏ। କେବଳ ଏତିକି ନୁହେଁ, ଯଦି କୌଣସି ଦିନ ଚା ଉପଲବ୍ଧ ନହୁଏ, ତେବେ ସେହି ଦିନଟି...

ବାବା ଭେଙ୍ଗା ମହିଳା ନା ପୁରୁଷ ଥିଲେ, ସତ ଜାଣିଲେ ଉଡିବ ହୋସ

ଆପଣ କେବେ ନା କେବେ ବାବା ଭେଙ୍ଗା ଏବଂ ତାଙ୍କର ଭବିଷ୍ୟବାଣୀ ବିଷୟରେ ଶୁଣିଥିବ। ସେ ବିଶ୍ୱ ବିଷୟରେ କରିଥିବା ଅଧିକାଂଶ ଭବିଷ୍ୟବାଣୀ ସତ ସାବ୍ୟସ୍ତ...

ପ୍ରତ୍ୟେହ ଖାଆନ୍ତୁ ୭/୮ କିସ୍‌ମିସ୍‌: ବଢ଼ିବ ରୋଗ ପ୍ରତିରୋଧକ ଶକ୍ତି, ସୁଗାର୍‌ ଲେଭଲ୍‌ଠାରୁ…

କିସ୍‌ମିସ୍‌ ଖାଇବା ଦ୍ୱାରା ବି ଶରୀରକୁ ଅନେକ ଉପକାର ମିଳିଥାଏ। ଯେମିତିକି: ଏହା ଆଖି ପାଇଁ ବହୁତ ଉପକାରୀ। କୁହାଯାଏ, ପ୍ରତିଦିନ ୭/୮ଟି କିସ୍‌ମିସ୍‌ ଖାଇବା...

ବେଡ୍‌ରୁମ୍‌ରେ ଭୁଲ୍‌ରେ ବି ରଖନ୍ତୁ ନାହିଁ ଏସବୁ ଜିନିଷ, ଖୁସିର ସଂସାରରେ ବଢ଼ିଯିବ ମନୋମାଳିନ୍ୟ…

ବାସ୍ତୁଶାସ୍ତ୍ର ଅନୁଯାୟୀ, ଜାଣତରେ ହେଉ କି ଅଜାଣତରେ ଆମେ ବେଳେବେଳେ ଏମିତି କିଛି ଜିନିଷ ବେଡ୍‌ରୁମ୍‌ରେ ରଖି ଦେଇଥାଉ; ଯାହା ପରବର୍ତ୍ତୀ ସମୟରେ ନକାରାତ୍ମକ ଊର୍ଜ୍ଜା...

‘ଦେଶର ସୁରକ୍ଷାରେ ଏନ୍‌ଡିଆର୍‌ଏଫ୍‌ ଟିମ୍‌ର ଅବଦାନ ଅତୁଳନୀୟ’

ପ୍ରତିବର୍ଷ ଜାନୁଆରୀ ୧୯ରେ ଜାତୀୟ ବିପର୍ଯ୍ୟୟ ପ୍ରଶମନ ବାହିନୀ (ଏନ୍‌ଡିଆର୍‌ଏଫ୍‌) ପ୍ରତିଷ୍ଠା ଦିବସ ପାଳନ କରାଯାଏ। ୨୦୦୬ରେ ଏହି ବାହିନୀ ଗଠନ ହେବା ପରଠାରୁ କର୍ମଚାରୀମାନେ...

ବାପାଙ୍କ ବନ୍ଧୁଙ୍କ ସହ ଡେଟିଂ

ଓ୍ବାଶିଂଟନ: ଆମେରିକୀୟ କଣ୍ଟେଣ୍ଟ୍‌ କ୍ରିଏଟର ମେଗାନ ଡେଲ୍‌ ରେ ଏବେ ତାଙ୍କ ଅଜବ ପ୍ରେମ ସମ୍ପର୍କକୁ ନେଇ ଚର୍ଚ୍ଚାରେ ଅଛନ୍ତି। ସେ ତାଙ୍କ ବାପାଙ୍କ ବନ୍ଧୁଙ୍କ...

ଶ୍ୱଶୁର ଘରେ ନିଆରା ଚର୍ଚ୍ଚା: ଭାବୀ ଜ୍ୱାଇଁଙ୍କୁ ପରଷା ଗଲା ୭୬ ପ୍ରକାର ବ୍ୟଞ୍ଜନ

ରାୟଗଡ଼ା,୧୭।୧ (ଆଶିଷରଞ୍ଜନ ପଣ୍ଡା): ତେଲୁଗୁ ସମ୍ପ୍ରଦାୟର ମୁଖ୍ୟ ପର୍ବ ପୋଙ୍ଗଲରେ ରାୟଗଡ଼ା ସହରର ଏକ ପରିବାର ନିଜର ଭାବୀ ଜ୍ୱାଇଁଙ୍କୁ ନିମନ୍ତ୍ରଣକରି ଭୋଜନରେ ୭୬ ପ୍ରକାର...

କେବେ ଏବଂ କେଉଁଠାରୁ ଫୁଲକୋବି ଭାରତ ଆସିଛି, ଜାଣନ୍ତି କି? ଏବେ ଏହି ରାଜ୍ୟ…

ପନିପରିବା ମଧ୍ୟରେ ପସନ୍ଦର କୋବି ହେଉଛି ‘ଫୁଲକୋବି’। ଶୀତଦିନେ ଏହା ବହୁଳ ଭାବେ ଉତ୍ପାଦନ କରାଯାଏ। କୋବିର ତରକାରୀ ହେଉ ଅବା ଚିଲି, ଖାଇବାକୁ ଅନେକେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri