Posted inଫୁରସତ

ଅନୁଭୂତିରେ ପିକ୍‌ନିକ୍‌

ଶୀତ ଆସିଲେ ପିକ୍‌ନିକ୍‌ ଯିବାର ଉତ୍କଣ୍ଠା ବଢ଼ିଯାଏ। କେବେ ପରିବାର ତ କେବେ ସାଙ୍ଗସାଥୀଙ୍କ ସହ ବିଭିନ୍ନ ସ୍ଥାନରେ ବଣଭୋଜିର ବେଶ୍‌ ଆସର ଜମେ। ହେଲେ ବେଳେବେଳେ ଏହା ଭିତରେ ଏମିତି କିଛି ଘଟଣା ଘଟିଯାଏ, ଯାହାକି ଚିରଦିନ ପାଇଁ ସ୍ମୃତି ହୋଇ ରହିଯାଏ ମନରେ…

ବଦଳି ଯାଇଥିଲା ପିକ୍‌ନିକ୍‌ର ମାହୋଲ
ସନ୍ତୋଷିନୀ ନାହାକ (ବିଜିପୁର, ବ୍ରହ୍ମପୁର)-
୨୦୧୨ ମସିହାର ଘଟଣା। ବଣଭୋଜି ନିମନ୍ତେ ଗଜପତି ଜିଲା ଜିରାଙ୍ଗ ଓ ଖସଡ଼ାକୁ ସପରିବାର ଯାଇଥିଲୁ। ସେଠାରେ ଥିବା ପିକ୍‌ନିକ୍‌ ସ୍ପଟ୍‌ ଖସଡ଼ାରେ ରୋଷେଇ କରି ଅପରାହ୍ନରେ ଖାଇବା କାର୍ଯ୍ୟକ୍ରମ ଥିଲା। ଖୁବ୍‌ ସୁନ୍ଦର ପାହାଡ଼ ଜଙ୍ଗଲଘେରା ସ୍ଥାନ। ଏହାକୁ ଆହୁରି ମନୋରମ କରୁଥିଲା ସେଠାରେ ଥିବା ଏକ ଜଳପ୍ରପାତ, ଯାହାକି ପାଲଟିଥିଲା ପିକ୍‌ନିକ୍‌ର ମୁଖ୍ୟ ଆକର୍ଷଣ। ତେଣୁ ସଭିଏଁ ପ୍ରଥମେ ସେଠାକୁ ଧାଇଁଲେ। ପାଣି ଦେଖି ଛୋଟ ପିଲାମାନେ ଖୁବ୍‌ ଉତ୍ସାହିତ ହୋଇଥିଲେ। ଖୁସି ହୋଇ ମୋର ସମ୍ପର୍କୀୟା ଝିଆରୀ ପାଣି ଭିତରକୁ ଯାଇଥିଲା। ସେ ଝରଣା ପାଣି ମଧ୍ୟକୁ ଯିବା ମାତ୍ରେ ଜଳସ୍ରୋତରେ ଗୋଡ଼ ଖସି ଭାସି ଯାଇଥିଲା। ତା’କୁ ବୁଡୁଥିବାର ଦେଖି ସଭିଏଁ ଚିତ୍କାର କରୁଥିଲେ, ହେଲେ କେହି କିଛି କରିପାରି ନ ଥିଲେ। ଏହି ସମୟରେ ମୁଁ କିଛି ଉପାୟ ନ ପାଇ ତା’କୁ ବଞ୍ଚାଇବା ଲାଗି ପାଣିକୁ ଡେଇଁ ପଡ଼ିଲି ଏବଂ ପହଁରି ପହଁରି ପାଣି ଭିତରକୁ ଯାଇ ଝିଆରୀକୁ ଉଦ୍ଧାର କରିଥିଲି। ସେ ପାଣି ପିଇଦେଇଥିଲା ଏବଂ ଅଳ୍ପ ଆହତ ମଧ୍ୟ ହୋଇଥିଲା। ଏହି ଘଟଣା ପରେ ସେଦିନ ପିକ୍‌ନିକ୍‌ର ମାହୋଲ ସମ୍ପୂର୍ଣ୍ଣ ବଦଳି ଯାଇଥିଲା। ପିଲାଟି ବଞ୍ଚତ୍ଗଲା ବୋଲି ମନରେ ଖୁସି ବି ଥିଲା। ଏହା ମୋ ଜୀବନର ସବୁଠାରୁ ସ୍ମରଣୀୟ ଦିନ। ଏବେ ବି କୌଣସି ବଣଭୋଜି ଯିବା ବେଳେ ସେହି କଥା ମନେ ପଡ଼ି ଭୟ ସଞ୍ଚାର ହୋଇଥାଏ।

ମହୁମାଛିଙ୍କ କବଳରୁ ଆଉ କି ନିସ୍ତାର!
ସୌଦାମିନୀ ବେହେରା (ଅଧ୍ୟାପିକା, ଜଟଣୀ)- ଦିନ ଗଡ଼ିଚାଲେ ସମୟର ସହ। ହେଲେ କିଛି ସ୍ମୃତି ରହିଯାଏ ମାନସ ପଟରେ ସବୁଦିନ ପାଇଁ। ଏମିତି କିଛି ସ୍ମୃତି ଭିତରୁ ମନେପଡୁଛି ଏକ ବଣଭୋଜିର ଘଟଣାଟିଏ। ସେତେବେଳେ ମୁଁ ଦଶମ ଶ୍ରେଣୀର ଛାତ୍ରୀ। କିଛି ସାଙ୍ଗ ଏକ ଡିସେମ୍ବର ଶୀତ ସକାଳକୁ ସ୍ବାଗତ କରି ବାହାରିଲୁ ପିକ୍‌ନିକ କରିବାକୁ। ମୟୂରଭଞ୍ଜ ଜିଲା ପ୍ରକୃତିର ଗନ୍ତାଘର। ରୋଷେଇ ସାମଗ୍ରୀ ଧରି ସବୁ ସାଙ୍ଗ ଚାଲି ଚାଲି ବଣଭୋଜି ସ୍ଥାନରେ ଯାଇ ପହଞ୍ଚତ୍ଲୁ। କିଛି ସମୟ ଗୀତ ପଦ୍ୟାଂଶ, ସିନେମା ଗୀତ, ଗୁଲି ଖଟି କରି ଖୁବ୍‌ ମଜା ଉଠାଇଲୁ। ରୋଷେଇ ଆରମ୍ଭ କରିବାକୁ କିଛି ପିଲା ଝରଣାରୁ ପାଣି ଆଣିବାକୁ ଗଲେ। କିଛି ପିଲା କାଠ ଗୋଟେଇବାକୁ ଗଲେ। ତିନି ଜଣ ରୋଷେଇଶାଳରେ ରହିଲେ। ହଠାତ୍‌ ସବୁ ଓଲଟପାଲଟ ହୋଇଗଲା। ଏବେବି ସେ କଥା ଭାବିଲେ ମୋ ଦେହର ଲୋମ ଟାଙ୍କୁରି ଉଠେ। କିଛି ଗାଈଆଳ ପିଲା ସେଠାରେ ଗାଈ ଚରାଉଥିଲେ। ଆମ ବଣଭୋଜି ସ୍ଥାନଠାରୁ ଅଳ୍ପ ଦୂରରେ ବଡ଼ ବଡ଼ ମହୁଫେଣା ଥିଲା। ସେ ପିଲାମାନେ ଲମ୍ବା ବାଡ଼ି ସାହାଯ୍ୟରେ ମହୁ ଲୋଭରେ ମହୁଫେଣାକୁ ଭାଙ୍ଗିବା ପାଇଁ ଲାଗିପଡ଼ିଲେ। ଜଙ୍ଗଲୀ ବାଘୁଆ ମହୁମାଛିଙ୍କ କବଳରୁ ଆଉ କି ନିସ୍ତାର! ଶହ ଶହ ମହୁମାଛି ବିନ୍ଧିବା ପାଇଁ ସୈନ୍ୟବାହିନୀ ସହ ଉଡ଼ି ଆସିଲେ। ବୋପା ଲୋ, ମାଲୋ କହି ସମସ୍ତେ ଏଣେତେଣେ ଧାଇଁଲେ। ଚାରିଆଡ଼େ ଖାଲି ଚିତ୍କାର। ସେଠାକୁ ଆସିଥିବା ଅନ୍ୟମାନେ ବି କିଛି ବୁଝିବା ପୂର୍ବରୁ ସେମାନେ ବି ମହୁମାଛିମାନଙ୍କର କ୍ରୋଧର ଶିକାର ହେଲେ। ବିକଳରେ କିଏ କେଉଁ ଆଡ଼େ ଧାଇଁଲେ ଜଣାନାହିଁ। କିଛି ସମୟ ପରେ ଆମେ କିଛି ଝିଅ କାଉଲୁବାଉଲୁ ହୋଇ ଭୋଜି ଜିନିଷ ପାଖକୁ ଫେରିଲୁ। ଯାହା ଦେଖିଲୁ ଧୈର୍ଯ୍ୟର ସୀମା ରହିଲା ନାହିଁ। ଚୁଲି ଜାଳରୁ ନିଆଁ ବ୍ୟାପିଯାଇ ପାଖରେ ଥିବା ଶୁଖିଲା ପତରରେ ଲାଗି ପ୍ରାୟ ଚାରିଆଡ଼େ ମାଡ଼ିଯାଉଥାଏ। ଭୋଜି ସାମଗ୍ରୀସବୁ ପୋଡ଼ି ଜଳି ଅଧା ନଷ୍ଟ ହୋଇ ଯାଇଥିଲା। ଆମେ ସବୁ କାନ୍ଦି କାନ୍ଦି ଅନ୍ୟ ସାଙ୍ଗମାନଙ୍କୁ ଖୋଜି ଚାଲିଥିଲୁ। ପରେ ଖବର ପାଇଲୁ, କିଛି ସାଙ୍ଗ ଘରକୁ ଫେରି ଯାଇଛନ୍ତି। ଈଶ୍ୱରଙ୍କର ବୋଧେ ଦୟା ଆସିଗଲା। ସେଇ ସ୍ଥାନକୁ ଆସିଥିବା କିଛି ପର୍ଯ୍ୟଟକ ଆମର ଏ ଅବସ୍ଥା ଦେଖି ଆମକୁ ଡାକିନେଇ ତାଙ୍କ ଭୋଜିରେ ସାମିଲ କରିଥିଲେ। ଖାଇପିଇ ଆସିଲୁ ସତ, କିନ୍ତୁ ସେଦିନର ଘଟଣା ଆଜି ବି ମୋତେ ବିଚଳିତ କରେ।

ସିଧା ପଡିଲି ଲାଇନ୍‌ ଆରପଟେ
ଶିବସୁନ୍ଦର ଦାସ (ଷ୍ଟକ୍‌ ମାର୍କେଟ୍‌ ଟ୍ରେଡର୍‌, ଭୁବନେଶ୍ୱର)- ବୁଲାବୁଲି କରିବାକୁ କିଏବା ଭଲ ନ ପାଏ! ଆଉ ଯଦି ସାଙ୍ଗସାଥୀଙ୍କ ସହ ପିକ୍‌ନିକ୍‌ କରିବାର ସୁଯୋଗ ମିଳେ, ତା’ହେଲେ ଏହାର ଆନନ୍ଦ ଢେର୍‌ ବଢ଼ିଯାଏ। ହେଲେ କେବେକେବେ ଏହା ଭିତରେ ଏମିତି କିଛି ଘଟଣା ଘଟେ, ଯାହାକି ସବୁବେଳେ ମନରେ ଅଭୁଲା ହୋଇ ରହିଯାଏ। ସେମିତି ଏକ ସ୍ମୃତି ମନେପଡୁଛି। ସାଙ୍ଗମାନଙ୍କ ସହ ଜୟଦେବ ବାଟିକାରେ ଭୋଜି କରିବାକୁ ଯାଇଥିଲି। ନାଚ, ଗୀତ, ଥଟ୍ଟାମଜାରେ ସମସ୍ତେ ଏଞ୍ଜୟ କରୁଥିଲୁ। କିଛି ଗେମ୍‌ ମଧ୍ୟ ଚାଲିଥାଏ। ମଝିରେ ଏକ ଲାଇନ୍‌ ଟଣାଯାଇଥିଲା। ଗୋଟେ ପଟେ ପୁଅ ଆଉ ଅନ୍ୟ ପଟେ ଝିଅମାନେ ରହି ଦଉଡ଼ି ଟଣା ଚାଲିଥିଲା। ଯେଉଁ ଟିମ୍‌ର ମେମ୍ବର ଆଗ ଲାଇନ୍‌ କ୍ରଶ୍‌ କରିବେ, ସେମାନେ ହାରିବେ। ଖୁବ୍‌ ଜୋର୍‌ରେ ଦଉଡ଼ିଟଣା ଭିତରେ ଆମ ପୁଅ ଟିମ୍‌ଙ୍କ ଭିତରୁ ଜଣଙ୍କ ହାତ ଖସିଗଲା। ସବୁଠାରୁ ଆଗରେ ମୁଁ ଥିବାରୁ ଭାରସାମ୍ୟ ସମ୍ଭାଳି ନ ପାରି ସିଧା ଯାଇ ପଡିଲି ଲାଇନ୍‌ ଆରପଟେ। ସେଇଠି ଗେମ୍‌ ଓଭର ହୋଇଗଲା ଏବଂ ଖୁବ୍‌ ମଜାମସ୍ତିରେ ଖିଆପିଆ କରି ଘରକୁ ଫେରିଲୁ। ତେବେ ଗେମ୍‌ରେ ତ ହାରିଲୁ ଯେତିକି ମନ ଦୁଃଖ ନ ଲାଗିଲା, ହେଲେ ଝିଅଟିମ୍‌ ପାଖରେ ପଡ଼ିଥିବାରୁ ସେଦିନ ଚିଡ଼େଇ ଚିଡ଼େଇ ସାଙ୍ଗମାନେ ମୋର ଅବସ୍ଥା ଢିଲା କରିଦେଇଥିଲେ। ଏବେବି ସେଦିନର କଥା ମନେପଡ଼ିଲେ ଖୁବ୍‌ ହସ ଲାଗେ।

ସାହାଯ୍ୟ ଦେଇଥିଲା ଆତ୍ମସନ୍ତୋଷ
ବୀରେନ୍‌ ଭୋଇ (ଜୁଜୁମରା, ସମ୍ବଲପୁର)- ପିକ୍‌ନିକ୍‌ ସିଜନ ଆସିଲେ ସାଙ୍ଗମାନେ ମିଶି ବିଭିନ୍ନ ସ୍ଥାନରେ ଭୋଜି କରିଥାଉ। ସେଦିନ ଆମେ ବରଗଡ଼ ଜିଲା ପଦମପୁର ନିକଟସ୍ଥ ନରସିଂହ ନାଥ ମନ୍ଦିରରେ ଭୋଜି ଆୟୋଜନ କରିଥିଲୁ। ସକାଳୁ ସକାଳୁ ସମସ୍ତ ଆବଶ୍ୟକ ସାମଗ୍ରୀ ଧରି ସାଙ୍ଗମାନେ ଏକାଠି ଗାଡ଼ିରେ ବାହାରି ପଡ଼ିଲୁ। ଯିବା ରାସ୍ତାରେ ମନ୍ଦିରଠାରୁ ପ୍ରାୟ ୧୦ କିଲୋମିଟର ପୂର୍ବରୁ ମୁଖ୍ୟ ରାସ୍ତା ଉପରେ ଜଣେ ବାଇକ୍‌ ଆରୋହୀ ଗୁରୁତର ଅବସ୍ଥାରେ ପଡ଼ିଥିଲେ। କିଛି ଦୂରରେ ତାଙ୍କର ବାଇକ୍‌ ପଡ଼ିଥିଲା। ସଙ୍ଗେ ସଙ୍ଗେ ଆମେ ଗାଡ଼ି ଅଟକାଇ ତାଙ୍କ ପାଖକୁ ଧାଇଁଲୁ। ଅଚେତ ଅବସ୍ଥାରେ ଥିବାରୁ ସେ କୌଣସି ସୂଚନା ଦେଇ ପାରି ନ ଥିଲେ। ତାଙ୍କ ଠିକଣା ଓ ପରିଚୟ ଖୋଜିବାକୁ ସମୟ ଲାଗିଥିଲା। ପରେ ତାଙ୍କ ପକେଟରୁ ମିଳିଥିବା କାଗଜରେ ଡ୍ୟୁଟିର ଚାଲାଣ ମିଳିଥିଲା। ତୁରନ୍ତ ନିକଟସ୍ଥ ପଦମପୁର ଥାନାକୁ ଯୋଗାଯୋଗ କରିଥିଲୁ। ପୋଲିସ ଆସିବା ପରେ ଆହତ ବ୍ୟକ୍ତି ଜଣଙ୍କ ମଧ୍ୟ ଜଣେ ପୋଲିସ କର୍ମଚାରୀ ଓ ସେ ଡ୍ୟୁଟି ସାରି ଫେରୁଥିବା ଜଣାପଡ଼ିଥିଲା। ଆମ୍ବୁଲାନ୍ସ ଯୋଗେ ତାଙ୍କୁ ମେଡିକାଲ ପଠାଇଥିଲୁ। ଏସବୁ ଭିତରେ ଅନେକ ସମୟ ଚାଲିଯାଇଥିବାରୁ ଆମେ ଭୋଜିକୁ ଭଲ ଭାବେ ଏଞ୍ଜଏ କରିପାରି ନ ଥିଲୁ ସତ, ହେଲେ ସେହି ପୋଲିସ୍‌ କର୍ମଚାରୀଙ୍କୁ ସାହାଯ୍ୟ କରିଥିବାରୁ ଆତ୍ମସନ୍ତୋଷ ମିଳିଥିଲା। କିଛିଦିନ ପରେ ସେ ସୁସ୍ଥ ହୋଇଥିବା ଜାଣିବାକୁ ପାଇଥିଲୁ ଏବଂ ବହୁତ ଖୁସି ଲାଗିଥିଲା। ସେଦିନର ଘଟଣା ଏବେବି ଅଭୁଲା ହୋଇ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ସାପ ଲାଞ୍ଜକୁ ଧରି ଦଉଡ଼ି ପରି ଘୂରାଉଥିଲେ ଯୁବକ, ହଠାତ୍‌ ଘଟିଲା ଏମିତି…

ସାପର ନାଁ ଶୁଣିଲେ ସମସ୍ତଙ୍କୁ ଡର ଲାଗେ। ଏହାର ନାଁ ଶୁଣିଲେ ସବୁଠାରୁ ସାହସୀ ମଣିଷ ମଧ୍ୟ ଭୟରେ ଥରି ଉଠେ। ଯଦି ଜଣେ ଯୁବକ ସେହି…

ବିଶ୍ୱର ଏହି ଦେଶ ପାଖରେ ରହିଛି ସବୁଠୁ ଘାତକ ବାୟୁସେନା, ଜାଣନ୍ତୁ କେଉଁ ସ୍ଥାନରେ ରହିଛି ଭାରତ…

ବିଶ୍ୱରେ ବଢ଼ୁଥିବା ଭୂରାଜନୈତିକ ଉତ୍ତେଜନା ଯେପରିକି ୟୁକ୍ରେନ ସଙ୍କଟ ଏବଂ ମଧ୍ୟପ୍ରାଚ୍ୟର ପରିସ୍ଥିତି, ସାମରିକ ଖର୍ଚ୍ଚ ରେକର୍ଡ ସ୍ତରରେ ପହଞ୍ଚିବାରେ ଲାଗିଛି। ଷ୍ଟକହୋମ୍‌ ଇଣ୍ଟରନ୍ୟାଶନାଲ ପିସ୍‌ ରିସର୍ଚ୍ଚ…

ଜାଣନ୍ତି କି ପାଇପ୍‌ଲାଇନ୍‌ ଗ୍ୟାସ୍‌ କେଉଁଠାରୁ ଆସେ? କେମିତି ଆସି ସିଧାସଳଖ ପହଞ୍ଚୁଛି ରୋଷେଇ ଘରେ…

ନୂଆଦିଲ୍ଲୀ,୨୯ା୩: ଦେଶର ଲୋକମାନେ ବର୍ଦ୍ଧିତ ଗ୍ୟାସ୍‌ ଦର ଏବଂ ସିଲିଣ୍ଡର ପାଇଁ ହଇରାଣ ହରକତ ହେଉଥିବାରୁ ଏବେ PNG (ପାଇପ୍‌ ନାଚୁରାଲ୍‌ ଗ୍ୟାସ୍‌) ଆଡ଼କୁ ମୁହାଁଇଛନ୍ତି। ଆଜି…

ଦୁନିଆର ଏମିତି ଏକ ମନ୍ଦିର, ଯେଉଁଠି ରାଜା ରାମଙ୍କୁ ଗାର୍ଡ ଅଫ ଅନର ଦିଅନ୍ତି ପୋଲିସ, ରାଜକୀୟ ନିୟମ ଅନୁସାରେ…

ଭାରତରେ ଏମିତି ଏକ ସହର ଅଛି, ଦେବତାଙ୍କୁ ମନ୍ଦିରରେ ନୁହେଁ ବରଂ ରାଜକୀୟ ଆଡ଼ମ୍ବର ଏବଂ ମହିମା ସହିତ ଏକ ପ୍ରାସାଦରେ ପୂଜା କରାଯାଏ। ଏଠାରେ ପରମ୍ପରା…

ରୋଜଗାରର ପହିଲି ପୁଲକ ପାଇଥିଲି ବାପାଙ୍କ ଖୁସିରୁ: ନଳିନୀକାନ୍ତ ନାୟକ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି …

ଦୀର୍ଘ ବର୍ଷର ବ୍ୟବଧାନ ପରେ ଯେତେବେଳେ ନିଜ ପ୍ରଥମ ରୋଜଗାର ବିଷୟରେ କିଛି ଲେଖିବାକୁ ଯାଉଛି, ମୁଁ ବେଶ୍‌ ଭାବପ୍ରବଣ ହୋଇ ପଡୁଛି। ମୋ ପିଲାଦିନ କଟିଗଲା…

ଘର-ଘର LPG ସିଲିଣ୍ଡର ପହଞ୍ଚାଉଥିବା ବ୍ୟକ୍ତି ମାସକୁ କରନ୍ତି ୭୦ହଜାର ଟଙ୍କା ଯାଏ ରୋଜଗାର! କମିଶନ ବିଷୟରେ ଜାଣିଲେ ହୋଇଯିବେ ତାଜୁବ

ଏଲପିଜି ସିଲିଣ୍ଡର ଡେଲିଭରି କରୁଥିବା ବ୍ୟକ୍ତି କେତେ ରୋଜଗାର କରନ୍ତି? ଏଠାରେ ସେମାନଙ୍କର କମିଶନ ଏବଂ ମାସିକ ଆୟର ସମ୍ପୂର୍ଣ୍ଣ ବିବରଣୀ ଦିଆଯାଇଛି। ସାମ୍ପ୍ରତିକ ଦିନଗୁଡ଼ିକରେ, ଏଲପିଜି…

ଯୁଦ୍ଧ ଭିତରେ ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ: ଭାରତ ଉପରେ ପଡିବ ସାଂଘାତିକ ପ୍ରଭାବ!

ବୁଲଗେରିଆର ରହସ୍ୟମୟୀ ବାବା ଭେଙ୍ଗାଙ୍କ (Baba Vanga) ୨୦୨୬ ପାଇଁ ଯେଉଁ ଭବିଷ୍ୟବାଣୀ ଏବେ ତାହା ସତ ହେବାରେ ଲାଗିଛି! ବିଶେଷ କରି ଆମେରିକା, ଇସ୍ରାଏଲ ଏବଂ…

ପ୍ରକୃତିର ଅଜବ କାରନାମା: ବିନା ବିଶ୍ରାମରେ ୧୧ ଦିନରେ ୧୩,୫୬୦ କିଲୋମିଟର ଉଡ଼ିଲା ଏହି ପକ୍ଷୀ

ନୂଆଦିଲ୍ଲୀ,୧୨ା୩: ଆପଣମାନେ ଅନେକ ଦୂରଗାମୀ ବିମାନ ଯାତ୍ରା ବିଷୟରେ ଶୁଣିଥିବେ, କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ପକ୍ଷୀ ବିଷୟରେ କହିବୁ ଯାହା କୌଣସି ସୁପରମ୍ୟାନ୍‌ଠାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri