କାଳ ସାଜିଲା ସେଲ୍‌ଫି ନିଶା

ପାରଳାଖେମୁଣ୍ଡିି,୧୬।୧୨: ସେଲ୍‌ଫି ନିଶା କେତେ ଯେ ଭୟଙ୍କର ଏଠାରେ ଘଟିଥିବା ଏକ ଘଟଣାରୁ ଜଣାପଡ଼ୁଛି। ପାରଳାଖେମୁଣ୍ଡି ରେଳଷ୍ଟେସନରେ ଛିଡ଼ା ହୋଇଥିବା କୋଭିଡ୍‌ ସ୍ପେଶାଲ ଟ୍ରେନ ଉପରେ ଛିଡ଼ା ହୋଇ ସେଲ୍‌ଫି ନେବାବେଳେ ଜଣେ ନାବାଳକ ୩୩ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିଲେ। ଏଥିରେ ତାଙ୍କ ମୃତ୍ୟୁ ଘଟିଛି। ମୃତ ନାବାଳକଙ୍କ ନାମ ସି. ଏଚ୍‌. ସୁରୀୟା କୁମାର । ସେ ନବମ ଶ୍ରେଣୀର ଛାତ୍ର ଥିଲେ। ଖବର ପାଇ ପାରଳାଖେମୁଣ୍ଡି ଅଗ୍ନିଶମ ବିଭାଗ ପହଞ୍ଚି ନିଆଁ ଲିଭାଇଥିଲା।