ଥାଲାସେମିଆ ରୋଗୀ ଏଚ୍‌ଆଇଭିରେ ଆକ୍ରାନ୍ତ

ବାଲେଶ୍ୱର, ୮।୭ (ମାନସ ବିଶ୍ୱାଳ): ବାଲେଶ୍ୱର ଫକୀରମୋହନ ମେଡିକାଲ କଲେଜ ଏବଂ ଜିଲା ମୁଖ୍ୟ ଚିକିତ୍ସାଳୟରେ ଥିବା ରକ୍ତଭଣ୍ଡାରରୁ ରକ୍ତ ନେଉଥିବା ଥାଲାସେମିଆରେ ପୀଡ଼ିତ ଜଣେ ୧୩ ବର୍ଷର ବାଳକ ଏବେ ଏଚ୍‌ସିଭି ପଜିଟିଭ ଏବଂ ଏଚ୍‌ଆଇଭି ପଜିଟିଭରେ ଆକ୍ରାନ୍ତ। ପିଲାକୁ ଜନ୍ମର ୬ ମାସ ଠାରୁ ରକ୍ତ ଦେଇ ବଞ୍ଚାଇ ଆଣିଥିବା ମା’ବାପା ଏବେ ଚିନ୍ତାରେ। ତାଙ୍କ ଅଭିଭାବକ ଜିଲା ରକ୍ତଭଣ୍ଡାରର ସ୍ବଚ୍ଛତା ଉପରେ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି।
ଉକ୍ତ ବାଳକଙ୍କ ଅଭିଭାବକଙ୍କ କହିବା ଅନୁଯାୟୀ, ଗତ ମାର୍ଚ୍ଚରୁ ସେ ଲଗାତାର ଜିଲା ରକ୍ତଭଣ୍ଡାରରୁ ରକ୍ତ ନେଇଆସୁଥିଲେ। ଜୁନ୍‌ ୩୦ ତାରିଖରେ ମଧ୍ୟ ସେ ରକ୍ତ ନେଇଥିଲେ। ଉକ୍ତ ରାତିରେ ଜ୍ୱର ଆସିଲା ଏବଂ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଔଷଧ ଖାଇଲେ ମଧ୍ୟ ଜ୍ୱର ଛାଡ଼ି ନ ଥିଲା। ଯାହା ଫଳରେ ତାଙ୍କ ବାପା  ଗତ ୩ ତାରିଖ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲକୁ ନେଇଥିଲେ। ସେଠାରେ ରକ୍ତ ପରୀକ୍ଷା ପରେ ତାଙ୍କ ପୁଅକୁ ଏଚ୍‌ସିଭି ଆଉ ଏଚ୍‌ଆଇଭି ପଜିଟିଭ ରୋଗ ସଂକ୍ରମଣ ହୋଇଛି ବୋଲି ଜାଣିବାକୁ ପାଇଥିଲେ। ଏଥିପାଇଁ ତାଙ୍କ ପରିବାର ଲୋକେ ଜିଲା ରକ୍ତଭଣ୍ଡାରକୁ ଦାୟୀ କରିଛନ୍ତି। ବାଲେଶ୍ୱରରେ ସରକାରୀ ମେଡିକାଲ କଲେଜ ହୋଇ ମଧ୍ୟ ଅନେକ ଥାଲାସେମିଆ ଆକ୍ରାନ୍ତ ପିଲା ଓ ରୋଗୀ ପ୍ରତ୍ୟେକ ଥର ଏଭଳି ସଂକ୍ରମିତ ହେଉଛନ୍ତି। ତେଣୁ ଏ ଦିଗରେ ପ୍ରଶାସନ ଓ ହସ୍ପିଟାଲ କର୍ତ୍ତୃପକ୍ଷ ଉଚିତ୍‌ ପଦକ୍ଷେପ ନେବାକୁ ପରିବାର ପକ୍ଷରୁ ଦାବି କରାଯାଇଛି।
  ରକ୍ତଭଣ୍ଡାର ଦାୟିତ୍ୱରେ ଥିବା ଡା. ବସନ୍ତ ଉପାଧ୍ୟାୟ କହନ୍ତି, ଜିଲାରେ ୫ଶହରୁ ଅଧିକ ଥାଲାସେମିଆ ରୋଗୀ ୮ଶହ ୟୁନିଟ୍‌ରୁ ଅଧିକ ରକ୍ତ ନେଉଛନ୍ତି। ରକ୍ତ ସଂଗ୍ରହ ପରେ ପ୍ରଥମେ ଏଲିଡ଼ା ଟେଷ୍ଟ, ପରେ ନାଗ୍‌ଟିସିଆରରେ ଟେଷ୍ଟ କରାଯାଇ ଥାଲାସେମିଆ ରୋଗୀଙ୍କୁ ରକ୍ତ ଦିଆଯାଉଛି। ଗତ ୨ ବର୍ଷ ହେବ ଏହି ପ୍ରକ୍ରିୟା ଜାରି ରହିଛି। ଫଳରେ କୌଣସି ରୋଗୀ ଅସୁବିଧାରେ ସମ୍ମୁଖୀନ ହେଉ ନାହାନ୍ତି। ଉପରୋକ୍ତ ଅଭିଯୋଗ ଆମ ପାଖରେ ପହଞ୍ଚତ୍ନାହଁି। ଉକ୍ତ ବାଳକ କେମିତି ଓ କେଉଁଠୁ ରକ୍ତ ନେଇଛି ତାହା ତଦନ୍ତ କଲେ ଜଣାପଡ଼ିବ ବୋଲି ପ୍ରକାଶ କରିଛନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri