ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡସ୍‌ରେ ସ୍ଥାନ ପାଇଲେ ଦେଢ଼ବର୍ଷର ଶିଶୁ

ଯୋଡ଼ା,୨୪ା୬(ମାନସ ମହାନ୍ତି):କେନ୍ଦୁଝର ଜିଲା ଯୋଡ଼ା ସହରସ୍ଥିତ କଣ୍ଟ୍ରାକ୍ଟର କଲୋନୀରେ ରହୁଥିବା ବିଶ୍ୱଜିତ ବେଉରିଆଙ୍କ ଦେଢ଼ ବର୍ଷୀୟ ଶିଶୁପୁତ୍ର ଅକ୍ଷିତ ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡସ୍‌ରେ ସ୍ଥାନ ପାଇଛନ୍ତି। ଛୋଟ ବୟସରେ ବିନା ତାଲିମରେ ଇଂଲିଶ୍‌ ବର୍ଣ୍ଣମାଳାର ୨୬ ଅକ୍ଷର ଚିହ୍ନିବା ସହ ପ୍ରାଣୀଙ୍କ ସ୍ବର କରି ସମସ୍ତଙ୍କୁ ଚକିତ କରିଛନ୍ତି। ତାଙ୍କର ବିସ୍ମୟ କାର୍ଯ୍ୟ ପରିବାର ତଥା ଅଞ୍ଚଳ ପାଇଁ ଗୌରବ ଆଣିଛି।
ସୂଚନା ଅନୁଯାୟୀ, ଅକ୍ଷିତ ୨୦୨୨ ନଭେମ୍ବର ୫ରେ ଜନ୍ମଗ୍ରହଣ କରିଥିଲେ। ସେ ଅନେକ ସମୟରେ ଚମତ୍କାର କାର୍ଯ୍ୟକଳାପ ଦେଖାଉଥିଲେ। ଏହାକୁ ଦୃଷ୍ଟିରେ ରଖି ପରିବାର ଲୋକେ ପ୍ରତି ବର୍ଷ ହେଉଥିବା ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡସ୍‌ ପ୍ରତିଯୋଗିତାକୁ ଅକ୍ଷିତଙ୍କ ବିଭିନ୍ନ କ୍ଷେତ୍ରରେ ପ୍ରଦର୍ଶନ କରୁଥିବା କାର୍ଯ୍ୟକଳାପକୁ ଭିଡିଓ ରେକର୍ଡ କରି ପଠାଇଥିଲେ। ଏହାକୁ ଯାଞ୍ଚ କରି ଇଣ୍ଡିଆ ବୁକ୍‌ ଅଫ ରେକର୍ଡସ୍‌ (ଆଇବିଆର୍‌) ଅକ୍ଷିତଙ୍କୁ ‘ଆଇବିଆର ଆଚିବର’ ଭାବେ ଚୟନ କରି ସାର୍ଟିଫିକେଟ୍‌ ପ୍ରଦାନ କରିଛି। ଦେଢ଼ ବର୍ଷ ବୟସରେ ଅକ୍ଷିତ ଇଂରାଜୀ ବର୍ଣ୍ଣମାଳାର ୨୬ଟି ଅକ୍ଷରକୁ ବିନା ତାଲିମରେ ଚିହ୍ନିପାରିବା ସହିତ ଶରୀରର ୨୦ ବିଭିନ୍ନ ଅଙ୍ଗକୁ ଚିହ୍ନଟ କରି ଦର୍ଶାଇବା, ୧୨ ବିଭିନ୍ନ ରଙ୍ଗକୁ ଚିହ୍ନଟ କରିବା, ୧୨ ବିଭିନ୍ନ ଛବି, ୧୦ ପ୍ରକାରର ଆକୃତି ଓ ୭ ପ୍ରକାରର ଫଳକୁ ଇଙ୍ଗିତରେ ଚିହ୍ନଟ କରି ଦର୍ଶାଉଛନ୍ତି। ଏଥିସହିତ ୯ଟି ବିଭିନ୍ନ ପ୍ରାଣୀଙ୍କ ଶବ୍ଦକୁ ମିମିକ୍ରି କରିପାରୁଥିବାରୁ ଅକ୍ଷିତଙ୍କୁ ଚୟନ କରାଯାଇଥିବା ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡସ୍‌ ପ୍ରଦାନ କରିଥିବା ସାର୍ଟିଫିକେଟ୍‌ରେ ଦର୍ଶାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୧୦୦ ଟପିବ ପେଟ୍ରୋଲ ଦର? ଟ୍ରମ୍ପଙ୍କ ଯୋଗୁ ଗୋଟିଏ ଝଟକାରେ ହୁ ହୁ ହୋଇ ବଢ଼ିବାକୁ ଯାଉଛି ମୂଲ୍ୟ…!

ନୂଆଦିଲ୍ଲୀ,୯।୨: ଭାରତ ଏବଂ ଆମେରିକା ମଧ୍ୟରେ ନିକଟରେ ହୋଇଥିବା ଟ୍ରେଡ୍‌ ଡିଲ(ବାଣିଜ୍ୟ ଚୁକ୍ତି) ନେଇ ଜୋରଦାର ଚର୍ଚ୍ଚା ହେଉଛି। କାରଣ ଏହା ଭାରତର ସାଧାରଣ ନାଗରିକଙ୍କୁ ମହଙ୍ଗା…

ବିଶ୍ୱଶାନ୍ତି ମହାଯଜ୍ଞ ଆରମ୍ଭ: କଳସ ଯାତ୍ରାରେ ସାମିଲ ହେଲେ ବିଧାୟକ, ଆସନ୍ତା ୨୦ରେ ହେବ…

ଗଞ୍ଜାମ,୯।୨(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଳକ ହୁମା ପଞ୍ଚାୟତ ଅନ୍ତର୍ଗତ ବୋରିଗାଁସ୍ଥିତ ରାଣୀବର ପାହାଡ଼ଠାରେ ଅବସ୍ଥିତ ବାବା ଝାଡେଶ୍ୱର ମନ୍ଦିର ଠାରେ ଦୀର୍ଘ ୧୧ ଦିନ ବ୍ୟାପି…

ବରଡୋଲ ଜୈନ ପୋଲି ଫେଵରେ ନିଆଁ: ସାରା ଅଞ୍ଚଳ ଧୂଆଁମୟ

ବରଗଡ଼,୯।୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଉପକଣ୍ଠ ବରଡୋଲସ୍ଥିତ ଜୈନ ପୋଲି ଫେବ୍ ବସ୍ତା ଫ୍ୟାକ୍ଟ୍ରିରେ ସୋମବାର ଅପରାହ୍ନରେ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ଫ୍ୟାକ୍ରିର ବିଭିନ୍ନ ସାମଗ୍ରୀ ନଷ୍ଟ…

ଧରିତ୍ରୀ ପ୍ରଭାବ: ତତ୍ପରତା ଦେଖାଇଲା ବିଦ୍ୟୁତ ବିଭାଗ

ଦାରିଙ୍ଗବାଡି, ୯।୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଶ୍ରାନିକେତା ପଞ୍ଚାୟତ ଡାବୁଲୁମାହାଠାରୁ ତେରବାଡିକୁ ସଂଯୋଗ କରୁଥିବା ଗ୍ରାମ୍ୟ ଉନ୍ନୟନ ବିଭାଗର ରାସ୍ତା ଉପରେ ବିଦ୍ୟୁତ ତାର…

ଅସମ୍ମାନ ! ଡାଇନିଂ ଟେବୁଲରେ ବସିଲେ, ଚପଲ ପିନ୍ଧି ମହାପ୍ରସାଦ ଖାଇଲେ

ପୁରୀ୯।୨( ଅଜିତ୍ କୁମାର ମହାନ୍ତି ): ପୁଣି ମହାପ୍ରସାଦକୁ ଅପମାନ । ଡାଇନିଂ ଟେବୁଲରେ ଚପଲ ପିନ୍ଧି ବସି ଖାଉଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ…

ସରକାରୀ କର୍ମଚାରୀଙ୍କ ପାଇଁ ଖୁସିଖବର, ଏତିକି ବୃଦ୍ଧି ପାଇବ DA!

ନୂଆଦିଲ୍ଲୀ,୯।୨: ହୋଲି ପୂର୍ବରୁ କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀମାନେ କିଛି ଆଶ୍ୱସ୍ତି ପାଇପାରନ୍ତି। ମହଙ୍ଗା ଭତ୍ତା (DA) ଏବଂ ମହଙ୍ଗା ରିଲିଫ (DR) ୨% ବୃଦ୍ଧି…

ଏବେଠୁ ଘାରିଲାଣି ଜଙ୍ଗଲ ନିଆଁ ନିୟନ୍ତ୍ରଣ ଚିନ୍ତା: ଘୁମୁସର ଉତ୍ତର ବନଖଣ୍ଡରେ…

ଭଞ୍ଜନଗର,୯।୨(ବାବୁଲା ପ୍ରଧାନ )-ରାଜ୍ୟର କେତେକ ବନଖଣ୍ଡରେ ବର୍ତ୍ତମାନ ଜଙ୍ଗଲ ନିଆଁ ଲାଗିଲାଣି। ଆଗକୁ ଅନ୍ୟ ବନଖଣ୍ଡ ଗୁଡ଼ିକରେ ମଧ୍ୟ ନିଆଁ ଲାଗିବା ସମ୍ଭାବନା ରହିଛି। ଏହାପୂର୍ବରୁ ରାଜ୍ୟ…

ନବୀନଙ୍କୁ କଡ୍ଡା କାଉଣ୍ଟର କଲେ ବାବୁ , ଲୋକହସା କଥା କହି…

ଭୁବନେଶ୍ୱର,୯।୨: ରାଜ୍ୟରେ କୃଷକଙ୍କ ସମସ୍ୟା ନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ  ଚିଠି ଲେଖିଛନ୍ତି । ଏ ନେଇ ବାବୁ ସିଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri